Posted inଖେଳ

‘ଧୋନୀ ଭାଇ ମୋତେ କହିଦେଇଥିଲେ’

ମୁମ୍ବାଇ,୫।୪: ଆଇପିଏଲ୍‌ ଇତିହାସରେ ପ୍ରଥମ ଥର ଲାଗି ଚେନ୍ନାଇ ସୁପରକିଙ୍ଗ୍ସ ଟୁର୍ନାମେଣ୍ଟର ଲଗାତାର ତିନୋଟି ମ୍ୟାଚ୍‌ରେ ପରାଜିତ ହୋଇଛି। ଫଳରେ ଅଙ୍କ ତାଲିକାରେ ୯ମ ସ୍ଥାନରେ ରହିଛି ଦଳ। ଚଳିତ ସିଜନରେ ରବିନ୍ଦ୍ର ଜାଡେଜା ପ୍ରଥମ ଥର ଲାଗି ଦଳର ଅଧିନାୟକ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ତାଙ୍କ ନେତୃତ୍ୱରେ ଦଳ ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ ହୋଇଛି। ଏହାକୁ ନେଇ ଜାଡେଜା ଚାପରେ ଥିବା ନେଇ କୁହାଯାଉଛି। ଏସବୁ ମଧ୍ୟରେ ପଞ୍ଜାବ ବିପକ୍ଷ ମ୍ୟାଚ୍‌ ପରେ ନିଜେ ପ୍ରତିକ୍ରିୟା ରଖି ଜାଡେଜା କହିଛନ୍ତି, ‘ଧୋନୀ ଭାଇ କିଛି ମାସ ପୂର୍ବରୁ ଅଧିନାୟକ ପରିବର୍ତ୍ତନ ହେବା ନେଇ କହିଥିଲେ। ଏଣୁ ମୁଁ ସେଥିଲାଗି ପ୍ରସ୍ତୁତ ହେଉଥିଲି। ମାନସିକସ୍ତରରେ ପ୍ରସ୍ତୁତ ଥିବା କାରଣରୁ ମୋ ଉପରେ କୌଣସି ଚାପ ନ ଥିଲା, ନା ଅଛି। ଆମେ ଭାଗ୍ୟଶାଳୀ ଯେ ଧୋନୀ ଭାଇ ଆମ ସହ ଅଛନ୍ତି। ମୋର ଚିନ୍ତାଧାରାକୁ ନେଇ ମୁଁ ଏବେ କାମ କରୁଛି। ସେହିଭଳି ଭାବେ ଆଗକୁ ବଢ଼ିବାକୁ ଚାହୁଁଛି’ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସମାଲୋଚନାକୁ ବ୍ୟାଟ୍‌ରେ ଜବାବ ଦେଲେ ଗବ୍ବର: ଏହି ମାମଲାରେ ହେଲେ ସେହଓ୍ବାଗଙ୍କ ସମକକ୍ଷ

ପୁଣେ,୨୩।୩: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଗବ୍ବର ତଥା ଶିଖର ଧଓ୍ବନଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିପାରେ ବୋଲି ଆଶା କରାଯାଉଥିଲା। ଶେଷରେ ତାହା ହିଁ...

ଶତକ ଅପେକ୍ଷାରେ ଶେଷ ହେଲା ଦ୍ୱିତୀୟ ବର୍ଷ

ସେଞ୍ଚୁରିଆନ,୨୯।୧୨: ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲି ବିନା କୌଣସି ଅନ୍ତର୍ଜାତୀୟ ଶତକରେ ୨୦୨୧ ବର୍ଷ ଶେଷ କରିଛନ୍ତି। କ୍ରମାଗତ ଦ୍ୱିତୀୟ ଥର ପାଇଁ ଗୋଟିଏ...

ଗୋଟିଏ କାନରେ ଶୁଣିପାରୁ ନ ଥିଲେ ଏହି କ୍ରିକେଟର୍‌, ଦେଶ ପାଇଁ କଲେ ଡେବ୍ୟୁ

ବ୍ରିସବେନ,୧୫।୧: ବର୍ଡର-ଗାଭାସ୍କର ସିରିଜର ଶେଷ ଟେଷ୍ଟ ବ୍ରିସବେନ୍‌ରରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଭାରତ ଅନଭିଜ୍ଞ ବୋଲିଂ ଆଟାକ ସହ ଅଷ୍ଟ୍ରେଲିଆ ବିପକ୍ଷରେ ମଇଦାନକୁ ଓହ୍ଲାଇଛି।...

୩ ବର୍ଷ କ୍ୟାରିୟର୍‌ରେ ମାତ୍ର ୪ ରନ୍‌ କରିଛନ୍ତି ଏହି କ୍ରିକେଟର୍‌, ତଥାପି ଦଳରେ ପାଇଛନ୍ତି ସ୍ଥାନ

ଖ୍ରୀଷ୍ଟଚର୍ଚ୍ଚ,୧୦।୧: ବାଂଲାଦେଶ କ୍ରିକେଟର୍‌ ଇବାଦତ ହୁସେନ ନିକଟରେ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଏହି କାରଣରୁ ନ୍ୟୁଜିଲାଣ୍ଡକୁ ଟେଷ୍ଟରେ ପରାସ୍ତ କରିବାରେ ବାଂଲାଦେଶ ଦଳ ସଫଳ...

କ୍ରିକେଟରୁ ବିଦାୟ ନେଲେ ଦୁର୍ଦ୍ଧର୍ଷ ବୋଲର

ଜୋହାନ୍ସବର୍ଗ,୩୧।୮: ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ପେସର ଡେଲ ଷ୍ଟେଇନ ମଙ୍ଗଳବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ୨୦୧୯ରେ ଟେଷ୍ଟ କ୍ରିକେଟରୁ ବିଦାୟ ନେଇଥିବା...

ପ୍ରଶଂସକଙ୍କଠୁ ଦୂରେଇ ରହିବ ଦକ୍ଷିଣ ଆଫ୍ରିକା ଦଳ

ନୂଆଦିଲ୍ଲୀ,୧୦।୩- ଆସନ୍ତା ଗୁରୁବାର ଧର୍ମଶାଳାଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହି ସିରିଜ୍‌ ଲାଗି ଭାରତ ଗସ୍ତରେ ଥିବା...

ସ୍ନାଇଡରଙ୍କ ସହ ଲଢ଼ିବେ ବିଜେନ୍ଦର

ନ୍ୟୁଆର୍କ, ୧୩ା୭ (ପି.ଟି.)-ଏକ ବର୍ଷ ପରେ ପ୍ରଫେଶନାଲ ବକ୍ସିଂକୁ ଫେରିବେ ଭାରତୀୟ ବକ୍ସିଂ ଷ୍ଟାର ବିଜେନ୍ଦର ସିଂ। ଶନିବାର ସେ ଏଠାରେ ଆମେରିକାର ମାଇକ୍‌ ସ୍ନାଇଡରଙ୍କ...

ପୁଅକୁ କ୍ରିକେଟର କରିବାକୁ ପିତାଙ୍କ ବ୍ୟବସାୟ ବୁଡିଗଲା, ପୁଅ ଏବେ ଭାରତୀୟ ଦଳରେ ମାରିଲେ ଏଣ୍ଟ୍ରି

ମୁମ୍ବାଇ: ବାଂଲାଦେଶ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଓ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଗୁରୁବାର ଭାରତୀୟ ଦଳ ଘୋଷିତ...

Advertisement
Archives

Model This Week