Posted inଖେଳ

ଜାଣନ୍ତୁ କିଏ ସେହି ଶାହବାଜ ଅହମ୍ମଦ, ଯିଏ ଗୋଟିଏ ଓଭରରେ ବଦଳାଇଦେଲେ ବାଙ୍ଗାଲୋର-ହାଇଦ୍ରାବାଦ ମ୍ୟାଚ୍‌ର ମୋଡ଼

ନୂଆଦିଲ୍ଲୀ,୧୫।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ର ଷଷ୍ଠ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଛି। ଏହି ରୋମାଞ୍ଚକର ମ୍ୟାଚ୍‌ରେ ଆର୍‌ସିବି ବାଜିମାତ କରିଥିଲା। ମ୍ୟାଚ୍‌ ଶେଷରେ ‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’ ଭାବେ ଅର୍ଦ୍ଧଶତକୀୟ ପାଳି ଖେଳିଥିବା ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କୁ ଚୟନ କରାଯାଇଥିଲା। ହେଲେ ମ୍ୟାଚ୍‌ର ଅସଲ ହିରୋ ପାଲଟିଥିଲେ ୨୬ ବର୍ଷୀୟ ଶାହବାଜ ଅହମ୍ମଦ। କାରଣ ସେ ଗୋଟିଏ ଓଭରରେ ମ୍ୟାଚ୍‌ର କାୟା ପଲଟାଇ ଦେଇଥିଲେ।

ମ୍ୟାକ୍ସଓ୍ବେଲଙ୍କ ୪୧ ବଲ୍‌ରେ ୫୯ରନ୍‌ ଯୋଗୁ ପ୍ରଥମେ ବ୍ୟାଟିଂ କରିଥିବା ଆର୍‌ସିବି ଆଠ ଉଇକେଟ ହରାଇ ୧୪୯ରନ୍‌ କରିଥିଲା। ଜବାବରେ ସନରାଇଜର୍ସ ଟିମ୍‌ ୧୪ ଓଭରରେ ଗୋଟିଏ ଉଇକେଟ ହରାଇ ୯୬ରନ୍‌ କରିଥିଲେ। ହେଲେ ପରେ ୨୦ ଓଭର ବେଳକୁ ଦଳ ୯ ଉଇକେଟ ହରାଇ ୧୪୩ ରନ୍‌ କରିବାରେ ସକ୍ଷମ ହୋଇଥିଲା।

ହାଇଦ୍ରାବାଦ ଟିମ୍‌କୁ ଜିତିବା ଲାଗି ୨୪ ବଲ୍‌ରେ ୩୫ରନ୍‌ର ଆବଶ୍ୟକତା ଥିଲା। ଜନି ବେୟାରଷ୍ଟୋ ପଡ଼ିଆରେ ଥିଲେ। ପରେ ସ୍ପିନର ଶାହବାଜ ୧୭ତମ ଓଭରରେ ବୋଲିଂ କରିବାକୁ ଆସି ବେୟାରଷ୍ଟୋ ସମେତ ଅନ୍ୟ ତିନୋଟି ଉଇକେଟ ନେଇ ଆର୍‌ସିବିକୁ ମଜଭୂତ ସ୍ଥିତିକୁ ନେଇଥିଲେ। କହିବାକୁ ଗଲେ ସେ ଗୋଟିଏ ଓଭରରେ ମ୍ୟାଚ୍‌ର ମୋଡ ବଦଳାଇଦେଇତିଲେ। ଏହାପରେ ସନରାଇଜର୍ସର ଜିତିବା ଅସମ୍ଭବ ହୋଇଯାଇଥିଲା।

କିଏ ଏହି ଶାହବାଜ:
ବାମହାତୀ ଶାହବାଜ ହରିୟାଣାର ଏକ ଛୋଟ ସହର ମେବାତର ବାସିନ୍ଦା। ୧୯୯୪ରେ ତାଙ୍କର ଜନ୍ମ। ସାଧାରଣ ପରିବାରରୁ ଆସିଥିବା ଶାହବାଜ ପିଲାଟିବେଳୁ କ୍ରିକେଟ ଖେଳିବାକୁ ଭଲ ପାଉଥିଲେ। ପ୍ରଥମେ ବାପା ଏବଂ ମାମୁଙ୍କଠାରୁ ସେ କ୍ରିକେଟ ଖେଳିବା ଶିଖିଥିଲେ। ଧିରେ ଧିରେ ଏହି ସଉକ ବଢ଼ିଥିଲା। ଆଜିଯାଏ ମେବାତର ଗୋଟିଏ ପିଲା ରଣଜୀ ମ୍ୟାଚ୍‌ ଖେଳି ନ ଥିବା ବେଳେ ଜଣେ ଖେଳାଳି ଭାବେ ଆଇପିଏଲ୍‌ରେ ଖେଳିବା ଜିଲାପାଇଁ ଗର୍ବ ବୋଲି ସେ କହିଥିଲେ।

ଭାରତୀୟ ଅଲ୍‌ରାଉଣ୍ଡର ରବିନ୍ଦ୍ର ଜାଡେଜା ତାଙ୍କର ଆଦର୍ଶ। ଉଭୟଙ୍କ ଖେଳିବା ଶୈଳି ଏକାଭଳି। କାରଣ ଉଭୟ ବାମହାତୀ ସ୍ପିନର ଏବଂ ବ୍ୟାଟ୍ସମ୍ୟାନ୍‌। ସେହିଭଳି ବିଶ୍ୱ କ୍ରିକେଟରେ ସେ ଇଂଲଣ୍ଡର ଦିଗ୍ଗଜ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ଆଦର୍ଶ ବୋଲି ଭାବନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?