Posted inଖେଳ

ଜାଣନ୍ତୁ କିଏ ସେହି ଶାହବାଜ ଅହମ୍ମଦ, ଯିଏ ଗୋଟିଏ ଓଭରରେ ବଦଳାଇଦେଲେ ବାଙ୍ଗାଲୋର-ହାଇଦ୍ରାବାଦ ମ୍ୟାଚ୍‌ର ମୋଡ଼

ନୂଆଦିଲ୍ଲୀ,୧୫।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ର ଷଷ୍ଠ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଛି। ଏହି ରୋମାଞ୍ଚକର ମ୍ୟାଚ୍‌ରେ ଆର୍‌ସିବି ବାଜିମାତ କରିଥିଲା। ମ୍ୟାଚ୍‌ ଶେଷରେ ‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’ ଭାବେ ଅର୍ଦ୍ଧଶତକୀୟ ପାଳି ଖେଳିଥିବା ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କୁ ଚୟନ କରାଯାଇଥିଲା। ହେଲେ ମ୍ୟାଚ୍‌ର ଅସଲ ହିରୋ ପାଲଟିଥିଲେ ୨୬ ବର୍ଷୀୟ ଶାହବାଜ ଅହମ୍ମଦ। କାରଣ ସେ ଗୋଟିଏ ଓଭରରେ ମ୍ୟାଚ୍‌ର କାୟା ପଲଟାଇ ଦେଇଥିଲେ।

ମ୍ୟାକ୍ସଓ୍ବେଲଙ୍କ ୪୧ ବଲ୍‌ରେ ୫୯ରନ୍‌ ଯୋଗୁ ପ୍ରଥମେ ବ୍ୟାଟିଂ କରିଥିବା ଆର୍‌ସିବି ଆଠ ଉଇକେଟ ହରାଇ ୧୪୯ରନ୍‌ କରିଥିଲା। ଜବାବରେ ସନରାଇଜର୍ସ ଟିମ୍‌ ୧୪ ଓଭରରେ ଗୋଟିଏ ଉଇକେଟ ହରାଇ ୯୬ରନ୍‌ କରିଥିଲେ। ହେଲେ ପରେ ୨୦ ଓଭର ବେଳକୁ ଦଳ ୯ ଉଇକେଟ ହରାଇ ୧୪୩ ରନ୍‌ କରିବାରେ ସକ୍ଷମ ହୋଇଥିଲା।

ହାଇଦ୍ରାବାଦ ଟିମ୍‌କୁ ଜିତିବା ଲାଗି ୨୪ ବଲ୍‌ରେ ୩୫ରନ୍‌ର ଆବଶ୍ୟକତା ଥିଲା। ଜନି ବେୟାରଷ୍ଟୋ ପଡ଼ିଆରେ ଥିଲେ। ପରେ ସ୍ପିନର ଶାହବାଜ ୧୭ତମ ଓଭରରେ ବୋଲିଂ କରିବାକୁ ଆସି ବେୟାରଷ୍ଟୋ ସମେତ ଅନ୍ୟ ତିନୋଟି ଉଇକେଟ ନେଇ ଆର୍‌ସିବିକୁ ମଜଭୂତ ସ୍ଥିତିକୁ ନେଇଥିଲେ। କହିବାକୁ ଗଲେ ସେ ଗୋଟିଏ ଓଭରରେ ମ୍ୟାଚ୍‌ର ମୋଡ ବଦଳାଇଦେଇତିଲେ। ଏହାପରେ ସନରାଇଜର୍ସର ଜିତିବା ଅସମ୍ଭବ ହୋଇଯାଇଥିଲା।

କିଏ ଏହି ଶାହବାଜ:
ବାମହାତୀ ଶାହବାଜ ହରିୟାଣାର ଏକ ଛୋଟ ସହର ମେବାତର ବାସିନ୍ଦା। ୧୯୯୪ରେ ତାଙ୍କର ଜନ୍ମ। ସାଧାରଣ ପରିବାରରୁ ଆସିଥିବା ଶାହବାଜ ପିଲାଟିବେଳୁ କ୍ରିକେଟ ଖେଳିବାକୁ ଭଲ ପାଉଥିଲେ। ପ୍ରଥମେ ବାପା ଏବଂ ମାମୁଙ୍କଠାରୁ ସେ କ୍ରିକେଟ ଖେଳିବା ଶିଖିଥିଲେ। ଧିରେ ଧିରେ ଏହି ସଉକ ବଢ଼ିଥିଲା। ଆଜିଯାଏ ମେବାତର ଗୋଟିଏ ପିଲା ରଣଜୀ ମ୍ୟାଚ୍‌ ଖେଳି ନ ଥିବା ବେଳେ ଜଣେ ଖେଳାଳି ଭାବେ ଆଇପିଏଲ୍‌ରେ ଖେଳିବା ଜିଲାପାଇଁ ଗର୍ବ ବୋଲି ସେ କହିଥିଲେ।

ଭାରତୀୟ ଅଲ୍‌ରାଉଣ୍ଡର ରବିନ୍ଦ୍ର ଜାଡେଜା ତାଙ୍କର ଆଦର୍ଶ। ଉଭୟଙ୍କ ଖେଳିବା ଶୈଳି ଏକାଭଳି। କାରଣ ଉଭୟ ବାମହାତୀ ସ୍ପିନର ଏବଂ ବ୍ୟାଟ୍ସମ୍ୟାନ୍‌। ସେହିଭଳି ବିଶ୍ୱ କ୍ରିକେଟରେ ସେ ଇଂଲଣ୍ଡର ଦିଗ୍ଗଜ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ଆଦର୍ଶ ବୋଲି ଭାବନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri