ରିକମ୍ବିନାଣ୍ଟ ଡିଏନ୍‌ଏ

ପ୍ଲାସମିଡ୍‌ମାନେ କ୍ରୋମୋଜୋମାଲ ଡିଏନ୍‌ଏ ଉପରେ ନିର୍ଭର ନ କରି ସ୍ବାଧୀନଭାବେ ନିଜ ପ୍ରତିରୂପ ତିଆରି କରି ପାରନ୍ତି।ବ୍ୟାକ୍ଟେରିଆ ଓ ଆର୍କିଆ ଅଣୁଜୀବଙ୍କଠାରେ ପ୍ଲାସମିଡ୍‌ ମିଳିଥାଏ। ଅତିକମରେ ଗୋଟିଏ ଦରକାରୀ ଜିନ୍‌ ସେମାନେ ଆମନ୍ତ୍ରକ କୋଷିକା ନିମନ୍ତେ ଧାରଣ କରିଥାନ୍ତି।
୧୯୭୨ ମସିହାରେ ଆମେରିକାର ଅନୁବଂଶ ବିଜ୍ଞାନ ବିଶାରଦ ଷ୍ଟାନ୍‌ଲେ ନର୍ମାନ୍‌ କୋହେନ ଓ ହରବର୍ଟ ବୋୟର ପ୍ରଥମ ରିକ୍‌ମ୍ବିନାଣ୍ଟ ଡିଏନ୍‌ଏ ତିଆରି କରିଥିଲେ। ସେମାନେ ଆଣ୍ଟିବାୟୋଟିକକୁ ପ୍ରତିରୋଧ କରୁଥିବା ବିଦେଶୀ ଡିଏନ୍‌ଏର ଜିନ୍‌ ଓ ସାଲମୋନେଲା ଟାଇଫିମୁରିୟମ ଗ୍ରାମ୍‌ ନେଗେଟିଭ ବୀଜାଣୁର ପ୍ଲାସମିଡ୍‌ର ପାଲିଣ୍ଡ୍ରୋମିକ୍‌ ସ୍ଥାନକୁ ରେଷ୍ଟ୍ରିକସନ ଏଞ୍ଜାଇମ୍‌ ରୂପକ ଆଣବିକ କଇଁଚି ସାହାଯ୍ୟରେ କାଟିବାପରେ ଲିଗେଜ୍‌ ଆଣବିକ ଅଠା ଦ୍ୱାରା ସନ୍ନିବିଷ୍ଟ କରାଇ ରିକ୍‌ମ୍ବିନାଣ୍ଟ ଡିଏନ୍‌ଏ ସୃଷ୍ଟି କରିଥିଲେ ଏବଂ ପରେ ସେହି ରୂପାନ୍ତରିତ ଡିଏନ୍‌ଏକୁ ଇ. କୋଲି ବୀଜାଣୁ ଦେହରେ ସମ୍ମିଳିତ କରାଇ ତାହାର ଅନେକ ଅବିକଳ କ୍ଲୋନ ସବୁ ତିଆରି କରିପାରିଥିଲେ।
କୋହେନଙ୍କ ଜିନ୍‌ ପ୍ରତିରୋପଣ ପଦ୍ଧତି ଆବିଷ୍କାର ପରେ ଜୈବ ପ୍ରଯୁକ୍ତି ବିଦ୍ୟା ବିକାଶର ଶିଖର ଛୁଇଁଛି। କୃଷି କ୍ଷେତ୍ରରେ ଜେନେଟିକ୍‌ ଯାନ୍ତ୍ରିକ ବିଜ୍ଞାନ ସାହାଯ୍ୟରେ କୀଟମାନଙ୍କୁ ପ୍ରତିରୋଧ କରୁଥିବା ଟ୍ରାନ୍ସଜେନିକ୍‌ ବୃକ୍ଷ, ବିଟ୍‌ କଟନ, ସୁବର୍ଣ୍ଣ ଧାନ ଆଦି ଜିନ୍‌ ରୂପାନ୍ତରିତ କୃଷି କାର୍ଯ୍ୟ କରାଗଲାଣି। ଜିନ୍‌ ଚିକିତ୍ସା ପଦ୍ଧତିରେ ଜର୍ମାଲିନ୍‌ ଜିନ୍‌ ଥେରାପି ଓ ସୋମାଟିକ୍‌ ଜିନ୍‌ ଥେରାପି ଆରମ୍ଭ କରାଗଲାଣି। ହେପାଟାଇଟିସ ‘ବି’ ଟିକା ଓ କୋଭିଡ -୧୯ ଟିକା ପାଇଁ ମଧ୍ୟ ଏହି ବିଦ୍ୟା ପ୍ରୟୋଗ କରାଯାଉଛି।ଜେନେଟିକ ଯାନ୍ତ୍ରିକ ବିଜ୍ଞାନ ପ୍ରୟୋଗ କରି ହ୍ୟୁମାନ ଇନ୍‌ସୁଲିନ ହର୍ମୋନ ତିଆରି ସରିଲାଣି। ପଶୁମାନଙ୍କ ଜିନୋମରେ ବିଦେଶୀ ଜିନ୍‌ ସନ୍ନିବିଷ୍ଟ କରି ଟ୍ରାନ୍ସଜେନିକ୍‌ ପଶୁ ମଧ୍ୟ ସର୍ଜନା କରାହୋଇଛି। ତନ୍ମଧ୍ୟରେ ଟ୍ରାନ୍ସଜେନିକ ମୂଷା, ମେଣ୍ଢା, ଘୁଷୁରି, ଛେଳି, ଗାଈ ଓ ମାଛ ଅନ୍ୟତମ। ରିକ୍‌ମ୍ବିନାଣ୍ଟ ଡିଏନ୍‌ଏ ଜ୍ଞାନ କୌଶଳକୁ ସଠିକ ଭାବେ ବ୍ୟବହାର କଲେ ମାନବତାର ଅଶେଷ ହିତ ସାଧନ କରାଯାଇପାରି।

(ଶେଷ ଭାଗ) -ଡ. ଶୈଳେନ୍ଦ୍ର ନାରାୟଣ ସ୍ବାଇଁ
ରସାୟନ ବିଜ୍ଞାନ ଅଧ୍ୟାପକ, ସରକାରୀ
ମହିଳା କନିଷ୍ଠ ମହାବିଦ୍ୟାଳୟ,
ସୁନ୍ଦରଗଡ଼, ମୋ : ୯୯୩୮୭୮୩୦୫୧


Enter your email to get our daily news in your inbox.

All Right Reserved By Dharitri.Com

ଜଣେ ଯୁବତୀଙ୍କୁ ପ୍ରେମ କରି ବସିଲେ ୨ ଘନିଷ୍ଠ ବନ୍ଧୁ: ଶେଷରେ ଘଟିଲା…

ନାଗପୁର,୨୧।୮: ରଣବୀର ସିଂହ ଓ ଅର୍ଜୁନ କପୁରଙ୍କ ଅଭିନୀତ ଫିଲ୍ମ ‘ଗୁଣ୍ଡେ’ ଦେଖିଛନ୍ତି? ଫିଲ୍ମରେ ଦୁଇ ଘନିଷ୍ଠ ବନ୍ଧୁ ଗୋଟିଏ ଯୁବତୀଙ୍କୁ ଭଲ ପାଇବା ପରେ ପରସ୍ପରଙ୍କ…

ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇ ଆଉ ଫେରି ନ ଥିଲେ ପୂର୍ଣ୍ଣବାସୀ: ମାଟିତଳୁ ମିଳିଲା…

ସୋରଡା,୨୧।୮(ରଜନି ମହାପାତ୍ର):ଗଞ୍ଜାମ ସୋରଡା ଥାନା ସାପଡିହ ଗାଁରେ ଅଭାବନୀୟ ଘଟଣା । ଜଙ୍ଗଲରୁ ମିଳିଲା ମହିଳାଙ୍କ ମୃତଦେହ। ମାଟିତଳୁ ଉଦ୍ଧାର ହେଲା ମୃତଦେହ। ମୃତକ ହେଲେ ସାପଡିହ…

ଭୁବନେଶ୍ୱରରୁ ଆସିଲା ଦଳୀୟ ସୁପ୍ରିମୋଙ୍କ ଡାକରା, ଶଙ୍ଖଭବନରେ ପହଞ୍ଚିଲେ ଗଞ୍ଜାମ ବିଜେଡି ନେତା, ବଡ଼ଧରଣର…

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ। ଏଥିପାଇଁ ଚଳଚଞ୍ଚଳ ଶଙ୍ଖଭବନ। ଦଳୀୟ ସଂଗଠନ କିଭଳି ସୁଦୃଢ଼ ହେବ ସେଥିପାଇଁ ଚାଲିଛି ମାନସ ମନ୍ଥନ। ରାଜ୍ୟ…

ଶିକ୍ଷା ବିଭାଗରେ ଚହଳ! ନାବାଳିକାଙ୍କୁ ଗର୍ଭବତୀ କଲେ ଶିକ୍ଷକ, ଗର୍ଭପାତ ପାଇଁ ଯାଉଥିବାବେଳେ ବାଟରେ…

କିଶ୍ତୱାଡ,୨୧।୮: ଜମ୍ମୁ-କଶ୍ମୀରର କିଶ୍ତୱାଡରେ ୧୪ ବର୍ଷୀୟା ଜଣେ ନାବାଳିକାଙ୍କ ସହ ବଳାତ୍କାର ଅଭିଯୋଗକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଅଭିଯୋଗ ଅନୁସାରେ, ବଳାତ୍କାର ଯୋଗୁ ନାବାଳିକା ଗର୍ଭବତୀ…

‘ଏବେ ଆପଣ ମୁଖ୍ୟମନ୍ତ୍ରୀ, ଫିଲ୍ମ ଭଳି ଡାଏଲଗ କୁହନ୍ତୁ ନାହିଁ’: ବିଧାନସଭାରେ CM ବିଜୟଙ୍କୁ ଏମିତି କହିଦେଲେ ଉଦୟନିଧି ଷ୍ଟାଲିନ

ଚେନ୍ନାଇ,୨୧।୮: ତାମିଲନାଡୁରେ ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ ଶୁକ୍ରବାର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। ପୂର୍ବତନ DMK ସରକାର ସମୟର କଥିତ…

ନାବାଳକଙ୍କ ନାରକୀୟ କାଣ୍ଡ: ସାମାନ୍ୟ ବଚସାରୁ ବାପ-ପୁଅଙ୍କୁ ମାରିଲେ ଛୁରି

ଦେବଗଡ,୨୧।୮(ଶଶାଙ୍କ ଶେଖର ଝାଙ୍କର): ସାମାନ୍ୟ ବଚସାକୁ କେନ୍ଦ୍ର କରି ଜ୍ଯଯଯ ହତ୍ୟାକାଣ୍ଡ। ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଗୌଡସୁଗୁଡା ଗ୍ରାମରେ ଶୁକ୍ରବାର ସକାଳୁ ଛୁରା ମାଡରେ…

କିନ୍ନର ବେଶ ଯାଇ ପ୍ରଥମେ ପାଣି ଛିଞ୍ଚିଲେ, ଏୟାର ହୋଷ୍ଟେସଙ୍କୁ ଏକା ଦେଖି ଯାହା କଲେ…

ମୁମ୍ବାଇ,୨୧।୮: ମୁମ୍ବାଇର ପୱାଇ ଅଞ୍ଚଳରେ ବଳାତ୍କାର ମାମଲା ସାମ୍ନାକୁ ଆସିଛି। ଟ୍ରାନ୍ସଜେଣ୍ଡର ବେଶ ଧାରଣ କରି ଜଣେ ଏୟାର ହୋଷ୍ଟେସଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଆଶୀର୍ବାଦ…

ଥାନା ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ, ସାଥିରେ ଅଛନ୍ତି ପ୍ରିୟଙ୍କା

ନୂଆଦିଲ୍ଲୀ,୨୧ା୮: ପେଲେଟ୍ ଗନ୍‌ ବ୍ୟବହାରକୁ ନେଇ ପୁଣିଥରେ ସ୍ୱର ଉଠାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଶୁକ୍ରବାର ସେ ଦିଲ୍ଲୀର ସଂସଦ ମାର୍ଗ ଥାନାରେ ପହଞ୍ଚିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri