Posted inଫୁରସତ

ବିଶ୍ୱର ସବୁଠୁ ବଡ଼ କାଠର ସହର ହେବ ସୁଇଡେନ

ଷ୍ଟକ୍‌ହୋମ: ଏପରି ଅନେକ ସହର ଅଛି, ଯାହା ଦେଖିବାକୁ ବହୁତ ସୁନ୍ଦର। ତା’ର ଉଚ୍ଚ ଅଟ୍ଟାଳିକା ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। ହେଲେ ସମସ୍ତ ଅଟ୍ଟାଳିକା କଂକ୍ରିଟ୍‌ରେ ତିଆରି ହୋଇଥିବା ସାଧାରଣ କଥା। କିନ୍ତୁ ଏପରି ଏକ ସହର ଅଛି, ଯାହାର ସମସ୍ତ ଜିନିଷ କାଠରେ ତିଆରି। ସୁଇଡେନ ଦୁନିଆର ପ୍ରଥମ କାଠର ସହର କରିବାକୁ ଘୋଷଣା କରିଛି, ଯାହା ବିଶ୍ୱର ସବୁଠୁ ବଡ଼ କାଠ ସହର ହେବ। ରିପୋର୍ଟ ମୁତାବକ, ସ୍ବିଡେନ ରାଜଧାନୀ ଷ୍ଟକ୍‌ହୋମରେ ବିଶ୍ୱର ସର୍ବପ୍ରଥମ କାଠର ସହର ତିଆରି କରାଯିବ। ଏହାକୁ ଡ୍ୟାନିସ ଷ୍ଟୁଡିଓ ହେନିଂ ଲାର୍ସେନ ଏବଂ ସୁଇଡେନ ଫିର୍ମ ୱାଇଟ୍‌ ଆର୍କିଟେକ୍ଚର ଡିଜାଇନ କରିବେ। ୨୦୨୫ ବେଳକୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ୨୦୨୭ ଭିତରେ ଏହା ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ରହିଛି। ନିକଟରେ ସ୍ବିଜରଲାଣ୍ଡ, ଅଷ୍ଟ୍ରେଲିଆ ଭଳି ଦେଶରେ ଆକାଶ ଛୁଉଁଥିବା କାଠର କୋଠା ନିର୍ମାଣ କରାଯାଇଛି। ଗତବର୍ଷ ସିଙ୍ଗାପୁରରେ ୪୬୮ ହଜାର ବର୍ଗଫୁଟ ଅଞ୍ଚଳର କଲେଜ ପରିସର ଉଦ୍‌ଘାଟନ କରାଯାଇଛି। ଏଠାରେ ସମ୍ପୂର୍ଣ୍ଣ କାଠରେ ହଁି ପ୍ରସ୍ତୁତ କରାଯାଇଛି। ଏହାକୁ କାଠରେ ତିଆରି ଏସିଆର ସବୁଠୁ ବଡ଼ କଲେଜ ବୋଲି କୁହାଯାଉଛି। ଷ୍ଟକ୍‌ହୋମର ଦକ୍ଷିଣ-ପୂର୍ବ ଅଞ୍ଚଳରେ ତିଆରି ହେବାକୁ ଥିବା ଏହି ସହରର ପ୍ରାୟ ୨୫୦ ହଜାର ବର୍ଗ କି.ମି. ଅଞ୍ଚଳରେ ପରିବ୍ୟାପ୍ତ ହେବ। ଏଠାରେ ୭ହଜାର ଅଫିସ, ୨ହଜାର ଘର ତିଆରି କରାଯିବ। ଏଠାରେ ଲୋକ ରହିପାରିବେ। ଏଥିସହ ରେଷ୍ଟୁରାଣ୍ଟ, ଦୋକାନ ଏବଂ ପାର୍କ ମଧ୍ୟ ନିର୍ମାଣ କରାଯିବ। ଏହି ସ୍ଥାନରେ ପୂର୍ବରୁ ୫୦୦ରୁ ଅଧିକ କମ୍ପାନୀ କାର୍ଯ୍ୟ କରୁଛି। ଏହି ସହରକୁ ୫ ମିନିଟ୍‌ର ସହର ମଧ୍ୟ କୁହାଯାଇ ପାରିବ। କାରଣ ଏହି ସହରକୁ ୫ ମିନିଟ୍‌ରେ ପୂରା ବୁଲିହେବ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri