ବେଦାନ୍ତ ପକ୍ଷରୁ ‘ଏକ୍ସଟ୍ରୁଜନ୍‌ ସେଗ୍‌ମେଣ୍ଟ’

ନୂଆଦିଲ୍ଲୀ,୨୩।୧୧: ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଏକ୍ସଟ୍ରୁଜନ୍‌ ସେଗ୍‌ମେଣ୍ଟ’ର ଆୟୋଜନ କରାଯାଇଥିଲା। ବିଶେଷକରି ଭାରତୀୟ ଏକ୍ସଟ୍ରୁଜନ୍‌ ଶିଳ୍ପର ଉପତ୍ାଦକତା ବୃଦ୍ଧି ସମ୍ପର୍କରେ ଏକ ବୈଷୟିକ ମାଷ୍ଟରକ୍ଲାସ୍‌ ମଧ୍ୟ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ଭାରତ ସମେତ ୬୦ରୁ ଅଧିକ ଦେଶର ପ୍ରାୟ ୩୦୦ ଅଂଶଗ୍ରହଣକାରୀ ସାମିଲ ଥିଲେ। ଏପରିକି ମାଷ୍ଟରକ୍ଲାସ ଦୁନିଆର ଜଣାଶୁଣା ଏକ୍ସଟ୍ରୁଜନ୍‌ ବିଶେଷଜ୍ଞ ଜୋନାଥନ୍‌ ପାଙ୍ଗବର୍ନଙ୍କ ଦ୍ୱାରା ଉକ୍ତ ଅଧିବେଶନ ପରିଚାଳିତ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଜୋନାଥନ୍‌ ବେଦାନ୍ତର କଷ୍ଟମର ଟେକ୍ନିକାଲ ସର୍ଭିସ୍‌ (ସିଟିଏସ୍‌) ସେଲ୍‌ ପାଇଁ ବିଲେଟ୍‌ ଏକ୍ସଟ୍ରୁଜନ୍‌ର ବୈଷୟିକ ପରାମର୍ଶଦାତା ଭାବେ କାର୍ଯ୍ୟ କରନ୍ତି।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ରାହୁଲ ଶର୍ମା କହିଛନ୍ତି, ଭାରତର ବୃହତମ ଆଲୁମିନିୟମ ଉପତ୍ାଦକ ତଥା ଦେଶର ସର୍ବବୃହତ୍‌ ବିଲେଟ୍‌ ରପ୍ତାନିକାରୀ ଭାବେ ଆମେ ଗୁଣବତ୍ତା,ବିଶ୍ୱସନୀୟତା ଏବଂ ନିର୍ମାଣ ଉତ୍କର୍ଷର ଧ୍ୱଜା ବହନକାରୀ। ସେହିଭଳି ସର୍ବୋଚ୍ଚ ଗୁଣାତ୍ମକ ଆଲୁମିନିୟମ ଉତ୍ପାଦ ଉପତ୍ାଦନରେ ମଧ୍ୟ ଆମର ପାରଦର୍ଶିତା ଭାରତୀୟ ଶିଳ୍ପରେ ବିଶ୍ୱ ଜ୍ଞାନ ଆଣିବାକୁ କମ୍ପାନୀର ଉତ୍ସାହ ସହ ମେଳଖାଉଛି। ଏହି ମାଷ୍ଟରକ୍ଲାସ୍‌ ପ୍ରତିକ୍ରିୟା ଅତ୍ୟନ୍ତ ଉତ୍ସାହଜନକ ଏବଂ ଆମ ଗ୍ରାହକମାନେ ଆଗକୁ ବଢ଼ିବା ପାଇଁ ଏହିପରି ଅନେକ ଜ୍ଞାନ ବିତରଣ ଅଧିବେଶନ କରିବାକୁ କମ୍ପାନୀ ଯୋଜନା ରଖିଛୁ। ସେହିଭଳି ଜୋନାଥନ କହିଥିଲେ, ଆଲୁମିନିୟମ ଏକ୍ସଟ୍ରୁଜନ୍‌ ଆଧୁନିକ ମାନବ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆବଶ୍ୟକ ରହିଛି। ଏପରିକି ଆମେ ରହୁଥିବା ଘରଠାରୁ ଆରମ୍ଭ କରି ବିମାନ ସେବା ପର୍ଯ୍ୟନ୍ତ ସବୁଥିରେ ଏହାର ପ୍ରୟୋଗ କରାଯାଉଛି। ବେଦାନ୍ତ ଆଲୁମିନିୟମ ଦ୍ୱାରା ମାଷ୍ଟରକ୍ଲାସ୍‌ ଆକାରରେ ପ୍ରଦାନ କରାଯାଉଥିବା ପ୍ଲାଟ୍‌ଫର୍ମ ପାଇଁ ମୁଁ ଆନନ୍ଦିତ। ଏହି ପରିପ୍ରେକ୍ଷୀରେ ବେଦାନ୍ତ ଆଲୁମିନିୟମର ଚିଫ୍‌ ମାର୍କେଟିଂ ଅଫିସର ଆଲୋକ ରଞ୍ଜନ ଏବଂ ଗ୍ରାହକ ବୈଷୟିକ ସେବାର ମୁଖ୍ୟ ରାମ ସନ୍ଦୀପନ ଅଧିକାରୀ ଅଧିବେଶନରେ ଅଂଶଗ୍ରହଣକାରୀଙ୍କ ସହ କମ୍ପାନୀର ଅଫର ଏବଂ ଶିଳ୍ପଧାରା ଉପରେ ଅନ୍ତର୍ନିହିତ ସୂଚନା ପ୍ରଦାନ କରିଥିଲେ। ଅପରପକ୍ଷରେ ଦେଶର ପ୍ରମୁଖ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନର ଛାତ୍ରୀଛାତ୍ରୀମାନେ ମଧ୍ୟ ଉକ୍ତ ଅଧିବେଶନରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ କାମରେ ଆସୁଥିଲେ ସୁଶାନ୍ତ: ପଛପଟୁ ଧକ୍କା ଦେଇ ଚମ୍ପଟ ମାରିଲା କାର୍‌, ଅବସ୍ଥା ଗୁରୁତର ହେବାରୁ…

ଦିଗପହଣ୍ଡି,୨୮।୭(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି – ରାୟଗଡ଼ା ୩୨୬ନଂ ଜାତୀୟ ରାଜପଥର ପୁଞ୍ଜିକଂୟା ଛକ ନିକଟ ବିଏସଏନଏଲ ଅଫିସ ସମ୍ମୁଖରେ ମଙ୍ଗଳବାର ସକାଳେ ଏକ ଦ୍ରୁତଗାମୀ କାର୍‌…

ଗଞ୍ଜେଇ ଚାଲାଣରେ ରାଜସ୍ଥାନ ସିଣ୍ଡିକେଟ୍‌ର ପର୍ଦ୍ଦାଫାଶ କଲା STF

ଭୁବନେଶ୍ୱର,୨୮।୭: ଗଞ୍ଜେଇ ଚାଲାଣରେ ରାଜସ୍ଥାନ ସିଣ୍ଡିକେଟର ପର୍ଦ୍ଦାଫାଶ କରିଛି STF ଟିମ୍‌। ଟାର୍ଗେଟରେ ଥିବା ଗଞ୍ଜାମ ଜିଲାର ୩ଜଣ ଗଞ୍ଜେଇ ମାଫିଆ ଗିରଫ ହୋଇଛନ୍ତି। STF ଗିରଫ…

ଅନ୍ତରଙ୍ଗ ଦୃଶ୍ୟକୁ ନା… ନିହାରିକାଙ୍କ ମନର କଥା

କଣ୍ଟେଣ୍ଟ କ୍ରିଏଟର ଭାବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନିହାରିକା ଏନଏମ ଅଭିନେତା ରାଘବ ଜୁୟାଲଙ୍କ ସହ ‘ଭାଇ ତେରା ଷ୍ଟାର ହୈ’ ଜରିଆରେ…

ଭାରୋତ୍ତଳନ ପ୍ରତିଯୋଗିତାରେ ଚମକିଲେ ଭଞ୍ଜନଗରର ଶିବା: ଜିତିଲେ ସ୍ବର୍ଣ୍ଣ

ଭଞ୍ଜନଗର, ୨୮।୭ (ବାବୁଲା ପ୍ରଧାନ): ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଗତ ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୨ୟ ଓଡ଼ିଶା ଭାରୋତ୍ତଳନ ପ୍ରତିଯୋଗିତାରେ ଭଞ୍ଜନଗରର ଉଦୀୟମାନ…

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ, କୁମିଆ ପାଲିରେ ଆରମ୍ଭ ହେଲା ସର୍ଭେ

ବଲାଙ୍ଗୀର,୨୮।୭ ( ସୁନିଲ କୁମାର ମହାନ୍ତି) : ଲଗାଣ ବର୍ଷା ଯୋଗୁ ଲୋୟର ସୁକତେଲ ଜଳଭଣ୍ଡାର ଭିତରେ ଥିବା ବଲାଙ୍ଗୀର ଜିଲା କୁମିଆପାଲି ଗାଁରେ ରବିବାର ସାଂଘାତିକ…

ବିଚ୍‌ ରାସ୍ତାରେ ଯୁବତୀଙ୍କୁ ଅସଦାଚରଣ ଘଟଣା: ଅଭିଯୁକ୍ତ ରୋଡ଼ ରୋମିଓଙ୍କୁ ବାନ୍ଧିଲା ପୋଲିସ

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ କଲେଜ ରୋଡ଼ ନାକାଛକ ନିକଟରେ ବିଚ ରାସ୍ତା ଉପରେ ଜଣେ ଯୁବତୀ(ଛାତ୍ରୀ)ଙ୍କୁ ଅସଦାଚରଣ ପ୍ରଦର୍ଶନ ଘଟଣାର ଅଭିଯୁକ୍ତ ପୋଲିସ ହାତରେ ଧରାପଡ଼ିଛନ୍ତି। ସେ…

ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା , ବୈତରଣୀରେ ବଡ଼ ବନ୍ୟା: ପ୍ରଭାବିତ ହେବ ଏ ସବୁ ଅଞ୍ଚଳ, ସୂଚନା ଦେଲେ…

ଭୁବନେଶ୍ୱର, ୨୮।୭: ଉତ୍ତର ଓଡ଼ିଶାରେ ଗତ ୨୪ ଘଣ୍ଟାରେ ବାଦଲ ଫଟା ବର୍ଷା ହୋଇଛି। କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ଜନଜୀବନ…

ସର୍ପ ଦଂଶନରେ ଚାଲିଗଲା ବର୍ଷୀୟାନ ସଂଗଠକଙ୍କ ଜୀବନ: ଅଞ୍ଚଳ ଜଣେ ମୂରବୀଙ୍କୁ ହରାଇଲା ବୋଲି କହିଲେ…

  ପାଟଣା ୨୮।୭(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷା ଖରି ପଂଚାୟତ ମଲ୍ଲି ପୋଷି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ବେଜ (୮୫) ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri