୮.୧କୁ ହ୍ରାସ

ଶ୍ରମିକ ଏବଂ କର୍ମଚାରୀଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା କେନ୍ଦ୍ର ସରକାରଙ୍କ ପ୍ରାଥମିକତା ରହିଆସିଛି ବୋଲି ବାରମ୍ବାର ଘୋଷଣା କରାଯାଉଛି। କିନ୍ତୁ ୧୨ ମାର୍ଚ୍ଚ ୨୦୨୨ରେ ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ଉପରେ ଥିବା ସୁଧ ହାରକୁ ୮.୫ ପ୍ରତିଶତରୁ ୮.୧ ପ୍ରତିଶତକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୧୯୭୭-୭୮ରୁ ଏହା ସବୁଠାରୁ କମ୍‌ ସୁଧହାର ବୋଲି ବିବେଚନା କରାଯାଉଛି। ସାଧାରଣତଃ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିରେ ଅର୍ଥ ଜମା କରୁଥିବା ବ୍ୟକ୍ତି ବହୁ କଷ୍ଟରେ ଉପାର୍ଜନ କରିଥାଆନ୍ତି। ଅବସର ବୟସରେ ଏହି ପାଣ୍ଠିରୁ ମିଳୁଥିବା ଅର୍ଥ ସେମାନଙ୍କୁ ଆର୍ଥିକ ସୁରକ୍ଷା ଦେଇଥାଏ। କୋଭିଡ୍‌-୧୯ ଯୋଗୁ ବହୁ କର୍ମଚାରୀ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି। ବର୍ତ୍ତମାନ ଆହୁରି ଅନେକ କାରଣ ଯଥା ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ, ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଫଳରେ ତୈଳ ଦର ବୃଦ୍ଧି ଆଶଙ୍କା, ଖାଦ୍ୟଦ୍ରବ୍ୟ ଆମଦାନୀ ପାଇଁ ଅଧିକ ଅର୍ଥ ବ୍ୟୟ ଭଳି ସମସ୍ୟା ଯୋଗୁ ବଜାରରେ ସାମଗ୍ରୀର ଦର ବହୁଗୁଣା ବଢ଼ିଯାଇଛି। କର୍ମଚାରୀ ଓ ଶ୍ରମିକଙ୍କ ପେଟକୁ ମାରି ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଅତ୍ୟନ୍ତ ଅନ୍ୟାୟ ବୋଲି କହି ଶ୍ରମିକ ସଙ୍ଗଠନଗୁଡ଼ିକ ଆସନ୍ତା ୨୮ ଓ ୨୯ ତାରିଖରେ ଦେଶବ୍ୟାପୀ ପ୍ରତିବାଦ କରିବେ ବୋଲି ଡାକରା ଦେଇଛନ୍ତି।

କେନ୍ଦ୍ରରେ ବର୍ତ୍ତମାନ କ୍ଷମତାସୀନ ସରକାରଙ୍କ କର୍ପୋରେଟ୍‌ ପ୍ରୀତି ଆଭିମୁଖ୍ୟ ବିଷୟରେ ଦେଶବାସୀ ଅବଗତ। ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ଘରୋଇକରଣ କରିବା ହେଉ ବା ସରକାରୀ ସଂସ୍ଥା ପରିସରରେ ବଳକା ଜମିକୁ ଲିଜ୍‌ ଓ ସ୍ଥଳବିଶେଷରେ ବିକ୍ରି କରି ମନିଟାଇଜେଶନ ବା ମୁଦ୍ରୀକରଣ କରୁଥିବା ସରକାର କେବଳ ରାଜସ୍ବ ଆଦାୟ ପଛରେ ପଡ଼ିଯାଇଛନ୍ତି। କିନ୍ତୁ ଯଦି ଏହିସବୁ ବିକ୍ରିବଟାକୁ ଗଭୀର ଭାବେ ଦେଖାଯାଏ ତେବେ ରାଜକୋଷକୁ ଅଧିକ ସମୃଦ୍ଧ କରିବା ପରିବର୍ତ୍ତେ ଏହି ପଦକ୍ଷେପଗୁଡ଼ିକ କେବଳ ନିଜର ବଛା ଓ ହାତଗଣତି ଶିଳ୍ପପତିଙ୍କୁ ଅତ୍ୟଧିକ ମାତ୍ରାରେ ଧନୀ କରାଇଦେଉଛି। କୃଷକ ଓ ଶ୍ରମିକଙ୍କ ମଙ୍ଗଳ ବିଷୟ କେବଳ ଭାଷଣରେ ଦିଆଯାଉଛି। ବିବାଦୀୟ କୃଷି ଆଇନ ଯୋଗୁ ଦେଶବ୍ୟାପୀ କେଉଁଭଳି ସ୍ଥିତି ଉପୁଜିଲା ତାହା ଜଗତ ଜାଣିଲା। ପୁଣି ଶ୍ରମ ଆଇନରେ ସଂସ୍କାର ଅଣାଯାଇ ଯେଉଁ ୪ଟି ଲେବର କୋଡ୍‌ ଅଣାଯାଇଛି ତାହା ମଧ୍ୟ ବିବାଦମୁକ୍ତ ନୁହେଁ। ଦି କୋଡ୍‌ ଅନ୍‌ ଓ୍ବେଜେସ୍‌ ୨୦୧୯, ଦି କୋଡ୍‌ ଅନ୍‌ ସୋସିଆଲ୍‌ ସିକ୍ୟୁରିଟି ୨୦୨୦, ଇଣ୍ଡଷ୍ଟ୍ରିଆଲ୍‌ ରିଲେସନ୍ସ କୋଡ୍‌ ୨୦୨୦ ଏବଂ ଅକ୍ୟୁପେଶନାଲ୍‌ ସେଫ୍ଟି, ହେଲ୍‌ଥ ଆଣ୍ଡ୍‌ ଓ୍ବାର୍କିଂ କଣ୍ଡିସନ୍ସ କୋଡ୍‌ ୨୦୨୦ରେ ଶ୍ରମିକଙ୍କ ମଙ୍ଗଳ ଅପେକ୍ଷା ଶିଳ୍ପକୁ ସୁହାଇଲା ଭଳି ବିଷୟକୁ ସନ୍ନିବେଶିତ କରାଯାଇଛି ବୋଲି ଶ୍ରମିକ ସଙ୍ଗଠନଗୁଡ଼ିକ ଅଭିଯୋଗ କରିଚାଲିଛନ୍ତି। ଏଥିରେ କେନ୍ଦ୍ରର ଆର୍ଥିକ ସହଯୋଗ ନେଇ କୌଣସି ସ୍ପଷ୍ଟତା ରହି ନ ଥିବାରୁ ତାହାକୁ ବିରୋଧ କରାଯାଉଛି। ଏଭଳି ସ୍ଥଳେ ଇପିଏଫ୍‌ ସୁଧ ହାର କମାଇ ଦିଆଯାଇ ସରକାର କେଉଁଭଳି ଭାବେ ଶ୍ରମିକଙ୍କ ମଙ୍ଗଳ ଚିନ୍ତା କରୁଛନ୍ତି ବୁଝିବା କଷ୍ଟକର। ଗୋଟିଏ ପଟେ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଋଣ ନେଇ ଇଚ୍ଛାକୃତ ଖିଲାପକାରୀ ହୋଇଥିବା ବ୍ୟକ୍ତି ଓ କମ୍ପାନୀକୁ ଆର୍ଥିକ ଛାଡ଼ କରିଦିଆଯାଉଥିବା ବେଳେ ସାଧାରଣ ଶ୍ରମିକ ଓ କର୍ମଚାରୀଙ୍କ ଇପିଏଫ୍‌ ଉପରେ ଦିଆଯାଉଥିବା ସ୍ବଳ୍ପ ପରିମାଣର ସୁଧ ହାର କମାଇବା ସକାଶେ ଚିନ୍ତା କରାଯିବା ସରକାରଙ୍କ ଦୋମୁହଁା ନୀତିର ପରିଚୟ ଦେଉଛି। ଏଥିସହିତ ଜୀବନ ବୀମା ନିଗମ (ଏଲ୍‌ଆଇସି) ଭଳି ଲାଭଦାୟକ ସଂସ୍ଥାର ଅଂଶଧନ ବିକ୍ରି କରିବା ପଛରେ କେଉଁ ପ୍ରକାର ଚିନ୍ତାଧାରା ରହିଛି ବୁଝିବା ସହଜ। ଯେତେବେଳେ ଦେଶର ସମଗ୍ର ଶ୍ରମିକ ସମୂହ ଏକ ଅପ୍ରତ୍ୟାଶିତ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ସେତେବେଳେ ସେମାନଙ୍କୁ ଆର୍ଥିକ ନିରାପତ୍ତା ଦେବା ପରିବର୍ତ୍ତେ ସରକାର ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମନ୍ଧନ (ପିଏମ୍‌-ଏସ୍‌ଓ୍ବାଇଏମ୍‌) କିମ୍ବା ବେପାରୀ ଓ ଆର୍ଥିକ ସ୍ବାବଲମ୍ବୀଙ୍କ ପାଇଁ ଜାତୀୟ ପେନ୍‌ସନ ଯୋଜନା ଭଳି କାନକୁ ଭଲ ଶୁଭୁଥିବା କାର୍ଯ୍ୟକ୍ରମ ବିଷୟରେ କେବଳ ଭାଷଣ ଦେଇଚାଲିଛନ୍ତି। ଚିନ୍ତାର ବିଷୟ ଯେ, କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ (ଇପିଏଫ୍‌ଓ)ର ଶୀର୍ଷ ନୀତି ନିର୍ଦ୍ଧାରକ ସଂସ୍ଥା ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଟ୍ରଷ୍ଟିଜ୍‌ରେ ସରକାର, ଶ୍ରମିକ ଓ କର୍ମଚାରୀଙ୍କ ପ୍ରତିନିଧିଙ୍କୁ ନିଷ୍ପତ୍ତି ନେବାର କ୍ଷମତା ଦିଆଯାଇଛି। କିନ୍ତୁ କେନ୍ଦ୍ର ସରକାର ଯାହା ଚାହିଁଥାଆନ୍ତି ସେହି ଅନୁଯାୟୀ ନିଷ୍ପତ୍ତି ନିଆଯାଉଥିବା ଅଭିଯୋଗ ହେଉଛି।
ନିକଟରେ ଶେଷ ହୋଇଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ୧୦ ମାର୍ଚ୍ଚରେ ପ୍ରକାଶ ପାଇବା ଓ ସେଥିରେ ଭାଜପା ୪ଟିରେ ବିଜୟ ଲାଭ କଲା ପରେ, ହୁଏତ, କେନ୍ଦ୍ରର ଭାଜପା ସରକାର ପୁନର୍ବାର ନିଜର ନୀତି ପଦାରେ ପକାଇଲେଣି। ଏହାର ଦୁଇ ଦିନ ପରେ ଶ୍ରମିକ ଓ କର୍ମଚାରୀଙ୍କୁ ବାଧିଲା ଭଳି ଇପିଏଫ୍‌ଓ ସୁଧ ହାର କମାଇ ଦିଆଯାଇଥିବାରୁ ବିରୋଧୀ ତାହାକୁ କେନ୍ଦ୍ର ସରକାରଙ୍କ ଭୋଟ୍‌ର ପ୍ରତିଦାନ ବୋଲି ଅଭିହିତ କରିଛନ୍ତି। ପୂର୍ବ ପରିଚିତ ବୃହତ୍‌ ବିରୋଧୀ ଦଳଗୁଡ଼ିକ ନିଜର ସ୍ଥିତି ହରାଇଲା ପରେ କହୁଥିବା ସବୁକଥା ଅବାଞ୍ଛିତ ଶୁଣାଯାଇପାରେ, କିନ୍ତୁ ବାସ୍ତବତାକୁ ଏଡ଼ାଇହେବ ନାହିଁ।

ଯଦି ମୁଦ୍ରୀକରଣ ମାଧ୍ୟମରେ ବିକ୍ରିବଟାକୁ ଗଭୀର ଭାବେ ଦେଖାଯାଏ ତେବେ ରାଜକୋଷକୁ ଅଧିକ ସମୃଦ୍ଧ କରିବା ପରିବର୍ତ୍ତେ ଏହି ପଦକ୍ଷେପଗୁଡ଼ିକ କେବଳ ନିଜର ବଛା ଓ ହାତଗଣତି ଶିଳ୍ପପତିଙ୍କୁ ଅତ୍ୟଧିକ ମାତ୍ରାରେ ଧନୀ କରାଇଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri