ବିବାହ ପୂର୍ବରୁ ଶାରୀରିକ ସମ୍ପର୍କକୁ ମନା ହିଁ ପ୍ରକୃତ ପ୍ରେମ, କହିଲେ ପୋପ ଫ୍ରାନ୍ସିସ…

ଭଟିକାନ ସିଟି, ୨୨।୬ : ଖ୍ରୀଷ୍ଟିଆନ ଧର୍ମର ସର୍ବୋଚ୍ଚ ଧାର୍ମିକ ନେତା ପୋପ ଫ୍ରାନ୍ସିସ ତାଙ୍କ ବିବୃତ୍ତି ଯୋଗୁ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। ଲାଇମଲାଇଟକୁ ଆସିବାରେ ଲାଗିଛନ୍ତି। ବେଳେବେଳେ ସେ ଏପରି ବିବୃତ୍ତି ଦେଇଥାନ୍ତି ଯାହା ଭାଇରାଲ ହୋଇଥାଏ। କିଛି ଦିନ ପୂର୍ବରୁ, ୮୫ ବର୍ଷ ବୟସ୍କ ପୋପ ଫ୍ରାନ୍ସିସ ଯେଉଁମାନେ ଗୃହପାଳିତ ପ୍ରାଣୀମାନଙ୍କୁ ପିଲାମାନଙ୍କ ଅପେକ୍ଷା ଅଧିକ ଭଲ ପାଆନ୍ତି, ସେମାନଙ୍କୁ ସ୍ବାର୍ଥପର ବୋଲି କହିଥିଲେ। ସେ କହିଥିଲେ ଯେ ପିଲାମାନଙ୍କ ଅପେକ୍ଷା ଗୃହପାଳିତ ପ୍ରାଣୀମାନଙ୍କୁ ଅଧିକ ଭଲ ପାଇବା ଆମର ମାନବିକତାକୁ ଛଡ଼ାଇ ନେଇଥାଏ। ଏବେ ପୋପ ଫ୍ରାନ୍ସିସ କହିଛନ୍ତି ଯେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କକୁ ମନା କରିବା ହିଁ ପ୍ରକୃତ ପ୍ରେମର ସଙ୍କେତ।

ଭଟିକାନରେ ପିତାମାତାଙ୍କ ବିଷୟରେ ଏକ ବିବୃତ୍ତିରେ ପୋପ ଲୋକଙ୍କୁ ସନ୍ତାନ ପ୍ରସବ କରିବାକୁ ଭୟ ନ କରିବାକୁ ଅନୁରୋଧ କରିଥିଲେ। ସେ କହିଛନ୍ତି ଯେ ସନ୍ତାନ ଜନ୍ମ କରିବା ସର୍ବଦା ଏକ ବିପଦ, କିନ୍ତୁ ସନ୍ତାନ ଜନ୍ମ ନ କରିବା ମଧ୍ୟ ଏକ ବଡ଼ ବିପଦ । ପାଶ୍ଚାତ୍ୟରେ ଜନସଂଖ୍ୟା ପରିବର୍ତ୍ତନ ସମସ୍ୟାର ସମାଧାନ ପାଇଁ ଲୋକଙ୍କୁ ଯଥାସମ୍ଭବ ସନ୍ତାନ ପ୍ରାପ୍ତ କରିବାକୁ ଅନୁରୋଧ କରୁଥିବାବେଳେ ପୋପ ଏହି ମନ୍ତବ୍ୟ ଦେଇଛନ୍ତି।

ତେବେ ପୋପଙ୍କ ବିବୃତ୍ତି ନେଇ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ପୋପଙ୍କ ବିବୃତ୍ତି ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନେକ ଲୋକ ପୋପଙ୍କ ବକ୍ତବ୍ୟକୁ ପସନ୍ଦ କରୁ ନ ଥିବାବେଳେ କେତେକ ଲୋକ ଏହାକୁ ସମର୍ଥନ କରିଛନ୍ତି।

ପୋପ ଫ୍ରାନ୍ସିସ କହିଛନ୍ତି ଯେ ବିବାହ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କରୁ ଦୂରେଇ ରହିବା ଏକ ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ ଏକ ଆଦର୍ଶ ଉପାୟ। ଏକ ନୂତନ ୯୭ ପୃଷ୍ଠାର ଭଟିକାନ ଗାଇଡରେ, ପୋପ ଏକ ସୁଖମୟ ସମ୍ପର୍କ ପାଇଁ ନିୟମ ବିଷୟରେ ସୂଚନା ପ୍ରଦାନ କରିଛନ୍ତି। ପୋପ କହିଛନ୍ତି କରିଛନ୍ତି ଯେ ସମ୍ପ୍ରତିି ଶାରୀରିକ ସମ୍ପର୍କ ଯୋଗୁ ଦମ୍ପତିଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମସ୍ୟା ଅବା ଚାପ ଯୋଗୁଁ ଦମ୍ପତିଙ୍କ ସମ୍ପର୍କ ଶୀଘ୍ର ଭାଙ୍ଗିଯାଏ। ଏହି ଗାଇଡରେ ଇଣ୍ଟରନେଟର ଅତ୍ୟଧିକ ବ୍ୟବହାର ବିଷୟରେ ମଧ୍ୟ କୁହାଯାଇଛି। ଯାହାକୁ ସମାଲୋଚନା କରାଯାଇଛି।

ଇଟାଲୀୟ ଧର୍ମଶାସ୍ତ୍ରୀ ଭିଟୋ ମାନକସୋ କହିଛନ୍ତି ଯେ ପୋପ୍‌ଙ୍କ ମନ୍ତବ୍ୟ ସ୍ତ୍ରୀ-ପୁରୁଷଙ୍କ ମଧ୍ୟରେ ଶାରୀରିକ ସମ୍ପର୍କର ଗୁରୁତ୍ୱକୁ ହ୍ରାସ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ରୋଗୀସେବା ବ୍ୟାହତ: ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ନ ମିଳିବାରୁ ବୁର୍ଲା ସ୍ଥାନାନ୍ତର

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ)- ରାଜ୍ୟରେ ଡାକ୍ତରମାନଙ୍କ ବିଭିନ୍ନ ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ଯୋଗୁ ସାଧାରଣ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଡାକ୍ତରଖାନା ଗୁଡ଼ିକରେ ରୋଗୀସେବା ତଥା…

୪୦ ବର୍ଷ ପରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ଇଣ୍ଡୋନେସିଆରୁ ଅଷ୍ଟ୍ରେଲିଆ ଯାଏ ଦେଖିବାକୁ ମିଳିବ… 

ନୂଆଦିଲ୍ଲୀ,୩।୪: ବିଶ୍ୱର ବଦଳୁଥିବା ଭୂ-ରାଜନୈତିକ ସମୀକରଣ ମଧ୍ୟରେ ଭାରତ ନିଜର ବୈଦେଶିକ ନୀତି ଏବଂ ବାଣିଜ୍ୟିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ…

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ବିଧାୟକଙ୍କ ସମୀକ୍ଷା, ମନମୁଖୀ କାର୍ଯ୍ୟ ନେଇ…

ଛତ୍ରପୁର,୩ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠରେ ଭାରତୀୟ ବିରଳ ମୃତ୍ତିକା ସଂରକ୍ଷଣ (ଆଇଆର୍‌ଇଏଲ୍‌) କମ୍ପାନୀରେ ସ୍ଥାନୀୟ ଅଞ୍ଚଳର ଦକ୍ଷତା ଭିତ୍ତିକଏବଂ ବେକାର ଯୁବତୀ/ଯୁବକଙ୍କୁ ନିଯୁକ୍ତି ଦେବା ସହିତ ଅନ୍ୟାନ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri