ରିୟଲିଟି ଚେକ୍‌

କୋଭିଡ୍‌-୧୯ ମହାମାରୀ ଯୋଗୁ ଭାରତରେ ରିୟଲ୍‌ ଇଷ୍ଟେଟ୍‌ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ହେବ ଆମ ଅର୍ଥନୀତି ମାନ୍ଦାବସ୍ଥା ଦେଇ ଚାଲିଆସୁଛି। ଏହା ସହ କେନ୍ଦ୍ର ବିମୁଦ୍ରୀକରଣ ଓ ତରବାରିଆ ଭାବେ ଜିଏସ୍‌ଟି ଲାଗୁ କରିବା ଭଳି ତ୍ରୁଟିପୂର୍ଣ୍ଣ ନୀତି ହାଉସିଂ ସେକ୍ଟର ଉପରେ ଭାରି ପଡ଼ିଥିଲା। ଏହି ସେକ୍ଟରରେ ଯାହା କିଛି ଆଶା ରହିଥିଲା ତାହାକୁ କୋଭିଡ୍‌-୧୯ ସମ୍ପୂର୍ଣ୍ଣ ଧୂଳିସାତ କରିଦେଲା। ଗତ ଦଶନ୍ଧିରେ ମାନ୍ଦା ଅର୍ଥବ୍ୟବସ୍ଥା ଯୋଗୁ ରିୟଲ୍‌ ଇଷ୍ଟେଟ୍‌ ଆଗକୁ ବଢ଼ିପାରି ନ ଥିଲା। ମାନ୍ଦା ଅର୍ଥବ୍ୟବସ୍ଥା ଚାହିଦାକୁ କମାଇ ଦେଇଛି। ଶେଷରେ ମହାମାରୀ ଏହାକୁ ଧରାଶାୟୀ କରିଦେଇଛି। ଭାରତ ଭଳି ଦେଶରେ ଯେଉଁଠି ମଧ୍ୟବିତ୍ତଙ୍କ ସଂଖ୍ୟା ଅଧିକ ସେଠାରେ ରିୟଲ୍‌ ଇଷ୍ଟେଟ୍‌ ସେକ୍ଟର ହିଁ ନିଯକ୍ତି ଲାଗି ଏକ ବଡ଼ ସୁଯୋଗ ସୃଷ୍ଟି କରିଆସୁଥିଲା। ଦେଶରେ ଆର୍ଥିକ ଉଦାରୀକରଣ ଏବଂ ଦ୍ରୁତ ସହରୀକରଣ ଯୋଗୁ ଏହି ସେକ୍ଟର ବହୁ ଆଗକୁ ଚାଲିଯାଇଛି। ତେବେ ଉକ୍ତ ସେକ୍ଟରକୁ ମଜଭୁତ କରିବା ପାଇଁ ସରକାର କିଛି ନୀତିଗତ ନିଷ୍ପତ୍ତି ନେଇଥିଲେ ବି ତାହା ପର୍ଯ୍ୟାପ୍ତ ହୋଇ ନ ଥିତ୍ଲା। ତେବେ ମହାମାରୀ ଯୋଗୁ ଅର୍ଥବ୍ୟବସ୍ଥାରେ ବଡ଼ ଅନିଶ୍ଚିତତା ଦେଖାଯାଇଛି, ଯାହାଦ୍ୱାରା ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଛନ୍ତି। ଦେଶର ସବୁଆଡ଼େ ଲୋକମାନେ ସେମାନଙ୍କର କର୍ମସ୍ଥଳୀ ଛାଡ଼ି ଘରକୁ ଚାଲି ଆସିଛନ୍ତି ଏବଂ ଯେଉଁମାନେ ରହିଲେ ସେମାନେ କମ୍‌ ଦରମା ପାଉଛନ୍ତିି। କୋଭିଡ୍‌-୧୯ର ପ୍ରଥମ ସଂକ୍ରମଣ ଏବଂ ଏବକାର ଶୀର୍ଷ ସଂକ୍ରମଣ ଲୋକମାନଙ୍କ ଦୁଃଖ ଦୁର୍ଦ୍ଦଶାକୁ ଆହୁରି ବଢ଼ାଇ ଦେଇଛି। ସେମାନେ ନିରାଶ ହୋଇଛନ୍ତି।
ଭାରତରେ ରିୟଲ୍‌ ଇଷ୍ଟେଟ୍‌କୁ ମହାମାରୀ ଯେଭଳି କ୍ଷତି ପହଞ୍ଚାଇଲା ତାହାଠୁ ବଳି ବଡ଼ କ୍ଷତି ଆଉ କିଛି ନ ଥାଇ ପାରେ। ଲୋକମାନେ ଘର କିଣିବାକୁ ଅଶାୟୀ ଥିଲେ। କିନ୍ତୁ ଏକ ବିରାଟ ଅନିଶ୍ଚିତତା ସେମାନଙ୍କୁ ଅଟକାଇଦେଲା। ସେମାନେ କେହି ଠିକ୍‌ ଭାବେ ନିଷ୍ପତ୍ତି ନେଇପାରିଲେ ନାହିଁ। ଏହାର କାରଣ ହେଉଛି ମହାମାରୀ ସହରାଞ୍ଚଳର ଭୀଷଣ କ୍ଷତି କରିଛି। ଦେଖାଗଲା କୋଭିଡ୍‌-୧୯ ଯୋଗୁ ସବୁଠୁ ଯଦି ବେଶି କିଏ କ୍ଷତିଗ୍ରସ୍ତ ହୋଇଥାଏ ତେବେ ତାହା ହେଉଛି ରିୟଲ୍‌ ଇଷ୍ଟେଟ୍‌। ସରକାରଙ୍କ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଏବଂ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ରେପୋରେଟ୍‌ ହ୍ରାସ କରିବା ବି ଦେଶରେଏହି ସେକ୍ଟରକୁ ପୁନରୁଦ୍ଧାର କରିବାରେ ଅସଫଳ ହୋଇଛି। ଦେଶରେ କମ୍‌ ଚାହିଦା ଓ ନିଯୁକ୍ତିରେ ଆଶାତୀତ ହ୍ରାସ ଉଭୟେ ଏବେ ହାଉସିଂ ମାର୍କେଟ ପାଇଁ ସବୁଠୁ ବଡ଼ ବାଧକ ଭାବେ ଉଭା ହୋଇଛନ୍ତି। ଏହି ସେକ୍ଟରର ପୁନରୁଦ୍ଧାର ଗୋଟିଏ ଦିନରେ ହୋଇପାରିବ ନାହିଁ। ଅର୍ଥବ୍ୟବସ୍ଥାରେ ଉନ୍ନତି ନ ଆସିଲେ ଏହି ସେକ୍ଟରରେ ଉନ୍ନତି ହୋଇପାରିବ ନାହିଁ। ଏହି ପରିସ୍ଥିତିକୁ ଦୂରକରିବା ପାଇଁ ସରକାର କ’ଣ କରିବା ଦରକାର? ଘର କ୍ରେତାଙ୍କ ପାଇଁ ଟ୍ୟାକ୍ସ ବେନିଫିଟ୍‌ ବୃଦ୍ଧି କରିବା ଏବଂ ବ୍ୟାଙ୍କଗୁଡ଼ିକୁ ଋଣ ଦେବା ଲାଗି ପ୍ରୋତ୍ସାହିତ କରିବା ମଧ୍ୟ ଏଥିପାଇଁ ଯଥେଷ୍ଟ ହେବନାହିଁ। ମହାମାରୀ ମଝିରେ ସରକାର ଲାଗୁ କରିଥିବା ଅଲଟର୍‌ନେଟିଭ ଇନ୍‌ଭେଷ୍ଟମେଣ୍ଟ୍‌ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ପ୍ରୋଜେକ୍ଟର ବିଲ୍‌ଡରମାନଙ୍କୁ ଠିକ୍‌ ଦିଗରେ ସାହାଯ୍ୟ କରିପାରେ। କିନ୍ତୁ ଏହା ବି ଯଥେଷ୍ଟ ନୁହେଁ। ରିୟଲ ଇଷ୍ଟେର ଇଣ୍ଡଷ୍ଟ୍ରି ଷ୍ଟାଟସ୍‌ ଦେଲେ ଏହା ହାଉସିଂ ସେକ୍ଟରକୁ ଅଧିକ ସଂଗଠିତ ଓ ପାରଦର୍ଶୀ କରିପାରିବ। ଏହା ଡେଭଲପର୍ସମାନଙ୍କ କ୍ୟାପିଟାଲ କଷ୍ଟ୍‌ କମ୍‌ କିରିବ ଓ ଗୃହ କ୍ରେତାଙ୍କୁ ଲାଭ ପହଞ୍ଚାଇବ। ଏହି ସେକ୍ଟରକୁ କ୍ଷତି କରୁଥିବା କଟକଣା ଉଠାଇ ନେବା ସରକାରଙ୍କ ପାଇଁ ଆଉ ଏକ ପଦକ୍ଷେପ ହୋଇପାରେ। ସାମ୍ପ୍ରତିକ ସମୟରେ ଡେଭଲପର୍ସମାନେ ପ୍ରୋଜେକ୍ଟ ଅନୁମୋଦନ କରିବା ପାଇଁ ସରକାରଙ୍କ ବିଭିନ୍ନ ଏଜେନ୍ସି ସହ ଚୁକ୍ତି କରିବାକୁ ପଡ଼ିବ। ପ୍ରୋଜେକ୍ଟ ପାସ କରିବା ପାଇଁ ଏକକ ନୀତି ରହିବା ଉଚିତ। ଡେଭଲପର୍ସମାନଙ୍କୁ ନିୟମିତ ଆୟ କରିବା ପାଇଁ ଘରକୁ ଭଡ଼ାରେ ଲଗାଇବାକୁ ଅନୁମତି ଦେବା ଆବଶ୍ୟକ। କ୍ରେତାଙ୍କ ପରିପ୍ରେକ୍ଷୀରେ ଘର ବିକ୍ରି ପାଇଁ ନୁହେଁ ବରଂ ଏହାକୁ ଭଡ଼ା ନେବାକୁ ଚୟନ କରିବାକୁ କୁହାଯାଇପାରେ। ଘର ମୂଲ୍ୟ କମ୍‌ କରି କ୍ରେତାମାନଙ୍କୁ ଲାଭ ପହଞ୍ଚାଇବା ଲାଗି ଡେଭଲପର୍ସମାନଙ୍କୁ ଟେକ୍‌ନୋଲୋଜି ଉପଯୋଗ କରିବାକୁ ପ୍ରୋତ୍ସାହିତ କରାଯିବା ଉଚିତ। କିନ୍ତୁ ନଗଦ ପୁଞ୍ଜି ଡେଭଲପର୍ସମାନଙ୍କ ପାଇଁ ବଡ଼ ବାଧକ। ଏଣୁ ସରକାର ଜିଏସ୍‌ଟି ହାର କମ୍‌ କରିବା ଦରକାର। ଷ୍ଟାମ୍ପଡ୍ୟୁଟି ହ୍ରାସ କିମ୍ବା ପୂରା ବନ୍ଦ କରିବା କିମ୍ବା ଏହାକୁ ଜିଏସ୍‌ଟି ଅଧୀନକୁ ଆଣିବା ଦ୍ୱାରା ହାଉସିଂ ସେକ୍ଟର ଆଗକୁ ବଢ଼ିପାରିବ। ଏଣୁ ଦୁର୍ବଳ ହୋଇଯାଉଥିବା ହାଉସିଂ ସେକ୍ଟରକୁ ଦୃଢ଼ କରିବା ଲାଗି ଏହାର ବାସ୍ତବତାକୁ ସମୀକ୍ଷା କରିବାର ଏହା ହିଁ ଉପଯୁକ୍ତ ସମୟ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅ ଯଦି ଯୋଗ୍ୟ…

ଆମ ଭାରତୀୟ ସମାଜ ଜୀବନରେ ବହୁ ଅଜବ ଜୀବନଶୈଳୀ ଦୃଷ୍ଟିଗୋଚରକୁ ଆସେ। ଏଇ ଯେମିତି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ବରିଷ୍ଠ ନାଗରିକମାନେ ତାଙ୍କ ଜୀବନ...

ମାଙ୍କଡ଼ଚିତ୍‌ ନେତା, ହତବାକ ଜନତା

ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ସମଗ୍ର ବିଶ୍ୱରେ ନିଜର ସ୍ୱାତନ୍ତ୍ର୍ୟ ସ୍ଥାପନ କରିଛି। ରାମ ରାଜ୍ୟର ପରିକଳ୍ପନା ତଥା ସାମ୍ୟବାଦର ପ୍ରତିଷ୍ଠା ପାଇଁ ରାଜତନ୍ତ୍ରର...

ସହର ସୁରକ୍ଷାରେ ଏଆଇ

ପ୍ରାୟ ୪.୪ ବିଲିୟନ ଲୋକ ରହୁଥିବା ସହରଗୁଡ଼ିକ ବିନାଶକାରୀ ଜଳବାୟୁଜନିତ ଘଟଣାର ସାମ୍ନା କରୁଛନ୍ତି ଓ ଅତ୍ୟଧିକ ବିପଦରେ ରହିଛନ୍ତି। ସମୁଦ୍ର ପତ୍ତନ ବୃଦ୍ଧି ଏବଂ...

ଏଇ ଭାରତରେ

ସ୍ୱାମୀ ଓ ସ୍ତ୍ରୀଙ୍କ ବୟସ ଏବେ ୭୯। ଏହି ବୟସରେ ସେମାନେ ପଶ୍ଚିମବଙ୍ଗ ସୁନ୍ଦରବନର ଦୁର୍ଗମ ଅଞ୍ଚଳରେ ଲୋକମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ମହମ୍ମଦ...

ଏଇ ଭାରତରେ

ଶିକ୍ଷକ ଚାକିରି ଛାଡ଼ି ରସିକ ନାକୌମ ବିନା ମାଟିରେ ଅର୍ଥାତ୍‌ କେବଳ ପାଣିରେ (ହାଇଡ୍ରୋପୋନିକ) ପଦ୍ଧତିରେ ଚାଷ କରୁଛନ୍ତି। କେବଳ ଏତିକି ନୁହେଁ, ରସିକ ଗତ...

ଜଙ୍ଗଲ ନିଆଁ ଓ ବନ୍ୟପ୍ରାଣୀ ସଂରକ୍ଷଣ

ତ୍ରିଲୋଚନ ସାହୁ   ରାଜ୍ୟରେ ଏବେ ଗ୍ରୀଷ୍ମ ଲହର। ଜନଜୀବନ ଅସ୍ତବ୍ୟସ୍ତ। ଆସନ୍ତାବର୍ଷ ଅଥବା ଆଉ ଦୁଇ ଚାରି ବର୍ଷ ପରେ ତାପମାତ୍ରା ୫୦ ଡିଗ୍ରୀରେ...

ଆମରି ନାଆରେ ଆମେ ନାଉରି

ଅଜୟ ବେହୁରା   ଶୀର୍ଷକଟିକୁ ପଢ଼ିଲା ପରେ ପୂର୍ବ ପଦର ଆଭାସ ମନକୁ ଆସୁଥିବ ନିଶ୍ଚୟ। ତାହା ହେଉଛି ‘ଆମେ ଚଳାଉଚୁ ଦେଶ ଆମରି, ଆମରି...

ଆମେରିକାରେ ଗାଜା ପ୍ରତିବାଦକାରୀ

ଇଆନ୍‌ ବୁରୁମା   ପାଲେଷ୍ଟିନୀୟମାନେ ସେମାନଙ୍କ ଭୂମିରେ ସ୍ବାଧୀନ ଭାବେ ବଞ୍ଚିବା ଲାଗି ଏକ ମୁକ୍ତ ପାଲେଷ୍ଟାଇନ୍‌ ଦାବି କରୁଛନ୍ତି ଆମେରିକାର କଲେଜ ପ୍ରତିବାଦକାରୀମାନେ। ଦେଶର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri