ଜୈବବିବିଧତା ସନ୍ତୁଳନରେ ଲାଲ କଙ୍କଡ଼ା

ମହାକାଳପଡ଼ା,୨୨।୨(ଡି.ଏନ୍‌.ଏ.): ସାମୁଦ୍ରିକ ବିରଳ ଜୀବ ମଧ୍ୟରେ ଲାଲ କଙ୍କଡା ଜୈବବିବିଧତା ଓ ପ୍ରାକୃତିକ ପରିବେଶ ସନ୍ତୁଳନ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ସମୁଦ୍ରରୁ ଭାସି ଆସୁଥିବା ବର୍ଜ୍ୟବସ୍ତୁ ଓ ଛୋଟ ଛୋଟ ସରୀସୃପ, ପଚା କଇଁଛ, ମାଛକୁ ଖାଇବା ସହ ଅନ୍ୟ ପଦାର୍ଥକୁ ନିଜ ଗାତରେ ସାଇତି ରଖିଥାନ୍ତି। ବାଲୁକା ଶଯ୍ୟାରେ ଗାତ କରିବା ଦ୍ୱାରା ଏଥିରେ ପବନ ପଶି ଉର୍ବରତା ବୃଦ୍ଧିରେ ସହାୟକ ହୋଇଥାଏ। ଏମାନେ ସମୁଦ୍ର ବାଲୁକା ଶଯ୍ୟା ଓ ବିସ୍ତୀର୍ଣ୍ଣ ବେଳାଭୂମିରେ ଦଳଦଳ ହୋଇ ବହୁସଂଖ୍ୟାରେ ଖୁବ୍‌ ପ୍ରଖର ବେଗରେ ବିଚରଣ କରିଥାନ୍ତି। ଶତ୍ରୁକୁ ଦେଖିଲେ ନିଜ ସୁରକ୍ଷିତ ଗଭୀର ଗାତ ମଧ୍ୟକୁ ଚାଲି ଯାଇଥାନ୍ତି। ପରେ ବିଷାକ୍ତ ଶିଙ୍ଗରେ ଆକ୍ରମଣ କରିଥାନ୍ତି। ଏହି କଙ୍କଡାକୁ ଖାଦ୍ୟ ରୂପେ ଗ୍ରହଣ କରାଯାଇ ନ ଥାଏ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। ମତ୍ସ୍ୟଜୀବୀମାନେ ସମୁଦ୍ରରେ ମାଛ ଧରିବା ବେଳେ ପ୍ଲାଷ୍ଟିକ ଗାଞ୍ଜ ଜାଳରେ ପଡି ଏମାନେ ମୃତ୍ୟୁ ମୁଖରେ ପଡନ୍ତି। ସ୍ଥାନୀୟ କଳକାରଖାନା ବିଷାକ୍ତ ବର୍ଜ୍ୟବସ୍ତୁ ସମୁଦ୍ରକୁ ଛାଡ଼ିବା ଦ୍ୱାରା ଏମାନଙ୍କ ସଂଖ୍ୟା କମିବାରେ ଲାଗିଛି। ତେଣୁ ଏମାନଙ୍କ ସୁରକ୍ଷା ଲାଗି ଲୋକଙ୍କୁ ସଚେତନ କରିବା ଜରୁରୀ ହୋଇପଡିଛି ବୋଲି ପରିବେଶ ପ୍ରେମୀ ମତବ୍ୟକ୍ତ କରିଛନ୍ତି।

କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଗହୀରମଥା ଅଭୟାରଣ୍ୟ ବେଳାଭୂମିରେ ଏମାନେ ଶତାଧିକ ଦେଖିବାକୁ ମିଳିଥାନ୍ତି। ବିଶେଷକରି ଅଗରନାଶି, ମାଦଳୀ, ହେଟାମୁଣ୍ଡିଆ, ଷୋଳ ମୁହାଣ, ଲଞ୍ଚ ଘୋଲା ସମେତ ମହାନଦୀ ତ୍ରିକୋଣ ଭୂମି ହେନ୍ତାଳ ଜଙ୍ଗଲ ଅଞ୍ଚଳରେ ଲାଲ କଙ୍କଡ଼ା ଦେଖିବାକୁ ମିଳିଥାଏ। ଏହି କଙ୍କଡା ସାଧାରଣତଃ ଲାଲ ଓ ହଳଦିଆ ଦୁଇଟି ରଙ୍ଗରେ ଦେଖିବାକୁ ମିଳନ୍ତି। ଏମାନଙ୍କର ଗୋଟିଏ ଗୋଡ ବଡ ଥିଲାବେଳେ ଅନ୍ୟ ଗୋଡଟି ସାନ ଥାଏ। ଏମାନେ ସଂଘବଦ୍ଧ ଭାବେ ବସବାସ କରିବାକୁ ପସନ୍ଦ କରିଥାନ୍ତି। ପ୍ରାକୃତିକ ଦୁର୍ବିପାକ ପୂର୍ବରୁ ଏମାନେ ସଂଘବଦ୍ଧ ଭାବେ ସ୍ଥଳ ଭାଗକୁ ଉଠି ପିଣ୍ଡୁଳା ଭାବେ ମେଳି ବାନ୍ଧି ଥାନ୍ତି। ବନ୍ୟା, ବାତ୍ୟା ସମୟରେ ନିଜ ଗାତ ଛାଡ଼ି ଅନ୍ୟ ଏକ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥାନ୍ତି। ସମୁଦ୍ର ନିଷିଦ୍ଧାଞ୍ଚଳରେ ଟ୍ରଲର, ବୋଟ୍‌ର ମତ୍ସ୍ୟଜୀବୀମାନେ ବୋଟ ରଖି ରୋଷେଇ କରିବା ଦ୍ୱାରା ଏମାନେ ଉକ୍ତ ସ୍ଥାନକୁ ଆସି ନ ଥାନ୍ତି। ଯାହାଦ୍ୱାରା ଏମାନେ ପୂର୍ବ ସ୍ଥାନ ଛାଡିବା ଦ୍ୱାରା ବିପଦରେ ପଡିଥାନ୍ତି। ଏମାନେ ସମୁଦ୍ର କୂଳର ବାଲିଆ ସ୍ଥାନରେ ଗାତ ଖୋଳି ପଚାଶଢ଼ା ବର୍ଜ୍ୟବସ୍ତୁ ରଖିବା ଦ୍ୱାରା ଏହା ମୃତ୍ତିକା ଉର୍ବରତାରେ ସହାୟ ହୋଇଥାଏ। ଫଳରେ ହେନ୍ତାଳ, ଗୁଆଁ, ରାଇ, ସୁନ୍ଦରୀ, କେରୁହଁ, ଝାଉଁ, କାଳିଆ ଖାଡି, ବନୀ ଆଦି ବୃକ୍ଷଗୁଡ଼ିକ ବଢ଼ିବାରେ ସହାୟକ ହୋଇଥାଏ। ତେବେ ପର୍ଯ୍ୟଟକମାନେ ଏହି ସ୍ଥାନକୁ ଆସି ସମୁଦ୍ର ବେଳାଭୂମିରେ ବିଚରଣ କରୁଥିବା ନାଲି କଙ୍କଡା ଦଳ ଦୃଶ୍ୟ ଦେଖିବାକୁ ପସନ୍ଦ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?