ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ୩ ମନ୍ଦିରର ରତ୍ନମୁଦ ଉତ୍ସବ, ସାମିଲ ହେଲେ ଏମ୍‌ପି-ବିଧାୟକ

ଥୁଆମୂଳ ରାମପୁର,୧ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାସ୍ଥିତ ମା’ ମାଣିକେଶ୍ବରୀ, ଶ୍ରୀ ଜଗନ୍ନାଥ ଏବଂ ରାମେଶ୍ୱର ମହାଦେବଙ୍କ ନୂତନ ନିର୍ମାଣାଧୀନ ଭବ୍ୟ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତ ୨୮ ତାରିଖ ସୋମବାର ଶୁଭାରମ୍ଭ ହୋଇଥିବା ଏହି ନବ ନିର୍ମିତ ତିନୋଟି ମନ୍ଦିର ସହ ଅଷ୍ଟପ୍ରହର ନାମଯଜ୍ଞ ପାଇଁ ସ୍ବତନ୍ତ୍ର ଭାବେ ଅଙ୍କୁର ରୋପଣ ଏବଂ ପରେ ଯଜ୍ଞ ମଣ୍ଡପରେ ସ୍ଥାପନ ପାଇଁ ନଦୀରୁ ଜଳଧାରଣ କରି ଗ୍ରାମର କୁନି କୁନି ଝିଅ ଏବଂ ମହିଳାଙ୍କ ଦ୍ବାରା କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଯାହା ଯଜ୍ଞ ଅନୁଷ୍ଠାନରେ ସ୍ଥାପନା କରାଯାଇଥିଲା l ଏହାପରେ ପଞ୍ଚକର୍ମ, ସୂର୍ଯ୍ୟ ପୂଜା, ବନଯୋଗ ଏବଂ ଯଜ୍ଞାରମ୍ଭ ପାଇଁ ଅଗ୍ନି ପୂଜା କରି ଅଗ୍ନି ସ୍ଥାପନ କରାଯାଇଥିଲା।ମଙ୍ଗଳବାର ବିଧି ଅନୁସାରେ ବନଯାଗ ନୀତି ଅନୁଷ୍ଠିତ ହୋଇଥିଲା। ପରେ ସମସ୍ତ ଦେବାଦେବୀଙ୍କ ଆବାହନ କରି ସୁନା କୁରାଢ଼ି ଦ୍ବାରା ଶିଳ୍ପୀ ଇନ୍ଦ୍ର ଇନ୍ଦ୍ରାଣୀଙ୍କ ସୁନ୍ଦର ମୂର୍ତ୍ତି ତିଆରି ହେଲା ପରେ ଆବାହନ କରି ଜୀବନ୍ୟାସ ଦେଇ ମନ୍ଦିର ଚୂଡ଼ାରେ ଥିବା ରତ୍ନମୁଦ ସ୍ଥାନରେ ସ୍ଥାପନ କରାଯାଇଥିଲା। ମାଣିକେଶ୍ବରୀ ମନ୍ଦିର ଯଜ୍ଞ ଅନୁଷ୍ଠାନ ପାଇଁ ପୁରୀର ପ୍ରସିଦ୍ଧ ଦେବଶର୍ମା ସତ୍ୟ ନାରାୟଣ ତ୍ରିପାଠୀ ମୁଖ୍ୟ ପୁରୋହିତ ଏବଂ ଦେବଶର୍ମା ଚକ୍ରଧର ପଣ୍ଡା ପ୍ରମୁଖ ଯୋଗଦେଇ ପୂଜାର୍ଚ୍ଚନା କରିଥିବା ବେଳେ କର୍ତ୍ତା ଭାବେ ତାପସ କୁମାର ରାୟଗୁରୁ ଏବଂ ଧର୍ମପତ୍ନୀ ସତ୍ୟ ନାରାୟଣ ମୁଣ୍ଡଛିନା ଏବଂ ତାଙ୍କ ଧର୍ମପତ୍ନୀ ଯୁଗଳ ଦ୍ବୟ ରହିଥିଲେ। ଜଗନ୍ନାଥ ମନ୍ଦିର ପାଇଁ ମୁଖ୍ୟ ପୁରୋହିତ ଭାବେ ରାୟଗଡ଼ାର ଜଗନ୍ନାଥ ମହାପାତ୍ର ଏବଂ ତାଙ୍କ ସହଯୋଗୀ ଏବଂ ଏଥିରେ କର୍ତ୍ତା ଭାବେ ଶିବଶଙ୍କର ଦଳପତି ଧର୍ମପତ୍ନୀ ଏବଂ ରାମେଶ୍ୱର ମହାଦେବ ମନ୍ଦିର ଯଜ୍ଞରେ ପୂଜାର୍ଚ୍ଚନା ପାଇଁ ଜୟପାଟଣା ଅଞ୍ଚଳର ମୁଖ୍ୟ ପୁରୋହିତ ଶ୍ରୀପତୀ ଠାକୁର, ଜାମିନୀ କାନ୍ତ ମୁଣ୍ଡ, ଦିଲ୍ଲୀପ କୁମାର ପଣ୍ଡା, ଟିକୁ ମୁଣ୍ଡ, ଦିବାକର ମୁଣ୍ଡ, ବଦ୍ରୀପ୍ରସାଦ ପଣ୍ଡା ଥିବାବେଳେ ଆଲୋକ ରଞ୍ଜନ ମୁଣ୍ଡ ଏବଂ ତାଙ୍କ ଧର୍ମପତ୍ନୀ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠାନରେ ଗୌତମ ଖମାରୀ, ସ୍ମିତ ରଞ୍ଜନ ପଣ୍ଡା, ମାଣିକଲାଲ ପାଣିଗ୍ରାହୀ ଏବଂ କର୍ତ୍ତା ଭାବେ ପ୍ରସାନ୍ତ କୁମାର ମୁଣ୍ଡଛିନା ଏବଂ ଧର୍ମ ପତ୍ନୀ କାର୍ଯ୍ୟ କରିଥିଲେ। ରତ୍ନମୁଦ ଉତ୍ସବ କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଏବଂ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ସହଯୋଗ ରହିଥିବା ବେଳେ କଳାହାଣ୍ଡି ଏମ୍‌ପି ମାଳବିକା ଦେବୀ ଏବଂ ତାଙ୍କ ସ୍ବାମୀ ପୂର୍ବତନ ଏମ୍‌ପି ଅର୍କ କେଶରୀ ଦେଓ, ଭବାନୀପାଟଣା ସଦର ଯୁବ ବିଧାୟକ ସାଗର ଚରଣ ଦାସ, ନର୍ଲା ବିଧାୟିକା ମନୋରମା ମହାନ୍ତି, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପୋଡ଼ଯୋଶୀ, ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ବଳଭଦ୍ର ମାଝୀ, ସମାଜସେବୀ ତଥା ଯୁବନେତା ଚଞ୍ଚେର ମାଝୀ, ଯୁବ ନେତା ରମେଶ ମାଝୀ, ଟିକିରି ଉତ୍କଳ କମ୍ପାନୀ ଏଜିଏମ୍‌ ମନୋଜ ଦାସ, ଭାଜପା ଜିଲା ସଭାପତି ଯୁଗଳ କିଶୋର ପୋଡ, ପୂର୍ବତନ ଲୋକ ସଭା ଏମ୍‌ପି ପ୍ରାର୍ଥିନୀ ଦ୍ରୌପଦୀ ମାଝୀ, ମହାରାଜ ପରିବାରରୁ ଭାରତ ଦେଓ , ଆଦିତ୍ୟ ଦେଓ, ସମାଜସେବୀ ଭବାନୀ ଶଙ୍କର ନିଆଲ, ସମାଜସେବୀ ରାମଚନ୍ଦ୍ର ମହାପାତ୍ର, ଧର୍ମଗଡ଼ ଏନ୍‌ଏସି ଉପାଧ୍ୟକ୍ଷା ମନୀଷା ମୁଣ୍ଡ ମିଶ୍ର, ରବିନ ସିଂହ ଦେଓ, ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ, ଜୋନ ୧ ଜିଲାପରିଷଦ ଟୁନି ଖୋସ୍‌ଲା ଜୋନ ୨ ଜିଲା ପରିଷଦ ଜୟନ୍ତୀ ମାଝୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ। ରତ୍ନମୁଦ ଉତ୍ସବର ମୁଖ୍ୟ କମିଟି ସହିତ ବିଭିନ୍ନ ମନ୍ଦିର କମିଟିର ସଦସ୍ୟଙ୍କ ସମେତ ଗ୍ରାମର ବିଭିନ୍ନ ଯୁବ ଅନୁଷ୍ଠାନର ସଦସ୍ୟ ଏବଂ ବୁଦ୍ଧିଜୀବୀ ପରିଚାଳନାରେ ସହଯୋଗ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଥାନା ଅଧିକାରୀ କୈବଲ୍ୟ ସେଠଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ବାହିନୀ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

ଯୋଗ- ପ୍ରାଣାୟାମ ସାଙ୍ଗକୁ ବକ୍ତୃତା ପ୍ରତିଯୋଗିତା

ଦିଗପହଣ୍ଡି, ୨୮/୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ସ୍ମାର୍ଟ ପାର୍କ ପରିସରରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ…

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri