Posted inଖେଳ

କୋହଲିଙ୍କୁ ଅନ୍ତିମ ଦିନିକିଆ ନ ଖେଳିବାକୁ ପରାମର୍ଶ ଦେଲେ ଶାସ୍ତ୍ରୀ, ଦେଲେ ସଚିନଙ୍କ ଉଦାହରଣ

ନୂଆଦିଲ୍ଲୀ,୨୦।୧: ବର୍ତ୍ତମାନ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଖେଳୁଛି ଟିମ୍‌ ଇଣ୍ଡିଆ। ଉଭୟ ଟିମ୍‌ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଖେଳାଯାଇଥିବା ବେଳେ ଆଉ ଦୁଇଟି ଦିନିକିଆ ବାକି ରହିଛି। ଜାନୁୟାରୀ ୨୧ରେ ରାୟପୁରରେ ଦ୍ୱିତୀୟ ମୁକାବିଲା ଖେଳାଯିବ। ଏହାପୂର୍ବରୁ ଭାରତର ପୂର୍ବତନ କୋଚ୍‌ ରବି ଶାସ୍ତ୍ରୀ ଫର୍ମରେ ଥିବା ବିରାଟ କୋହଲିଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି।

ଶାସ୍ତ୍ରୀ କହିଛନ୍ତି, ବିରାଟଙ୍କୁ ସିରିଜର ତୃତୀୟ ଦିନିକିଆ ଖେଳିବା ବଦଳରେ ରଣଜୀ ଟ୍ରଫି ମ୍ୟାଚ୍‌ ଖେଳିବା ଉଚିତ। ଏହାଫଳରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ଲାଗି ଆତ୍ମବିଶ୍ୱାସ ହାସଲ କରିହେବ। ସେ ହ୍ବାଇଟ୍‌ ବଲ୍‌ କ୍ରିକେଟରେ ଫର୍ମ ହାସଲ କରିନେଇଛନ୍ତି। ହେଲେ ଟେଷ୍ଟ ମ୍ୟାଚ୍‌ରେ ସେ ବହୁତ ଦିନ ହେଲାଣି ବଡ଼ ଇନିଂସ ଖେଳିନାହାନ୍ତି। ୨୦୧୯ରେ ତାଙ୍କ ବ୍ୟାଟ୍‌ରୁ ଅନ୍ତିମ ଶତକ ଆସିଥିଲା। ନିକଟରେ ବାଲାଂଦେଶ ବିପକ୍ଷରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଭାଗ ନେଇଥିଲେ। ଏଥିରେ ତାଙ୍କ ବ୍ୟାଟ୍‌ରୁ ମୋଟ ୪୫ ରନ୍‌ ଆସିଥିଲା ବୋଲି ସେ କହିଛନ୍ତି।

ଯେତେବେଳେ ଭାରତରେ ବହୁତ ଅଧିକ ମ୍ୟାଚ୍‌ ଖେଳିବାକୁ ଥାଏ, ସେତେବେଳେ ଅଧିକ ଫାଷ୍ଟ କ୍ଲାସ୍‌ ମ୍ୟାଚ୍‌ ଖେଳିବା ଉଚିତ। ଶୀର୍ଷ ଖେଳାଳିମାନେ ପର୍ଯ୍ୟାପ୍ତ ଫାଷ୍ଟ କ୍ଲାସ୍‌ କ୍ରିକେଟ ଖେଳନ୍ତି ନାହିଁ। କେବେ କେବେ ଖେଳାଳିଙ୍କୁ ଚାଲାକ ହେବାକୁ ପଡ଼ିବ। ବଡ଼ ଫିଲ୍ମକୁ ଦେଖି କିଛି ମୁକାବିଲା ତ୍ୟାଗ କରିବାକୁ ପଡ଼ିବ। ଏବେ ବଡ଼ ଫିଲ୍ମ ଅଷ୍ଟ୍ରେଲିଆ ଅଟେ। କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆ ନ ଖେଳି ବର୍ଡର ଗାଭାସ୍କର ସିରିଜର ପ୍ରସ୍ତୁତି ଲାଗି ରଣଜୀ ଖେଳିବା ଉଚିତ ବୋଲି କମେଣ୍ଟ୍ରି ସମୟରେ ଶାସ୍ତ୍ରୀ କହିଛନ୍ତି।

ଏହି ପ୍ରସଙ୍ଗରେ ସେ ସଚିନ ତେନ୍ଦୁଲକରଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି। ସଚିନ ୨୫ ବର୍ଷ ପୂର୍ବେ ଏହି ଭଳି ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପୂର୍ବରୁ ଗୋଟିଏ ଘରୋଇ ମ୍ୟାଚ୍‌ ଖେଳିବା ନିଷ୍ପତ୍ତି ନେଇଥିଲେ। ଏହା ଫଳପ୍ରଦ ହୋଇଥିଲା। ସେ ଦ୍ୱିଶତକ ମାରିଥିଲେ। ଦୁଇମାସ ପରେ ୧୯୯୮ରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ସମସ୍ତ ଫର୍ମାଟକୁ ମିଶାଇ ୧୦୦୦ରୁ ଅଧିକ ରନ୍‌ କରିଥିଲେ। ଏହି ଖେଳାଳିଙ୍କୁ ସହଜରେ ଆଉଟ୍‌ କରିବା ଅସମ୍ଭବ ବୋଲି ଅଷ୍ଟ୍ରେଲିଆ ଟିମ୍‌କୁ ଜଣାଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିୟମିତ ହେଉଛି ଭଡ଼ା ଆଦାୟ: ରକ୍ଷଣାବେକ୍ଷଣରେ ଅବହେଳା, ତେଜିଲା ଦୋକାନୀଙ୍କ ଅସନ୍ତୋଷ…

ଜୁନାଗଡ଼,୧ା୯(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଏନ୍‌ଏସି ମାର୍କେଟ କମ୍ପ୍ଲେକ୍ସ ଜରାଜୀର୍ଣ୍ଣ ହୋଇପଡିଛି। ଏଠାରେ ୧୪ଟି ଗୃହ ଥିବାବେଳେ ମରାମତି…

୨୦ ହଜାର ଟଙ୍କା ଲାଞ୍ଚ ନେଇ ଜେଲ ଗଲେ ଶ୍ରମ ଅଧିକାରୀ

କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ…

ଘୁମୁସର ବନଖଣ୍ଡରେ ୯୪ ହାତୀ: ଧାନ ଫସଲ ନଷ୍ଟ କରୁଛନ୍ତି ହାତୀପଲ, ଚିନ୍ତାରେ ଚାଷୀ

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଘୁମୁସର ଉତ୍ତର ଓ ଘୁମୁସର ଦକ୍ଷିଣ ବନଖଣ୍ଡରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ସୋମବାର ସୁଦ୍ଧା ଦୁଇ ବନଖଣ୍ଡର ବିଭିନ୍ନ…

ଆନ୍ଦୋଳନ ଡାକରା ଦେଲା ଏହି ବଡ଼ ବ୍ୟାଙ୍କ୍‌, ଜାଣନ୍ତୁ ସେପ୍ଟେମ୍ୱର-ଅକ୍ଟୋବରରେ କେତେଦିନ ବନ୍ଦ ରହିବ ବ୍ୟାଙ୍କ୍‌?

ନୂଆଦିଲ୍‌ଲୀ,୧।୯: ଯଦି ଆପଣ ସେପ୍ଟେମ୍ୱର-ଅକ୍ଟୋବର ମାସରେ ବ୍ୟାଙ୍କ ସମ୍ୱନ୍ଧୀୟ କୌଣସି କାମ କରିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମାସଗୁଡ଼ିକରେ…

ଆଶ୍ଚର୍ଯ୍ୟ ହେଲେ ବି ସତ: ଗୋଟିଏ ମ୍ୟାଚ୍‌ରେ ଦୁଇଥର ଭାଙ୍ଗିଲା ଗୋଟିଏ ବିଶ୍ୱରେକର୍ଡ, ଅନ୍ତର୍ଜାତୀୟ T20ରେ ଘଟିଲା…

ନୂଆଦିଲ୍ଲୀ,୧।୯: ୨୦୨୭ ଦିନିକିଆ ବିଶ୍ୱକପର ତିନି ସହ ଆୟୋଜକ ନାମ୍ବିଆ, ଜିମ୍ବାୱେ ଏବଂ ଦକ୍ଷିଣ ଆଫ୍ରିକା। ବର୍ତ୍ତମାନ ପରସ୍ପର ବିପକ୍ଷରେ ଏକ T20 ସିରିଜରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।…

ଚମତ୍କାର ବିଜୟ ସହ ଫାଇନାଲରେ ସିଧା ପହଞ୍ଚିଲା ବୈଭବଙ୍କ ଦଳ, ଦମ୍‌ଦାର ବ୍ୟାଟିଂ ସହିତ ଟିମ୍‌କୁ ଜିତାଇଲେ…

ନୂଆଦିଲ୍ଲୀ,୧।୯: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲରେ ଇଷ୍ଟ ଜୋନ ଚମତ୍କାର ବିଜୟ ହାସଲ କରିଛି। ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ମଧ୍ୟରେ ବିସିସିଆଇ ସେଣ୍ଟର ଅଫ ଏକ୍ସିଲେନ୍ସରେ…

ନୂଆଁଖାଇ ପାଇଁ ଏକଜୁଟ ହେଲେ ଦୁଇ ଖଣ୍ଡ ଗାଁର ୮୦୦ ପରିବାର

ବଲାଙ୍ଗୀର, ୧।୯: ବଲାଙ୍ଗୀର ଜିଲାରେ ନୂଆଁଖାଇ ପର୍ବ ପାଳନକୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଗଣପର୍ବ ନୂଆଁଖାଇ ଭାଇଚାରା ଓ ଏକତାର ପର୍ବ ହୋଇଥିବାରୁ ବିଭିନ୍ନ…

ଗୋଟିଏ T20 ମ୍ୟାଚ୍‌ରେ ଦୁଇଟି ଶତକ! CPLରେ ଇତିହାସ ସୃଷ୍ଟି କଲେ ଏହି କ୍ରିକେଟର୍‌, ଜାଣନ୍ତୁ ରୋଚକ ଘଟଣା

ନୂଆଦିଲ୍ଲୀ,୧।୯: କାରିବିଆନ ପ୍ରିମିୟର ଲିଗ (CPL) ରେ ଅନେକ ବ୍ୟାଟସମ୍ୟାନ ଶତକ ମାରିଛନ୍ତି। ଏହି ୱେଷ୍ଟଇଣ୍ଡିଜ ଟି-୨୦ ଲିଗରେ ଏପର୍ଯ୍ୟନ୍ତ ମୋଟ ୩୬ ଶତକ ମାରିଛନ୍ତି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri