Posted inଖେଳ

ଆଜି ଯାହା ଦେଖିଲି ତାହା ଅଦ୍ଭୁତ, ଅସାମାନ୍ୟ ଥିଲା: ଶାସ୍ତ୍ରୀ

ବର୍ମିଂହାମ,୩।୭: ଇଂଲଣ୍ଡ ବିପକ୍ଷ ଏଜବାଷ୍ଟନ ଟେଷ୍ଟରେ ଭାରତୀୟ ଟିମ୍‌ର ନେତୃତ୍ୱ ସମ୍ଭାଳୁଛନ୍ତି ଜସପ୍ରିତ ବୁମ୍‌ରା। ଶନିବାର ଟେଷ୍ଟର ଦ୍ୱିତୀୟ ଦିନରେ ଇଂଲଣ୍ଡ ଦ୍ରୁତ ବୋଲର୍‌ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଓଭରରେ ବିସ୍ଫୋରକ ବ୍ୟାଟିଂ କରି ଚର୍ଚ୍ଚାରେ ରହିଛନ୍ତି ସେ। ଏହି କ୍ରମରେ ଟିମ୍‌ ଇଣ୍ଡିଆର ପୂର୍ବତନ କୋଚ୍‌ ରବି ଶାସ୍ତ୍ରୀ ବୁମ୍‌ରାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି।

ବୁମ୍‌ରାଙ୍କ ଉପଲବ୍ଧିକୁ ଶାସ୍ତ୍ରୀ ଅନନ୍ୟ ବୋଲି ବର୍ଣ୍ଣନା କରି କହିଛନ୍ତି, ଆଜି ଯାହା ଦେଖିଛି ତାହା ଅସାମାନ୍ୟ ଥିଲା। ଏହାର କଳ୍ପନା କେହି କରି ନ ଥିବେ। ପ୍ରଥମ ଥର ଭାରତୀୟ ଅଧିନାୟକ ଭାବେ ୧୦ମ ସ୍ଥାନରେ ବ୍ୟାଟିଂ କରି ବିଶ୍ୱ ରେକର୍ଡ କରିଛନ୍ତି ସେ। ଏପରିକି ଲାରା, ଜର୍ଜ ବେଲି, କେଶବ ମହାରାଜଙ୍କୁ ପଛରେ ପକାଇଛନ୍ତି। ଗୋଟିଏ ଓଭରରେ ୨୯ ରନ୍‌। ଯୁବରାଜ ଯେଉଁ ବୋଲରଙ୍କ ବଲରେ ୬ ଛକା ମାରିଥିଲେ, ସେହି ବୋଲରଙ୍କ ବଲ୍‌ରେ ବୁମ୍‌ରା ଏହି ରନ୍‌ କରିଛନ୍ତି। ଯେତେବେଳେ ଲାଗେ କି କ୍ରିକେଟରେ ସବୁକିଛି ଦେଖିସାରିଛ, ସେତେବେଳେ ଖେଳରେ ଏବେ ବି ଛାତ୍ର ଥିବା ଅନୁଭବ କରିବ। କାରଣ କିଛି ବି ଆଶ୍ଚର୍ଯ୍ୟଜନକ ଘଟଣା କେବେ ବି ଘଟିପାରେ। ଆଜି ଯାହା ଦେଖିଲି ତାହା ଅଦ୍ଭୁତ ଥିଲା। ବୁମ୍‌ରା ବ୍ୟାଟ୍‌ରୁ ୨୯ ଏବଂ ଏକ ଓଭରରେ ୩୫ ରନ୍‌ କରି ବିଶ୍ୱ ରେକର୍ଡ କରିବା ମନେରହିବ ବୋଲି ଶାସ୍ତ୍ରୀ କହିଛନ୍ତି।

ପ୍ରକାଶ ଯେ, ଇନିଂସର ୮୪ତମ ଓଭରରେ ୩୫ ରନ୍‌ ଆସିଥିଲା। ବୁମ୍‌ରା ୪ ଚୌକା ଏବଂ ୨ ଛକା ସହାୟତାରେ ୨୯ ରନ୍‌ କରିଥିବା ବେଳେ ଅତିରିକ୍ତ ଭାବେ ୬ ରନ୍‌ ମିଳିଥିଲା। ଷ୍ଟୁଆଟଙ୍କ ଏହି ଓଭର ଟେଷ୍ଟ ଇତିହାସର ସବୁଠାରୁ ମହଙ୍ଗା ଓଭରର ରେକର୍ଡ କରିଛି। ସେହିଭଳି ବୁମ୍‌ରା ମଧ୍ୟ ସର୍ବାଧିକ ରନ୍‌ର ବିଶ୍ୱ ରେକର୍ଡ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?