ପୌରାଧ୍ୟକ୍ଷ ଆସନ ସଂରକ୍ଷଣକୁ ନେଇ ରାୟଗଡ଼ା ରାଜନୀତି ସରଗରମ

ରାୟଗଡ଼ା ଅଫିସ/ଗୁଣପୁର,୧୬।୧(ଡି.ଏନ୍‌.ଏ.)-  ପୌର ପରିଷଦର ଅଧ୍ୟକ୍ଷ ନିର୍ବାଚନ ପାଇଁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପ୍ରକାଶନର ୧୫ ଦିନ ମଧ୍ୟରେ ନିର୍ଦ୍ଦେଶକଙ୍କ ନିକଟରେ ଆପତ୍ତି ଅଭିଯୋଗ ଗ୍ରହଣ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଛି। ଏହି କ୍ରମରେ ରାୟଗଡ଼ା ପୌର ପରିଷଦ ଆସନ ଅଣ ସଂରକ୍ଷିତ ରହିଥିବାବେଳେ ଗୁଣପୁର ପୌର ପରିଷଦର ଅଧ୍ୟକ୍ଷ ଆସନ ମହିଳାଙ୍କ ପାଇଁ ଏବଂ ଗୁଡ଼ାରି ଏନ୍‌ଏସି ଅଧ୍ୟକ୍ଷ ପଦ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏହା ଏବେ ଜିଲା ରାଜନୀତି ପାଣିପାଗକୁ ସରଗରମ କରିଛି।
ଗୁଣପୁରରେ ମହିଳା ପ୍ରାର୍ଥୀ ସବୁ ଦଳ ପାଇଁ ଏବେ ଚିନ୍ତାର କାରଣ ହୋଇଛି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ପକ୍ଷରୁ ମହିଳା ପ୍ରାର୍ଥୀଙ୍କୁ ନେଇ ଆରମ୍ଭ ହୋଇଛି ମାନସ ମନ୍ଥନ। ଗୁଣପୁର ପୌର ପରିଷଦ ଅଧ୍ୟକ୍ଷ ପାଇଁ ସବୁ ଦଳରେ ଅନେକ ପୁରୁଷ ଆଶାୟୀ ପ୍ରାର୍ଥୀ ଏବଂ ଦାବିଦାର ଥିଲେ। ଏବେ ମହିଳାଙ୍କ ପାଇଁ ଅଧ୍ୟକ୍ଷ ଆସନ ସଂରକ୍ଷିତ ହେବା ପରେ ପୁରୁଷ ଆଶାୟୀଙ୍କ ଅଧ୍ୟକ୍ଷ ହେବା ଆଶା ମଉଳି ଯାଇଛି। ଅଧ୍ୟକ୍ଷ ନିର୍ବାଚନ ସିଧାସଳଖ ହେବ ଭାବି ନେତାମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଥିଲେ। ମହିଳାଙ୍କ ପାଇଁ ଆସନ ସଂରକ୍ଷିତ ହେବା ପରେ ସେମାନେ ଏବେ ନିଜ ସ୍ତ୍ରୀ, ଭଉଣୀ ଏବଂ ସମ୍ପର୍କୀୟ ମହିଳାମାନଙ୍କୁ ରାଜନୀତିରେ ଅବତୀର୍ଣ୍ଣ କରି ନିଜର ପ୍ରଭାବ ଦେଖାଇବା ପାଇଁ ଅଣ୍ଟା ଭିଡିଛନ୍ତି। ବିଜେଡିରେ ଅନେକ ନେତା ଆଶାୟୀ ପ୍ରାର୍ଥୀ ରହିଥିଲେ। ସେହିପରି ଭାଜପାରେ ମଧ୍ୟ ଦୁଇରୁ ତିନି ଜଣ ଆଶାୟୀ ରହିଥିଲେ। ମହିଳାଙ୍କ ପାଇଁ ଆସନ ସଂରକ୍ଷିତ ହେବା ପରେ ନେତାଙ୍କ ସବୁ ଯୋଜନା ଏବେ ଫସର ଫାଟିଛି। ୧୯୯୮ ନିର୍ବାଚନରେ ଗୁଣପୁର ଏନ୍‌ଏସି ଅଧ୍ୟକ୍ଷ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା। କଂଗ୍ରେସର ଏ. ଭାଗ୍ୟଲକ୍ଷ୍ମୀ ଅଧ୍ୟକ୍ଷା ରହିଥିଲେ। ୨୦୦୩ରେ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଥିଲା। ଅସ୍ମିତା ବାଉରି ଅଧ୍ୟକ୍ଷା ହୋଇଥିଲେ। ତେବେ ସେ ଅନାସ୍ଥାର ଶିକାର ହୋଇଥିଲେ। ବି. ନାଗରତ୍ନମ ଅଧ୍ୟକ୍ଷା ହୋଇଥିଲେ। ୨୦୦୮ରେ ଏହି ଆସନ ଅଣ ସଂରକ୍ଷିତ ରହିଥିଲା ଏବଂ ଶିବ ପ୍ରସାଦ ଗୌଡ଼ ଅଧ୍ୟକ୍ଷ ହୋଇଥିଲେ। ୨୦୧୩ ନିର୍ବାଚନରେ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଥିଲା। କବିତା ଶବର ଅଧ୍ୟକ୍ଷା ହୋଇଥିଲେ। ତାଙ୍କୁ ମଧ୍ୟ ଅନାସ୍ଥାରେ ବାହାର କରିବାକୁ ଭୋଟିଂ ହୋଇଥିଲା, କିନ୍ତୁ ସେ ବିଜୟୀ ହୋଇଥିଲେ। ୧୯୯୮ରେ ହିଁ ଅଧ୍ୟକ୍ଷ ପଦ କଂଗ୍ରେସ ଅକ୍ତିଆରରେ ଥିଲା। ଏହା ପରଠାରୁ ଅଧ୍ୟକ୍ଷ ପଦ ବିଜେଡି ଦଖଲରେ ରହିଛି। ୨୦୧୮ରେ ନିର୍ବାଚନ ହୋଇ ନ ଥିଲା। ଏନ୍‌ଏସିରୁ ଏବେ ଗୁଣପୁର ପୌର ପରିଷଦ ହୋଇଛି। ପୌର ପରିଷଦର ପ୍ରଥମ ଅଧ୍ୟକ୍ଷ ହେବାକୁ ପୁରୁଷ ଆଶାୟୀଙ୍କ ପ୍ରବଳ ଇଚ୍ଛା ରହିଥିଲା। ହେଲେ ସବୁ ଉପରେ ଏବେ ବିରାମ ଲାଗିଛି। ଏବେ ସବୁ ଦଳରେ ପୁଣି ଅଙ୍କକଷା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ବଂଶଧାରା ନଦୀରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଗୁଣପୁର ୩।୯( ସୁଜାତା ପାଢ଼ୀ): ରାୟଗଡା ଜିଲା ଗୁଣପୁର ବଂଶଧାରା ନଦୀ ବିକ୍ରମପୁର ତୁଠରେ ଗାଧୋଇବାକୁ ଯାଇ ନିଖୋଜ ବ୍ୟକ୍ତିକୁ ମାଛଖୁଣ୍ଟି ଠାରେ ଗୁରୁବାର ସkରେ ଉଦ୍ଧାର…

କେବଳ ଚାକିରି ନୁହେଁ, ରୋଜଗାରଦାତା ହୁଅନ୍ତୁ: ସ୍ବଦେଶୀ ଜାଗରଣ ମଞ୍ଚର ଆହ୍ବାନ

କଲ୍ୟାଣସିଂହପୁର/ରାୟଗଡ଼ା, ୩।୯(ଦୀପକ କୁମାର ପରିଡା): ସ୍ବଦେଶୀ ଜାଗରଣ ମଞ୍ଚ ରାୟଗଡ଼ା ଜିଲା ପକ୍ଷରୁ ଚାଲିଥିବା ‘ସ୍ବାବଲମ୍ବୀ ଭାରତ ଅଭିଯାନ’ (୨୧ ଅଗଷ୍ଟରୁ ୨ ଅକ୍ଟୋବର) ପରିପ୍ରେକ୍ଷୀରେ ସ୍ଥାନୀୟ…

କଲ୍ୟାଣସିଂହପୁରରେ ଆମ୍ବେଦକର ଯୁବମଞ୍ଚର ନୂତନ କମିଟି, ବାବାସାହେବ…..

କଲ୍ୟାଣସିଂହପୁର,୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସ୍ଥିତ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ‘ଆମ୍ବେଦକର ଯୁବମଞ୍ଚ’ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ନୂତନ କମିଟି ଗଠନ…

ଜଙ୍ଗଲରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ

ଗୁଣପୁର,୩ା୯(ସୁଜାତା ପାଢ଼ୀ): ଜଙ୍ଗଲରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲା ଗୁଣପୁର ବ୍ଲକ୍ ଗଠଳପଦର ପଞ୍ଚାୟତ କାକିତାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri