ପୌରାଧ୍ୟକ୍ଷ ଆସନ ସଂରକ୍ଷଣକୁ ନେଇ ରାୟଗଡ଼ା ରାଜନୀତି ସରଗରମ

ରାୟଗଡ଼ା ଅଫିସ/ଗୁଣପୁର,୧୬।୧(ଡି.ଏନ୍‌.ଏ.)-  ପୌର ପରିଷଦର ଅଧ୍ୟକ୍ଷ ନିର୍ବାଚନ ପାଇଁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପ୍ରକାଶନର ୧୫ ଦିନ ମଧ୍ୟରେ ନିର୍ଦ୍ଦେଶକଙ୍କ ନିକଟରେ ଆପତ୍ତି ଅଭିଯୋଗ ଗ୍ରହଣ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଛି। ଏହି କ୍ରମରେ ରାୟଗଡ଼ା ପୌର ପରିଷଦ ଆସନ ଅଣ ସଂରକ୍ଷିତ ରହିଥିବାବେଳେ ଗୁଣପୁର ପୌର ପରିଷଦର ଅଧ୍ୟକ୍ଷ ଆସନ ମହିଳାଙ୍କ ପାଇଁ ଏବଂ ଗୁଡ଼ାରି ଏନ୍‌ଏସି ଅଧ୍ୟକ୍ଷ ପଦ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏହା ଏବେ ଜିଲା ରାଜନୀତି ପାଣିପାଗକୁ ସରଗରମ କରିଛି।
ଗୁଣପୁରରେ ମହିଳା ପ୍ରାର୍ଥୀ ସବୁ ଦଳ ପାଇଁ ଏବେ ଚିନ୍ତାର କାରଣ ହୋଇଛି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ପକ୍ଷରୁ ମହିଳା ପ୍ରାର୍ଥୀଙ୍କୁ ନେଇ ଆରମ୍ଭ ହୋଇଛି ମାନସ ମନ୍ଥନ। ଗୁଣପୁର ପୌର ପରିଷଦ ଅଧ୍ୟକ୍ଷ ପାଇଁ ସବୁ ଦଳରେ ଅନେକ ପୁରୁଷ ଆଶାୟୀ ପ୍ରାର୍ଥୀ ଏବଂ ଦାବିଦାର ଥିଲେ। ଏବେ ମହିଳାଙ୍କ ପାଇଁ ଅଧ୍ୟକ୍ଷ ଆସନ ସଂରକ୍ଷିତ ହେବା ପରେ ପୁରୁଷ ଆଶାୟୀଙ୍କ ଅଧ୍ୟକ୍ଷ ହେବା ଆଶା ମଉଳି ଯାଇଛି। ଅଧ୍ୟକ୍ଷ ନିର୍ବାଚନ ସିଧାସଳଖ ହେବ ଭାବି ନେତାମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଥିଲେ। ମହିଳାଙ୍କ ପାଇଁ ଆସନ ସଂରକ୍ଷିତ ହେବା ପରେ ସେମାନେ ଏବେ ନିଜ ସ୍ତ୍ରୀ, ଭଉଣୀ ଏବଂ ସମ୍ପର୍କୀୟ ମହିଳାମାନଙ୍କୁ ରାଜନୀତିରେ ଅବତୀର୍ଣ୍ଣ କରି ନିଜର ପ୍ରଭାବ ଦେଖାଇବା ପାଇଁ ଅଣ୍ଟା ଭିଡିଛନ୍ତି। ବିଜେଡିରେ ଅନେକ ନେତା ଆଶାୟୀ ପ୍ରାର୍ଥୀ ରହିଥିଲେ। ସେହିପରି ଭାଜପାରେ ମଧ୍ୟ ଦୁଇରୁ ତିନି ଜଣ ଆଶାୟୀ ରହିଥିଲେ। ମହିଳାଙ୍କ ପାଇଁ ଆସନ ସଂରକ୍ଷିତ ହେବା ପରେ ନେତାଙ୍କ ସବୁ ଯୋଜନା ଏବେ ଫସର ଫାଟିଛି। ୧୯୯୮ ନିର୍ବାଚନରେ ଗୁଣପୁର ଏନ୍‌ଏସି ଅଧ୍ୟକ୍ଷ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା। କଂଗ୍ରେସର ଏ. ଭାଗ୍ୟଲକ୍ଷ୍ମୀ ଅଧ୍ୟକ୍ଷା ରହିଥିଲେ। ୨୦୦୩ରେ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଥିଲା। ଅସ୍ମିତା ବାଉରି ଅଧ୍ୟକ୍ଷା ହୋଇଥିଲେ। ତେବେ ସେ ଅନାସ୍ଥାର ଶିକାର ହୋଇଥିଲେ। ବି. ନାଗରତ୍ନମ ଅଧ୍ୟକ୍ଷା ହୋଇଥିଲେ। ୨୦୦୮ରେ ଏହି ଆସନ ଅଣ ସଂରକ୍ଷିତ ରହିଥିଲା ଏବଂ ଶିବ ପ୍ରସାଦ ଗୌଡ଼ ଅଧ୍ୟକ୍ଷ ହୋଇଥିଲେ। ୨୦୧୩ ନିର୍ବାଚନରେ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଥିଲା। କବିତା ଶବର ଅଧ୍ୟକ୍ଷା ହୋଇଥିଲେ। ତାଙ୍କୁ ମଧ୍ୟ ଅନାସ୍ଥାରେ ବାହାର କରିବାକୁ ଭୋଟିଂ ହୋଇଥିଲା, କିନ୍ତୁ ସେ ବିଜୟୀ ହୋଇଥିଲେ। ୧୯୯୮ରେ ହିଁ ଅଧ୍ୟକ୍ଷ ପଦ କଂଗ୍ରେସ ଅକ୍ତିଆରରେ ଥିଲା। ଏହା ପରଠାରୁ ଅଧ୍ୟକ୍ଷ ପଦ ବିଜେଡି ଦଖଲରେ ରହିଛି। ୨୦୧୮ରେ ନିର୍ବାଚନ ହୋଇ ନ ଥିଲା। ଏନ୍‌ଏସିରୁ ଏବେ ଗୁଣପୁର ପୌର ପରିଷଦ ହୋଇଛି। ପୌର ପରିଷଦର ପ୍ରଥମ ଅଧ୍ୟକ୍ଷ ହେବାକୁ ପୁରୁଷ ଆଶାୟୀଙ୍କ ପ୍ରବଳ ଇଚ୍ଛା ରହିଥିଲା। ହେଲେ ସବୁ ଉପରେ ଏବେ ବିରାମ ଲାଗିଛି। ଏବେ ସବୁ ଦଳରେ ପୁଣି ଅଙ୍କକଷା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିୟମଗିରି ପାଦଦେଶରେ ଷ୍ଟ୍ରବେରୀ ଚାଷ

ରାୟଗଡ଼ା ଜିଲାର ଆଦିମ ଜନଜାତି ଡଙ୍ଗରିଆ କନ୍ଧ ନିୟମଗିରି ପାଦଦେଶରେ ଷ୍ଟ୍ରବେରି ଚାଷ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ପୂର୍ବରୁ ଡଙ୍ଗରିଆମାନେ କଦଳୀ, ସପୁରି, ହଳଦୀ,...

ଅହମ୍ମଦାବାଦରେ ଚମକୁଛି ରାୟଗଡ଼ାର‘ଲାଉ ତୁମ୍ବା କ୍ରାଫ୍ଟ’

ରାୟଗଡା,୨୭।୧୧(ଭାଗ୍ୟଶ୍ରୀ ମିଶ୍ର): ଗୁଜୁରାଟର ଅହମ୍ମଦାବାଦ ସାବରମତି ଆଶ୍ରମ ନିକଟରେ ସାରସ ମେଳା ନାମରେ ସର୍ବଭାରତୀୟସ୍ତରୀୟ ହସ୍ତଶିଳ୍ପ ମେଳା ଚଳିତ ନଭେମ୍ବର ୨୪ତାରିଖରୁ ଆରମ୍ଭ ହୋଇଛି। ଏଥିରେ...

ରାୟଗଡ଼ାରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୧୮୨ ପଞ୍ଚାୟତକୁ ଯୋଡ଼ିବ ୫୨ ବସ୍‌

ଭୁବନେଶ୍ୱର,୨୫ା୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ରାୟଗଡ଼ା ଜିଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଜିଲାରେ ୧୮୨ଟି ପଞ୍ଚାୟତକୁ ୫୨ଟି ବସ୍‌...

ଫ୍ଲାଏ ଓଭରରେ ଫସିରହୁଛି ଗାଡ଼ି

ରାୟଗଡ଼ା,୨୩।୧୧(ଆଶିଷ ରଞ୍ଜନ ପଣ୍ଡା)ରାୟଗଡ଼ା ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ସହରରେ ରେଳଲାଇନ ସମ୍ପ୍ରସାରଣ କାମ ଯୋଗୁ ଅଣ୍ଡରପାସ୍‌ ସବ୍‌ୱେ ରାସ୍ତା...

ଏଣିକି ଓଷଧ  ପହଞ୍ଚାଇବ ଡ୍ରୋନ୍‌: ରାୟଗଡ଼ାରେ ହେଲା ଶୁଭାରମ୍ଭ 

ରାୟଗଡ଼ା,୧୮।୧୧(ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ା ଜିଲାରେ ସ୍ବାସ୍ଥ୍ୟସେବାକୁ  ଅଧିକ ଗୁରୁତ୍ୱ ଦିଆଯାଇଛି। (ୟୁଏସ୍‌ଏଆଇଡି ) ସମର୍ଥିତ ସମରିଧ  ଏବଂ ଆଇପିଇ  ଗ୍ଲୋବାଲ ଦ୍ୱାରା କାର୍ଯ୍ୟକାରୀ ସଂସ୍ଥା ରେଡଓ୍ବିଙ୍ଗ ...

ଦେବଗିରି ଆଶ୍ରମ ସନ୍ଥଙ୍କୁ ମରଣାନ୍ତକ ଆକ୍ରମଣ, କଲ୍ୟାଣସିଂହପୁର ଥାନରେ ଏତଲା

ରାୟଗଡ଼ା, ୧୬।୧୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଦେବଗିରି ଶୈବପୀଠସ୍ଥିତ ଆଶ୍ରମରେ ରହୁଥିବା ସନ୍ନ୍ୟାସୀ ସ୍ବରୁପାନନ୍ଦ ଗିରି ଓରଫ ସରୋଜ କୁମାର ନାୟକଙ୍କୁ...

୨ ବାଘ ଛାଲ ଜବତ କରି ଦୁଇଜଣ ଗିରଫ

ରାୟଗଡ଼ା,୮।୧୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ତାମ୍ପରାବିଦୁଣି ଛକରୁ ଏସଟିଏଫ୍‌ ଦୁଇଟି କଲରାପତରିଆ ବାଘଛାଲ ଜବତ କରିଛନ୍ତି। ଏହା ସହ ଦୁଇଜଣଙ୍କୁ...

୧୪ ହାତୀ, ୬ କଲରାପତରିଆ ଗାଏବ

ଜଙ୍ଗଲ ଅବକ୍ଷୟ ସାଙ୍ଗକୁ ଶିକାରୀଙ୍କ ଦୌରାତ୍ମ୍ୟ ରାୟଗଡ଼ା ଜିଲାକୁ ଏକପ୍ରକାର ବନ୍ୟପ୍ରାଣୀଶୂନ୍ୟ କରିଦେଇଛି। ଏହି ଜଙ୍ଗଲରେ ପୂର୍ବରୁ ଥିବା ୧୪ ହାତୀ ଓ ୬ କଲରାପତରିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri