ଓଡ଼ିଶାରେ ଏନ୍‌ଟିପିସିର ୨୮,୯୭୮କୋଟି ପୁଞ୍ଜି ବିନିଯୋଗ, ୩ରେ ତିନି ପ୍ରକଳ୍ପର ଶୁଭାରମ୍ଭ କରିବେ ମୋଦି

ଭୁବନେଶ୍ୱର,୨।୨ (ଅଭୟ ଦାଶ): ଦେଶର ପ୍ରମୁଖ ଶକ୍ତି ଉତ୍ପାଦକ ତଥା ଭାରତ ସରକାରଙ୍କ ଅଗ୍ରଣୀ ଏଣ୍ଟପ୍ରାଇଜେସ୍‌ ଏନ୍‌ଟିପିସି ଲିମିଟେଡ୍‌ (ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ ବା ଏନ୍‌ଟିପିସି)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଓଡ଼ିଶା ୩ଟି ପ୍ରମୁଖ ପ୍ରକଳ୍ପକୁ ୨୦୨୪ ଫେବୃଆରୀ ୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ସହ ପ୍ରାୟ ୨୮,୯୭୮ କୋଟି ଟଙ୍କାର ଉକ୍ତ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉର୍ତ୍ସଗ(ଲୋକାର୍ପଣ) କରିବେ। ଏହି ପରିପ୍ରେକ୍ଷୀରେ ଏନ୍‌ଟିପିସି ଲିମିଟେଡ୍‌ର ଓଡ଼ିଶା ୟୁନିଟ୍‌ (ଇଷ୍ଟର୍ନ ରିଜିଅନ-୨ ଭୁବନେଶ୍ୱର) ପକ୍ଷରୁ ଗୁରୁବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା।

ଏହି ଅବସରରେ ଏନ୍‌ଟିପିସି ଲିମିଟେଡ୍‌ର ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଷ୍ଟର୍ନ ରିଜିଅନ-୧ଏବଂ୨) ସୁଦୀପ ନାଗ କମ୍ପାନୀର ବିକାଶମୂଳକ କାର୍ଯ୍ୟକଳାପ ସହ ନୂତନ ପ୍ରକଳ୍ପ ଏବଂ ଖବରଦାତା ସମ୍ମିଳନୀ(ପ୍ରେସ୍‌ ବାର୍ତ୍ତା)ର ଆଭିମୁଖ୍ୟ ବିଷୟରେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୪ ଫେବୃଆରୀ ୩ରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ସୁନ୍ଦରଗଡ଼ ଜିଲା ଅଧୀନ ଏନ୍‌ଟିପିସି ଦର୍ଲିପାଲି ସୁପର ଥର୍ମାଲ ପାଓ୍ବାର ଷ୍ଟେଶନ (୧୬୦୦ମେଗାଓ୍ବାଟ୍‌) ଏବଂ ଏନ୍‌ଏସ୍‌ପିସିଏଲ୍‌ ରାଉରକେଲା ପିପି-୨ ସମ୍ପ୍ରସାରଣ ପ୍ରକଳ୍ପ (୨୫୦ମେଗାଓ୍ବାଟ୍‌)ର ଲୋକାର୍ପଣ ସହ ଅନୁଗୋଳ ଜିଲା ଅନ୍ତର୍ଗତ ଏନ୍‌ଟିପିସି ତାଳଚେର ଥର୍ମାଲ ପାଓ୍ବାର ପ୍ରାଜେକ୍ଟ ଷ୍ଟେଜ-୩ (୧୩୨୦ ମେଗାଓ୍ବାଟ)ର ଶିଳାନ୍ୟାସ କରିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ସେହିଭଳି ଦର୍ଲିପାଲି ଏସ୍‌ଟିପିିପି ପ୍ରକଳ୍ପ ହେଉଛି,ସୁପରକ୍ରିଟିକାଲ (ଅତ୍ୟନ୍ତ ଦକ୍ଷ) ଟେକ୍ନୋଲୋଜି ସମ୍ପନ୍ନ ଏକ ପିଟ୍‌ ହେଡ୍‌ ପାଓ୍ବାର ଷ୍ଟେଶନ, ଯାହା ଓଡ଼ିଶା, ବିହାର. ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଗୁଜରାଟ ଏବଂ ସିକିମ ଭଳି ରାଜ୍ୟକୁ କମ୍‌ ମୂଲ୍ୟରେ ବିଜୁଳି ଯୋଗାଉଛି। ସେହିପରି ରାଉରକେଲା ଇସ୍ପାତ କାରଖାନାରେ ଏନ୍‌ଟିପିସି-ସେଲ ପାଓ୍ବାର କମ୍ପାନୀ ଲିମିଟେଡ୍‌ର ୨୫୦ମେଗାଓ୍ବାଟ୍‌ ପ୍ରକଳ୍ପ କରାଯାଇଛି, ଯାହା ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ଇସ୍ପାତ କାରଖାନାକୁ ନିର୍ଭରଯୋଗ୍ୟ ଶକ୍ତି ପ୍ରଦାନ କରିବ। ଅପରପକ୍ଷରେ ଅନୁଗୋଳ ଜିଲାର ପୁରୁଣା ଟିଟିପିଏସ୍‌ ପ୍ଲାଣ୍ଟ ପରିସରରେ କମ୍ପାନୀ ତାଳଚେର ଥର୍ମାଲ ପାଓ୍ବାର ପ୍ରୋଜେକ୍ଟ ଷ୍ଟେଜ-୩ ନିର୍ମାଣ କରୁଛି, ଯାହାକୁ କମ୍ପାନୀ ୧୯୯୫ରେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ବୋର୍ଡଠାରୁ ଅଧିଗ୍ରହଣ କରିଥିଲା।

ଉକ୍ତ ସମ୍ମିଳନୀରେ ଏନ୍‌ଏସ୍‌ପିସିଏଲ୍‌ର ସିଇଓ ଦିବାକର କୌଶିକ, ତାଳଚେର ଥର୍ମାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗୌତମ ଦେବ, ଏନ୍‌ଟିପିସି ଲିମିଟେଡ୍‌ ନୂଆଦିଲ୍ଲୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (କର୍ପୋରଟେ କମ୍ୟୁନିକେଶନ) ହରଜିତ ସିଂହ, ତାଳଚେର କଣିହାର ବିଜ୍‌ନେସ୍‌ ୟୁନିଟ୍‌ ହେଡ୍‌ ଅଶୋକ କୁମାର ସେହଗଲ, ଦର୍ଲିପାଲିର ବିଜ୍‌ନେସ୍‌ ୟୁନିଟ୍‌ ହେଡ୍‌ ହର୍ଷ ନାଥ ଚକ୍ରବର୍ତ୍ତୀ, ଏନ୍‌ଏସ୍‌ପିସିଏଲ୍‌ର ଜିଏମ୍‌ (ଓଏସ୍‌) ତ୍ରିଦିବ ଦେବ ଏବଂ ଏନ୍‌ଟିପିସି ଲିମିଟେଡ୍‌ର ଇଷ୍ଟର୍ନ ରିଜିଅନ-୨ (ହେଡ୍‌କ୍ୱାର୍ଟର) ରଜନୀଶ ରୋସ୍ତୋଗୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri