ରେଢୁଆ ସମବାୟ ସମିତିରେ ମିଳୁନି ରେକର୍ଡପତ୍ର

ରଘୁନାଥପୁର,୨।୨ (ରାଜେନ୍ଦ୍ର ନାରାୟଣ ସିଂହ): ରଘୁନାଥପୁର ବ୍ଲକ ରେଢ଼ୁଆସ୍ଥିତ କୃଷି ସେବା ସମବାୟ ସମିତିରେ ଗତ ଏକମାସ ଧରି ଅବ୍ୟବସ୍ଥା ଲାଗି ରହିଛି। ସମିତିରେ ବହୁ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ପତ୍ର ଉପଲବ୍ଧ ନ ଥିବାରୁ ଚାଷୀମାନେ ଜମା ରଖିଥିବା ଟଙ୍କା ଉଠାଇ ନପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସୂଚନାଯୋଗ୍ୟ, ଦୁର୍ନୀତି ଅଭିଯୋଗରେ ଏହି ସମିତିର ସମ୍ପାଦକ ସୁରେନ୍ଦ୍ରନାଥ ଦାଶ ଓ ସହ ସମ୍ପାଦକ ପ୍ରକାଶ ମହାପାତ୍ରଙ୍କୁ ନିଲମ୍ବନ କରାଯାଇଥିଲା। ଏହି ସମିତି ଅଫିସ କାର୍ଯ୍ୟ ସମ୍ପାଦନ ପାଇଁ ଏହି ବ୍ଲକ ଅଧୀନ ରାଢ଼ଙ୍ଗ ଓ ଜିରା କୃଷି ସେବା ସମବାୟ ସମିତି ଦାୟିତ୍ୱରେ ଥିବା ସମ୍ପାଦକ ଭଗବାନ ପ୍ରସାଦ ସ୍ବାଇଁଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏକସଙ୍ଗେ ୩ ସମିତି କାର୍ଯ୍ୟ ଚଳାଇବା କଷ୍ଟକର ହେଉଥିବାରୁ ସ୍ବାଇଁ ଚାଷୀଙ୍କ ଆକ୍ରୋଶର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷେ ନିଲମ୍ବିତ ସମ୍ପାଦକ ଦାଶ କ୍ୟାଶ୍‌ବୁକ ଭଳି ଅନେକ ରେକର୍ଡ ଅଦ୍ୟାବଧି ହସ୍ତାନ୍ତର କରି ନ ଥିବାରୁ ରେଢୁଆ ସମିତିରେ ସ୍ଥିତି ଜଟିଳ ହୋଇଛି ବୋଲି ଦାୟିତ୍ୱରେ ଥିବା ସମ୍ପାଦକ ସ୍ବାଇଁ ପ୍ରକାଶ କରିଛନ୍ତି। ସମିତି ସଭାପତି ପ୍ରଦୀପ୍ତ ମହାନ୍ତି ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଇବା ପରେ ନିଲମ୍ବିତ ସମ୍ପାଦକଙ୍କ ଅଫିସ କିମ୍ବା ଘରୁ ରେକର୍ଡପତ୍ର ଜବତ କରିବା ପାଇଁ ଉପଜିଲାପାଳ ଚିଠି (ନଂ .୧୭୫୫୮-୩୦/୧୨/୨୦୨୩)ରେ ପୋଲିସକୁ ଆଦେଶ ଦେଇଥିଲେ। ଏହାପରେ ରଘୁନାଥପୁର ପୋଲିସ ଗତ ୧୫ ଦିନ ତଳେ ସମିତି କାର୍ଯ୍ୟାଳୟରେ ଥିବା ଗୋଦ୍‌ରେଜ ଆଲମିରା ଭାଙ୍ଗି ତନଖି କରିଥିଲେ ସୁଦ୍ଧା ସେଥିରୁ ଅଧିକାଂଶ କାଗଜ ମିଳି ନ ଥିଲା। ଅଦ୍ୟାବଧି ସମ୍ପାଦକଙ୍କ ଘର ତନଖି ହୋଇ ନ ଥିବାରୁ ଜରୁରୀ ରେକର୍ଡପତ୍ର ମିଳିବା ନେଇ ସନ୍ଦେହ ଉପୁଜିଛି। ଅନ୍ୟପକ୍ଷେ ମେଡିକାଲ କ୍ଷେତ୍ରରେ ହେଉ କିମ୍ବା ଝିଅ ବିବାହ ପାଇଁ ହେଉ ଜରୁରୀ ସମୟରେ ଲୋକେ ସମିତିରେ ରଖିଥିବା ଟଙ୍କା ଉଠାଇପାରୁ ନାହାନ୍ତି। ଏପରି ଅବ୍ୟବସ୍ଥା ଲାଗି ରହିଥିବା ବେଳେ ସମିତି ସଭାପତି ନାଚାର ଥିବା କହିଛନ୍ତି। ସ୍ଥାନୀୟ ଅଧିବାସୀ ଦିଲୀପ ରଥ ସମିତିରୁ ଟଙ୍କା ଉଠାଇବା ପାଇଁ ବାରମ୍ବାର ଦୌଡି ନିରାଶ ହେବା ପରେ ଏଭଳି ସମ୍ବେଦନଶୀଳ ଘଟଣାରେ ପ୍ରଶାସନ ନିରବ ରହିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ ଅଭିଯୋଗ କରିଛନ୍ତି। ପୂର୍ବତନ ସମ୍ପାଦକଙ୍କଠାରୁ ତୁରନ୍ତ ରେକର୍ଡ ପତ୍ର ଉଦ୍ଧାର କରି ସମିତିକୁ ସ୍ବାଭାବିକ କରିବା ପାଇଁ ସଭାପତି ମହାନ୍ତି ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?