ନିଯୁକ୍ତି ରହସ୍ୟ

Dillip Cherian

ପ୍ରତିରକ୍ଷା ଉତ୍ପାଦନ ସଚିବ ରାଜ କୁମାରଙ୍କ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ତାଙ୍କ ମୂଳ ରାଜ୍ୟ କ୍ୟାଡର୍‌ ଗୁଜରାଟକୁ ପଠାଇ ଦିଆଯିବା ପରେ ତିନି ମାସରୁ ଊର୍ଦ୍ଧ୍ୱ ହେବ ସେହି ପଦବୀ ଖାଲି ରହିଛି। ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ପରେ ସରକାର ଜଣେ ନିର୍ଦ୍ଦିଷ୍ଟ ଆଇଏଏସ୍‌ ଅଧିକାରୀଙ୍କୁ ଏହି ପଦବୀକୁ ଆଣିବାକୁ ଚାହିଁଥିବାରୁ ଏହା ପୂରଣ ହୋଇପାରିନାହିଁ ବୋଲି କେତେଜଣ ପର୍ଯ୍ୟବେକ୍ଷକ ଭାବୁଥିଲେ। କିନ୍ତୁ ନିର୍ବାଚନ ଶେଷ ହଲେ ବି ନିଯୁକ୍ତି ହୋଇପାରି ନାହିଁ ଓ ଏହା ରହସ୍ୟ ଘେରରେ ରହିଛି ।
ସେ ସମୟରେ ରାଜ କୁମାରଙ୍କୁ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଗୁଜରାଟ ପଠାଯାଇଥିଲା ବୋଲି ଅନୁମାନ କରାଯାଉଥିଲା। ସରକାର ମଧ୍ୟ ତାଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରିବା ପାଇଁ ଆଗ୍ରହୀ ଥିଲେ ବି ଏଥିପାଇଁ କୌଣସି ତପତ୍ରତା ନାହିଁ। ଅନ୍ୟପଟେ ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ କେନ୍ଦ୍ର ରାଜ କୁମାରଙ୍କ ବଦଳରେ ଆଉ ଜଣେ ବାବୁଙ୍କ ନାମ ଘୋଷଣା କରୁନାହିଁ। ଯେ ପର୍ଯ୍ୟନ୍ତ ନିଯୁକ୍ତି ହୋଇନାହିଁ ସେ ଯାଏ ପ୍ରତିରକ୍ଷା ସଚିବ ଅଜୟ କୁମାରଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗର ଅତିରିକ୍ତ ଦାୟିତ୍ୱ ବହନ କରିବାକୁ ହେବ। ଦିନ ପରେ ଦିନ ଗଡି ଚାଲିଥିବାରୁ ନିଯୁକ୍ତି ପାଇବାକୁ ଥିବା ପ୍ରତିରକ୍ଷା ବାବୁଙ୍କୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଏହି ସମୟରେ ଏକ ସେକ୍ଟୋରାଲ ଗ୍ରୁପ୍‌ ଅଫ୍‌ ସେକ୍ରେଟାରିଜ୍‌ (ଏସ୍‌ଜିଓଏସ୍‌) କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କୁ ଭେଟିଛନ୍ତି। ୨୦୪୭ ସୁଦ୍ଧା ଭାରତ ପ୍ରତିରକ୍ଷା ଉତ୍ପାଦନ ୧୫୦ ବିଲିୟନକୁ ବୃଦ୍ଧି କରିବାର ଲକ୍ଷ୍ୟ ରଖିବା ଏବଂ ବାର୍ଷିକ ରପ୍ତାନି କ୍ଷେତ୍ରରେ ୩୦ ବିଲିୟନ ଡଲାର ଟାର୍ଗେଟ ହାସଲ କରିବା ଦରକାର ବୋଲି ସେମାନେ ମତ ରଖିଛନ୍ତି। ବାସ୍ତବରେ ଏହି ଲକ୍ଷ୍ୟ ହାସଲ କରିବା ଯେତିକି ମହତ୍ତ୍ୱପୂର୍ଣ୍ଣ, ଏହାର ଦାୟିତ୍ୱ ନିର୍ବାହ ପାଇଁ ଜଣେ ଦକ୍ଷ ବ୍ୟକ୍ତିଙ୍କୁ ନିଯୁକ୍ତ କରିବା ତା’ଠାରୁ ଗୁରୁତ୍ୱପୂର୍ଣ୍ଣ।
ଜମ୍ମୁକଶ୍ମୀରକୁ ଅଧିକ ପଦବୀ
କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି) କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁକଶ୍ମୀରର ପ୍ରଶାସନିକ କାର୍ଯ୍ୟରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନେଇଛି। ଏଜିଏମ୍‌ୟୁଟି (ଅରୁଣାଚଳପ୍ରଦେଶ ଗୋଆ ମିଜୋରାମ ଆଣ୍ଡ୍‌ ୟୁନିୟନ ଟେରିଟୋରି) କ୍ୟାଡର୍‌ର ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଏଫ୍‌ଏସ୍‌ଙ୍କ ୧୮୯ ପଦବୀକୁ ଡିଓପିଟି ଔପଚାରିକ ଭାବେ ଜମ୍ମୁକଶ୍ମୀରକୁ ଆବଣ୍ଟନ କରିଛି। ଏହି ପଦକ୍ଷେପ ଏବଂ ଡିଓପିଟି ସଚିବ ପି.କେ. ତ୍ରିପାଠୀଙ୍କ ଦ୍ୱାରା ଅଧିସୂଚିତ ସଂଶୋଧିତ ସେବା ନିୟମଗୁଡ଼ିକ ଜମ୍ମୁକଶ୍ମୀରକୁ ଅନ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ସମକକ୍ଷ କରିପାରିବ। ବିଜ୍ଞପ୍ତି ଅନୁଯାୟୀ, ଏଜିଏମ୍‌ୟୁଟି କ୍ୟାଡର୍‌ର ୬୫ ସିନିୟର ଡ୍ୟୁଟି ପୋଷ୍ଟ୍‌ ଭାରତୀୟ ପ୍ରଶାସନିକ ସେବାରେ, ୭୦ ଭାରତୀୟ ପୋଲିସ ସେବାରେ ଏବଂ ୫୮ ଭାରତୀୟ ବନ ସେବାରେ ଜମ୍ମୁକଶ୍ମୀରକୁ ଦିଆଯାଇଛି। ଜମ୍ମୁକଶ୍ମୀରର ଗୋଟିଏ ମୁଖ୍ୟ ସଚିବ ପଦବୀ, ୬ ପ୍ରିନ୍‌ସିପାଲ ସେକ୍ରେଟାରି, ଜଣେ ସ୍ପେଶିଆଲ ଟ୍ରବ୍ୟୁନାଲ ଚେୟାରମ୍ୟାନ, ପ୍ରିନ୍‌ସିପାଲ ସେକ୍ରେଟାରି ଟୁ ଗଭର୍ନର, ଚିଫ୍‌ ଇଲେକ୍ଟ୍ରୋରାଲ ଅଫିସର (ସିଇଓ), ଜଣେ ପ୍ରନ୍‌ସିପାଲ ରେସିଡେଣ୍ଟ କମିଶନର, ୯ କମିଶନର ସେକ୍ରେଟାରି, ୨ ଡିଭିଜନାଲ କମିଶନର ଏବଂ ୨୦ ଡେପୁଟି କମିଶନର ଆଦି ପଦବୀ ରହିବ । ସୂତ୍ରରୁ ଜଣାପଡ଼ିଛି ଯେ, ପୂର୍ବରୁ ଜମ୍ମୁକଶ୍ମୀର କ୍ୟାଡର୍‌ରେ ଥିବା ଅନେକ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀ ଏବେ ଏଜିଏମ୍‌ୟୁଟିରେ ମିଶିଯାଇଛନ୍ତି ଏବଂ ସେମାନଙ୍କୁ ଲଦାଖରେ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ କେନ୍ଦ୍ର ଏବଂ ଲଦାଖରେ ଡେପୁଟେଶନରେ ଥିବା ଅଧିକାରୀମାନଙ୍କୁ ମିଶାଇ କେବଳ ୬୦ ଆଇଏଏସ୍‌ ଏବଂ ୬୪ ଆଇପିଏସ୍‌ ଜମ୍ମୁକଶ୍ମୀରରେ ରହିଛନ୍ତି।
ଅବସର ପର ଦାୟିତ୍ୱ
ବରିଷ୍ଠ ବାବୁମାନଙ୍କ ମଧ୍ୟରୁ କେତେଜଣ ଅବସର ପରେ ମୋଦି ସରକାରରେ ନିଯୁକ୍ତି ପାଇ ନିଜକୁ ଖୁବ୍‌ ଦରକାରୀ ବାବୁ ଭାବେ ପ୍ରତିପାଦିତ କରି ଆସୁଛନ୍ତି। ଏବେ ପୂର୍ବତନ ଅର୍ଥ ସଚିବ ଦେବାଶିଷ ପଣ୍ଡା ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆର୍‌ଡିଏଆଇ)ର ନୂଆ ଅଧ୍ୟକ୍ଷ ହୋଇଛନ୍ତି। ଏହି ପଦବୀରେ ଏସ୍‌.ସି. ଖୁଣ୍ଟିଆଙ୍କ କାର୍ଯ୍ୟକାଳ ଶେଷ ହେବାର ପାଖାପାଖି ୧୦ ମାସ ପରେ ପଣ୍ଡାଙ୍କୁ ନିଯୁକ୍ତି ମିଳିଛି। ଫଳରେ ନିଯୁକ୍ତି ବିଳମ୍ବକୁ ନେଇ ହେଉଥିବା ଆଲୋଚନାର ପରିସମାପ୍ତି ଘଟିଛି। ଅନ୍ୟ ଏକ ନିଷ୍ପତ୍ତି କ୍ରମେ ସରକାର ପୂର୍ବତନ ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂ ଖରୋଲାଙ୍କୁ ୩ ବର୍ଷ ପାଇଁ ନ୍ୟାଶନାଲ ରିକ୍ରୁଟ୍‌ମେଣ୍ଟ ଏଜେନ୍ସି (ଏନ୍‌ଆର୍‌ଏ)ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ସେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକରେ ଗ୍ରୁପ୍‌ ସି ଓ ଗ୍ରୁପ୍‌ ଡି ପଦବୀ ନିଯୁକ୍ତି ପାଇଁ ଉଦ୍ଦିଷ୍ଟ କମନ୍‌ ଏଲିଜିବିଲିଟି ଟେଷ୍ଟ୍‌ (ସିଇଟି)ର ଦେଖାଶୁଣା କରିବେ। ସିଇଟିକୁ ବ୍ୟବସ୍ଥିତ କରିବା ଏବଂ ଷ୍ଟାଫ୍‌ ସିଲେକ୍‌ଶନ କମିଶନ, ରେଲଓ୍ବେ ରିକ୍ରୁଟ୍‌ମେଣ୍ଟ ବୋର୍ଡ ଏବଂ ଇନ୍‌ଷ୍ଟିଚ୍ୟୁଟ ବ୍ୟାଙ୍କିଙ୍ଗ୍‌ ପର୍ଶନାଲ ସିଲେକ୍‌ଶନ ଦ୍ୱାରା ପୂର୍ବରୁ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କର ଏକ ଚୂଡାନ୍ତ ତାଲିକା ପ୍ରସ୍ତୁତ କରିବା ପାଇଁ ୨୦୨୦ରେ ଏନ୍‌ଆର୍‌ଏ ଗଠନ କରାଯାଇଥିଲା। ଏହା ବହୁ ପ୍ରକାର ନିଯୁକ୍ତି ପରୀକ୍ଷା ବ୍ୟବସ୍ଥାକୁ ହଟାଇବା ସହ ଏଥିତ୍ରେ ସ୍ବଚ୍ଛତା ଆଣିବ ବୋଲି ଆଶା କରାଯାଏ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri