କାର୍ଯ୍ୟକାରୀ ହେଉନି ତଦନ୍ତ କମିଶନଙ୍କ ସୁପାରିସ

କଟକ,୨୬ା୯ (କାର୍ତ୍ତିକ ସାହୁ):୧୯୮୯ ମସିହାରୁ ଅଦ୍ୟାବଧି ଦୀର୍ଘ ୩୫ ବର୍ଷ ମଧ୍ୟରେ ରାଜ୍ୟରେ ବିଷାକ୍ତ ମଦମୃତ୍ୟୁ ଘଟଣାରେ ୨୮୭ ଜଣଙ୍କ ପ୍ରାଣହାନି ହୋଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ମାମଲାଗୁଡ଼ିକର ତଦନ୍ତ ପାଇଁ ୧୧ଟି ତଦନ୍ତ କମିଶନ ଗଠନ କରାଯାଇଥିବା ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟରୁ ଜଣାଯାଇଛି। ତେବେ ସୂଚନା ଆଇନ ବଳରେ ତଥ୍ୟ ହାସଲ କରିଥିବା ଆଇନଜୀବୀ ତଥା ପ୍ରଦେଶ କଂଗ୍ରେସ କର୍ମକର୍ତ୍ତା ନିଶିକାନ୍ତ ମିଶ୍ର ପ୍ରତି ମାମଲାରେ ତଦନ୍ତ କମିଶନ ପ୍ରଦାନ କରିଥିବା ସୁପାରିସଗୁଡ଼ିକୁ କାର୍ଯ୍ୟକାରୀ କରାଯାଉ ନ ଥିବା ଅଭିଯୋଗ ଆଣିଛନ୍ତି।
ସୂଚନା ଅନୁସାରେ, ବାଲେଶ୍ୱର ଜିଲା ନୀଳଗିରିରେ ବିଷାକ୍ତ ମଦ ପିଇ ୧୯୮୯ ମସିହା ଫେବୃୟାରୀ ୨ରେ ୧୪ ଜଣଙ୍କ ପ୍ରାଣହାନୀ ଘଟିଥିଲା। ବାଲେଶ୍ୱର ଅତିରିକ୍ତ ଜିଲାପାଳ ଘଟଣାର ତଦନ୍ତ କରିଥିଲେ। ଅଦ୍ୟାବଧି ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁି। ଭଦ୍ରକରେ ୧୯୯୦ ମସିହା ମାର୍ଚ୍ଚ ୧୫ରେ ବିଷାକ୍ତ ମଦ ପିଇ ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା। କଟକର ତତ୍କାଳୀନ ଆର୍‌ଡିସି ଏହାର ତଦନ୍ତ କରିଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ। ୧୯୯୨ ମସିହା ମେ ମାସରେ କଟକରେ ବିଷାକ୍ତ ମଦ ପିଇ ୧୩୪ ଜଣଙ୍କ ଜୀବନ ଯାଇଥିଲା। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ବି.କେ. ବେହେରାଙ୍କ ଅଧ୍ୟକ୍ଷତାରେ ଏହାର ତଦନ୍ତ କରାଯାଇଥିଲା। ଏହି ଘଟଣାରେ ୧୧୦ ଜଣ ମୃତକଙ୍କ ପରିବାରକୁ ୫ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଦିଆଯାଇଥିଲା। ଗଞ୍ଜାମର ପୁରୁଷୋତ୍ତମପୁରରେ ୧୯୯୪ ମସିହା ଅଗଷ୍ଟରେ ମଦ ପିଇ ୪ ଜଣଙ୍କ ପ୍ରାଣହାନୀ ଘଟିଥିଲା। ପୁଣି ଭଦ୍ରକରେ ୧୯୯୬ ଏପ୍ରିଲରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଅବକାରୀ କମିଶନର ଏହାର ତଦନ୍ତ କରିଥିବା ବେଳେ କାହାରିକୁ କ୍ଷତିପୂରଣ ଦିଆଯାଇ ନ ଥିଲା। ସେହିପରି ୨୦୦୧ ଫେବୃୟାରୀରେ ପୁରୀରେ ୨୦ ଜଣ ଓ ଖୋର୍ଦ୍ଧାରେ ୧୦ ଜଣ ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରିଥିଲେ। ୨୦୦୬ ମାର୍ଚ୍ଚ ଓ ଏପ୍ରିଲ୍‌ରେ ଗଞ୍ଜାମରେ ମଦ ପିଇ ୩୦ ଜଣ ପ୍ରାଣ ହରାଇଥିଲେ। ଏହି ଘଟଣାରେ ୨୩ ଜଣ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ୨୦୦୯ ମସିହା ମେ ୪ ଓ ୫ ତାରିଖରେ ଖୋର୍ଦ୍ଧା ଜିଲାର ବଡ଼ପୋଖରିଆରେ ବିଷାକ୍ତ ମଦ ପିଇ ୪ ଜଣ ପ୍ରାଣ ହରାଇଥିଲେ। ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ମିଳିଥିଲା। ସେହିପରି ୨୦୦୯ ଜୁନ୍‌ ୨୫ ଓ ୨୬ରେ ବଲାଙ୍ଗିରରେ ହୋଇଥିବା ମଦମୃତ୍ୟୁ ଘଟଣାରେ ୭ଜଣଙ୍କ ଜୀବନ ଯାଇଥିବାବେଳେ ମୃତକଙ୍କ ପରିବାର ସଦସ୍ୟକୁ ୧୦ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ୨୦୧୦ ଫେବୃୟାରୀ ୨୭ରେ କଟକ ଜିଲାର ନାନପୁର ଓ କୁକୁଡାଙ୍ଗରେ ବିଷାକ୍ତ ମଦ ପିଇ ୨ ଜଣ ମୃତ୍ୟୁବରଣ କରିଥିଲେ। ୨୦୧୨ ଫେବୃୟାରୀ ୬ରୁ ୯ ତାରିଖ ମଧ୍ୟରେ କଟକରେ ବିଷାକ୍ତ ମଦ ପିଇ ୪୩ ଜଣଙ୍କ ପ୍ରାଣହାନୀ ହୋଇଥଧ୍‌ତ୍ଲା। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଏ. ଏସ୍‌. ନାଇଡୁ ଘଟଣାର ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

ସାନଖେମୁଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣଙ୍କ ମୃତ୍ୟୁ, ୪ ଗୁରୁତର; ବ୍ରହ୍ମପୁର MKCGରେ…

ଦିଗପହଣ୍ଡି,୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ଗତ ୪ ଦିନ ହେଲା ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି।…

ଅନଲାଇନ୍ ଗେମିଂ-ବେଟିଂ ନାଁରେ କୋଟି କୋଟି ଟଙ୍କାର ସାଇବର ଠକେଇ! ଗଞ୍ଜାମରେ ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ଛତ୍ରପୁର,୩୦।୯(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : ଅନଲାଇନ୍ ଗେମିଂ, ବେଟିଂ ଓ ଇନଭେଷ୍ଟମେଣ୍ଟ ଆପ୍ ମାଧ୍ୟମରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଠକେଇ କରୁଥିବା ଏକ ସାଇବର ନେଟୱର୍କକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?