Posted inଖେଳ

ଜସପ୍ରୀତ ବୁମ୍‌ରାଙ୍କୁ ରବି ଶାସ୍ତ୍ରୀଙ୍କ ବଡ଼ ପରାମର୍ଶ: କହିଲେ- ୨୦୨୭ ବିଶ୍ୱକପ ଖେଳିବାକୁ ହେଲେ…

ନୂଆଦିଲ୍ଲୀ,୧୯।୧୦: ଟିମ ଇଣ୍ଡିଆର ଷ୍ଟାର୍‌ ଫାଷ୍ଟ ବୋଲର୍‌ ଜସପ୍ରୀତ ବମ୍‌ରାଙ୍କ ୱାର୍କଲୋଡକୁ ନେଇ ପୁଣି ଚର୍ଚ୍ଚା ଜୋର୍‌ ଧରିଛି। ଲଗାତାର ମ୍ୟାଚ ଖେଳିବା ଏବଂ ଆଗାମୀ ଟର୍ନାମେଣ୍ଟକୁ ଦୃଷ୍ଟିରେ ରଖି ବୁମ୍‌ରାଙ୍କୁ ନେଇ ଏକ ବଡ଼ ପରାମର୍ଶ ଦେଇଛନ୍ତି ଟିମ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀ। ତାଙ୍କ ମତରେ, ୨୦୨୭ ଦିନିକିଆ ବିଶ୍ୱକପକୁ ଦୃଷ୍ଟିରେ ରଖି ବୁମ୍‌ରାଙ୍କୁ ତିନୋଟି ଫର୍ମାଟରେ ନିୟମିତ ଖେଳିବା ଉଚିତ୍‌ ନୁହେଁ।

ରିପୋର୍ଟ ଅନୁସାରେ, ରବି ଶାସ୍ତ୍ରୀ କହିଛନ୍ତି ଯେ ବୁମ୍‌ରାଙ୍କୁ ଟେଷ୍ଟ କ୍ରିକେଟରେ ପ୍ରାଥମିକତା ଦେବା ଦରକାର। ଏହା ସହିତ ଆବଶ୍ୟକତା ଅନୁସାରେ ଦିନିକିଆ ଓ ଟି-୨୦ ମ୍ୟାଚ ଖେଳିବା ଉଚିତ୍‌। ଏହାଦ୍ୱାରା ତାଙ୍କ ଫିଟ୍ନେସ ବଜାୟ ରହିବା ସହ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଦଳକୁ ଅଧିକ ଫାଇଦା ମିଳିପାରିବ।

ଶାସ୍ତ୍ରୀଙ୍କ ମତରେ, ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ବୁମ୍‌ରାଙ୍କ ଉପସ୍ଥିତି ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ତେଣୁ ତାଙ୍କୁ ଅନାବଶ୍ୟକ ଭାବେ ଅଧିକ ମ୍ୟାଚ ଖେଳାଇବା ପରିବର୍ତ୍ତେ ଉପଯୁକ୍ତ ବିଶ୍ରାମ ଦେବା ଆବଶ୍ୟକ।

ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳକୁ ୫ଟି ଟି-୨୦, ୫ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ ଖେଳିବାକୁ ପଡ଼ିବ। ଏହି ବ୍ୟସ୍ତ କାର୍ଯ୍ୟସୂଚୀ ମଧ୍ୟରେ ବୁମ୍‌ରାଙ୍କ ୱାର୍କଲୋଡ ପରିଚାଳନା ଟିମ ମ୍ୟାନେଜମେଣ୍ଟ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ।

ଅନ୍ୟପଟେ, ଦୀର୍ଘ ସମୟ ପରେ ଭାରତୀୟ ଦଳକୁ ଫେରିଥିବା ଭୁବନେଶ୍ୱର କୁମାରଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ରବି ଶାସ୍ତ୍ରୀ। ତାଙ୍କ ମତରେ, ଭୁବନେଶ୍ୱରଙ୍କ ଅଭିଜ୍ଞତା ଭାରତ ପାଇଁ ବେଶ ଉପଯୋଗୀ ହୋଇପାରେ। ଆଇପିଏଲରେ ତାଙ୍କ ପ୍ରଦର୍ଶନ ଏବଂ ନୂଆ ପରିସ୍ଥିତିରେ ବୋଲିଂ କରିବାର ଦକ୍ଷତା ନ୍ୟୁଜିଲାଣ୍ଡ ଗସ୍ତରେ ଦଳକୁ ସହାୟତା କରିପାରେ।

ଭାରତୀୟ ଦଳର ଅନ୍ୟତମ ଅଭିଜ୍ଞ ଦ୍ରୁତ ବୋଲର୍‌ ମହମ୍ମଦ ଶାମିଙ୍କ ସପକ୍ଷରେ ମଧ୍ୟ ମତ ରଖିଛନ୍ତି ଶାସ୍ତ୍ରୀ। ଘରୋଇ କ୍ରିକେଟରେ ଶାମିଙ୍କ ପ୍ରଦର୍ଶନକୁ ଆଧାର କରି ତାଙ୍କୁ ଭାରତର ଟେଷ୍ଟ ଓ ଦିନିକିଆ ଦଳରେ ସୁଯୋଗ ଦେବା ଉଚିତ୍‌ ବୋଲି ସେ ମତ ଦେଇଛନ୍ତି।
ଏବେ ନଜର ରହିବ ଚୟନକର୍ତ୍ତାମାନେ ବୁମ୍‌ରାଙ୍କ ୱାର୍କଲୋଡ ପରିଚାଳନା ସହ ଭୁବନେଶ୍ୱର ଓ ଶାମିଙ୍କ ଅଭିଜ୍ଞତାକୁ କିପରି ଉପଯୋଗ କରୁଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?