୭ ହଜାର ଲାଞ୍ଚ ପାଇଁ ଆର୍‌ଆଇଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ ଅଫିସ, ୯।୧୧- ଏକ ଲାଞ୍ଚ ମାମଲାର ବିଚାର କରି ମଙ୍ଗଳବାର ଫୁଲବାଣୀ ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଶୁଭଦର୍ଶୀ ପଟ୍ଟନାୟକ ଜଣେ ରାଜସ୍ବ ନିରୀକ୍ଷକ(ଆର୍‌ଆଇ)ଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୬ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଆର୍‌ଆଇ ଜଣକ ହେଲେ ଗଜେନ୍ଦ୍ର ଦିଗାଲ। ୨୦୧୭ରେ ସେ ଲାଞ୍ଚ ମାମଲାରେ ନିଲମ୍ବିତ ହୋଇଥିଲେ। ପୁନଃ ନିଯୁକ୍ତି ପାଇ ବୌଦ୍ଧ ଜିଲାର ଦହିଆ ଅଞ୍ଚଳରେ କାର୍ଯ୍ୟରତ ଥିଲେ। ଗତ କିଛିମାସ ତଳେ ପୁଣି ଏକ ଲାଞ୍ଚ ମାମଲାରେ ଫସିଛନ୍ତି।

୨୦୧୭ରେ ଗଜେନ୍ଦ୍ର ବୌଦ୍ଧ ଜିଲା ବଗିଆପଡ଼ା ରାଜସ୍ବ ସର୍କଲର ଆର୍‌ଆଇ ଥିଲେ  । ତାଙ୍କ ସର୍କଲରେ ସନ୍ତୋଷ କୁମାର ମଲ୍ଲିକ ନାମକ ଜଣେ ଯୁବକ ସରକାରୀ ୨ଏକର ଜମିକୁ ଦଖଲ କରି ସେଠାରେ ଚାଷ କରିବା ସହ ରହୁଥିଲେ  । ତହସିଲଦାର ତାଙ୍କୁ ତୁରନ୍ତ ସରକାରୀ ଜାଗା ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ସନ୍ତୋଷ ଆର୍‌ଆଇ ଗଜେନ୍ଦ୍ରଙ୍କୁ ଭେଟିଥିଲେ। ଗଜେନ୍ଦ୍ର ତାଙ୍କୁ ଭୂମିହୀନ ବୋଲି ଦରଖାସ୍ତ ଦେଲେ ସରକାରଙ୍କ ପାଖରେ ସୁପାରିସ କରିିବେ ଓ ଏଥିପାଇଁ ୧୦ ହଜାର ଟଙ୍କା ଦେବାକୁ ପଡିିବ ବୋଲି ସନ୍ତୋଷଙ୍କୁ କହିଥିଲେ। ପରେ ଉଭୟଙ୍କ ମଧ୍ୟରେ ୭ ହଜାର ଟଙ୍କାରେ କଥା ଛିଡିଥିଲା। ଘଟଣାକୁ ନେଇ ସନ୍ତୋଷ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ୨୦୧୭ ଡିସେମ୍ବର ୨୯ରେ ଆର୍‌ଆଇଙ୍କୁ ସନ୍ତୋଷ ଟଙ୍କା ଦେଇଥିଲେ। ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ କର୍ମଚାରୀ ଆର୍‌ଆଇ ଗଜେନ୍ଦ୍ରଙ୍କୁ ଗିରଫ କରିବା ସହ ଟଙ୍କା ଜବତ କରିଥିଲେ। ଏ ନେଇ ଭିଜିଲାନ୍ସ ପକ୍ଷରୁ ନଂ.୫୪/୧୭ରେ ମାମଲା ରୁଜୁ ହୋଇଥିଲା। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଭିଜିଲାନ୍ସ ସ୍ବତନ୍ତ୍ର ପିପି ଭିଭି.ରାମଦାସ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା: ନିର୍ବାହୀ ଅଧିକାରୀଙ୍କୁ ଘେରିଲେ

ବାଲେଶ୍ୱର ଅଫିସ, ୨୬।୨-ବାଲେଶ୍ୱର ସହର ରାସ୍ତାଗୁଡ଼ିକୁ ପ୍ରଶସ୍ତ କରିବା ଲାଗି ଜିଲା ପ୍ରଶାସନ ଓ ପୌରପାଳିକା କର୍ତ୍ତୃପକ୍ଷ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୌରପାଳିକା...

ସଂଗୀତ ମାଧ୍ୟମରେ କରୋନା ସଚେତନତା

ଗଞ୍ଜାମ, ୧୨।୫(ଡି.ଏନ୍‌.ଏ.): ରାଜ୍ୟରେ ଦିନକୁ ଦିନ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ସରକାର ଲକ୍‌ଡାଉନ ଅବଧି ମଧ୍ୟ ବଢ଼ାଇ...

ପୋଲିସ ସମ୍ମୁଖରୁ ଚମ୍ପଟ ମାରିଲେ ମୁଖ୍ୟ ଗୁଟ୍‌ଖା ବ୍ୟବସାୟୀ, ୨ ମୋଟରସାଇକେଲ ଜବତ; ୩ ଗିରଫ

ପୁରୁଷୋତ୍ତମପୁର,୧୪ା୫(ଡି.ଏନ୍‌.ଏ.): ମାରାତ୍ମକ କରୋନାକୁ ନେଇ ପ୍ରଶାସନ ପକ୍ଷରୁ ଗୁଟ୍‌ଖା ପରି ମାଦକ ଦ୍ରବ୍ୟ ବିକ୍ରି ଉପରେ କଟକଣା ଜାରି କରାଯାଇଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର...

‘ରାଜ୍ୟରେ ଦଳିତ ବର୍ଗ ନ୍ୟାୟରୁ ବଞ୍ଚିତ’

ଅନୁଗୋଳ ଅଫିସ, ୧୯।୯:ରାଜ୍ୟରେ ଅନୁସୂଚିତ ବର୍ଗ ନ୍ୟାୟ ପାଇବାରୁ ବଞ୍ଚତ୍ତ ହୋଇ ରହିଛନ୍ତି। ସେମାନଙ୍କ ବିକାଶ ଲାଗି ଆସୁଥିବା କେନ୍ଦ୍ରୀୟ ଅନୁଦାନ ହଡ଼ପ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ...

‘କୋଭିଡ୍‌-୧୯ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ ନୁହେଁ’: ଗଣମାଧ୍ୟମକୁ ବାଗ୍‌ଚୀଙ୍କ ପରାମର୍ଶ

ଭୁବନେଶ୍ୱର,୧୦ା୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିଦିନ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଉଛି। କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ...

ଭୁବନେଶ୍ୱରରେ ଗଡ଼ିବନି ରଥ

ଭୁବନେଶ୍ୱର,୨୩।୬(ବ୍ୟୁରୋ): କରୋନା ପାଇଁ ଭୁବନେଶ୍ୱରରେ ଏଥର ଗଡ଼ିବନି ରଥ। ମାଉସୀ ଘର ଯିବେନି ଠାକୁର। ମନ୍ଦିର ପରିସରରେ ଅସ୍ଥାୟୀ ଜନ୍ମବେଦୀ କରାଯାଇ ସମସ୍ତ ନୀତିକାନ୍ତି ସମ୍ପନ୍ନ...

ମାଲକାନଗିରିରେ ପୋଲିସ ମହାନିର୍ଦ୍ଦେଶକ ଅଭୟ: ଯୋଡ଼ାମ୍ବରେ ନୂତନ ଥାନା କଲେ ଉଦ୍‌ଘାଟନ

ମାଲକାନଗିରି,୨୦ା୬(ଡି.ଏନ୍‌.ଏ.): ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଶନିବାର ମାଲକାନଗିରି ଜିଲା ଗସ୍ତ କରି ଫେରିଛନ୍ତି। ପ୍ରଥମେ ସେ ସ୍ବାଭିମାନ ଅଞ୍ଚଳ ଗସ୍ତ କରି ଯୋଡ଼ାଆମ୍ବଠାରେ ଏକ...

ସାପ କାମୁଡ଼ାରେ ୨ ମୃତ, ଜଣେ ଗୁରୁତର

କେନ୍ଦୁଝର/ଢେଙ୍କିକୋଟ, ୧୨ା୬ (ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲାରେ ୩ଟି ପୃଥକ ସ୍ଥାନରେ ସାପ କାମୁଡାରେ ଜଣେ ନାବାଳିକା ଓ ଜଣେ ମହିଳାଙ୍କ ମଙ୍ଗଳବାର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ...

Advertisement
Archives

Model This Week