Posted inଖେଳ

ଅଶ୍ୱିନଙ୍କୁ ମିଳିଗଲା ୪୩୫ ନଂ ଉଇକେଟ

ମୋହାଲି,୬।୩: କିମ୍ବଦନ୍ତୀ କପିଳ ଦେବଙ୍କ ୪୩୪ ଟେଷ୍ଟ ଉଇକେଟ ରେକର୍ଡକୁ ପଛରେ ପକାଇଛନ୍ତି ଭେଟେରାନ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଏଥିସହ ସେ ୮୫ତମ ମ୍ୟାଚ୍‌ରେ ଭାରତ ପାଇଁ ସର୍ବାଧିକ ଟେଷ୍ଟ ଉଇକେଟ ନେଇଥିବା ବୋଲରଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି।

ମୋହାଲିଠାରେ ଶ୍ରୀଲଙ୍କା ବିପକ୍ଷରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏହି ସଫଳତା ହାସଲ କରିଛନ୍ତି ୩୫ ବର୍ଷୀୟ ଅଶ୍ୱିନ। ୪୩୦ ଉଇକେଟ ସହ ଟେଷ୍ଟ ଆରମ୍ଭ କରିଥିବା ଭେଟେରାନ ଅଫ୍‌ ସ୍ପିନର ପ୍ରଥମ ଇନିଂସରେ ୨ ଓ ଦ୍ୱିତୀୟ ଇନିଂସରେ ୩ ଉଇକେଟ ନେଇଥିଲେ। ତେବେ କିମ୍ବଦନ୍ତୀ ଅଲରାଉଣ୍ଡର କପିଳ ୧୩୧ ଟେଷ୍ଟରେ ୪୩୪ ଉଇକେଟ ହାସଲ କରିଥିଲେ। ଉଲ୍ଲେଖଯୋଗ୍ୟ, ଟେଷ୍ଟ କ୍ରିକେଟରେ ଭାରତୀୟ ବୋଲରଙ୍କ ମଧ୍ୟରେ ସର୍ବାଧିକ ଉଇକେଟ ନେବାର ରେକର୍ଡ ଏବେ ବି କିମ୍ବଦନ୍ତୀ ଲେଗ୍‌ ସ୍ପିନର ଅନୀଲ କୁମ୍ବଲେଙ୍କ ନାମରେ ରହିଛି। ପୂର୍ବତନ ଅଧିନାୟକ ୧୩୨ ଟେଷ୍ଟରେ ୬୧୯ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓମିକ୍ରନ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ଭାରତ

ନୂଆଦିଲ୍ଲୀ,୩୦।୧୧: ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ ପୂରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। କିନ୍ତୁ ଏହା ଆସନ୍ତା ମାସରୁ...

‘ଭାରତୀୟ କ୍ରିକେଟକୁ ଭଗବାନ ସାହା’

ନୂଆଦିଲ୍ଲୀ,୭।୮- ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ମୁଖ୍ୟ ତଥା ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଡ୍ରାଭିଡ୍‌ଙ୍କ ନାମରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ (କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ)...

କୋହଲିଙ୍କ ସମ୍ପର୍କରେ ଏମିତି କହିଲେ ରାଇନା: ଜାଣିଲେ ଭାଙ୍ଗିଯିବ ହୃଦୟ

ନୂଆଦିଲ୍ଲୀ,୧୨।୭: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି ଫାଇନାଲ) ଫାଇନାଲରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା। ଏହାପରଠାରୁ ବିରାଟ କୋହଲିଙ୍କ ଅଧିନାୟକତ୍ୱକୁ ନେଇ ବିତର୍କ ଚାଲିଛି।...

ରଣଜୀ ଟ୍ରଫିରେ ଓଡ଼ିଶା: ନିରାଶରେ ଶେଷ ହେଲା ସିଜନ

କଟକ ଅଫିସ,୨୪ା୨: ଚଳିତ ରଣଜୀ ଟ୍ରଫି ସିଜନରେ କ୍ୱାର୍ଟର ଫାଇନାଲରୁ ଓଡ଼ିଶାର ଅଭିଯାନ ଶେଷ ହୋଇଛି। ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ କ୍ବାର୍ଟର ଫାଇନାଲରେ ପ୍ରଥମ...

କୋଲକାତା ଅଧିନାୟକଙ୍କ ଲଜ୍ଜାଜନକ ରେକର୍ଡ; ଏହି ମାମଲାରେ ହେଲେ ଗମ୍ଭୀରଙ୍କ ସମକକ୍ଷ

ବମ୍ବେ, ୨୫।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ରେ ଶନିବାର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ଅନୁଷ୍ଠିତ...

ଶେଷ ହେଲା ଜାଡେଜାଙ୍କ କ୍ୱାରେଣ୍ଟିନ

ମୁମ୍ବାଇ,୧।୪: ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା କ୍ୱାରେଣ୍ଟିନ ପରିୟଡ୍‌ ଶେଷ କରିବା ପରେ ଗୁରୁବାର ଯୋଗ ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) କ୍ୟାମ୍ପରେ। ଆହତ ଜନିତ...

ଏଫ୍‌ଆଇଏଚ୍‌ ଅଲିମ୍ପିକ କ୍ୱାଲିଫାୟର୍ସ: ଆଜିଠାରୁ ଟିକେଟ ବିକ୍ରି ଆଉଟଲେଟ, ବକ୍ସ ଅଫିସରେ ମିଳିବ ଟିକେଟ

ଭୂବନେଶ୍ୱର, ୧୭।୧୦(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆଉ ଦୁଇ ସପ୍ତାହ ପରେ ଆୟୋଜନ ହେବାକୁ ଯାଉଛି ଅନ୍ତଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ) ଅଲିମ୍ପିକ୍‌ କ୍ୱାଲିଫାୟର୍ସ।...

ପୁରୁଷ ହକିରେ ଭାରତର ବ୍ରୋଞ୍ଜ ପଦକ ଆଶା…

ଟୋକିଓ/ନୂଆଦିଲ୍ଲୀ,୩।୮: ଅଲିମ୍ପିକ ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ବେଲଜିୟମଠାରୁ ପରାଜିତ ହୋଇଛି। ଫଳରେ ଭାରତର ଗୋଲ୍ଡ ଏବଂ ସିଲିଭର୍‌ ପଦକ ଆଶା ଧୁଳିସାତ୍‌ ହୋଇଛି।...

Advertisement
Archives

Model This Week