Posted inଖେଳ

କମେଣ୍ଟ୍ରି ବକ୍ସକୁ ଫେରିବେ କି ଶାସ୍ତ୍ରୀ? ଦେଲେ କିଛି ଏଭଳି ସଙ୍କେତ

ଦୁବାଇ,୯।୧୧: ଭାରତର ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟକାଳ ଶେଷ ହେବା ପରେ ରବି ଶାସ୍ତ୍ରୀ ସେ ପୁଣି କ୍ରିକେଟ କମେଣ୍ଟ୍ରିକୁ ଫେରିପାରନ୍ତି। ୫୯ ବର୍ଷୀୟ ଶାସ୍ତ୍ରୀ ମୁଖ୍ୟ ପ୍ରଶିକ୍ଷକ ହେବା ପୂର୍ବରୁ ଜଣେ ସମୀକ୍ଷକ ଭାବରେ ନିଜର ସ୍ବତନ୍ତ୍ର ସ୍ଥାନ ନିରୂପଣ କରିଥିଲେ। ସୋମବାର ନାମିବିଆ ବିପକ୍ଷରେ ଭାରତର ବିଜୟ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଶାସ୍ତ୍ରୀ ତାଙ୍କ ଭବିଷ୍ୟତ ଯୋଜନା ବିଷୟରେ ମଧ୍ୟ ସଙ୍କେତ ଦେଇଛନ୍ତି।

ଶାସ୍ତ୍ରୀ କହିଛନ୍ତି, ‘ମୋର କାର୍ଯ୍ୟକାଳ ସମୟରେ ବିଶେଷ ଉପଲବ୍ଧି ବିଷୟରେ କଥା ହେଲେ ଅଷ୍ଟ୍ରେଲିଆକୁ (ସେମାନଙ୍କ ମାଟିରେ) ପରାସ୍ତ କରିବା ଗୋଟିଏ। ଇଂଲଣ୍ଡରେ ଆମେ ସିରିଜରେ ଆଗରେ ଥିଲୁ। ଏହି ସିରିଜ ଆସନ୍ତା ବର୍ଷ ଶେଷ ହେବ। ବୋଧହୁଏ ମୁଁ ସେହି ମ୍ୟାଚ୍‌ରେ କମେଣ୍ଟ୍ରି କରିବି।’ ଏହାଛଡ଼ା ଶାସ୍ତ୍ରୀ ଆଇପିଏଲରେ କୋଚ ଭୂମିକା ଗ୍ରହଣ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଭାରତର ପରାଜୟ ପରେ ଅନେକ ସମୟରେ କରାଯାଉଥିବା ସମାଲୋଚନା ଉପରେ ଶାସ୍ତ୍ରୀ କହିଛନ୍ତି, ସମାଲୋଚନା କାର୍ଯ୍ୟଦକ୍ଷତା ଉପରେ ନିର୍ଭର କରେ। ଯଦି ତୁମେ ଭଲ କର ତେବେ ତୁମର ପ୍ରଶଂସା ହେବ। ଯଦି ତୁମେ ଭଲ ପ୍ରଦର୍ଶନ ନ କର ତେବେ ତୁମର ସମାଲୋଚନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ ଇଣ୍ଡିଆ ବସ୍‌ରେ ଧୋନୀଙ୍କ ସିଟ୍‌ ୬ ମାସ ଧରି ପଡ଼ିଛି ଖାଲି: ୟୁଜବେନ୍ଦ୍ର ଚହଲଙ୍କ ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୨୮।୧: ଟିମ୍‌ ଇଣ୍ଡିଆରେ ଗତ ୬ ମାସ ଧରି ମହେନ୍ଦ୍ର ସିଂ ଧୋନୀ ସାମିଲ୍‌ ନାହାଁନ୍ତି। ତେବେ ଟିମ୍‌ ଇଣ୍ଡିଆ ବ୍ୟବହାର କରୁଥିବା ବିସିସିଆଇର ବସ୍‌ରେ...

ପ୍ରିମିୟର ବ୍ୟାଡମିଣ୍ଟନ ଲିଗ୍‌ ଖେଳାଳି ନିଲାମ: ସିନ୍ଧୁ, ତାଇ ସବୁଠାରୁ ଦାମୀ

ନୂଆଦିଲ୍ଲୀ,୨୭।୧୧(ପି.ଟି.)- ପ୍ରିମିୟମ ବ୍ୟାଡମିଣ୍ଟନ ଲିଗ୍‌ (ପିବିଏଲ) ପଞ୍ଚମ ସସ୍କରଣ ପାଇଁ ଏଠାରେ ଖେଳାଳି ନିଲାମ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁଙ୍କୁ ସର୍ବାଧିକ ୭୭...

ଆଇପିଏଲର ବଳକା ମ୍ୟାଚ୍‌ରେ ନ ଖେଳିପାରନ୍ତି ବହୁ ଅନ୍ତର୍ଜାତୀୟ ତାରକା

ନୂଆଦିଲ୍ଲୀ, ୧।୬: ଆଇପିଏଲ-୧୪’ର ବଳକା ୩୧ ମ୍ୟାଚ୍‌ ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧୦ ମଧ୍ୟରେ ୟୁଏଇଠାରେ ଖେଳାଯିବ। କିନ୍ତୁ ଏହି ମ୍ୟାଚ୍‌ଗୁଡ଼ିକରେ ବହୁ ଅନ୍ତର୍ଜାତୀୟ ତାରକା...

ଆଇପିଏଲ୍‌ରେ ପ୍ରଥମ ଲଢ଼େଇ ପାଇଁ ସିଏସ୍‌କେ ପ୍ରସ୍ତୁତ: ଧୋନୀଙ୍କ ସ୍କ୍ବାର୍ଡରେ ରହିବେ ଏହି ଖେଳାଳି; ଜାଣନ୍ତୁ..

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌-୧୩ତମ ସଂସ୍କରଣ। ଏହାର ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ତେବେ ମୁମ୍ବାଇ...

ଏପଟୁ ରୋହିତ, ସେପଟୁ ବାଦ୍‌ ପଡ଼ିଲେ ଷ୍ଟାର ଖେଳାଳି

ନୂଆଦିଲ୍ଲୀ,୧୩।୧୨: ଚଳିତ ମାସର ଅନ୍ତିମ ଭାଗରୁ ଆରମ୍ଭ ହେବାକୁ ଯାଉଛି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌। ଏହି...

ଜେନିଫର୍‌ ବ୍ରାଡିଙ୍କୁ ପ୍ରଥମ ଡବ୍ଲ୍ୟୁଟିଏ ଟାଇଟଲ

ଲେକ୍ସିଙ୍ଗଟନ୍‌, ୧୮ା୮ (ଏପି)- ଆମେରିକାର ଜେନିଫର ବ୍ରାଡି ତାଙ୍କ କ୍ୟାରିୟରର ପ୍ରଥମ ଡବ୍ଲ୍ୟୁଟିଏ ଟାଇଟଲ ହାସଲ କରିଛନ୍ତି। ଏଠାରେ ଚାଲିଥିବା ଟପ୍‌ସିଡ୍‌ ଓପନ୍‌ ଟେନିସ ଟୁର୍ନାମେଣ୍ଟ...

ଏହି ସର୍ତ୍ତରେ ଅଭ୍ୟାସ କରିବେ ୫ ଭାରତୀୟ ଖେଳାଳି

ସିଡନୀ,୪।୧: ଭାରତୀୟ ଦଳର ୫ ଖେଳାଳି ନୂଆବର୍ଷରେ ବାହାର ରେଷ୍ଟୁରାଣ୍ଟରେ ଖାଇବାକୁ ନେଇ ବିବାଦ ଦେଖାଦେଇଛି। ରୋହିତ ଶର୍ମାଙ୍କ ସମେତ ୫ ଜଣ ଭାରତୀୟ ଖେଳାଳି...

ପାକିସ୍ତାନ ଗସ୍ତ ଲାଗି ଓ୍ବେଷ୍ଟଇଣ୍ଡିଜକୁ ଦିଆଯାଇଥିଲା ଅଧିକ ଅର୍ଥ

କରାଚୀ,୭।୩(ପି.ଟି.)- ଦୁଇ ବର୍ଷ ପୂର୍ବେ ଓ୍ବେଷ୍ଟଇଣ୍ଡିଜ ଦଳ ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ପାଇଁ ପାକିସ୍ତାନ ଗସ୍ତ କରିଥିଲା। ଏଥିନେଇ ଭ୍ରମଣକାରୀ ଦଳର ସଦସ୍ୟଙ୍କୁ ଅଧିକ ଅର୍ଥ...

Advertisement
Archives

Model This Week