କରୋନା ସମୟରେ ଏହି ବ୍ୟାଙ୍କର ନେଟ୍‌ ଲାଭ ୩୬% ବଢ଼ିଲା

ନୂଆଦିଲ୍ଲୀ,୨୬।୭: ଦେଶର ପ୍ରମୁଖ ଘରୋଇ କ୍ଷେତ୍ର ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କର ନେଟ୍‌ ଲାଭ ୩୬% ବୃଦ୍ଧି ଘଟିଛି। ଏହି ସମୟରେ ବ୍ୟାଙ୍କ ୨୫୯୯ କୋଟି ଟଙ୍କା ଲାଭ ହାସଲ କରିଥିବା ଶନିବାର ରେଗୁଲେଟୋରି ଫାଇଲିଂରେ ସୂଚନା ଦେଇଛି। ଏହି ସମୟରେ ବ୍ୟାଙ୍କର ପରିଚାଳନାଗତ ଆୟ ୨୬,୦୬୬ କୋଟି ଟଙ୍କା ରହିଛି। ଏହା ଗତ ବର୍ଷ ତୁଳନାରେ ୨୧.୭୮% ବଢ଼ିଛି। ବ୍ୟାଙ୍କର ପ୍ରଭୋଜନ କମିଥିବା ବେଳେ ଆସେଟ କ୍ୱାଲିଟିରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଥିବା ଜଣାପଡିଛି। ଏହି ସମୟରେ ମୋଟ ସୁଧ ଜନିତ ଆୟ ୧୯,୯୨୪ କୋଟି ଟଙ୍କା ରହିଥିବା ବେଳେ ଏଥିରେ ୧୦.୮୧% ବୃଦ୍ଧି ଘଟିଛି। ସେହିଭଳି ନେଟ୍‌ ସୁଧ ଜନିତ ଆୟ ମଧ୍ୟ ବଢ଼ିଛି। ଏହାର ଏନ୍‌ପିଏ ୫.୪୬%କୁ ହ୍ରାସ ଘଟିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଭିସା ହର୍ବାଲ କେୟାର ସହ ଯୋଡ଼ି ହେଲେ ରବିନା ଟଣ୍ଡନ

ଚଣ୍ଡିଗଡ,୨୨ା୬: ଦିଭିସା ହର୍ବାଲ କେୟାର ଲିମିଟେଡ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କୁ ନିଜ ଆୟୁର୍ବେଦିକ ଟନିକ ବ୍ରାଣ୍ଡ ‘ସଚ୍ଚି ସହେଲୀ’ ଲାଗି ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ...

ଅଭିବୃଦ୍ଧିଶୀଳ ବଜାରକୁ ମିଶ୍ରିତ ଫଳାଫଳ

ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ଚୂଡ଼ାନ୍ତ ମତଦାନ ଶେଷ ହୋଇଛି। ଜାନୁୟାରୀରେ ଔପଚାରିକ ଭାବେ ରାଷ୍ଟ୍ରପତିଙ୍କ ନାମ ଘୋଷଣା କରାଯିବ। ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ...

ଏୟାର ଇଣ୍ଡିଆ ବିମାନ ବାତିଲ କଲା ହଂକଂ

ନୂଆଦିଲ୍ଲୀ:ହଂକଂ ଚତୁର୍ଥ ଥର ଲାଗି ଏୟାର ଇଣ୍ଡିଆ ବିମାନକୁ ବାତିଲ କରିଛି। ଏହି ବିମାନ କମ୍ପାନୀ ଫ୍ଲାଇଟ୍‌ରେ ଜଣେ କୋଭିଡ୍‌-୧୯ ସଂକ୍ରମିତ ଯାତ୍ରୀ ବାହାରିବାରୁ କଟକଣା...

ଗହମ ରପ୍ତାନି କରିବ ଭାରତ

ନୂଆଦିଲ୍ଲୀ,୯।୬: କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ଭାରତରୁ ୧୨ ଲକ୍ଷ ଟନ୍‌ ଗହମ ରପ୍ତାନି ପାଇଁ ମଞ୍ଜୁରୀ ପ୍ରଦାନ କରିପାରନ୍ତି। ଖବର ଏଜେନ୍ସି ରୟଟର୍ସର ସୂଚନା ଅନୁସାରେ, ଗତ...

ଇଣ୍ଟରନ୍ୟାଶନାଲ ଟ୍ରେଡ ଫେୟାର ଶୁଭାରମ୍ଭ

ଭୁବନେଶ୍ୱର,୧୨-୧୦(ବ୍ୟୁରୋ): ଭୁବନେଶ୍ୱର ଇଣ୍ଟରନ୍ୟାଶନାଲ ଟ୍ରେଡ ଫେୟାର ସ୍ଥାନୀୟ ଜନତା ମୈଦାନଠାରେ ଶୁକ୍ରବାରଠାରୁ ଶୁଭାରମ୍ଭ ହୋଇଛି। କେନ୍ଦ୍ରପଡା ଏମ୍‌ଏଲ୍‌ଏ ଶଶିଭୂଷଣ ବେହେରା, ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ...

ସାର ସବ୍‌ସିଡି ବୃଦ୍ଧିକଲେ ସରକାର

ନୂଆଦିଲ୍ଲୀ:  ସାର ଦର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାର ଦର ଉପରେ ଏକ ବିସ୍ତୃତ ଉପସ୍ଥାପନା...

୧.୮୧ ଲକ୍ଷ କୋଟିର ରିଫଣ୍ଡ ଜାରିକଲା ଆୟକର ବିଭାଗ

ନୂଆଦିଲ୍ଲୀ: ଆୟକର(ଆଇଟି) ବିଭାଗ ପକ୍ଷରୁ ୧.୮୧ ଲକ୍ଷ କୋଟି ଟଙ୍କାର ଆୟକର ରିଫଣ୍ଡ ଜାରି କରାଯାଇଛି। ଚଳିତ ଆର୍ଥତ୍କ ବର୍ଷରେ ୧.୭୪ ଲକ୍ଷରୁ ଊର୍ଦ୍ଧ୍ୱ ଟିକସଦାତାଙ୍କୁ...

ଅଶୋକ ଲାଭାସା ଏଡିବି ଉପସଭାପତି

ନୂଆଦିଲ୍ଲୀ,୧୬।୭: ଏସିଆନ୍‌ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ନିର୍ବାଚନ ଆୟୁକ୍ତ ଅଶୋକ ଲାଭାସାଙ୍କୁ ଏହାର ଉପସଭାପତି ଭାବେ ନିଯୁକ୍ତ କରିଛି। ଘରୋଇ କ୍ଷେତ୍ର ପରିଚାଳନା ଏବଂ ଘରୋଇ...

Advertisement
Archives

Model This Week