ବାରଣ୍ଡା,ଶିଡ଼ି ତଳେ ପାଠପଢ଼ା

ନୟାଗଡ଼,୧୪।୯(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକ ନୟାଗଡ଼ର ଘଡୁଆଳ ସରକାରୀ ଉଚ୍ଚ ବିଦ୍ୟାଳୟ ୫-ଟିରେ ସାମିଲ ହୋଇ ଗୃହ ନିର୍ମାଣ କାମ ଆରମ୍ଭ ପାଇଁ ପିଲର ଗାତ ଖୋଳା ଯାଇଛି। ତେବେ ପିଲର ଗାତ ଖୋଳି ୧ମାସ ହେଲା ପକାଯାଇଛି ା କାମରେ ବିଳମ୍ବ କରାଯାଉଥିବାରୁ ସ୍କୁଲ ଓ ଅଙ୍ଗନୱାଡି ଛାତ୍ରୀଛାତ୍ର, ସ୍ଥାନୀୟ ବାସିନ୍ଦା ହଇରାଣ ହେଉଛନ୍ତି। ଶ୍ରେଣୀଗୃହ ଅଭାବରୁ ଛାତ୍ରୀଛାତ୍ର ବାରଣ୍ଡା ଓ ସିଡି ତଳେ ବସି ପାଠ ପଢ଼ୁଛନ୍ତି। ଅନ୍ୟପକ୍ଷେ ପିଲର ଗାତ ସରକାରୀ ନିୟମ ମୁତାବକ ଖୋଳାଯାଇ ନ ଥିବାର ଅଭିଯୋଗ ହୋଇଛି। ପିଲର ଗାତକୁ ଅଳ୍ପ ଖୋଳାଯାଇ ପ୍ରାୟ ୧ ମାସ ପକାଇ ରଖା ଯିବା ପରେ ଅସନ୍ତୋଷ ବଢ଼ିଛିି। ବର୍ଷା ଯୋଗୁ ପିଲରୁ ବାହାରିଥିବା ମାଟି ରାସ୍ତା ଉପରେ ପଡି କାଦୁଅ ହୋଇଥିବାରୁ ଯାତାୟତରେ ଅସୁବିଧା ହୋଇଛି। ପୁଣି ପିଲର ଗାତ ସ୍କୁଲ ବାଟରେ ରହିଥିବାରୁ ଛାତ୍ରୀଛାତ୍ର ଓ ଗଁାଲୋକ ଗାତରେ ପଡି ଆହତ ହେଉଛନ୍ତି। ପିଲର କରିବା ପାଇଁ ଲୋକାଲ ରଡ ଆସିଥିବାରୁ ସ୍ଥାନୀୟ ଲୋକ ବିରୋଧ କରିଥିଲେ। ଏଭଳିସ୍ଥଳେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଦେଖି ବ୍ଲକ ଜେଇ ଛଡ ଫେରାଇ ନେଇ ଅନ୍ୟ ଛଡ ଆଣିଛନ୍ତି। ସ୍କୁଲ ଗୃହ ନିର୍ମାଣ ପୂର୍ବରୁ ଜେଇଙ୍କ କାମରେ ବିଳମ୍ବ ଓ ନିମ୍ନମାନର ଉପକରଣ ଷ୍ଟକ ରଖିବା ସନ୍ଦେହଘେରକୁ ଆସିଛି।

ଏନେଇ ଘଡୁଆଳର ଆଲୋକ ବିଶ୍ୱାଳ କୁହନ୍ତି, ପିଲର ପାଇଁ ମାଟି ଖୋଳା ହେଲା ହେଲେ ସେହି ମାଟିକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଗଲାନି। କିଛି ମାଟି ଗଁାର ରାସ୍ତା ଉପରେ ପଡି କାଦୁଅ ହେଉଛି। ଆଉ କିଛି ପିଲର ଗାତ ପାଖରେ ପଡି ରହିଛି। ପିଲର ଗାତ ଛୋଟ ଖୋଳା ଯାଇଛି। ବର୍ଷା ଯୋଗୁ ତାହା ପୋତି ହେବାକୁ ବସିଛି। ଅନ୍ୟପକ୍ଷେ ସ୍କୁଲ ବାଟରେ ପିଲର ଗାତ ହୋଇଥିବାରୁ ଛାତ୍ରୀଛାତ୍ର, ଅଙ୍ଗନୱାଡି ଶିଶୁ ଓ ଗାଁ ଲୋକ ଆହତ ହେଉଛନ୍ତି। ଘର ନିର୍ମାଣ ପାଇଁ ଏକ ଅସ୍ଥାୟୀ ଗୋଦାମ ଘର ତିଆରି କରାଯାଇନାହିଁ। ବ୍ଳକ ଜେଇ ଶ୍ରେଣୀଗୃହରେ ସିମେଣ୍ଟ ରଖିବାରୁ ଛାତ୍ରୀଛାତ୍ର ବସିବାକୁ ସ୍ଥାନ ମିଳୁନି। କାମ ତ୍ୱରାନ୍ବିତ ଓ ଭଲ ଉପକରଣ ନ ଲଗାଇଲେ ଗାଁ ଲୋକ ବିରୋଧ କରିବେ ବୋଲି କହିଛନ୍ତି। ଘଡୁଆଳ ବାସିନ୍ଦା ଶାନ୍ତିଲତା ପ୍ରଧାନ କୁହନ୍ତି, ବର୍ଷା ଋତୁରେ ସ୍କୁଲ ଗୃହ ନିର୍ମାଣ ଆରମ୍ଭ ହେଉଛି। ଯଦି କାମ ଆରମ୍ଭ କରାଗଲା ତେବେ ପିଲର ଗାତ କରି କାହିଁକି ୧ମାସରୁ ଊର୍ଦ୍ଧ୍ୱ ସମୟ ଧରି ଖୋଲା କରି ରଖାଯାଇଛି। ପ୍ରତିଦିନ ସେହି ଗାତରେ ପଡି ଲୋକମାନେ ଆହତ ହେଉଛନ୍ତି। ଅଭିଯୋଗ କଲେ ଜେଇ ଶୁଣୁ ନାହାନ୍ତି। ଏଣୁ ଗଁାଲୋକ ବିରୋଧ କରିବାକୁ ବାଧ୍ୟ ହେଉଛନ୍ତି।

ଛାତ୍ରୀ ପୂଜା ଶତପଥୀ କୁହନ୍ତି, ନିର୍ମାଣକାରୀ ସଂସ୍ଥା ଗୃହ ନିର୍ମାଣ ଉପକରଣ ରଖିବା ପାଇଁ ସ୍ବତନ୍ତ୍ର ଭାବେ ବ୍ୟବସ୍ଥା କରିବା ଦରକାର। ସ୍କୁଲ ଗୃହ ବ୍ୟବହାର କରୁଥିବାରୁ ସ୍ଥାନ ଅଭାବ ଦେଖା ଦେଇଛି। ପିଲା ବାରଣ୍ଡାରେ ଓ ସିଡି ତଳେ ପଢ଼ୁଛନ୍ତି। ପୁଣି ପିଲର କାମ ଶୀଘ୍ର କରାଯାଉ ନ ଥିବାରୁ ସହପାଠୀମାନେ ଅଧିକାଂଶ ସମୟରେ ପଡି ଆହତ ହେଉଛନ୍ତି। ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବା ଦରକାର। ମୋ ସ୍କୁଲ ସଭାପତି ରଞ୍ଜନ ଭଟ କୁହନ୍ତି, ନିର୍ମାଣ କାମ ତ୍ୱରାନ୍ବିତ ହେବା ଦରକାର। ପିଲର ଗାତ ଖୋଳି ବହୁଦିନ ଧରି ରଖିବା ଦ୍ୱାରା ଅନେକ ଆହତ ହେଲେଣି। ପୁଣି ଛଡ ନିମ୍ନମାନର ଥିବାରୁ ଶ୍ରେଣୀଗୃହର ସ୍ଥାୟିତ୍ୱ ରହିବନି। ୫-ଟି ଯୋଜନାରେ ଘର ହେଉଛି, ଭଲରେ ତିଆରି ହେବା ଦରକାର ବୋଲି ସେ କହିଛନ୍ତି। ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ବାରିକ କୁହନ୍ତି, ହାଇସ୍କୁଲର ବେଶି ସ୍ଥାନ ନାହିଁ। ସ୍କୁଲଟି ପୁଣି ନିଜ ନାଁରେ ନାହିଁ। ୧୯୫୪ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏଠାରେ ୧୮୦ ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି। ତଳ ମହଲାରେ ୩ ଶ୍ରେଣୀ ଓ ଉପର ମହଲାରେ ୫ ଶ୍ରେଣୀ ଗୃହ ରହିଛି। ୧୦ ଟି ଶ୍ରେଣୀର ପିଲା ୮ଟି ରୁମରେ ବସିବା ସହ ବାରଣ୍ଡା ଓ ଶିଡ଼ି ତଳେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଶ୍ରେଣୀ ଗୃହ ନିର୍ମାଣ ପରେ ସମସ୍ୟା ହଟିବ। ଅନ୍ୟପକ୍ଷେ ୧୦ ଶିକ୍ଷକଙ୍କ ମଧ୍ୟରୁ ୩ଜଣ ଛୁଟିରେ ରହି ଆନ୍ଦୋଳନରେ ଓ ଆଉ ୩ ଜଣ ଗତ ୧୨ରୁ ୧୬ ପର୍ଯ୍ୟନ୍ତ ତାଲିମ ପାଇଁ ଯାଇଛନ୍ତି। ଏଣୁ ସ୍ବଳ୍ପ ଦିନ ପାଇଁ ପାଠପଢ଼ାରେ ଅସୁବିଧା ଉପୁଜୁଛି। କିଛି ଦିନ ପରେ ପାଠପଢ଼ା ଠିକ୍‌ ହୋଇ ବୋଲି କହିଛନ୍ତି। ବିଡିଓ ପଦ୍ମ ଚରଣ ସାହୁ କୁହନ୍ତି, ପିଲର ଗାତ ୧ମାସ ନୁହେଁ ୧୦ରୁ ୧୨ଦିନ ହେଲା ଖୋଳା ଯାଇଛି। ଜେଇଙ୍କ ଦେହ ଅସୁସ୍ଥ ହେବାରୁ କାମ ବିଳମ୍ବ ହୋଇଛି। ତେବେ ନିମ୍ନମାନର ଉପକରଣ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କାମ ତ୍ୱରାନ୍ବିତ ହେବା ସହ ଭଲ ଉପକରଣ ଲାଗିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?