Posted inଫୁରସତ

ପାଠକୀୟ ସ୍ବୀକୃତି ମୋ ପାଇଁ ସବୁକିଛି

ଦୀର୍ଘ ତିନି ଦଶନ୍ଧିରୁ ଅଧିକ ହେବ ସେ ରଚନା କରିଚାଲିଛନ୍ତି ଏକାଧିକ ଗଳ୍ପ, ନାଟକ, ଉପନ୍ୟାସ ପୁଣି ଇଞ୍ଜିନିୟରିଂ ଓ ବାସ୍ତୁଶାସ୍ତ୍ର ସମ୍ପର୍କିତ ଅନେକ ପୁସ୍ତକ ।
କେତେକ ହିନ୍ଦୀ ଓ ଇଂଲିଶ ପୁସ୍ତକକୁ ଅନୁବାଦ ମଧ୍ୟ କରିଛନ୍ତି। ତାଙ୍କ ରଚିତ ବିଭିନ୍ନ ଗପକୁ କେତୋଟି ଘରୋଇ ଟେଲିଭିଜନର ଧାରାବାହିକ ଭାବେ ପ୍ରସାରଣ ବି କରାଯାଇଛି। ଏମିତିରେ ସେ ଟିଭି ସିରିୟଲରେ ଅଭିନୟ କରିବା ସହ ଏକ ସୌଖୀନ ନାଟ୍ୟ ସଂସ୍ଥାର ସକ୍ରିୟ ସଦସ୍ୟ ଅଛନ୍ତି। ତାଙ୍କର ବହୁମୁଖୀ ପ୍ରତିଭାକୁ ବିଭିନ୍ନ ସଂସ୍ଥାରୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ । ସେ ହେଲେ ଇଂ ଅଜୟ ମହାପାତ୍ର। ଜନ୍ମ-୨୧ା୦୭ା୧୯୭୧ ମସିହାରେ। ପିତା ବାଲ୍ମୀକି ମହାପାତ୍ର। ମାତା ଧନିଶ୍ରୀ ମହାପାତ୍ର। ଘର ପୁରୀଜିଲାର ଚିଲିକା କୃଷ୍ଣପ୍ରସାଦ ବ୍ଲକ ଅଧୀନ ବଡ଼ଝାଡ଼ ଗାଁରେ। କିନ୍ତୁ ଆଜିକାଲି ସେ ରୁହନ୍ତି ଭୁବନେଶ୍ୱରରେ। ସେ କୁହନ୍ତି,‘ଗାଁ ନିକଟସ୍ଥ କମଳେଶ୍ୱର ବିଦ୍ୟାପୀଠରେ ୧୦ମ ଯାଏ ପଢିଲି । ସେଇ ସ୍କୁଲ ବୟସରୁ ମୋ ଗାଁ ଓ ଚିଲିକାର ପ୍ରାକୃତିକ ପରିବେଶରେ ଘଟୁଥିବା ଅନେକ ଚଳନ୍ତି ଘଟଣା ମୋତେ ଗପ ଲେଖିବାରେ ଖୋରାକ ଦେଉଥିଲା। ମୋର ମନେ ପଡ଼ୁଛି ସ୍କୁଲ ସମୟରେ ଏକ ନାଟକ ଲେଖିଥିଲି ପୁଣି ଗୋଟିଏ କବିତା ବି ଲେଖିଥିଲି, ମାତ୍ର ସେ ସବୁକୁ ସାଇତି ରଖିପାରିନି। ୧୦ମ ପରୀକ୍ଷା ପରେ ଖରାଛୁଟିରେ ଏକ ଗପ ଲେଖିଥିଲି। ଏହାପରେ ଆଶା, ସମାଧି ଆଦି ଛୋଟଛୋଟ ନାଟକ ଲେଖିଥିଲି। ଏହାସହ ଅଭିନୟ ବି କରୁଥିଲି। ପ୍ରଥମ ଅଭିନୟ ଥିଲା ଶ୍ରୀଗଣେଶ ଗୀତିନାଟ୍ୟ। କିନ୍ତୁ ଯେତେବେଳେ ଗାଁ ଛାଡ଼ି ଆସି ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ପଢିଲି ସେତେବେଳେ ଅଧିକାଂଶ ସମୟ ମୋ ମନକୁ ଗପ, ଉପନ୍ୟାସ ଓ ନାଟକ ଲେଖିବାର ନିଶାଘାରୁଥିଲା। ଏମିତିରେ ବାଣପୁରର ଶାଳିଆ ନଈ, ଘଣ୍ଟଶିଳା ପାହାଡ଼, ଅଙ୍କାବଙ୍କା ବିଲଗହୀର ରାସ୍ତା, ପଲ୍ଲୀ ପରିବେଶ, ବରବରା ଜଙ୍ଗଲରେ ରହୁଥିବା ଲୋକମାନଙ୍କ ବିଭିନ୍ନ ଘଟଣା ମୋ ଲେଖାର ଉତ୍ସ ପାଲଟିଥାଏ। ବାଣପୁର କଲେଜରୁ ପଢାସାରିବା ପରେ ବାଙ୍ଗାଲୋରରେ ଯାଇ ଇଞ୍ଜିନିୟରିଂ ପଢିଥିଲି। ସମୟକ୍ରମେ ପୁଣି ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଛି। ଏବେ ଓଡ଼ିଶା ସରକାରଙ୍କ ଗ୍ରାମନିର୍ମାଣ ବିଭାଗରେ ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ରହିଛି। ଘରେ ସମସ୍ତେ ଶୋଇଯିବା ପରେ ରାତିରେ ଅନେକ ବେଳଯାଏ ଲେଖେ। ମୋର ଚାରିପାଖର ଚଳନ୍ତି ଘଟଣା ହିଁ ମୋତେ ଗପ ଲେଖିବାକୁ ଖୋରାକ ଯୋଗାଇଥାଏ। କୌଣସି ଲେଖାଟିଏ ଲେଖିବା ପୂର୍ବରୁ ପ୍ରଥମେ ଅନୁଭବ କରିଥିବା କିଛି ଘଟଣା ମନକୁ ଆସେ କିଛି ଘଟଣା ଚାଲିଯାଏ। କିନ୍ତୁ ଆଉ କିଛ ଘଟଣା ମନରୁ ଯାଏନା, ସେସବୁ ବାରମ୍ବାର ମନକୁ ଆନ୍ଦୋଳିତ କରୁଥାଏ। ତାହା ଧୀରେଧୀରେ କାହାଣୀ ପାଲଟିଯାଏ। ଗପର ରୂପନିଏ। ପ୍ରଥମେ ସଂକ୍ଷିପ୍ତ ବିବରଣୀ, ପରେ ଚରିତ୍ରମାନଙ୍କୁ ସଜାଡ଼େ। ଏମିତିରେ ସ୍ଥାନ, କାଳ ଓ ପାତ୍ର ବାଛିଥାଏ। ଗପର ଆରମ୍ଭ, ମଧ୍ୟଭାଗ ଓ ପରିଣତି ସମ୍ପର୍କରେ ପ୍ରଥମରୁ ହିଁ ସ୍ଥିରକରେ। ସମୟକ୍ରମେ କେତୋଟି ସିରିୟଲରେ ଛୋଟଛୋଟ ଭୂମିକାରେ ଅଭିନୟ କରିଛି। ପୁଣି ନାଟକରେ ଅଭିନୟ ପୂର୍ବରୁ ଅନେକ ଚରିତ୍ର ସମ୍ପର୍କରେ ଭଲରେ ବୁଝିବାକୁ ଚେଷ୍ଟା କରିଥାଏ। ନାଟକରେ ରାଜା, ପ୍ରଜା, ମୂକ, କାଲା ଓ କିନ୍ନର ଆଦି ଭୂମିକାରେ ଅଭିନୟ କରିସାରିଛି। ଥରେ ଏକ ଅଭିନୟ ପାଇଁ ଦୁଇଜଣ କିନ୍ନରଙ୍କ ସହିତ ଦୁଇଦିନ ରହିଥିଲି। ସେହିଭଳି ଗରିବ ମଜୁରିଆଙ୍କ ଝୁମ୍ପୁଡ଼ିରେ ବି ସମୟ ବିତେଇଛି। ସମୟକ୍ରମେ କେତୋଟି ସିରିୟଲରେ ଛୋଟଛୋଟ ଭୂମିକାରେ ଅଭିନୟ କରିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୮ଟି ଗଳ୍ପ ପୁସ୍ତକ ମଧ୍ୟରେ ବାଞ୍ଝ, ଆଶା, ପବିତ୍ରପାପ, ଫାଶୀ, ଉଲ୍ଲଂଘନ, ପରପୁରୁଷ, ଭୋଟ। ଦୁଇଟି ଉପନ୍ୟାସ- ଅସ୍ପୃଶ୍ୟ ଓ ମହାରାଜା। ୧୨ଟି ନାଟକ ମଧ୍ୟରେ- ସମାଧି, କଥା ରହିଯିବ କାଳକାଳକୁ, କୁଳାଙ୍ଗାର, ଶୁଭବିବାହ, ପବିତ୍ର ପାପ, ପରପୁରୁଷ, କଟିକଟି ଡବଲକଟି, ଅନ୍ତିମ ଭିକ୍ଷା ରହିଛି। ସେହିପରି ପ୍ରାୟ ୨୧ଟି ସିଭିଲ ଇଞ୍ଜିନିୟରିଂ ଓ ବାସ୍ତୁପୁସ୍ତକ ରଚନା କରିଛି। ସେଥିମଧ୍ୟରୁ – ବାସ୍ତୁବିଜ୍ଞାନ ଓ ଗୃହନିର୍ମାଣ, ଗୃହସଜା, ଡିଜାଇନ ବୁକ୍‌, ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ବାସ୍ତୁସୂତ୍ର, ବୈଦିକ ବାସ୍ତୁକଳା ଓ ଗୃହନିର୍ମାଣ, ବାସ୍ତୁଦୋଷ ପ୍ରତିକାର, ଗୃହ ରକ୍ଷଣାବେକ୍ଷଣ, ଭୂମି ସର୍ଭେ, ବାସ୍ତୁ ସିଦ୍ଧାନ୍ତ ଆଦି ପୁସ୍ତକ ରହିଛି। ଅନ୍ୟପକ୍ଷେ ମୋ ରଚିତ ଅନେକ ଗଳ୍ପ ଟେଲିସିନେମା, ଟେଲିସିରିୟଲ ଓ ନାଟକରେ ରୂପାନ୍ତରିତ ହୋଇଛି। ସେଥିମଧ୍ୟରୁ ଇ ଟିଭିର ଟାଇମପାସ୍‌ ସିରିୟଲ ଏବଂ ଓ ଟିଭିର ‘କଥା ସରେନା’ ସିରିୟଲରେ ପ୍ରସାରଣ ହୋଇସାରିଛି। ପରିବାର କହିଲେ ଏକ ଯୌଥ ପରିବାରରେ ଖୁସିରେ ଚଳୁଛୁ। ମୋ ସାହିତ୍ୟକୃତି ପାଇଁ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ସମ୍ମାନ, ରାଜଧାନୀ ପୁସ୍ତକ ମେଳା, ଫୁଲବାଣୀ ପୁସ୍ତକ ମେଳା, ଆମ ଭୁବନେଶ୍ୱର ସାହିତ୍ୟ ସମ୍ମାନ, ତଥାସ୍ତୁ ସାହିତ୍ୟ ସମ୍ମାନ, କଥାକଳିକା ସମ୍ମାନ, ବ୍ରହ୍ମପୁର ସାହିତ୍ୟ ପରିଷଦ, ମଧୁସୂଦନ ସାଂସ୍କୃତିକ ପରିଷଦ-୨୦୨୨, ଦର୍ଶନସମ୍ମାନ-୨୦୧୮, ୯ତମ ନିଖିଳ ଉତ୍କଳ ନାଟ୍ୟୋତ୍ସବ-୨୦୧୯, ଏକା ସମ୍ମାନ-୨୦୧୬, ପରାଗ ସାହିତ୍ୟ ସଂସଦ-୨୦୨୨ଆଦି ଅନେକ ଅନୁଷ୍ଠାନରୁ ପୁରସ୍କୃତ ହୋଇଛି । ଅନେକ ପୁରୁଣା କାଳଜୟୀ ଗପ ପଢିବାକୁ ଭଲପାଏ। ଏମିତିରେ ୧୯୮୫ମସିହାଠାରୁ ଏଯାଏ ଲେଖା ଚାଲୁରହିଛି। କିନ୍ତୁ ପୁରସ୍କାର ଅପେକ୍ଷା ପାଠକୀୟ ସ୍ବୀକୃତି ମୋ ପାଇଁ ସବୁଠୁ ଅଧିକ । କାରଣ ଆଜିକାଲି ଜଣେ ଭଲପାଠକ ମିଳିବା କଷ୍ଟକର ।
-ବନବିହାରୀ

 


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?