Posted inଜାତୀୟ

୪ ଦଶନ୍ଧିର ସେବା-୩୨୦୦ ଘଣ୍ଟାର ଉଡ଼ାଣ: ବାୟୁସେନାର ନୂତନ ଉପମୁଖ୍ୟ ହେଲେ ଇନ୍ଦରପାଲ ସିଂ ୱାଲିଆ

ନୂଆଦିଲ୍ଲୀ,୩୦।୧୦: ଭାରତୀୟ ବାୟୁସେନା (IAF)ର ଶୀର୍ଷ ସ୍ତରରେ ଏକ ବଡ଼ ଧରଣର ପରିବର୍ତ୍ତନ ଘଟିଛି। ଏୟାର ମାର୍ଶଲ ଇନ୍ଦ୍ରପାଲ ସିଂହ ୱାଲିଆଙ୍କୁ ଭାରତୀୟ ବାୟୁସେନାର ନୂତନ ଉପପ୍ରମୁଖ (ଭାଇସ୍‌ ଚିଫ୍‌ ଅଫ୍‌ ଏୟାର ଷ୍ଟାଫ୍‌ – VCAS) ଭାବେ ନିଯୁକ୍ତ କରାଯାଇଛି। ସେ ଆସନ୍ତା ୧ ନଭେମ୍ବର ୨୦୨୬ରୁ ନିଜର ପଦଭାର ଗ୍ରହଣ କରିବେ। ବର୍ତ୍ତମାନ ସେ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ‘ଏୟାର ଅଫିସର କମାଣ୍ଡିଂ-ଇନ୍-ଚିଫ୍’ ଭାବରେ କାର୍ଯ୍ୟରତ ଅଛନ୍ତି। ଏୟାର ମାର୍ଶଲ ଆଶୁତୋଷ ଦୀକ୍ଷିତଙ୍କ ସ୍ଥାନରେ ଏୟାର ମାର୍ଶଲ ୱାଲିଆଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।

ପ୍ରକାଶଯୋଗ୍ୟ, ଏୟାର ମାର୍ଶଲ ଆଶୁତୋଷ ଦୀକ୍ଷିତ ୩୧ ଅକ୍ଟୋବର ୨୦୨୬ରେ ବାୟୁସେନାର ୨୯ତମ ପ୍ରମୁଖ (ଚିଫ୍‌ ଅଫ୍‌ ଏୟାର ଷ୍ଟାଫ୍‌) ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଫଳରେ ଏହି ନୂତନ ନିଯୁକ୍ତି ବାୟୁସେନାର ନେତୃତ୍ୱ ପରିବର୍ତ୍ତନ ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଏୟାର ମାର୍ଶଲ ଇନ୍ଦ୍ରପାଲ ସିଂହ ୱାଲିଆ ଜଣେ ଅତ୍ୟନ୍ତ କୁଶଳୀ ଫାଇଟର ପାଇଲଟ, ଯାହାଙ୍କ ପାଖରେ ୩୨୦୦ ଘଣ୍ଟାରୁ ଅଧିକ ସମୟ ଉଡ଼ାଣ ଭରିବାର ଦୀର୍ଘ ଅଭିଜ୍ଞତା ରହିଛି। ନିଜର ପ୍ରାୟ ୪ ଦଶନ୍ଧିର କ୍ୟାରିୟର ମଧ୍ୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ କମାଣ୍ଡ ଓ ଷ୍ଟାଫ୍‌ ପଦବୀରେ କାର୍ଯ୍ୟ କରିଛନ୍ତି। ସେ ଫ୍ରଣ୍ଟଲାଇନ୍‌ ମିଗ୍‌-୨୭ ସ୍କ୍ୱାଡ୍ରନ୍‌, TACDE (ଟ୍ୟାକ୍ଟିକ୍ସ ଆଣ୍ଡ ଏୟାର କମ୍ବ୍ୟାଟ୍ ଡେଭେଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ) ଏବଂ ଏୟାର ଫୋର୍ସ ଷ୍ଟେସନ୍‌ ବରେଲୀର କମାଣ୍ଡ ସମ୍ଭାଳିଛନ୍ତି। ନିଜ କ୍ୟାରିୟର ମଧ୍ୟରେ ସେ ମିଗ୍‌-୨୧, ମିଗ୍‌-୨୩, ମିଗ୍‌-୨୭, ଜାଗୁଆର ଏବଂ ସୁଖୋଇ Su-୩୦ MKI ଭଳି ଶକ୍ତିଶାଳୀ ଲଢ଼ୁଆ ବିମାନ ଉଡ଼ାଇଛନ୍ତି।

ସେ ଜାତୀୟ ପ୍ରତିରକ୍ଷା ଏକାଡେମୀ (NDA)ର ଜଣେ ପ୍ରାକ୍ତନ ଛାତ୍ର ଏବଂ ୧୧ ଜୁନ୍‌ ୧୯୮୮ରେ ବାୟୁସେନାର ଫାଇଟର ଷ୍ଟ୍ରିମ୍‌ରେ କମିଶନ ହୋଇଥିଲେ। ସେ ବ୍ରିଟେନରୁ ଆଡଭାନ୍ସଡ୍‌ କମାଣ୍ଡ ଆଣ୍ଡ ଷ୍ଟାଫ୍‌ କୋର୍ସ ଏବଂ ବାଂଲାଦେଶରୁ NDC ସମ୍ପୂର୍ଣ୍ଣ କରିଛନ୍ତି। ସେ ଜାପାନ ଏବଂ ଦକ୍ଷିଣ କୋରିଆସ୍ଥିତ ଭାରତୀୟ ଦୂତାବାସରେ ପ୍ରତିରକ୍ଷା ଆତାଶେ (Defence Attaché) ଭାବେ କାର୍ଯ୍ୟ କରିବା ସହ DASIର ପ୍ରମୁଖ ଏବଂ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ସିନିୟର ଏୟାର ଷ୍ଟାଫ୍‌ ଅଫିସର (SASO) ଭାବେ ଦାୟିତ୍ୱ ନିର୍ବାହ କରିସାରିଛନ୍ତି।

ତାଙ୍କର ଏହି ବିଶିଷ୍ଟ ସେବା ପାଇଁ ତାଙ୍କୁ ୨୦୦୮ରେ ‘ବାୟୁ ସେନା ମେଡାଲ୍‌’ (VM) ଏବଂ ୨୦୧ ୮ରେ ‘ଅତି ବିଶିଷ୍ଟ ସେବା ମେଡାଲ୍‌’ (AVSM)ରେ ସମ୍ମାନିତ କରାଯାଇଛି। ସେ ପ୍ରତିରକ୍ଷା ଓ ରଣନୀତିକ ଅଧ୍ୟୟନରେ ୩ଟି ସ୍ନାତକୋତ୍ତର (ମାଷ୍ଟର୍ସ) ଡିଗ୍ରୀ ହାସଲ କରିଛନ୍ତି। ବିଶେଷଜ୍ଞଙ୍କ ମତରେ, ପୂର୍ବ କମାଣ୍ଡ ଭଳି ସମ୍ବେଦନଶୀଳ କ୍ଷେତ୍ରର ଅଭିଜ୍ଞତା ଏବଂ ଯୁଦ୍ଧ ରଣନୀତିରେ ତାଙ୍କର ଦକ୍ଷତା ଉପପ୍ରମୁଖ ଭାବେ ବାୟୁସେନାର ଅପରେସନାଲ ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେଲା ଅପେକ୍ଷା: ଜାନୁଆରୀ ୨୫ରୁ ଜନଗଣନା; ଉତ୍ତର ପ୍ରଦେଶ-ପଞ୍ଜାବ ସହ ଏସବୁ ରାଜ୍ୟରେ ହେବନି…

ନୂଆଦିଲ୍ଲୀ,୩୦।୧୦: କେନ୍ଦ୍ର ସରକାର ଦେଶରେ ବହୁ ପ୍ରତୀକ୍ଷିତ ଜନଗଣନା କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ବରଫାବୃତ ଅଞ୍ଚଳ ଏବଂ ଆଗାମୀ ନିର୍ବାଚନ ଥିବା ରାଜ୍ୟଗୁଡ଼ିକୁ ଛାଡ଼ି ସାରା ଦେଶରେ…

ଜିଓ ପ୍ଲାଟଫର୍ମସର ଧମାକା: ବମ୍ପର ଲିଷ୍ଟିଂ ପରେ Q2ରେ ଆଦାୟ କଲା ୮,୩୮୯ କୋଟି ଟଙ୍କା

ନୂଆଦିଲ୍ଲୀ,୩୦।୧୦: ନିକଟରେ ଶେୟାର ବଜାରରେ ତାଲିକାଭୁକ୍ତ ହେବା ପରେ ଜିଓ ପ୍ଲାଟଫର୍ମସ୍‌ ପକ୍ଷରୁ ଶୁକ୍ରବାର ପ୍ରଥମ ତ୍ରୈମାସିକ (ସେପ୍ଟେମ୍ବର କ୍ୱାର୍ଟର) ଆର୍ଥିକ ଫଳାଫଳ ପ୍ରକାଶ ପାଇଛି। ଚଳିତ…

ଓଡ଼ିଶା ସୀମାରେ ଆନ୍ଧ୍ରପ୍ରଦେଶର ବେଆଇନ ନିର୍ବାଚନୀ ପ୍ରଚାର: ଗାଡ଼ି ଅଟକାଇଲେ ପଟ୍ଟାଙ୍ଗି ତହସିଲଦାର, ପୋଲିସକୁ…

ପଟ୍ଟାଙ୍ଗି,୩୦।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମା ଭିତରେ ପ୍ରବେଶ କରି ବେଆଇନ ଭାବେ ପ୍ରଚାର କରୁଥିବା ଆନ୍ଧ୍ରପ୍ରଦେଶର ଏକ ପ୍ରଚାର ଗାଡ଼ିକୁ ସ୍ଥାନୀୟ…

ମାସକୁ ୧୮ ଲକ୍ଷ! ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଦରମା ପିଏମ ମୋଦିଙ୍କଠାରୁ ଅଧିକ ନା କମ?

ନୂଆଦିଲ୍ଲୀ,୩୦।୧୦: ଇସ୍ରାଏଲ ସଂସଦ ‘ନେସେଟ’ର ୧୨୦ଟି ଆସନର ର୍ନିବାଚନ ଫଳାଫଳ ଘୋଷଣା ହୋଇସାରିଛି। ବେଞ୍ଜାମିନ ନେତାନ୍ୟାହୁଙ୍କ ‘ଲିକୁଡ ପାର୍ଟି’ ୨୭ଟି ଆସନ ଜିତି ସବୁଠାରୁ ବଡ଼ ଦଳ…

ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକଙ୍କ ପାଇଁ ଖୁସି ଖବର; ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଚେନ୍ନାଇ,୩୦।୧୦: ଶୁକ୍ରବାର (ଅକ୍ଟୋବର ୩୦, ୨୦୨୬) , ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସରକାରୀ ଚାକିରି ପାଇଁ ସର୍ବାଧିକ ବୟସ ସୀମାରେ ୫ ବର୍ଷର କୋହଳ…

IND vs NZ 4th T20: ଏହାକୁ ଲଜ୍ଜାଜନକ ପରାଜୟ କୁହାଯାଇପାରେ! ୭ ବର୍ଷ ପରେ ନ୍ୟୁଜିଲ୍ୟାଣ୍ଡରେ ହାରିଲା ଭାରତ

ନୂଆଦିଲ୍ଲୀ,୩୦।୧୦: ଏହା ଏକ ଅତ୍ୟନ୍ତ ଲଜ୍ଜାଜନକ ପ୍ରଦର୍ଶନ ଥିଲା, ଯେଉଁଥିରେ ବିଶେଷକରି ବ୍ୟାଟରମାନେ ଦଳକୁ ନିରାଶ କରିଥିଲେ। ସାତ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ନ୍ୟୁଜିଲ୍ୟାଣ୍ଡ…

ବିପନ୍ନଙ୍କ ନିକଟରେ ପହଞ୍ଚିନି ପ୍ରଶାସନ, ଭୋକ ଉପାସରେ ଛଟପଟ ହୋଇ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ

ପୁରୁଷୋତ୍ତମପୁର,୩୦ା୧୦(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଋଷିକୂଲ୍ୟା ନଦୀରେ ଭୟଙ୍କର ବନ୍ୟାରେ କୂଳ ଲଂଘି ଗାଁଠୁ ସହର ସବୁଠି ପଶିଛି ବନ୍ୟାଜଳ। ଭାଙ୍ଗିଛି…

୬, ୬, ୬, ୬, ୬, ୱିକେଟ… ନୀତୀଶ ରେଡ୍ଡୀଙ୍କ ବୋଲିଂରେ କ୍ରମାଗତ ପାଞ୍ଚଟି ଛକା, ଆଉ ଷଷ୍ଠ ବଲରେ ହେଲା ଏମିତି; ପ୍ରତିଶୋଧ ପୂରଣ ହେଲା

ନୂଆଦିଲ୍ଲୀ,୩୦।୧୦: ନ୍ୟୁଜିଲ୍ୟାଣ୍ଡର ଷ୍ଟାର୍‌ ଅଲରାଉଣ୍ଡର ଗ୍ଲେନ ଫିଲିପ୍ସ ଶୁକ୍ରବାର (ଅକ୍ଟୋବର ୩୦) ଅକ୍ଲାଣ୍ଡରେ ଭାରତ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚରେ ଏକ ଚମତ୍କାର ଇନିଂସ ଖେଳି ଶତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?