ରାୟର ପୁନର୍ବିଚାର

Dillip Cherian

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟଙ୍କ ମାମଲାରେ ଗତ ବର୍ଷ ସୁପ୍ରିମକୋଟର୍ର୍ ଦେଇଥିବା ରାୟର ପୁନର୍ବିଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ସମୟରେ ଶୀର୍ଷ ଅଦାଲତ ରାୟ ଦେଇଥିଲେ ଯେ, ସେଣ୍ଟ୍ରାଲ ଆଡ୍‌ମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ (ସିଏଟି) ନେଇଥିବା ନିଷ୍ପତ୍ତି ବିରୋଧରେ ଦାୟର ପିଟିଶନର ଶୁଣାଣି କରିବା ପାଇଁ କେବଳ ଦିଲ୍ଲୀ ହାଇକୋର୍ଟର ନ୍ୟାୟିକ ଅଧିକାର ରହିଛି, ଅନ୍ୟ କୌଣସି ହାଇକୋର୍ଟ ତାହା କରିପାରିବେ ନାହିଁ। ଗତବର୍ଷ ଜାନୁୟାରୀରେ ସୁପ୍ରିମକୋର୍ଟ କେନ୍ଦ୍ରର ପିଟିଶନକୁ ବିଚାର ପାଇଁ ଅନୁମତି ଦେଇଥିଲେ ଏବଂ କଲକତା ହାଇକୋର୍ଟର ରାୟକୁ ରଦ୍ଦ କରି କେନ୍ଦ୍ରର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିରୋଧରେ ଥିବା ବନ୍ଦୋପାଧ୍ୟାୟଙ୍କ ପିଟିଶନର ଶୁଣାଣିକୁ କଲିକତା ସିଏଟି ବେଞ୍ଚରୁ ଦିଲ୍ଲୀ ପ୍ରିନ୍ସିପାଲ ବେଞ୍ଚକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏଭଳି ସମାନ ସ୍ଥିତି ବି କେନ୍ଦ୍ର ଓ ମାଗାସେସ୍‌ ପୁରସ୍କାର ବିଜେତା ତଥା ଭାରତୀୟ ବନ ସେବା ଅଧିକାରୀ ସଞ୍ଜୀବ ଚତୁର୍ବେଦୀଙ୍କ ମଧ୍ୟରେ ନ୍ୟାୟିକ ଲଢ଼େଇରେ ଦେଖାଯାଇଥିଲା। କିନ୍ତୁ ପ୍ରିନ୍ସିପାଲ ସିଏଟି ବେଞ୍ଚର ରାୟକୁ ଉତ୍ତରାଖଣ୍ଡ ହାଇକୋର୍ଟ ରଦ୍ଦ କରି ମାମଲାକୁ ଆଲ୍ଲାହାବାଦ ବେଞ୍ଚରୁ ନିଜ ନିକଟକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଗତ ବର୍ଷର ସୁପ୍ରିମକୋର୍ଟଙ୍କ ରାୟକୁ ଦୃଷ୍ଟିରେ ରଖି କେନ୍ଦ୍ର ହାଇକୋର୍ଟର ନ୍ୟାୟିକ କ୍ଷମତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ପରିପ୍ରେକ୍ଷୀରେ ଯେହେତୁ ଅର୍ଡରକୁ ଚ୍ୟାଲେଞ୍ଜ କରିବା ପାଇଁ ଦୂର ସ୍ଥାନରୁ କର୍ମଚାରୀମାନେ ଦିଲ୍ଲୀ ଆସିବାରେ ଅସୁବିଧାର ସମ୍ମୁଖୀନ ହେବେ, ସେଥିପାଇଁ ସୁପ୍ରିିମକୋର୍ଟ ଗତ ବର୍ଷର ରାୟ ଉପରେ ପୁନର୍ବିଚାର କରିବାକୁ ରାଜି ହୋଇଛନ୍ତି। ସମସ୍ତ ୨୫ଟି ହାଇକୋର୍ଟର ସମାନ ଭାବେ ବିଚାର କରିବାର କ୍ଷମତା ରହିଛି ଏବଂ ସେଭଳି କୌଣସି ବିଶେଷ ବ୍ୟବସ୍ଥାର ପରିକଳ୍ପନା କରିବା ଠିକ୍‌ ନୁହେଁ।
ଦୀର୍ଘଦିନ ପରେ ନିଯୁକ୍ତି
କିଛି ଦିନ ପୂର୍ବେ କେତେଜଣ ବାବୁ ପର୍ଯ୍ୟବେକ୍ଷକ ଯାହା କହୁଥିଲେ ଏବେ ତାହା ଘଟିଛି। ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ(ସେଲ୍‌) ଅଧ୍ୟକ୍ଷ ସୋମା ମଣ୍ଡଳଙ୍କୁ ପବ୍ଲିକ ଏଣ୍ଟରପ୍ରାଇଜେସ୍‌ ସିଲେକ୍‌ସନ ବୋର୍ଡ (ପିଇଏସ୍‌ବି)ର ସଦସ୍ୟ ଭାବେ କେନ୍ଦ୍ର ନିଯୁକ୍ତି ଦେଇଛି। ମଣ୍ଡଳ ସେଲ୍‌ରୁ ଆସନ୍ତା ମାସରେ ଅବସର ନେବାର ଥିଲା। ବୋର୍ଡରେ ପବ୍ଲିକ୍‌ ସେକ୍ଟର ସଦସ୍ୟ ପଦ ରିୟର ଆଡମିରାଲ ଶେଖର ମିତ୍ତଲଙ୍କ ଅବସର ପରେ ୧୧ ମାସରୁ ଅଧିକ ସମୟ ହେଲା ଖାଲି ରହିଥିଲା। ଏବେ ମଣ୍ଡଳ ପିଇଏସ୍‌ବିରେ ୩ ବର୍ଷ ପାଇଁ ରହିିବେ। ସେ ମଧ୍ୟ ଷ୍ଟାଣ୍ଡିଂ କନ୍‌ଫରେନ୍ସ ଅଫ୍‌ ପବ୍ଲିକ ଏଣ୍ଟରପ୍ରାଇଜେସ୍‌ (ଏସ୍‌ସିଓପିଇ)ର ଅଧ୍ୟକ୍ଷ ଅଛନ୍ତି। ସଲେକ୍‌ସନ ବୋର୍ଡ ଗଠନ ପ୍ରସ୍ତାବର ଏବକାର ସ୍ଥିତିରୁ ସ୍ପଷ୍ଟ ସୂଚନା ମିଳେ ଯେ, ବୋର୍ଡରେ ଗୋଟିଏ ସଦସ୍ୟ ପଦବୀ ପବ୍ଲିକ ସେକ୍ଟରରେ ବ୍ୟାପକ ଅଭିଜ୍ଞତା ଥିବା ଜଣେ ଟପ୍‌ ଏକ୍‌ଜିକ୍ୟୁଟିଭଙ୍କ ପାଇଁ ଉଦ୍ଦିଷ୍ଟ। ତେବେ ଏପ୍ରିଲ୍‌ରେ ସେଲ୍‌ ଅଧ୍ୟକ୍ଷାଙ୍କ ଅବସର ପୂର୍ବରୁ ଏହି ପଦବୀକୁ ୧୧ ମାସ ଧରି ଖାଲି ରଖାଯାଇଥିବା ଘଟଣାର କୌଣସି ସମ୍ପର୍କ ନ ଥିବା ଜଣାପଡ଼ିଛି। ମଣ୍ଡଳ ଏହି ପଦବୀ ପାଇଁ ଯୋଗ୍ୟ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା। ମଣ୍ଡଳଙ୍କ ନିଯୁକ୍ତି ପରେ ଏବେ ବୋର୍ଡରେ ସମସ୍ତ ସଦସ୍ୟ ରହିଛନ୍ତି। ବୋର୍ଡର ଅଧ୍ୟକ୍ଷ ଭାବେ ମଲ୍ଲିକା ଶ୍ରୀନିବାସନ ଏହାର ନେତୃତ୍ୱ ନେଉଛନ୍ତି। ଏଥିରେ ବି ଅନ୍ୟ ଦୁଇ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଅମରଜିତ ସିହ୍ନା ଓ ଶୈଳେଶ ଅଛନ୍ତି।
ବିବାଦରୁ ଫିଲ୍ମ ହେବ କି?
କର୍ନାଟକ ରାଜ୍ୟ ପ୍ରଶାସନର ଦୁଇ ବରିଷ୍ଠ ମହିଳା ଅଧିକାରୀଙ୍କ ମଧ୍ୟରେ ବିବାଦ ଏବେ ସାଧାରଣରେ ଉଗ୍ର ହୋଇଛି। ଆଇପିଏସ୍‌ ଅଧିକାରୀ ଡି. ରୂପା ଏବଂ ଆଇଏଏସ୍‌ ଅଧିକାରୀ ରୋହିଣୀ ସନ୍ଦୂରୀ ଏଭଳି ଉତ୍ତେଜନା ସୃଷ୍ଟି କରିଛନ୍ତି ଯେ, ଦୁଇ ଜଣ ଚଳଚ୍ଚିତ୍ର ନିର୍ଦ୍ଦେଶକ ସେମାନଙ୍କ ବିବାଦୀୟ କାହାଣୀକୁ ରୁପେଲି ପରଦାରେ ପ୍ରଦର୍ଶିତ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରେ ବିବାଦ ପ୍ରକାଶ ପାଇବା କ୍ଷଣି ସରକାର ସଙ୍ଗେସଙ୍ଗେ ଦୁଇ ବରିଷ୍ଠ ଅଧିକାରୀଙ୍କୁ ବଦଳି କରିଥିଲେ ମଧ୍ୟ ତାହା ଆହୁରି ତୀବ୍ର ହୋଇଛି। କର୍ନାଟକର ମୁଖ୍ୟ ଶାସନ ସଚିବ ବନ୍ଦିତା ଶର୍ମାଙ୍କ ନିକଟରେ ପରସ୍ପର ବିରୋଧରେ ଅଭିଯୋଗ କରିଥିବା ଏହି ଦୁଇ ଅଧିକାରୀଙ୍କ ଉପରେ ବିଭାଗୀୟ ତଦନ୍ତ ଜାରି ରହିଛି। ମୁଖ୍ୟ ଶାସନ ସଚିବ ସେମାନଙ୍କୁ ଡକାଇ ଏକ ବୁଝାମଣା କରିବାକୁ ଚାହିଁଛନ୍ତି। ବ୍ୟକ୍ତିଗତ ଆକ୍ଷେପକୁ ନେଇ ସିନ୍ଦୂରୀ ଆଇପିଏସ୍‌ ଅଧିକାରୀ ରୂପାଙ୍କ ବିରୋଧରେ ଅଭିଯୋଗ କରିବା ସହ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି। ଅପରପକ୍ଷେ ରୂପା ମଧ୍ୟ ସିନ୍ଦୂରୀଙ୍କ ବିରୋଧରେ କରିଥିବା ଅଭିଯୋଗର ତଦନ୍ତ ଦାବି କରିଛନ୍ତି। ସିନ୍ଦୁରଙ୍କ ବିରୋଧରେ ଡି.ରୂପା ଓ ୬୦ଟିରୁ ଊର୍ଦ୍ଧ୍ୱ ମିଡିଆ ସଂସ୍ଥା ଭୁଲ୍‌ ଓ ମାନହାନି ତଥ୍ୟ ପ୍ରକାଶ କରିଥିବାର ଅଭିଯୋଗ କରିଥିଲେ। ହେଲେ ସେଥିରୁ ସିନ୍ଦୂରୀଙ୍କୁ ବେଙ୍ଗାଲୁରୁ କୋର୍ଟ ମୁକ୍ତ କରିଛନ୍ତି। ରୂପା ଦାବି କରିଥିଲେ ଯେ, ତାଙ୍କର ବହୁ ଆପତ୍ତିଜନକ ଫଟୋ ସିନ୍ଦୂରୀ ତାଙ୍କ ସୋସିଆଲ ମିଡିଆରେ ଅପ୍‌ଲୋଡ କରବା ସହ ସର୍ଭିସ କଣ୍ଡକ୍ଟ ଗାଇଡ୍‌ଲାଇନ ଉଲ୍ଲଂଘନ କରି ସେଗୁଡ଼ିକୁ ବରିଷ୍ଠ ଅଧିକାରୀଙ୍କ ପାଖକୁ ପଠାଇଥିଲେ। ସିନ୍ଦୁରୀଙ୍କ ବିରୋଧରେ ରୁପା ଦୁର୍ନୀତି ସମେତ ୧୯ଟି ଅଭିଯୋଗ ଦାଖଲ କରିଛନ୍ତି। ଏବେସୁଦ୍ଧା ରୂପା ଓ ସିନ୍ଦୂରୀଙ୍କ ବିବାଦ ଲାଗି ରହିଛି। ଏଣୁ ଫିଲ୍ମ କରିବାକୁ ହେଲେ ସ୍କ୍ରିଫ୍ଟରେ ବହୁ ପରିବର୍ତ୍ତନ ହେବା ସମ୍ଭାବନା ରହିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?