Posted inଖେଳ

ଜୋକୋଭିଚ୍‌ଙ୍କୁ ରେକର୍ଡ ଟାଇଟଲ

ପ୍ୟାରିସ୍‌, ୧୨ା୬: କ୍ଲେ କୋର୍ଟ ଟେନିସ୍‌ ଫ୍ରେଞ୍ଚ୍‌ ଓପନ୍‌ ଜିତିବା ସହିତ କ୍ୟାରିୟରର ୨୩ ତମ ଗ୍ରାଣ୍ଡସ୍ଲାମ ବିଜୟୀ ହୋଇଛନ୍ତି ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌। ରବିବାର ଅନୁଷ୍ଠିତ ଫାଇନାଲରେ ନରଓ୍ବେରେ କାସ୍ପର ରୁଡ୍‌ଙ୍କୁ ୭-୬(୭-୧), ୬-୩ ଓ ୭-୫ ସେଟ୍‌ରେ ପରାସ୍ତ କରିବା ସହ ସେ ରାଫେଲ ନାଡାଲଙ୍କ ୨୨ତମ ଗ୍ରାଣ୍ଡସ୍ଲାମ ରେକର୍ଡକୁ ଭାଙ୍ଗିଛନ୍ତି। ଚଳିତ ଟୁର୍ନାମେଣ୍ଟରେ କ୍ଲେ କୋର୍ଟ କିଙ୍ଗ୍‌ ରାଫେଲ ନାଡାଲ ଅଂଶଗ୍ରହଣ କରୁ ନ ଥିବାବେଳେ ବିଶ୍ୱ ମାନ୍ୟତାର ୩ ନମ୍ବର ଖେଳାଳି ଜୋକୋଭିଚ୍‌ ଫେଭରିଟ୍‌ ଥିଲେ। କାରେନ୍‌ ଖାଚାନୋଭ ଓ କାର୍ଲୋସ୍‌ ଅଲକାରାଜଙ୍କ ବିପକ୍ଷ ମ୍ୟାଚ୍‌କୁ ବାଦ୍‌ ଦେଲେ ଅନ୍ୟ ମ୍ୟାଚ୍‌ରେ ସେ ଗୋଟିଏ ବି ସେଟ୍‌ ହାରି ନ ଥିଲେ। ଏହାସହିତ ନିଜ କ୍ୟାରିୟରର ତୃତୀୟ ଫ୍ରେଞ୍ଚ୍‌ ଓପନ ଟାଇଟଲ ହାସଲ କରିଛନ୍ତି ଜୋକୋଭିଚ୍‌। ୨୩ତମ ଗ୍ରାଣ୍ଡସ୍ଲାମ ମଧ୍ୟରେ ଜୋକୋଭିଚ୍‌ ୩ଥର ଲେଖାଏ ୟୁଏସ୍‌ ଓପନ ଓ ଫ୍ରେଞ୍ଚ୍‌ ଓପନ ବିଜୟୀ ହୋଇଥିବା ବେଳେ ୭ଥର ଓ୍ବିମ୍ବେଲଡନ୍‌ ଓ ୧୦ଥର ଅଷ୍ଟ୍ରେଲିଆନ୍‌ ଓପନ ଜିତିଛନ୍ତି। ବିଶ୍ୱ ମାନ୍ୟତାର ୪ ନମ୍ବର ସ୍ଥାନରେ ଥିବା ରୁଡ୍‌ଙ୍କ ବିପକ୍ଷରେ ସକାରାତ୍ମକ ଆରମ୍ଭ କରିଥିଲେ। ପ୍ରଥମରୁ ହିଁ ସେ ପ୍ରଭାବ ବିସ୍ତାର କରି ଖେଳି ୨-୦ରେ ଆଗୁଆ ରହିଥିଲେ। ତେବେ ରୁଡ୍‌ ପ୍ରତ୍ୟାବର୍ତ୍ତନ କରିବା ସହିତ ଏହି ସେଟ୍‌ଟି ଟାଇବ୍ରେକରରେ ଫଇସଲା ହୋଇଥିଲା। ଟାଇବ୍ରେକରରେ ଜୋକୋଭିଚ୍‌ ୭-୧ରେ ଜିତିଥିଲେ। ଦ୍ୱିତୀୟ ସେଟ୍‌ରେ ଜୋକୋଭିଚ୍‌ଙ୍କ ଟେକ୍‌ନିକ୍‌ ସମ୍ମୁଖରେ ଅସହାୟ ମନେ ହୋଇଥିଲେ ରୁଡ୍‌। ତୃତୀୟ ସେଟ୍‌ରେ ରୁଡ୍‌ ସାମାନ୍ୟ ସଂଘର୍ଷ କରିଥିଲେ ମଧ୍ୟ ଜୋକୋଭିଚ୍‌ ୭-୫ରେ ଏହାକୁ ଜିତିନେଇ ରୋଲାଣ୍ଡ ଗ୍ୟାରସ୍‌ରେ ରାଫେଲ ନାଡାଲଙ୍କୁ ପଛରେ ପକାଇଥିଲେ। ପୁରୁଷ ଖେଳାଳିଙ୍କ ମଧ୍ୟରେ ଜୋକୋଭିଚ୍‌ ଓ ମହିଳା ଖେଳାଳିଙ୍କ ମଧ୍ୟରେ ସେରେନା ଓ୍ବିଲିୟମ୍ସ ୨୩ଟି ଲେଖାଏ ଗ୍ରାଣ୍ଡସ୍ଲାମ ହାସଲ ରେକର୍ଡ ନିଜ ନାମରେ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?