ସଂସ୍କାରବାଦୀ ରାଷ୍ଟ୍ରମୁଖ୍ୟ

ଦକ୍ଷିଣ ଆମେରିକାର ଉତ୍ତର ପୂର୍ବାଞ୍ଚଳ ଉପକୂଳରେ ଅବସ୍ଥିତ ଏକ ରାଷ୍ଟ୍ର ହେଉଛି ସୁରିନାମ୍‌। ପାରାମାରିବୋ ଏହାର ରାଜଧାନୀ। ସୁରିନାମ୍‌ର ଇତିହାସ ଦେଖିଲେ ଏହା ୧୯୭୫ ମସିହାରେ ସ୍ବାଧୀନତା ଲାଭ କରିଥିଲା। ଜାତିଆଣ ଧ୍ରୁବୀକରଣ, ସାମରିକ କ୍ଷମତାଧିକାର ଓ ଗୃହଯୁଦ୍ଧ ଏହି ଦେଶକୁ ଦୀର୍ଘବର୍ଷ ଅରାଜକତା ମଧ୍ୟରେ ରଖିଥିଲା। ୧୯୮୭ରେ ସେଠାରେ ଗଣତନ୍ତ୍ର ପ୍ରତିଷ୍ଠା ହୋଇଥିଲା। ହେଲେ ପୁନଶ୍ଚ ୧୯୯୦ରେ ସାମରିକ ଶାସନ ଦେଖିଥିଲା ଏହି ରାଷ୍ଟ୍ର। ଏହାର ବର୍ଷକ ପରେ ଗଣତନ୍ତ୍ର ପୁନଃସ୍ଥାପିତ ହୋଇଥିଲା। ସୁରିନାମ୍‌ର ବିଶେଷତ୍ୱ ହେଉଛି ସବୁଜ ବନାନୀ। ଜଙ୍ଗଲରେ ପରିପୂର୍ଣ୍ଣ ହୋଇଥିବାରୁ ଅଙ୍ଗାରକାମ୍ଳ ଅନୁଭୂତ ହୋଇ ନ ଥାଏ। ୨୦୧୮ ସର୍ଭେ ରିପୋର୍ଟରେ ଏହାର ଜନସଂଖ୍ୟା ମାତ୍ର ୫,୭୫, ୯୯୦ ଉଲ୍ଲେଖ ରହିଛି। କିନ୍ତୁ ବକ୍ସାଇଟି, ସୁନା, ପେଟ୍ରୋଲଜାତ ପଦାର୍ଥ ଏବଂ କୃଷିଜାତ ଦ୍ରବ୍ୟ ରପ୍ତାନି ଦ୍ୱାରା ଏହାର ଅର୍ଥନୀତି ପରିପୁଷ୍ଟ। ଏଭଳି ଏକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଦେଶର ମୁଖିଆ ଭାବେ ଏବେ ଜଣେ ଭାରତୀୟ ବଂଶୋଦ୍ଭବ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ହେଉଛନ୍ତି ଚନ୍ଦ୍ରିକାପେରସାଦ୍‌ ‘ଚାନ୍‌’ ସନ୍ତୋଖି। ୧୬ ଜୁଲାଇରେ ସୁରିନାମ୍‌ର ରାଷ୍ଟ୍ରପତି ଭାବେ ଶପଥ ନେବା ବେଳେ ହାତରେ ବେଦ ଧରି ସଂସ୍କୃତ ଶବ୍ଦ ଉଚ୍ଚାରଣ କରିଥିବାରୁ ତାଙ୍କ ବ୍ୟକ୍ତିତ୍ୱକୁ ନେଇ ଢେର ଚର୍ଚ୍ଚା ।
ସନ୍ତୋଖିଙ୍କ ପୂର୍ବ ପୁରୁଷ କାମ ଅନ୍ବେଷଣରେ ସେଠାକୁ ଚାଲି ଯାଇଥିଲେ। ସେ ୩ ଫେବୃୟାରୀ ୧୯୫୯ରେ ଲେଲିଡ୍ରପ୍‌ରେ ଜନ୍ମଗ୍ରହଣ କରିଥିଲେ। ପରିବାରର ୯ ସନ୍ତାନ ମଧ୍ୟରେ ସେ ସବୁଠାରୁ ସାନ। ତାଙ୍କ ପିତା ପାରାମାରିବୋ ପୋତାଶ୍ରୟରେ ଚାକିରି କରୁଥିଲେ ଓ ମାତା ଲେଲିଡ୍ରପ୍‌ରେ ଏକ ଦୋକାନରେ ଆସିଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ସନ୍ତୋଖି ପାରାମାରିବୋସ୍ଥିତ ଅଲ୍‌ଜେମେନେ ମିଡିଲ୍‌ବାରେ ସ୍କୁଲରୁ ଡିପ୍ଲୋମା ପାସ୍‌ କରିଥିଲେ। ଏହା ପରେ ସେ ଶିକ୍ଷାବୃତ୍ତି ପାଇ ନେଦରଲାଣ୍ଡ୍‌ସ ଯାଇଥିଲେ। ସେଠାରେ ୧୯୭୮ରୁ ୧୯୮୨ ଯାଏ ଏପିଲ୍‌ଡୋର୍ନସ୍ଥିତ ପୋଲିସ ଏକାଡେମୀ ଅଫ୍‌ ଦି ନେଦରଲାଣ୍ଡ୍‌ସରେ ପାଠ ପଢ଼ିଥିଲେ। ସେଠାରୁ ଶିକ୍ଷା ଶେଷ କରିବା ପରେ ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରି ପୋଲିସ ବିଭାଗରେ ଯୋଗଦେଇଥିଲେ। ୨୩ ବର୍ଷ ବୟସରେ ସନ୍ତୋଖି ଗେୟର୍ସଭଲିଜିତ୍‌ ଏବଂ ଓ୍ବାନିକାରେ ପୋଲିସ ଇନ୍‌ସପେକ୍ଟର ଭାବେ କାର୍ଯ୍ୟ କରିଥିଲେ। ୧୯୮୯ରେ ସେ ନ୍ୟାଶନାଲ କ୍ରିମିନାଲ ଇନ୍‌ଭେଷ୍ଟିଗେଶନ ଡିପାର୍ଟମେଣ୍ଟର ମୁଖ୍ୟ ଭାବେ ଅବସ୍ଥାପିତ ହୋଇଥିଲେ। ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ପାରଦର୍ଶିତା ତାଙ୍କୁ ୧୯୯୧ରେ ଚିପ୍‌ କମିଶନର ଅଫ୍‌ ପୋଲିସ ପଦବୀକୁ ଉନ୍ନୀତ କରିଥିଲା। ପୋଲିସ ପ୍ରଶାସନରେ ସଫଳତା ତାଙ୍କୁ ରାଜନୀତିରେ ପ୍ରବେଶ କରି ଦେଶ ସେବା କରିବା ଲାଗି ସୁଯୋଗ ଦେଇଥିଲା। ଫଳରେ ସେ ୨୦୦୫ରେ ପ୍ରୋଗ୍ରେସିଭ୍‌ ରିଫର୍ମ ପାର୍ଟି ତରଫରୁ ନିର୍ବାଚନ ଜିତି ନ୍ୟାୟ ଓ ପୋଲିସ ବିଭାଗର ମନ୍ତ୍ରୀ ହୋଇଥିଲେ। ସେହି ସମୟରେ ଦୀର୍ଘଦିନ ଧରି ଚାଲିଆସିଥିବା ଆପରାଧିକ କାର୍ଯ୍ୟ ବିଶେଷକରି ଡ୍ରଗ୍‌ ଚୋରା ଚାଲାଣ ରୋକିବାରେ ବିରାଟ ସଫଳତା ମିଳିଥିଲା। ଏହା ତାଙ୍କୁ ଦେଶରେ ଅଧିକ ଲୋକପ୍ରିୟ କରିଦେଇଥିଲା। ଫଳରେ ସେ ୨୦୧୦ରେ ରାଷ୍ଟ୍ରପତି ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ। ହେଲେ ସେ ଦ୍ୱିତୀୟ ସର୍ବାଧିକ ଭୋଟ ପାଇଥିଲେ। ପରେ ୩ ଜୁଲାଇ ୨୦୧୧ରେ ସନ୍ତୋଖି ପ୍ରୋଗ୍ରେସିଭ୍‌ ରିଫର୍ମ ପାର୍ଟିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ନେତୃତ୍ୱରେ ଏହି ପାର୍ଟି ୨୦୨୦ ଯାଏ ବିରୋଧୀ ଆସନରେ ବସିଥିଲା। ୨୬ ମେ ୨୦୨୦ରେ ହୋଇଥିବା ସାଧାରଣ ନିର୍ବାଚନରେ ସନ୍ତୋଖିଙ୍କ ନେତୃତ୍ୱ ଦଳକୁ ସର୍ବାଧିକ ପାର୍ଟିର ମାନ୍ୟତା ଦେଇଥିଲା। ୨୯ ଜୁନ୍‌ରେ ଦଳ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଥିଲା। ହେଲେ ୭ ଜୁଲାଇରେ ମିଳିତ ସରକାରରେ ତାଙ୍କୁ ବିଧିବଦ୍ଧ ଭାବେ ସୁରିନାମ୍‌ର ରାଷ୍ଟ୍ରପତି ଏବଂ ରୋନି ବ୍ରୁନ୍ସଓ୍ବିଜିକ୍‌ଙ୍କୁ ଉପରାଷ୍ଟ୍ରପତି ରୂପେ ମନୋନୀତ କରାଯାଇଥିଲା। ୧୬ ଜୁଲାଇରେ ସନ୍ତୋଖି ଦେଶର ୯ମ ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଥିଲେ। ତେବେ କୋଭିଡ୍‌-୧୯ ଯୋଗୁ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରୁ ସାଧାରଣ ଲୋକଙ୍କୁ ଦୂରେଇ ରଖାଯାଇଥିଲା।
ସନ୍ତୋଖିଙ୍କ ବ୍ୟକ୍ତିଗତ ଜୀବନ କହିଲେ ସହଧର୍ମିଣୀ ମେଲିସା ସିନାଚେରିଙ୍କୁ ସେ ୧୯ ଜୁଲାଇ ୨୦୨୦ରେ ବିବାହ କରିଛନ୍ତି। ଦୀର୍ଘବର୍ଷର ସମ୍ବନ୍ଧ ତାଙ୍କୁ ନିକଟରେ ବିଧିବଦ୍ଧ ସମ୍ପର୍କର ରୂପ ଦେଇଛି। ମେଲିସା ବୃତ୍ତିରେ ଜଣେ ଆଇନଜୀବୀ। ଉଭୟଙ୍କ ବିବାହ ଏକ ଘରୋଇ ଉତ୍ସବରେ ସୀମିତ ରହିଗଲା।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri