ଜୈବବିବିଧତା ସନ୍ତୁଳନରେ ଲାଲ କଙ୍କଡ଼ା

ମହାକାଳପଡ଼ା,୨୨।୨(ଡି.ଏନ୍‌.ଏ.): ସାମୁଦ୍ରିକ ବିରଳ ଜୀବ ମଧ୍ୟରେ ଲାଲ କଙ୍କଡା ଜୈବବିବିଧତା ଓ ପ୍ରାକୃତିକ ପରିବେଶ ସନ୍ତୁଳନ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ସମୁଦ୍ରରୁ ଭାସି ଆସୁଥିବା ବର୍ଜ୍ୟବସ୍ତୁ ଓ ଛୋଟ ଛୋଟ ସରୀସୃପ, ପଚା କଇଁଛ, ମାଛକୁ ଖାଇବା ସହ ଅନ୍ୟ ପଦାର୍ଥକୁ ନିଜ ଗାତରେ ସାଇତି ରଖିଥାନ୍ତି। ବାଲୁକା ଶଯ୍ୟାରେ ଗାତ କରିବା ଦ୍ୱାରା ଏଥିରେ ପବନ ପଶି ଉର୍ବରତା ବୃଦ୍ଧିରେ ସହାୟକ ହୋଇଥାଏ। ଏମାନେ ସମୁଦ୍ର ବାଲୁକା ଶଯ୍ୟା ଓ ବିସ୍ତୀର୍ଣ୍ଣ ବେଳାଭୂମିରେ ଦଳଦଳ ହୋଇ ବହୁସଂଖ୍ୟାରେ ଖୁବ୍‌ ପ୍ରଖର ବେଗରେ ବିଚରଣ କରିଥାନ୍ତି। ଶତ୍ରୁକୁ ଦେଖିଲେ ନିଜ ସୁରକ୍ଷିତ ଗଭୀର ଗାତ ମଧ୍ୟକୁ ଚାଲି ଯାଇଥାନ୍ତି। ପରେ ବିଷାକ୍ତ ଶିଙ୍ଗରେ ଆକ୍ରମଣ କରିଥାନ୍ତି। ଏହି କଙ୍କଡାକୁ ଖାଦ୍ୟ ରୂପେ ଗ୍ରହଣ କରାଯାଇ ନ ଥାଏ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। ମତ୍ସ୍ୟଜୀବୀମାନେ ସମୁଦ୍ରରେ ମାଛ ଧରିବା ବେଳେ ପ୍ଲାଷ୍ଟିକ ଗାଞ୍ଜ ଜାଳରେ ପଡି ଏମାନେ ମୃତ୍ୟୁ ମୁଖରେ ପଡନ୍ତି। ସ୍ଥାନୀୟ କଳକାରଖାନା ବିଷାକ୍ତ ବର୍ଜ୍ୟବସ୍ତୁ ସମୁଦ୍ରକୁ ଛାଡ଼ିବା ଦ୍ୱାରା ଏମାନଙ୍କ ସଂଖ୍ୟା କମିବାରେ ଲାଗିଛି। ତେଣୁ ଏମାନଙ୍କ ସୁରକ୍ଷା ଲାଗି ଲୋକଙ୍କୁ ସଚେତନ କରିବା ଜରୁରୀ ହୋଇପଡିଛି ବୋଲି ପରିବେଶ ପ୍ରେମୀ ମତବ୍ୟକ୍ତ କରିଛନ୍ତି।

କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଗହୀରମଥା ଅଭୟାରଣ୍ୟ ବେଳାଭୂମିରେ ଏମାନେ ଶତାଧିକ ଦେଖିବାକୁ ମିଳିଥାନ୍ତି। ବିଶେଷକରି ଅଗରନାଶି, ମାଦଳୀ, ହେଟାମୁଣ୍ଡିଆ, ଷୋଳ ମୁହାଣ, ଲଞ୍ଚ ଘୋଲା ସମେତ ମହାନଦୀ ତ୍ରିକୋଣ ଭୂମି ହେନ୍ତାଳ ଜଙ୍ଗଲ ଅଞ୍ଚଳରେ ଲାଲ କଙ୍କଡ଼ା ଦେଖିବାକୁ ମିଳିଥାଏ। ଏହି କଙ୍କଡା ସାଧାରଣତଃ ଲାଲ ଓ ହଳଦିଆ ଦୁଇଟି ରଙ୍ଗରେ ଦେଖିବାକୁ ମିଳନ୍ତି। ଏମାନଙ୍କର ଗୋଟିଏ ଗୋଡ ବଡ ଥିଲାବେଳେ ଅନ୍ୟ ଗୋଡଟି ସାନ ଥାଏ। ଏମାନେ ସଂଘବଦ୍ଧ ଭାବେ ବସବାସ କରିବାକୁ ପସନ୍ଦ କରିଥାନ୍ତି। ପ୍ରାକୃତିକ ଦୁର୍ବିପାକ ପୂର୍ବରୁ ଏମାନେ ସଂଘବଦ୍ଧ ଭାବେ ସ୍ଥଳ ଭାଗକୁ ଉଠି ପିଣ୍ଡୁଳା ଭାବେ ମେଳି ବାନ୍ଧି ଥାନ୍ତି। ବନ୍ୟା, ବାତ୍ୟା ସମୟରେ ନିଜ ଗାତ ଛାଡ଼ି ଅନ୍ୟ ଏକ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥାନ୍ତି। ସମୁଦ୍ର ନିଷିଦ୍ଧାଞ୍ଚଳରେ ଟ୍ରଲର, ବୋଟ୍‌ର ମତ୍ସ୍ୟଜୀବୀମାନେ ବୋଟ ରଖି ରୋଷେଇ କରିବା ଦ୍ୱାରା ଏମାନେ ଉକ୍ତ ସ୍ଥାନକୁ ଆସି ନ ଥାନ୍ତି। ଯାହାଦ୍ୱାରା ଏମାନେ ପୂର୍ବ ସ୍ଥାନ ଛାଡିବା ଦ୍ୱାରା ବିପଦରେ ପଡିଥାନ୍ତି। ଏମାନେ ସମୁଦ୍ର କୂଳର ବାଲିଆ ସ୍ଥାନରେ ଗାତ ଖୋଳି ପଚାଶଢ଼ା ବର୍ଜ୍ୟବସ୍ତୁ ରଖିବା ଦ୍ୱାରା ଏହା ମୃତ୍ତିକା ଉର୍ବରତାରେ ସହାୟ ହୋଇଥାଏ। ଫଳରେ ହେନ୍ତାଳ, ଗୁଆଁ, ରାଇ, ସୁନ୍ଦରୀ, କେରୁହଁ, ଝାଉଁ, କାଳିଆ ଖାଡି, ବନୀ ଆଦି ବୃକ୍ଷଗୁଡ଼ିକ ବଢ଼ିବାରେ ସହାୟକ ହୋଇଥାଏ। ତେବେ ପର୍ଯ୍ୟଟକମାନେ ଏହି ସ୍ଥାନକୁ ଆସି ସମୁଦ୍ର ବେଳାଭୂମିରେ ବିଚରଣ କରୁଥିବା ନାଲି କଙ୍କଡା ଦଳ ଦୃଶ୍ୟ ଦେଖିବାକୁ ପସନ୍ଦ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ର ମୃତ୍ୟୁ ପରେ ଜେଲରେ ବାପା: ୧୮ଦିନର ଶିଶୁପୁତ୍ରକୁ ଉଦ୍ଧାର

ବାଲେଶ୍ୱର ଅଫିସ,୧୨।୧୨- ବାଲେଶ୍ୱର ଚାଇଲ୍ଡ ଲାଇନ୍‌ ପକ୍ଷରୁ ବୁଧବାର ବସ୍ତା ଥାନା ଅନ୍ତର୍ଗତ ସାନଧନାଡ଼ି ଗ୍ରାମରୁ ୧୮ ଦିନର ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ପରେ ଏହି...

ବ୍ରହ୍ମପୁରରୁ ୪ ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ

ବ୍ରହ୍ମପୁର ଅଫିସ,୨୮ା୭-ରବିବାରରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ପକ୍ଷରୁ ଶହୀଦ ସପ୍ତାହ ପାଳନ କରାଯାଉଛି। ସରକାରୀ ଗାଡ଼ିଗୁଡ଼ିକୁ ମାଓବାଦୀମାନେ ଜାଳି ଦେଉଥିବା ନଜିର ରହିଛି।...

ଓଡ଼ିଶା ଆସିବେ ଜଗା-କାଳିଆ: ଦିଲ୍ଲୀ ଗଲେ ଦୁଇ ଡାକ୍ତର

କଟକ ଅଫିସ,୫।୯: ଓଡ଼ିଶା ଆସିବେ ଜଗା-କାଳିଆ। ଅପରେଶନ ମାଧ୍ୟମରେ ଅଲଗା ହୋଇଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଦିଲ୍ଲୀ ଏମ୍ସରୁ ସ୍ଥାନାନ୍ତର ହେବେ। ସେମାନଙ୍କୁ ଆଣିବା...

ବିଧାୟକଙ୍କ ଘରେ ଭଙ୍ଗାରୁଜା,ଥାନାରେ ମାମଲା

କେନ୍ଦୁଝର,୩୦।୧(ସ୍ବ.ପ୍ର.): ସଦର ବିଧାୟକ ମୋହନ ଚରଣ ମାଝୀଙ୍କ ମଣ୍ଡୁଆସ୍ଥିତ ବାସଭବନରେ ପଶି ଭାଜପାର ଜଣେ ପୂର୍ବତନ କାର୍ଯ୍ୟକର୍ତ୍ତା ଭଙ୍ଗାରୁଜା କରିଛନ୍ତି। ଏଥିସହ ମାନସ ରଞ୍ଜନ ସାହା...

ଗରିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ସ୍କୁଲ କିଟ୍‌ ପ୍ରଦାନ

ଖଣ୍ଡପଡ଼ା,୨୨ା୮(ସ୍ବ.ପ୍ର.): ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ପଞ୍ଚାୟତ ଅଞ୍ଚଳସ୍ଥିତ ବିଭିନ୍ନ ଶିକ୍ଷାନୁଷ୍ଠାନର ଗରିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ନୀଳମାଧବ ଘରୋଇ ମୋଟର କର୍ମଚାରୀ ସଂଘ ପକ୍ଷରୁ ମଙ୍ଗଳବାର...

ଶହେରୁ ଊର୍ଦ୍ଧ୍ବ ଦାଦନ ଫସି ରହିଛନ୍ତି ମହାରାଷ୍ଟ୍ରରେ: ଭୋକ ଉପାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

କେସିଙ୍ଗା,୨୯।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତର ମଶାଣିବନ୍ଧା, କୋକୋଡ଼ମାଲ ଓ ଭବାନୀପାଟଣା ବ୍ଲକର ଭିକାଝରଣ ଗ୍ରାମର ଶତାଧିକ ଦାଦନ ଶ୍ରମିକ...

ନନ୍ଦନକାନନକୁ ଆସିବ ଧଳା ଗଣ୍ଡା, ଆଫ୍ରିକୀୟ ସିଂହ

ଭୁବନେଶ୍ୱର, ୨୪।୧(ବ୍ୟୁରୋ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି। ସିଙ୍ଗାପୁରରୁ ଧଳା ଗଣ୍ଡା ନନ୍ଦନକାନନ ଆସିବ। ସେହିଭଳି ଶ୍ରୀଲଙ୍କାରୁ ଆଫ୍ରିକୀୟ ସିଂହ ଓ ଅନ୍ୟ...

ଫାଇଲ ତଳେ ନୀଳମାଧବ ପୀଠକୁ ରୋପ୍‌ୱେ ବ୍ୟବସ୍ଥା

ଖଣ୍ଡପଡା,୨୯। ୧(ସ୍ବ.ପ୍ର.): ନୟାଗଡ଼ ଜିଲା କଣ୍ଟିଲୋ ଶ୍ରୀନୀଳମାଧବଙ୍କ ପୀଠକୁ ପ୍ରତିଦିନ ଶତାଧିକ ପର୍ଯ୍ୟଟକ ଆସିଥାନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ବୟସାଧିକ୍ୟ ଓ ଭିନ୍ନକ୍ଷମ ଥିବାରୁ ପାହାଡ...

Advertisement
Archives

Model This Week