ଓ୍ବାଶିଂଟନ୍,୨୬।୯: ଇରାନ ଆମେରିକା ସମ୍ମୁଖରେ ଷ୍ଟ୍ରେଟ ଅଫ ହର୍ମୁଜକୁ ପୁଣିଥରେ ଖୋଲିବା ପାଇଁ ପ୍ରସ୍ତାବ ରଖିଛି। ଏହି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ସେ ଷ୍ଟ୍ରେଟ ଅଫ ହର୍ମୁଜର ନାମ ବଦଳାଇ ‘ଟ୍ରମ୍ପ ଷ୍ଟ୍ରେଟ’ ରଖିଛନ୍ତି। ଏନେଇ ଟ୍ରମ୍ପ ଏକ ମାନଚିତ୍ର ମଧ୍ୟ ଶେୟାର କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ପୂର୍ବରୁ ମଧ୍ୟ ସେ ହର୍ମୁଜର ନାମ ବଦଳାଇବାକୁ ପ୍ରସ୍ତାବ ଦେଇଥିଲେ। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଆହୁରି ବଢ଼ିପାରେ।
ବାସ୍ତବରେ, ଟ୍ରମ୍ପ ଶନିବାର (୨୬ ସେପ୍ଟେମ୍ବର) ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ରେ ଏକ ପୋଷ୍ଟ ଶେୟାର କରିଥିଲେ। ସେ ଇରାନ ଏବଂ ହର୍ମୁଜର ଏକ ମାନଚିତ୍ର ଶେୟାର କରି କହିଥିଲେ ଯେ, ଏଣିକି ଆମେରିକା ପାଇଁ ହର୍ମୁଜ୍ର ନାମ ‘ଟ୍ରମ୍ପ ଷ୍ଟ୍ରେଟ’ ହେବ। ଟ୍ରମ୍ପଙ୍କ ଏହି ସୋସିଆଲ ମିଡିଆ ପୋଷ୍ଟ ଇରାନରେ ଚିନ୍ତା ବଢ଼ାଇପାରେ, କାରଣ ନିକଟରେ ଇରାନ ହର୍ମୁଜକୁ ପୁଣି ଖୋଲିବା ପାଇଁ ପ୍ରସ୍ତାବ ଦେଇଥିଲା। ତେଣୁ ଟ୍ରମ୍ପଙ୍କ ଏହି ନୂଆ ପଦକ୍ଷେପ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ାଇପାରେ।

