ଋଷି ସୁନକଙ୍କ ବିରୋଧରେ ବିଦ୍ରୋହ ଧମକ…

ଲଣ୍ଡନ,୨୩।୧୧ : ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ପ୍ରଥମ ଥର ପାଇଁ ନିଜ ଦଳର ସାଂସଦଙ୍କ ବିଦ୍ରୋହର ଆଶଙ୍କା ସାମ୍ନା କରିବାକୁ ପଡ଼ିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି କାରଣରୁ ତାଙ୍କୁ ବ୍ରିଟିଶ ସରକାରଙ୍କ ଘର ନିର୍ମାଣ ଯୋଜନା ସମ୍ପର୍କିତ ବିଧେୟକ ଲେଭେଲିଂ ଅପ ଆଣ୍ଡ ରିଜେନେରେଶନ ବିଲ ଉପରେ ମତଦାନ ସ୍ଥଗିତ ରଖିବାକୁ ପଡିଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସୁନକଙ୍କ ଟୋରି ପାର୍ଟି ସହିତ ପ୍ରାୟ ୪୭ ଜଣ ସାଂସଦ ଏହି ବିଲର ସଂଶୋଧନ ପ୍ରସ୍ତାବ ବିରୋଧରେ ଦସ୍ତଖତ କରିଛନ୍ତି। ଏହା ବାଧ୍ୟତାମୂଳକ ଭାବରେ ଗୃହ ନିର୍ମାଣର ଲକ୍ଷ୍ୟ ପୂରଣ କରିବାରେ ସ୍ଥାନୀୟ ପରିଷଦକୁ ରୋକିବ।

ଏହି ବିଲ ଆଲୋଚନା ପାଇଁ ବୁଧବାର ଲୋକସଭାରେ ପ୍ରତ୍ୟାବର୍ତ୍ତନ କରିଥାନ୍ତା ଏବଂ ଆସନ୍ତା ସୋମବାର ଏହା ଉପରେ ଭୋଟ ଦେବାର ଥିଲା। ପ୍ରଧାନମନ୍ତ୍ରୀ ସୁନକ ଏହି ବିଲ ଉପରେ ଭୋଟରେ ପରାଜୟର ବିପଦ ରହିଛି। କାରଣ ତାଙ୍କ ସପକ୍ଷରେ ମାତ୍ର ୬୯ ଜଣ ସଦସ୍ୟ ଅଛନ୍ତି। ଯଦି ୪୭ ବିଦ୍ରୋହୀ ସଦସ୍ୟ ଲେବର ପାର୍ଟି ସହିତ ଅନ୍ୟ ବିରୋଧୀ ଦଳର ସମର୍ଥନ ପାଆନ୍ତି, ତେବେ ସୁନକ ପ୍ରଥମ ପରାଜୟର ସମ୍ମୁଖୀନ ହୋଇପାରିବାର ଆଶଙ୍କା ରହିଛି।
ବୁଧବାର ଏହି ବିଲ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି, କିନ୍ତୁ ସୋମବାର ଏହା ଉପରେ ଭୋଟ ହେବ ନାହିଁ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ଅଧିକାରୀ କହିଛନ୍ତି ଯେ ଗୃହର ଏଜେଣ୍ଡାରେ ଏଥିପାଇଁ କୌଣସି ସମୟ ଧାର୍ଯ୍ୟ କରାଯାଇ ନାହିଁ। ସେ କହିଛନ୍ତି ଯେ ଲେଭେଲିଂ ଅପ ମନ୍ତ୍ରୀ ମିସେଲ ଗୋଭ ଆସନ୍ତା କିଛି ସପ୍ତାହ ମଧ୍ୟରେ ସାଂସଦମାନଙ୍କ ସହ ଏହି ବିଲ ଉପରେ ଆଲୋଚନା ଜାରି ରଖିବେ ଏବଂ ଖ୍ରୀଷ୍ଟମାସ ପର୍ଯ୍ୟନ୍ତ ଭୋଟ ଟାଳିବାକୁ ପ୍ରୟାସ କରିବେ।

ବ୍ରିଟିଶ ସରକାର ଗ୍ରାମାଞ୍ଚଳରେ ବହୁ ସଂଖ୍ୟକ ଘର ନିର୍ମାଣ କରିବାକୁ ଚାହୁଁଛନ୍ତି। ତେଣୁ ଏହି ବିଲ ଆଣି ସ୍ଥାନୀୟ ସଂସ୍ଥା ପାଇଁ ଲକ୍ଷ୍ୟ ସ୍ଥିର କରି ବାଧ୍ୟତାମୂଳକ ଭାବରେ ନିର୍ମାଣ କରିବାକୁ ସରକାର ଚାହୁଁଛନ୍ତି। ଯଦି କଞ୍ଜରଭେଟିବ ପାର୍ଟି ଏବଂ ବିରୋଧୀ ଏଥିରେ ସଂଶୋଧନ ଆଣି ଯୋଜନା କାର୍ଯ୍ୟକାରୀ କରିବା ବନ୍ଦ କରନ୍ତି, ତେବେ ଏହା ସୁନକ ସରକାରଙ୍କ ପାଇଁ ଏକ ପ୍ରକାର ପରାଜୟ ହେବ। ବୁଧବାର ଅନୁଷ୍ଠିତ ହେବାକୁ ଥିବା ବିତର୍କରେ ସୁନକ ସରକାର ଏବଂ ତାଙ୍କ ଦଳର ସାଂସଦ ତଥା ବିରୋଧୀ ଦଳ କେଉଁ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହା ଆଧାରରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବାଇଡେନଙ୍କ ପରେ କମଲାଙ୍କୁ ସମର୍ଥନ କଲେ ଓବାମା-ମିଶେଲ; ଟ୍ରମ୍ପଙ୍କ ଅଡୁଆ ବଢ଼ିଲା…

ଓ୍ବାଶିଂଟନ,୨୬।୭: ଆମେରିକା ରାଷ୍ଟ୍ରପତି ପଦ ଲାଗି କମଲା ହାରିସଙ୍କ ପ୍ରାର୍ଥୀତ୍ୱ ମଜଭୂତ ହେବାରେ ଲାଗିଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା...

ମୁକେଶ ଅମ୍ବାନୀଙ୍କ ସହ ଏହି ମହିଳାଙ୍କ ସେଲ୍‌ଫି ଭାଇରାଲ, ଜାଣନ୍ତୁ ଫଟୋକୁ ନେଇ କାହିଁକି ପାକିସ୍ତାନରେ ହେଉଛି ଚର୍ଚ୍ଚା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ସହ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ତାଙ୍କ ସହ ଫଟୋରେ ଦେଖାଯାଇଥିବା...

ଭାରତ ଉପରେ ରାଗିଗଲା ଆମେରିକା: ପରେ ଭାରତ ଦେଲା କଡ଼ା ଜବାବ

ଓ୍ବାଶିଂଟନ,୨୬।୭: ନିକଟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ଗସ୍ତରେ ଯାଇଥିଲେ। ସେଠାରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ଭେଟିଥିଲେ। ତେବେ ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ...

ଏହି କାମ କରିବାକୁ ଶପଥ ନେଲେ କମଲା ହାରିସ

ଓ୍ବାଶିଂଟନ,୨୬।୭: ହମାସ ସହିତ ଯୁଦ୍ଧ ମଧ୍ୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକାରେ ପହଞ୍ଚିଛନ୍ତି। ସେ ଏଠାରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା...

ପୁଅ ପାଇଁ କନ୍ୟା ଦେଖିବାକୁ ଯାଇଥିଲେ ବାପା: ଘରକୁ ଆସି ଦେଖିଲାବେଳକୁ ପାଦ ତଳୁ ଖସିଗଲା ମାଟି

ଢାକା,୨୫।୭: ବାଂଲାଦେଶରେ ସଂରକ୍ଷଣକୁ ନେଇ ହିଂସାତ୍ମକ ପ୍ରତିବାଦରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରୁ କିଛି ଲୋକ ଅଛନ୍ତି, ଯାହାଙ୍କ ମୃତଦେହକୁ ଚିହ୍ନିବା କଷ୍ଟକର।...

ରାଷ୍ଟ୍ରପତି ପାଇଁ ଯୋଗ୍ୟ ନୁହଁନ୍ତି କମଲା ହାରିସ: ଟ୍ରମ୍ପ

ଓ୍ବାଶିଂଟନ୍‌,୨୫।୭: ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକାରେ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି। ନେତାଙ୍କ ପରସ୍ପର ଉପରେ ରାଜନୈତିକ ଆକ୍ରମଣ ମଧ୍ୟ ତୀବ୍ର ହୋଇଛି। ଏହି ସମୟରେ...

ମାଳଦ୍ୱୀପକୁ ବଡ଼ ଝଟ୍‌କା ଦେଲା ଭାରତ

ନୂଆଦିଲ୍ଲୀ,୨୫।୭: ୨୦୨୪ ବଜେଟରେ ମାଳଦ୍ୱୀପକୁ ଦିଆଯାଇଥିବା ଅନୁଦାନ ସହାୟତା ରାଶିରେ ଭାରତ ସରକାର ଏକ ବଡ଼ ହ୍ରାସ କରିଛନ୍ତି। ଏହା ପରେ ମୁଇଜୁଙ୍କ ଦେଶ ଭାରତରୁ...

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ କେତେ ଟଙ୍କା ମିଳେ କ୍ଷତିପୂରଣ, ଜାଣିଲେ…

କାଠମାଣ୍ଡୁ/ନୂଆଦିଲ୍ଲୀ ,୨୪ା୭: ସୌର୍ଯ୍ୟ ଏୟାରଲାଇନ୍ସର ୯ଏନ୍‌-ଏଏମ୍‌ଇ (ସିଆରଜେ- ୨୦୦) ବିମାନ ଭାରତର ପଡ଼ୋଶୀ ଦେଶ ନେପାଳର ରାଜଧାନୀ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାର ଶିକାର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri