Posted inଖେଳ

ବିଦେଶୀ ଅଲରାଉଣ୍ଡରଙ୍କ ପାଇଁ ୧୨ କୋଟି ପର୍ଯ୍ୟନ୍ତ ଯାଇପାରେ ଆର୍‌ସିବି

ନୂଆଦିଲ୍ଲୀ, ୭।୨- ଆସନ୍ତା ୧୨ ଓ ୧୩ ତାରିଖରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ମେଗା ନିଲାମରେ ପୂର୍ବତନ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର ଅନ୍ୟତମ ଦାମୀ ଖେଳାଳି ସାବ୍ୟସ୍ତ ହୋଇପାରନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ତାଙ୍କୁ ଅଧିକ ଅର୍ଥରେ କିଣିବା ସମ୍ଭାବନା ରହିଛି। ଏହି ଫ୍ରାଞ୍ଚାଇଜ୍‌ ବିରାଟ କୋହଲି, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଏବଂ ମହମ୍ମଦ ସିରାଜଙ୍କୁ ରିଟେନ କରିସାରିଛି। ଏକ ଅଣଆନୁଷ୍ଠାନିକ ଆର୍‌ସିବିର ଅକ୍ସନ ଷ୍ଟ୍ରାଟେଜିକୁ ଯଦି ବିଶ୍ୱାସକୁ ନିଆଯାଏ, ତେବେ ଅଲରାଉଣ୍ଡ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଆର୍‌ସିବି ହୋଲ୍ଡରଙ୍କ ପାଇଁ ୧୨ କୋଟି ଟଙ୍କା ପର୍ଯ୍ୟନ୍ତ ବାଜି ଲଗାଇପାରେ।

”ବେନ୍‌ ଷ୍ଟୋକ୍ସ ଉପଲବ୍ଧ ନାହାନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଓ ମାର୍କୁସ ଷ୍ଟୋଇନିସ୍‌ଙ୍କୁ ଅନ୍ୟ ଫ୍ରାଞ୍ଚାଇଜ୍‌ ନେଇସାରିଛନ୍ତି। ମିଚେଲ ମାର୍ଶ ଆହତ ସମସ୍ୟାରେ ଘେରି ହୋଇ ରହୁଥିବାରୁ ସମ୍ପୂର୍ଣ୍ଣ ଆଇପିଏଲରେ ତାଙ୍କର ଖେଳିବା ସମ୍ଭାବନା କମ୍‌ ରହିଛି। ଟି୨୦ ଫର୍ମାଟରେ ହୋଲ୍ଡରଙ୍କ ରେକର୍ଡ ବହୁତ ଭଲ। ତେଣୁ ଆରସିବି ହୋଲ୍ଡରଙ୍କୁ ନିଜ ପାଖକୁ ଆଣିବାକୁ ଉଦ୍ୟମ କରିବ“ ବୋଲି ଏହି ଫ୍ରାଞ୍ଚାଇଜ ସହ ଜଡ଼ିତ ସୂତ୍ରରୁ ପ୍ରକାଶ କରାଯାଇଛି।

ନିଲାମ ପାଇଁ ଆରସିବି ନିକଟରେ ୫୭ କୋଟି ଟଙ୍କା ଅର୍ଥ ଅଛି। ଏହି ଦଳ ଆଗାମୀ ନିଲାମରେ ହୋଲ୍ଡରଙ୍କ ସମେତ ପୂର୍ବତନ ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟର ଅମ୍ବାତି ରାୟୁଡ଼ୁ ଓ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିସାରିଥିବା ଯୁବ ବ୍ୟାଟର ରିୟାନ ପରାଗଙ୍କୁ ନିଜ ପାଖକୁ ଆଣିବାକୁ ଉଦ୍ୟମ କରିବ ବୋଲି ବିଚାର ଚାଲିଛି। ହୋଲ୍ଡରଙ୍କ ପାଇଁ ୧୨ କୋଟି, ରାୟୁଡ଼ୁଙ୍କ ଲାଗି ୮ ଏବଂ ପରାଗଙ୍କ ପାଇଁ ୭ କୋଟି ଖର୍ଚ୍ଚ କଲେ ବି ଆରସିବି ନିକଟରେ ଆହୁରି ୩୦ କୋଟି ବଳିବ। କୋହଲି, ମ୍ୟାକ୍ସଓ୍ବେଲ, ସିରାଜ, ହୋଲ୍ଡର, ରାୟୁଡ଼ୁ ଓ ପରାଗଙ୍କୁ ନେଇ ଦଳ ଗଠନ ଦିଗରେ ରହିଛି ଆର୍‌ସିବି। ହୋଲ୍ଡର, ପରାଗ ଓ ରାୟୁଡ଼ୁଙ୍କ ମଧ୍ୟରୁ ଅତିକମ୍‌ରେ ୨ ଜଣଙ୍କୁ ନେବା ଆଶାରେ ରହିଛି ଏହି ଫ୍ରାଞ୍ଚାଇଜ୍‌।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri