Posted inଖେଳ

ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ଜାଡେଜା; ଦେଖାଇଥିଲେ ଫିଲ୍ଡିଂରେ…

ନୂଆଦିଲ୍ଲୀ,୧୭।୪: ଆଇପିଏଲ୍‌-୨୦୨୧ର ଶୁକ୍ରବାର ଅନୁଷ୍ଠିତ କିଙ୍ଗ୍ସ ଲଢ଼େଇରେ ଚେନ୍ନାଇ ସୁପରକିଙ୍ଗ୍ସ ୬ ଉଇକେଟରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା ପଞ୍ଜାବ ଟିମ୍‌। ଦଳରେ କେ.ଏଲ୍‌ ରାହୁଲ ଏବଂ କ୍ରିସ ଗେଲଙ୍କ ଭଳି ଧୁଆଁଧାର ବ୍ୟାଟ୍ସମ୍ୟାନ ଥିବାରୁ ବଡ ସ୍କୋର ଆଶା କରାଯାଉଥିଲା। ହେଲେ ଦୁନିଆର ସର୍ବଶ୍ରେଷ୍ଠ ଫିଲ୍ଡରଙ୍କ ମଧ୍ୟରେ ସାମିଲ ରବିନ୍ଦ୍ର ଜାଡେଜାଙ୍କ ଯୋଗୁ ତାହା ହୋଇପାରି ନ ଥିଲା। କାରଣ ଜାଡେଜା ଉଭୟଙ୍କୁ ପ୍ୟାଭିଲିୟନ ଫେରାଇଥିଲେ।

ମ୍ୟାଚ୍‌ ବେଳେ ଦୀପକ ଚହର ପଞ୍ଜାବ ଟିମ୍‌ର ଓପନର ମୟଙ୍କ ଅଗ୍ରଓ୍ବାଲଙ୍କୁ ଶୂନରେ ଆଉଟ୍‌ କରିବା ପରେ କେ.ଏଲ୍‌ ରାହୁଲଙ୍କ ଉପରେ ଆଶା ରହିଥିଲା। ମାତ୍ର ତୃତୀୟ ଓଭରର ୫ମ ବଲ୍‌ରେ ଜାଡେଜା ରାହୁଲଙ୍କୁ ରନ୍‌ଆଉଟ୍‌ କରି ପଞ୍ଜାବକୁ ଆଉ ଏକ ଝଟକା ଦେଇଥିଲେ। ପରେ ପଞ୍ଚମ ଓଭରରେ ପୁଣି ଥରେ ଜାଡେଜା ନିଜର ଫିଲ୍ଡିଂର ଦମ୍‌ ଦେଖାଇଥିଲେ। ସେ ଚହରଙ୍କ ବଲ୍‌ରେ ସୁନ୍ଦର ଡାଇଭ୍‌ ମାରି ଗେଲ୍‌ଙ୍କ କ୍ୟାଚ୍‌ ଧରିଥିଲେ।

ଏଥିସହ ଜାଡେଜା ନିଜ ଟିମ୍‌ର ଅଧିନାୟକ ତଥା ଅଭିଜ୍ଞ ଉଇକେଟକିପର ମହେନ୍ଦ୍ର ସିଂହ ଧୋନୀଙ୍କ ଏକ ରେକର୍ଡ ଭାଙ୍ଗିଥିଲେ। ସେ ରାହୁଲଙ୍କୁ ରନ୍‌ଆଉଟ୍‌ କରିଥିଲେ। ଏହା ଆଇପିଏଲ୍‌ ଇତିହାସରେ ତାଙ୍କର ୨୨ତମ ରନ୍‌ଆଉଟ୍‌ ଥିଲା। ଏହି ମାମଲାରେ ସେ ଧୋନୀ(୨୧ ରନ୍‌ଆଉଟ୍‌)ର ରେକର୍ଡକୁ ଭାଙ୍ଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri