Posted inଖେଳ

ଅଷ୍ଟ୍ରେଲିୟ କ୍ରିକେଟରଙ୍କ ଦୃଢ଼ୋକ୍ତି, ଭାରତର ଏହି ସ୍ପିନର ଭାଙ୍ଗିବେ ମୁରଲୀଧରନ୍‌ଙ୍କ ରେକର୍ଡ !

ନୂଆଦିଲ୍ଲୀ,୨୮।୫: ଅଷ୍ଟ୍ରେଲିଆର ପୂର୍ବ ଚାଇନାମ୍ୟାନ୍‌ ବ୍ରାଡ୍‌ ହଗ୍‌ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନଙ୍କ ବଡ଼ ପ୍ରଶଂସକ। ଏବେ ହଗ୍‌ ଅଶ୍ୱିନଙ୍କୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଏହି ସ୍ପିନର ଯଦି ଆଉ ୫ରୁ ୬ ବର୍ଷ ପର୍ଯ୍ୟନ୍ତ କ୍ରିକେଟ ଖେଳିବା ଜାରି ରଖନ୍ତି ତେବେ ମୁଥିଆ ମୁରଲୀଧରନ୍‌ଙ୍କ ରେକର୍ଡକୁ ଭାଙ୍ଗି ଦେଇପାରନ୍ତି। ଅଶ୍ୱିନଙ୍କ ନିକଟରେ ଉଇକେଟ ନେବାର ଇଚ୍ଛା ଭରପୂର ରହିଛି। ସ୍ପିନରଙ୍କ ମଧ୍ୟରେ ସର୍ବଦା ଶ୍ରେଷ୍ଠ ହେବାକୁ ସେ ଚେଷ୍ଟା କରନ୍ତି। ଏହା ହିଁ ତାଙ୍କୁ ଅନ୍ୟଙ୍କଠାରୁ ଭିନ୍ନ କରେ ବୋଲି ସେ କହିଛନ୍ତି।

ଏହାଛଡ଼ା ଅଶ୍ୱିନ ୪୨ ବର୍ଷ ବୟସ ପର୍ଯ୍ୟନ୍ତ ଟେଷ୍ଟ କ୍ରିକେଟ ଖେଳିପାରିବେ। ତାଙ୍କର ବ୍ୟାଟିଂ ପ୍ରଦର୍ଶନ ହ୍ରାସ ପାଇଲେ ହେଁ ସେ ବିପଜ୍ଜନକ ବୋଲର ସାବ୍ୟସ୍ତ ହେବେ। ତାଙ୍କୁ ୬୦୦ରୁ ଅଧିକ ଉଇକେଟ ନେବାକୁ ଦେଖିବାକୁ ଚାହେଁ। ଏପରିକି ସେ ୮୦୦ ଉଇକେଟ ନେଇ ମୁରଲୀଧରନଙ୍କ ରେକର୍ଡ ଭାଙ୍ଗିପାରିବେ ବୋଲି ହଗ୍‌ କହିଛନ୍ତି।

୩୪ ବର୍ଷୀୟ ଅଶ୍ୱିନ ଏବେ ଭାରତର ପ୍ରମୁଖ ସ୍ପିନରଙ୍କ ଭୂମିକା ତୁଲାଉଛନ୍ତି। କେବଳ ଏତିକି ନୁହେଁ ରବିନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତିରେ ସେ ଉଲ୍ଲେଖନୀୟ ବ୍ୟାଟିଂ କରି ଇଂଲଣ୍ଡ ବିପକ୍ଷ ସିରିଜ ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ସିରିଜ ସମୟରେ ସେ ୪୦୦ ଟେଷ୍ଟ ଉଇକେଟ ନେବାରେ ଦ୍ରୁତତମ ବୋଲର୍‌ ହୋଇଥିଲେ। ଚେନ୍ନାଇର ଏହି କ୍ରିକେଟର ଆଗାମୀ ଦିନରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଏବଂ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩୬ ବର୍ଷର ଅପେକ୍ଷା

ଆପଣ ମୋ କଥାରେ ରାଜି ହୋଇପାରନ୍ତି ଅବା ନ ହୋଇପାରନ୍ତି, କିନ୍ତୁ ଏହା ଲିଓନେଲ ମେସିଙ୍କ ବିଶ୍ୱକପ୍‌ ବୋଲି ମୁଁ କହିବି। ବର୍ତ୍ତମାନ ସେ କେବଳ...

ଓ୍ବେଲ୍ସ ବିପକ୍ଷରେ ବୃହତ୍‌ ବିଜୟ ଲକ୍ଷ୍ୟରେ ଭାରତ

ଭୁବନେଶ୍ୱର, ୧୯।୧ (କ୍ରୀଡ଼ା ପ୍ରତିନିଧି): ଚଳିତ ହକି ବିଶ୍ୱକପ୍‌ରେ ଗୁରୁବାର ୪ଟି ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହା ମଧ୍ୟରୁ ପୁଲ୍‌ ‘ଡି’ର ଏକ...

ଏକ ଦିବସୀୟ ଫୁଟବଲ୍‌: ନିମେଇସାପୁର ଚାମ୍ପିୟନ

ବିରିଡ଼ି/ବାଲିଆ,୧୩ା୧୧(ଡି.ଏନ.ଏ): ବିରିଡି ବ୍ଲକ ୨୨ମୌଜା ମଇଁନ୍ଦିପୁର-କମଳପୁର ଯୁବକ ସଂଘ ଆନୁକୂଲ୍ୟରେ ୩୭ତମ ଏକଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ସ୍ଥାନୀୟ ବୈଦ୍ୟନାଥ କ୍ରୀଡ଼ା ସଂସଦ ଖେଳପଡିଆରେ ମଙ୍ଗଳବାର ଅନୁଷ୍ଠିତ...

ଭାରତ ଆଗରେ ୪୯ ରନ୍‌ର ବିଜୟ ଲକ୍ଷ୍ୟ

ଅହମ୍ମଦାବାଦ,୨୫।୨ : ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ତୃତୀୟ ତଥା ଦିବାରାତ୍ର ଟେଷ୍ଟକୁ ଦୁଇ ଦିନରେ ହିଁ ଜିତି ନେଇପାରେ ଟିମ୍‌ ଇଣ୍ଡିଆ। ଅକ୍ଷର ପଟେଲ...

ସଚିନଙ୍କ ନାମରେ ରହିଛି ଅଜଣା ବିଶ୍ୱକପ୍‌ ରେକର୍ଡ

ନୂଆଦିଲ୍ଲୀ,୨୨।୭- ଆଇସିସି ବିଶ୍ୱକପ୍‌ରେ ସର୍ବାଧିକ ରନ୍‌ଠାରୁ ଆରମ୍ଭ କରି ସର୍ବାଧିକ ସଂଖ୍ୟକ ଶତକ ଲଗାଇବାର ରେକର୍ଡ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି। ଏହାଛଡ଼ା...

ଫାଇନାଲରେ ରାଜସ୍ଥାନ-ଗୁଜରାଟ

ଅହମଦାବାଦ,୨୮।୫: ସିନିୟର ଖେଳାଳିଙ୍କ ଦାୟିତ୍ୱହୀନ ପ୍ରଦର୍ଶନ ଯୋଗୁ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଅଭିଯାନ କ୍ୱାଲିଫାୟର-୨ରୁ ଶେଷ ହୋଇଛି।...

ସେନ ଓ୍ବାର୍ନଙ୍କ ସମ୍ମାନର୍ଥେ କ୍ରିକେଟ୍‌ ଅଷ୍ଟ୍ରେଲିଆ ନେଲା ବଡ଼ ନିଷ୍ପତ୍ତି

ମେଲବୋର୍ନ,୨୬।୧୨: ବିଶ୍ୱ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର ସ୍ବର୍ଗତ ଅଷ୍ଟ୍ରେଲୀୟ ସ୍ପିନର ସେନ୍‌ ୱାର୍ନଙ୍କୁ ସମ୍ମାନିତ କରିବା ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ଏକ ବଡ଼ ନିଷ୍ପତ୍ତି...

ସଚିନ ଆଉଟ୍‌ ହେବା ପରେ ‘ଦେବଦାସ’ ଫିଲ୍ମ ଦେଖିବାକୁ ଚାଲି ଯାଇଥିଲେ ଏହି କ୍ରିକେଟରଙ୍କ ମା’ବାପା; ପୁଅଙ୍କ ଖେଳ ଦେଖି ନ ଥିଲେ

ନୂଆଦିଲ୍ଲୀ,୧୫।୯: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀଙ୍କ ଅଧିନାୟକତ୍ୱରେ ଖେଳାଯାଇଥିବା ନେଟଓ୍ବେଷ୍ଟ ଟ୍ରଫିକୁ ଆଜି ବି ଲୋକେ ମନେ ପକାନ୍ତି। ଭାରତୀୟ ଟିମ୍‌ ଅନେକ ଫାଇନାଲ ହାରିବା...

Advertisement
Archives

Model This Week