ନିଯୁକ୍ତି ରହସ୍ୟ

Dillip Cherian

ସମ୍ପ୍ରତି ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ପ୍ରମୁଖ ସଚିବ ଆଶିଷ ଶର୍ମାଙ୍କୁ ହଟାଇ ଦିଆଯାଇଛି। ଅଧିକାଂଶ ପର୍ଯ୍ୟବେକ୍ଷକ କହନ୍ତି, ରାଜ୍ୟରେ ସାମ୍ପ୍ରତିକ ରାଜନୈତିକ ଜଟିଳତାକୁ ଦେଖିଲେ ଏଭଳି ଘଟିବା କିଛି ଅସମ୍ଭବ ନୁହେଁ। ମୁଖ୍ୟମନ୍ତ୍ରୀ କିମ୍ବା ଉପ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତ ଜଣେ ଆଇଏଏସ୍‌ ଅଧିକାରୀଙ୍କୁ ସାଧାରଣ କାର୍ଯ୍ୟକାଳ ପୂରଣ କରିବା ପୂର୍ବରୁ ଅନୌପଚାରିକ ଭାବେ ବାହାର କରିଦେବା ଅତ୍ୟନ୍ତ ଅସ୍ୱାଭାବିକ ଘଟଣା। ଶର୍ମାଙ୍କ ଆକସ୍ମିକ ସ୍ଥାନାନ୍ତର ସମ୍ମାନଜନକ ମନ୍ତ୍ରଣାଳୟରେ ତାଙ୍କର କାର୍ଯ୍ୟକାଳ ପୂରଣ ପୂର୍ବରୁ ସମାପ୍ତିକୁ ସୂଚିତ କରିବା ସହ ୬ ମାସ ମଧ୍ୟରେ ଏହା ତାଙ୍କର ତୃତୀୟ ସ୍ଥାନାନ୍ତରଣକୁ ଦର୍ଶାଏ। ଡେଙ୍ଗୁରେ ପୀଡ଼ିତ ଅଜିତ ପାୱାର ମନ୍ତ୍ରଣାଳୟରେ ଅନୁପସ୍ଥିତ ଥିବାବେଳେ ତାଙ୍କ ପ୍ରମୁଖ ସଚିବଙ୍କ ସ୍ଥାନାନ୍ତର ଯୋଗୁ କାର୍ଯ୍ୟାଳୟରେ ଏକ ପ୍ରକାର ଅଚଳାବସ୍ଥା ଦେଖାଦେଇଛି। ପାୱାରଙ୍କ ନୀରବତାକୁ ନେଇ କଳ୍ପନାଜଳ୍ପନା ବି ସୃଷ୍ଟି ହୋଇଛି। ଏହି ପଦକ୍ଷେପ ପ୍ରଚ୍ଛଦରେ ଥିବା ରହସ୍ୟ ସମ୍ପର୍କରେ କୌଣସି ସରକାରୀ ବିବୃତି ଦିଆ ଯାଇ ନ ଥିବାରୁ ଅନେକ ସମ୍ଭାବନା ଓ ଗୁଞ୍ଜରଣ ସୃଷ୍ଟି ହୋଇଛି। ଅଜିତ ପାୱାର ମହାରାଷ୍ଟ୍ରରେ ଭାଜପା ନେତୃତ୍ୱାଧୀନ ମିଳିତ ସରକାରରେ ଯୋଗଦେବା ପରେ ତାଙ୍କ ସ୍ଥିତି ମଜଭୁତ କରିିବାକୁ ଚେଷ୍ଟା କରୁଛନ୍ତି। ଯଦିଓ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯାଇଛି ଏବଂ ତାଙ୍କ ଏନ୍‌ସିପି ଦଳ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଛି ତଥାପି କ୍ଷମତା କ୍ରମରେ ତୃତୀୟ ସ୍ଥାନରେ ଅଛନ୍ତି। ଶର୍ମାଙ୍କ ପ୍ରସ୍ଥାନ ସୂଚାଇ ଦେଉଛି ଯେ ସାମ୍ପ୍ରତିକ କ୍ରମରେ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

ପରୀକ୍ଷାର ସମୟ
କିଛିଦିନ ପୂର୍ବରୁ ଶ୍ରୀଲଙ୍କା ଜଳସୀମାରେ ଚାଇନାର ଏକ ଗୁପ୍ତଚର ଜାହାଜ ପ୍ରବେଶ କରିଥିଲା। ଏହାକୁ ରୋକିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ(ଏମ୍‌ଇଏ)ର ଚେଷ୍ଟା ସତ୍ତ୍ୱେ ଏଭଳି ଘଟଣା ଭାରତ ମହାସାଗରରେ କୂଟନୈତିକ ସମ୍ବେଦନଶୀଳ ସ୍ଥିତିକୁ ସୂଚିତ କରିଛି। ବର୍ତ୍ତମାନ ଏକ ନୂତନ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି, ଯାହା ଏମ୍‌ଇଏରୁ ରଣନୀତିକ ପ୍ରତିକ୍ରିୟା ଦାବି କରେ। ଆମେରିକା ଅନୁମୋଦନରେ ରୁଷିଆର ଅଶୋଧିତ ପରିବହନ କରୁଥିବା ତିନୋଟି ତୈଳ ଟ୍ୟାଙ୍କରର ଆଗମନ ଅଭିଯୋଗ ମନ୍ତ୍ରଣାଳୟ ପାଇଁ ଏକ ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ,ଏହି ଜାହାଜଗୁଡ଼ିକ କୌଣସି ଏକ ଦେଶର ବନ୍ଦରରେ ରହିବାର ସମ୍ଭାବନା ଭାରତର ସାମୁଦ୍ରିକ ନୀତି ଗଠନରେ ଥିବା ଏମ୍‌ଇଏର ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଏହି ଜାହାଜଗୁଡ଼ିକୁ ଅଣପ୍ରମୁଖ ବନ୍ଦରଗୁଡ଼ିକରେ କାରବାର କରିବା ଲାଗି ଭାରତୀୟ ଜଳକ୍ଷେତ୍ରକୁ ଅନୁମତି ଦିଆଯିବ କି ନାହିଁ ତାହା ସ୍ଥିର କରିବା ନିମନ୍ତେ ଏମ୍‌ଇଏକୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଦାୟିତ୍ୱ ଦିଆଯାଇଛି। ଜାହାଜ ଚଳାଚଳ ମନ୍ତ୍ରଣାଳୟର ବରିଷ୍ଠ ବାବୁଙ୍କ ଦ୍ୱାରା ସୂଚିତ ପ୍ରୋଟୋକଲଗୁଡିକ ଜାହାଜ ପ୍ରବେଶ ସହିତ ଜଡ଼ିତ ପ୍ରକ୍ରିୟାଗତ ଜଟିଳତା ପ୍ରକାଶ କରୁଥିବାବେଳେ ସବୁଜ ସଙ୍କେତ ଦେବା କିମ୍ବା ପ୍ରବେଶକୁ ପ୍ରତ୍ୟାଖ୍ୟାନ କରିବାର ନିଷ୍ପତ୍ତି ଶେଷରେ ଏମ୍‌ଇଏ ଉପରେ ରହିଛି । ରୁଷିଆ ସହିତ ପୁରୁଣା ସମ୍ପର୍କରୁ ଭାରତକୁ ଦୂରେଇ ରଖିବା ପାଇଁ ଆମେରିକା ଉଦ୍ୟମ କରୁଥିବାବେଳେ ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ରୁଷିଆ-ୟୁକ୍ରେନ ବିବାଦରେ ନିରପେକ୍ଷ ଭୂମିକା ଗ୍ରହଣ କରିଛି । କଠିନ ସ୍ଥିତିରେ ନିଷ୍ପତ୍ତି ନେବା ଏବଂ ଭାରସାମ୍ୟ ରଖିବାକୁ ଏକ ସମାଧାନର ବାଟ ଖୋଜିବା ପାଇଁ ଏମ୍‌ଇଏ ପାଇଁ ଏହା ଏକ ପରୀକ୍ଷାର ସମୟ।

ସରକାରଙ୍କୁ ବିରୋଧ
ବୋଧହୁଏ ପ୍ରଥମ ଥର ପାଇଁ କେରଳର ଆଇଏଏସ୍‌ ଅଧିକାରୀମାନେ ମିଳିତ ଭାବେ ଏକ ସରକାର ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସିଏଟି) ରାଜ୍ୟ ସରକାରରେ ଆଇଏଏସ୍‌ ଅଧିକାରୀଙ୍କ ନିଯୁକ୍ତି, ସ୍ଥାନାନ୍ତରରେ ଉପଯୁକ୍ତ ପ୍ରକ୍ରିୟାର ଅଭାବ ବିରୋଧରେ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସିଏଟି ବେଞ୍ଚ ଏକ ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶ ଜାରି କରିଛନ୍ତି। ପୂର୍ବରୁ ସିଭିଲ ସର୍ଭିସ ବୋର୍ଡର ବୈଠକ ନ କରି ପିନାରାଇ ବିଜୟ ସରକାରଙ୍କୁ ଏପରି ନିଷ୍ପତ୍ତି ନେବାକୁ ବାରଣ କରିଛନ୍ତି। ସିଭିଲ ସର୍ଭିସ ବୋର୍ଡର ଆବଶ୍ୟକ ସୁପାରିସ ବିନା ବାରମ୍ବାର ବଦଳି ଏବଂ ନିଯୁକ୍ତି ଅର୍ଡର ଦିଆଯାଉଛି ବୋଲି ଅଭିଯୋଗ କରି କେରଳ ଆଇଏଏସ ଅଫିସର୍ସ ଆସୋସିଏଶନ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିଶନର ଉତ୍ତରରେ ସିଏଟିର ଏହି ନିର୍ଦ୍ଦେଶନାମା ଆସିଛି। ତେବେ ଅଧିକାରୀଙ୍କ ଆବେଦନରେ ଦର୍ଶାଯାଇଛି ଯେ, କ୍ୟାଡର ଅଧିକାରୀଙ୍କ ହାରାହାରି କାର୍ଯ୍ୟକାଳ ଦୁଇ ବର୍ଷର ନିର୍ଦ୍ଧାରିତ ସର୍ବନିମ୍ନ ଅବଧିଠାରୁ କମ୍‌। ଜିଲାପାଳ, ସରକାରଙ୍କ ସଚିବ ଏବଂ ଗୁରୁତ୍ୱପୂର୍ଣ୍ଣ ବିଭାଗର ମୁଖ୍ୟ ଭଳି ପଦବୀରେ ହାରାହାରି କାର୍ଯ୍ୟକାଳ ଏକ ବର୍ଷରୁ କମ୍‌ କରାଯାଇଛି। ଟ୍ରିବ୍ୟୁନାଲ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟ ପରେ କେରଳ ସରକାର ତାହା ପାଳନ କରିନାହାନ୍ତି କିମ୍ବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ କେନ୍ଦ୍ର ଦ୍ୱାରା ଜାରି କରାଯାଇଥିବା ନିୟମ ଏବଂ ବିଜ୍ଞପ୍ତିକୁ ପାଳନ କରିନାହାନ୍ତି। ପିଟିଶନରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ସିଭିଲ ସର୍ଭିସ ବୋର୍ଡର ବୈଠକ କାହିଁକି ଡକାଯାଇ ନାହିଁ ସେ ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ଆଇଏଏସ୍‌ ଅଧିକାରୀମାନେ ଦାବି କରିଛନ୍ତି ଯେ, କେବଳ ଦୁଇଟି ବୈଠକ ପରେ ବୋର୍ଡ କାର୍ଯ୍ୟକ୍ଷମ ହୋଇନାହିଁ। ଏହାର ଶେଷ ବୈଠକ ୨୦୧୫ରେ ହୋଇଥିଲା। ଜାନୁୟାରୀ ୧୦ରେ ଟ୍ରିିବ୍ୟୁନାଲ ପରବର୍ତ୍ତୀ ଶୁଣାଣି ସ୍ଥିର କରିଥିବାବେଳେ ନିର୍ଦ୍ଧାରିତ ନିୟମ ଏବଂ ପ୍ରକ୍ରିୟା ପାଳନର ଆବଶ୍ୟକତା ଉପରେ ମଧ୍ୟବର୍ତ୍ତୀ ଆଦେଶ ଧ୍ୟାନ ଦେଇଛି। ତେବେ ଏହି ମାମଲାର ପରିଣାମ ଉପରେ ବାବୁମାନେ ନଜର ରଖିଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri