Posted inଖେଳ

ବିଶ୍ୱକପ୍‌ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ, ଅକ୍ଷରଙ୍କ ସ୍ଥାନରେ ସାମିଲ ହେଲେ ଅଶ୍ୱିନ

ନୂଆଦିଲ୍ଲୀ,୨୮।୯: ଭାରତୀୟ ଦଳ ପରିଚାଳନା ଏବଂ ବିସିସିଆଇ ବିଶ୍ୱକପ୍‌ ପାଇଁ ନିଜ ଦଳରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଆହତ ଅକ୍ଷର ପଟେଲଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ୧୫ ଜଣିଆ ଦଳରେ ସାମିଲ କରାଯାଇଛି। ଏସିଆ କପ୍‌ ସମୟରେ ଅକ୍ଷର ଆହତ ହୋଇଥିଲେ। ନିକଟରେ ଅଶ୍ୱିନ ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଖେଳିବାର ସୁଯୋଗ ପାଇଥିଲେ।

ଆଇସିସି ଏକ ପୋଷ୍ଟ ମାଧ୍ୟମରେ ଏହି ପରିବର୍ତ୍ତନକୁ ନିଶ୍ଚିତ କରିଛି। ଇଂଲଣ୍ଡ ବିପକ୍ଷ ବିଶ୍ୱକପ୍‌ ଅଭ୍ୟାସ ମ୍ୟାଚ ପୂର୍ବରୁ ପ୍ରଶିକ୍ଷଣ ନେବା ପାଇଁ ଅଶ୍ୱିନ ଶନିବାର ଗୁଆହାଟୀରେ ଭାରତୀୟ ଦଳ ସହ ପହଞ୍ଚିଥିଲେ ଏବଂ ଅକ୍ଷରକୁ ସେଠାରେ ଦେଖିବାକୁ ମିଳି ନ ଥିଲା। ଯାହା ପରେ କୁହାଯାଉଥିଲା କି ଅକ୍ଷର ମ୍ୟାଚ ପାଇଁ ଫିଟ୍‌ ହୋଇନାହାନ୍ତି। ରବିଚନ୍ଦ୍ରନ ଅଶ୍ୱିନ ଏବେ ତାଙ୍କର ତୃତୀୟ ଦିନିକିଆ ବିଶ୍ୱକପ୍‌ ଖେଳିବେ। ଦଳରେ ପରିବର୍ତ୍ତନ ଆଣିବା ପାଇଁ ଗୁରୁବାର ଶେଷ ତାରିଖ ଥିଲା ଏବଂ ଦଳ ପରିଚାଳନା ଏବଂ ବିସିସିଆଇ ଶେଷ ମୁହୂର୍ତ୍ତରେ ଏହି ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ: ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର,୫।୬: ରାଜ୍ୟର ଚାଷୀମାନଙ୍କ ଠାରୁ ସୁରୁଖୁରୁରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।…

ଫେକ୍ ରିଭ୍ୟୁରୁ ସାବଧାନ! ଅନଲାଇନ୍ ଶପିଂ ସମୟରେ ଷ୍ଟାର୍ ରେଟିଂ ଦେଖି ଠକିଯାଉଛନ୍ତି କି? ଏମିତି କରନ୍ତୁ ଅସଲି-ନକଲିର ଚିହ୍ନଟ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନଲାଇନ ଶପିଂ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି। ଘରେ ବସି ମନପସନ୍ଦର ସାମଗ୍ରୀ ପାଇବା ଯେତିକି ସହଜ, ଏଥିରେ…

ଭାରତକୁ ବଡ଼ ସଫଳତା: ଆଣ୍ଡାମାନ ସମୁଦ୍ର ଗର୍ଭରୁ ମିଳିଲା ପ୍ରାକୃତିକ ଗ୍ୟାସର ବିପୁଳ ଭଣ୍ଡାର!

ନୂଆଦିଲ୍ଲୀ,୫।୬: ଭାରତର ଶକ୍ତି ସୁରକ୍ଷା ଏବଂ ଦେଶ ଭିତରେ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦେଶର ପ୍ରମୁଖ ସରକାରୀ ତୈଳ କମ୍ପାନୀ…

ପାକିସ୍ତାନକୁ ହରାଇ ଫାଇନାଲରେ ପହଞ୍ଚିଲା ଭାରତ

କାକାମିଗାହାରା,୫ା୬: ଭାରତ ୧୮ ବର୍ଷରୁ କମ୍‌ ଏସିଆକପ୍‌ ହକିର ଏକ ହାଇ ଭୋଲ୍‌ଟେଜ୍‌ ସେମିଫାଇନାଲରେ ୫-୩ ଗୋଲ୍‌ରେ ପାକିସ୍ତାନକୁ ହରାଇ ଦେଇଛି। ଏଥିରେ ଆଶିଷ ପୂର୍ତ୍ତି ବ୍ୟକ୍ତିଗତ…

ନୀରଜଙ୍କୁ ଅତିକ୍ରମ କରି ସୁପର ଷ୍ଟାର ଭାବେ ଉଭା ହେଲେ ଏହି ଖେଳାଳି, ଜାଣନ୍ତୁ…

ରୋମ୍‌,୫ା୬: ଶ୍ରୀଲଙ୍କାର ରୁମେଶ ଥରାଙ୍ଗା ପାଥିରେଜ ଏସିଆର ପରବର୍ତ୍ତୀ ଜାଭେଲିନ ସୁପର ଷ୍ଟାର ଭାବେ ଉଭା ହୋଇଛନ୍ତି। ଏଥିପାଇଁ ନୀରଜ ଚୋପ୍ରା ଓ ଅର୍ଶାଦ ନଦିମଙ୍କୁ ଚଳିତ…

ଫିଲ୍ଡରେ କାର୍ଯ୍ୟ କରୁଥିବାବେଳେ ହଠାତ୍‌ ଟଳିପଡ଼ିଲେ ବିଦ୍ୟୁତ୍‌ କର୍ମଚାରୀ, ସ୍ତ୍ରୀଙ୍କୁ ଚାକିରି ସହ କ୍ଷତିପୂରଣ ଦାବିରେ…

ଭଞ୍ଜନଗର,୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାଓ୍ବାର ଅଧୀନରେ କାର୍ଯ୍ୟରତ କର୍ମଚାରୀ ଦୁର୍ଗାମାଧବ ଜେନା (୪୫) ଶୁକ୍ରବାର ଫିଲ୍ଡରେ କାମ କରୁଥିବା ବେଳେ ହଠାତ୍‌ ଟଳିପଡ଼ିଥିଲେ।…

TMCକୁ ଆଉ ଏକ ଧକ୍କା, ମେୟର ପଦରୁ ଇସ୍ତଫା ଦେଲେ ମମତାଙ୍କ ନିକଟତମ

କୋଲକାତା,୫।୬: ବଙ୍ଗଳା ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ତୃଣମୂଳ କଂଗ୍ରେସ ଭିତରେ ଦେଖାଦେଇଥିବା ଅନ୍ତର୍ଦ୍ୱନ୍ଦ୍ୱ ଏବଂ ବିଭାଜନ ମଧ୍ୟରେ, ଦଳର ବରିଷ୍ଠ ନେତା ଏବଂ ପୂର୍ବତନ…

ପାନୀୟ ଜଳ ବିଦ୍ୟୁତ ସମସ୍ୟା ନେଇ ଟାଟା ପାଓ୍ବାର ଅଫିସ ଘେରାଉ

ବଲାଙ୍ଗୀର,୫ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତର ବହୁ ଗ୍ରାମବାସୀ ଶୁକ୍ରବାର ବଲାଙ୍ଗୀର ଆସି ଆରଡବ୍ଲ୍ୟୁଏସ୍‌ଏସ୍‌ ଅଧୀକ୍ଷଣ ଯନ୍ତ୍ରୀ ଅଫିସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri