ରିୟଲିଟି ଚେକ୍‌

କୋଭିଡ୍‌-୧୯ ମହାମାରୀ ଯୋଗୁ ଭାରତରେ ରିୟଲ୍‌ ଇଷ୍ଟେଟ୍‌ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ହେବ ଆମ ଅର୍ଥନୀତି ମାନ୍ଦାବସ୍ଥା ଦେଇ ଚାଲିଆସୁଛି। ଏହା ସହ କେନ୍ଦ୍ର ବିମୁଦ୍ରୀକରଣ ଓ ତରବାରିଆ ଭାବେ ଜିଏସ୍‌ଟି ଲାଗୁ କରିବା ଭଳି ତ୍ରୁଟିପୂର୍ଣ୍ଣ ନୀତି ହାଉସିଂ ସେକ୍ଟର ଉପରେ ଭାରି ପଡ଼ିଥିଲା। ଏହି ସେକ୍ଟରରେ ଯାହା କିଛି ଆଶା ରହିଥିଲା ତାହାକୁ କୋଭିଡ୍‌-୧୯ ସମ୍ପୂର୍ଣ୍ଣ ଧୂଳିସାତ କରିଦେଲା। ଗତ ଦଶନ୍ଧିରେ ମାନ୍ଦା ଅର୍ଥବ୍ୟବସ୍ଥା ଯୋଗୁ ରିୟଲ୍‌ ଇଷ୍ଟେଟ୍‌ ଆଗକୁ ବଢ଼ିପାରି ନ ଥିଲା। ମାନ୍ଦା ଅର୍ଥବ୍ୟବସ୍ଥା ଚାହିଦାକୁ କମାଇ ଦେଇଛି। ଶେଷରେ ମହାମାରୀ ଏହାକୁ ଧରାଶାୟୀ କରିଦେଇଛି। ଭାରତ ଭଳି ଦେଶରେ ଯେଉଁଠି ମଧ୍ୟବିତ୍ତଙ୍କ ସଂଖ୍ୟା ଅଧିକ ସେଠାରେ ରିୟଲ୍‌ ଇଷ୍ଟେଟ୍‌ ସେକ୍ଟର ହିଁ ନିଯକ୍ତି ଲାଗି ଏକ ବଡ଼ ସୁଯୋଗ ସୃଷ୍ଟି କରିଆସୁଥିଲା। ଦେଶରେ ଆର୍ଥିକ ଉଦାରୀକରଣ ଏବଂ ଦ୍ରୁତ ସହରୀକରଣ ଯୋଗୁ ଏହି ସେକ୍ଟର ବହୁ ଆଗକୁ ଚାଲିଯାଇଛି। ତେବେ ଉକ୍ତ ସେକ୍ଟରକୁ ମଜଭୁତ କରିବା ପାଇଁ ସରକାର କିଛି ନୀତିଗତ ନିଷ୍ପତ୍ତି ନେଇଥିଲେ ବି ତାହା ପର୍ଯ୍ୟାପ୍ତ ହୋଇ ନ ଥିତ୍ଲା। ତେବେ ମହାମାରୀ ଯୋଗୁ ଅର୍ଥବ୍ୟବସ୍ଥାରେ ବଡ଼ ଅନିଶ୍ଚିତତା ଦେଖାଯାଇଛି, ଯାହାଦ୍ୱାରା ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଛନ୍ତି। ଦେଶର ସବୁଆଡ଼େ ଲୋକମାନେ ସେମାନଙ୍କର କର୍ମସ୍ଥଳୀ ଛାଡ଼ି ଘରକୁ ଚାଲି ଆସିଛନ୍ତି ଏବଂ ଯେଉଁମାନେ ରହିଲେ ସେମାନେ କମ୍‌ ଦରମା ପାଉଛନ୍ତିି। କୋଭିଡ୍‌-୧୯ର ପ୍ରଥମ ସଂକ୍ରମଣ ଏବଂ ଏବକାର ଶୀର୍ଷ ସଂକ୍ରମଣ ଲୋକମାନଙ୍କ ଦୁଃଖ ଦୁର୍ଦ୍ଦଶାକୁ ଆହୁରି ବଢ଼ାଇ ଦେଇଛି। ସେମାନେ ନିରାଶ ହୋଇଛନ୍ତି।
ଭାରତରେ ରିୟଲ୍‌ ଇଷ୍ଟେଟ୍‌କୁ ମହାମାରୀ ଯେଭଳି କ୍ଷତି ପହଞ୍ଚାଇଲା ତାହାଠୁ ବଳି ବଡ଼ କ୍ଷତି ଆଉ କିଛି ନ ଥାଇ ପାରେ। ଲୋକମାନେ ଘର କିଣିବାକୁ ଅଶାୟୀ ଥିଲେ। କିନ୍ତୁ ଏକ ବିରାଟ ଅନିଶ୍ଚିତତା ସେମାନଙ୍କୁ ଅଟକାଇଦେଲା। ସେମାନେ କେହି ଠିକ୍‌ ଭାବେ ନିଷ୍ପତ୍ତି ନେଇପାରିଲେ ନାହିଁ। ଏହାର କାରଣ ହେଉଛି ମହାମାରୀ ସହରାଞ୍ଚଳର ଭୀଷଣ କ୍ଷତି କରିଛି। ଦେଖାଗଲା କୋଭିଡ୍‌-୧୯ ଯୋଗୁ ସବୁଠୁ ଯଦି ବେଶି କିଏ କ୍ଷତିଗ୍ରସ୍ତ ହୋଇଥାଏ ତେବେ ତାହା ହେଉଛି ରିୟଲ୍‌ ଇଷ୍ଟେଟ୍‌। ସରକାରଙ୍କ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଏବଂ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ରେପୋରେଟ୍‌ ହ୍ରାସ କରିବା ବି ଦେଶରେଏହି ସେକ୍ଟରକୁ ପୁନରୁଦ୍ଧାର କରିବାରେ ଅସଫଳ ହୋଇଛି। ଦେଶରେ କମ୍‌ ଚାହିଦା ଓ ନିଯୁକ୍ତିରେ ଆଶାତୀତ ହ୍ରାସ ଉଭୟେ ଏବେ ହାଉସିଂ ମାର୍କେଟ ପାଇଁ ସବୁଠୁ ବଡ଼ ବାଧକ ଭାବେ ଉଭା ହୋଇଛନ୍ତି। ଏହି ସେକ୍ଟରର ପୁନରୁଦ୍ଧାର ଗୋଟିଏ ଦିନରେ ହୋଇପାରିବ ନାହିଁ। ଅର୍ଥବ୍ୟବସ୍ଥାରେ ଉନ୍ନତି ନ ଆସିଲେ ଏହି ସେକ୍ଟରରେ ଉନ୍ନତି ହୋଇପାରିବ ନାହିଁ। ଏହି ପରିସ୍ଥିତିକୁ ଦୂରକରିବା ପାଇଁ ସରକାର କ’ଣ କରିବା ଦରକାର? ଘର କ୍ରେତାଙ୍କ ପାଇଁ ଟ୍ୟାକ୍ସ ବେନିଫିଟ୍‌ ବୃଦ୍ଧି କରିବା ଏବଂ ବ୍ୟାଙ୍କଗୁଡ଼ିକୁ ଋଣ ଦେବା ଲାଗି ପ୍ରୋତ୍ସାହିତ କରିବା ମଧ୍ୟ ଏଥିପାଇଁ ଯଥେଷ୍ଟ ହେବନାହିଁ। ମହାମାରୀ ମଝିରେ ସରକାର ଲାଗୁ କରିଥିବା ଅଲଟର୍‌ନେଟିଭ ଇନ୍‌ଭେଷ୍ଟମେଣ୍ଟ୍‌ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ପ୍ରୋଜେକ୍ଟର ବିଲ୍‌ଡରମାନଙ୍କୁ ଠିକ୍‌ ଦିଗରେ ସାହାଯ୍ୟ କରିପାରେ। କିନ୍ତୁ ଏହା ବି ଯଥେଷ୍ଟ ନୁହେଁ। ରିୟଲ ଇଷ୍ଟେର ଇଣ୍ଡଷ୍ଟ୍ରି ଷ୍ଟାଟସ୍‌ ଦେଲେ ଏହା ହାଉସିଂ ସେକ୍ଟରକୁ ଅଧିକ ସଂଗଠିତ ଓ ପାରଦର୍ଶୀ କରିପାରିବ। ଏହା ଡେଭଲପର୍ସମାନଙ୍କ କ୍ୟାପିଟାଲ କଷ୍ଟ୍‌ କମ୍‌ କିରିବ ଓ ଗୃହ କ୍ରେତାଙ୍କୁ ଲାଭ ପହଞ୍ଚାଇବ। ଏହି ସେକ୍ଟରକୁ କ୍ଷତି କରୁଥିବା କଟକଣା ଉଠାଇ ନେବା ସରକାରଙ୍କ ପାଇଁ ଆଉ ଏକ ପଦକ୍ଷେପ ହୋଇପାରେ। ସାମ୍ପ୍ରତିକ ସମୟରେ ଡେଭଲପର୍ସମାନେ ପ୍ରୋଜେକ୍ଟ ଅନୁମୋଦନ କରିବା ପାଇଁ ସରକାରଙ୍କ ବିଭିନ୍ନ ଏଜେନ୍ସି ସହ ଚୁକ୍ତି କରିବାକୁ ପଡ଼ିବ। ପ୍ରୋଜେକ୍ଟ ପାସ କରିବା ପାଇଁ ଏକକ ନୀତି ରହିବା ଉଚିତ। ଡେଭଲପର୍ସମାନଙ୍କୁ ନିୟମିତ ଆୟ କରିବା ପାଇଁ ଘରକୁ ଭଡ଼ାରେ ଲଗାଇବାକୁ ଅନୁମତି ଦେବା ଆବଶ୍ୟକ। କ୍ରେତାଙ୍କ ପରିପ୍ରେକ୍ଷୀରେ ଘର ବିକ୍ରି ପାଇଁ ନୁହେଁ ବରଂ ଏହାକୁ ଭଡ଼ା ନେବାକୁ ଚୟନ କରିବାକୁ କୁହାଯାଇପାରେ। ଘର ମୂଲ୍ୟ କମ୍‌ କରି କ୍ରେତାମାନଙ୍କୁ ଲାଭ ପହଞ୍ଚାଇବା ଲାଗି ଡେଭଲପର୍ସମାନଙ୍କୁ ଟେକ୍‌ନୋଲୋଜି ଉପଯୋଗ କରିବାକୁ ପ୍ରୋତ୍ସାହିତ କରାଯିବା ଉଚିତ। କିନ୍ତୁ ନଗଦ ପୁଞ୍ଜି ଡେଭଲପର୍ସମାନଙ୍କ ପାଇଁ ବଡ଼ ବାଧକ। ଏଣୁ ସରକାର ଜିଏସ୍‌ଟି ହାର କମ୍‌ କରିବା ଦରକାର। ଷ୍ଟାମ୍ପଡ୍ୟୁଟି ହ୍ରାସ କିମ୍ବା ପୂରା ବନ୍ଦ କରିବା କିମ୍ବା ଏହାକୁ ଜିଏସ୍‌ଟି ଅଧୀନକୁ ଆଣିବା ଦ୍ୱାରା ହାଉସିଂ ସେକ୍ଟର ଆଗକୁ ବଢ଼ିପାରିବ। ଏଣୁ ଦୁର୍ବଳ ହୋଇଯାଉଥିବା ହାଉସିଂ ସେକ୍ଟରକୁ ଦୃଢ଼ କରିବା ଲାଗି ଏହାର ବାସ୍ତବତାକୁ ସମୀକ୍ଷା କରିବାର ଏହା ହିଁ ଉପଯୁକ୍ତ ସମୟ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri