Odisha Elections 2024

ରଥଯାତ୍ରା ବେଳେ ଖୋଲିପାରେ ରତ୍ନଭଣ୍ଡାର

ପୁରୀ,୧୦ା୫(ଅଜିତ୍‌ ମହାନ୍ତି):ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ରତ୍ନଭଣ୍ଡାର କମିଟିର ଅଧ୍ୟକ୍ଷ ଜଷ୍ଟିସ୍‌ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରତ୍ନଭଣ୍ଡାରରେ ଥିବା ରତ୍ନଗୁଡ଼ିକ କିଭଳି ଗଣତି, ମଣତି ବ୍ୟବସ୍ଥା ହୋଇପାରିବ, ସେନେଇ ଆଲୋଚନା କରାଯାଇଛି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ, ଉଚ୍ଚସ୍ତରୀୟ କମିଟି ଓ ପରିଚାଳନା କମିଟିର ସଦସ୍ୟ ଉପସ୍ଥିତ ଥିଲେ। ସେହିପରି ଭର୍ଚୁଆଲ ଯୋଗେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ଓଡ଼ିିଶା ମୁଖ୍ୟ ଡି.ବି. ଗଡ଼ନାୟକ ଏବଂ ଉଚ୍ଚସ୍ତରୀୟ କମିଟିର ସଦସ୍ୟ ଡ. ରମାକାନ୍ତ ପଣ୍ଡା ଯୋଡ଼ି ହୋଇ ଆଲୋଚନାରେ ଭାଗ ନେଇଥିଲେ। ପ୍ରାୟ ଦେଢ଼ ଘଣ୍ଟା ଧରି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ କମ୍‌ କିମ୍ବା ବନ୍ଦ ଥିବାବେଳେ ତଥା ରଥଯାତ୍ରା ସମୟରେ ରତ୍ନଗଣତି ପ୍ରକ୍ରିୟା ସହଜ ହେବା ନେଇ ବୈଠକରେ ଆଲୋଚନା କରାଯାଇଛି। ବୈଠକ ପରେ ଜଷ୍ଟିସ୍‌ ପଶାୟତ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ରତ୍ନଭଣ୍ଡାର ଖୋଲିବା ସହ ରତ୍ନଅଳଙ୍କାରଗୁଡ଼ିକୁ ଗଣତିମଣତି ବେଳେ କ’ଣ ସବୁ ସମସ୍ୟା ଆଗକୁ ଆସିବ ଏବଂ କିଭଳି ଭାବେ ଏହାର ସମାଧାନ କରାଯାଇପାରିବ ସେନେଇ ଆଲୋଚନା କରାଯାଇଛି। ତେବେ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ କମ୍‌ କିମ୍ବା ବନ୍ଦ ଥିବା ସମୟରେ ତଥା ରଥଯାତ୍ରା ସମୟରେ ହିଁ ରତ୍ନଭଣ୍ଡାର ଖୋଲାଯାଇ ଗଣତି, ମଣତି ହୋଇପାରିବ। ଏହା ଏତେ ସହଜ ନୁହେଁ, କାରଣ ୧୯୭୮ ମସିହା ପରେ ଏହା ପ୍ରଥମ ଥର ପାଇଁ ଖୋଲାଯାଇ ଗଣନ୍ତି ମଣତି କରାଯିବ। ତେଣୁ କାର୍ଯ୍ୟ ସମୟରେ ପ୍ରାକ୍ଟିକାଲ ଭାବେ କ’ଣ ସବୁ ସମସ୍ୟା ଆସିପାରେ ସେ ନେଇ ଆଲୋଚନା କରାଯାଇଛି। ଆଗକୁ ମଧ୍ୟ ଏନେଇ ଆହୁରି ଆଲୋଚନା କରାଯିବ ଓ ନିଷ୍ପତ୍ତି ନିଆଯିବ। ଅପରପକ୍ଷରେ ୧୯୭୮ ମସିହା ବେଳର ଏବଂ ବର୍ତ୍ତମାନ ସମୟର ବୈଷୟିକ ଜ୍ଞାନକୌଶଳ ଭିତରେ ବହୁତ ଫରକ ରହିଛି। ବର୍ତ୍ତମାନ ସମୟର ବୈଷୟିକ ଜ୍ଞାନକୌଶଳ ଉପଯୋଗ କରାଯାଇ ରତ୍ନଭଣ୍ଡାର ଅଳଙ୍କାରର ଗଣତି, ମଣତି କିଭଳି କରାଯାଇପାରିବ ସେନେଇ ବୈଠକରେ ଆଲୋଚନା ହୋଇଛି। ପୂର୍ବରୁ ବ୍ରିଟିଶ୍‌ ସମୟରେ ୧୯୨୬ ମସିହା ଓ ପରେ ଶେଷଥର ପାଇଁ ୧୯୭୮ ମସିହାରେ ରତ୍ନଭଣ୍ଡାରର ଯାଞ୍ଚ ହୋଇଥିଲା। ୧୯୭୮ ମସିହାର ରିପୋର୍ଟ ତାଙ୍କର ହସ୍ତଗତ ହୋଇଛି। ତେବେ ମହାପ୍ରଭୁ ସମସ୍ତ କାର୍ଯ୍ୟ କରାଇଥାନ୍ତି। ତେଣୁ ତାଙ୍କ ରତ୍ନଭଣ୍ଡାର ଯାଞ୍ଚ ଓ ଗଣତିି ମଣତି ମହାପ୍ରଭୁ କରାଇବେ ବୋଲି ଜଷ୍ଟିସ୍‌ ପଶାୟତ କହିଛନ୍ତି। ବୈଠକ ପୂର୍ବରୁ ଜଷ୍ଟିସ ପଶାୟତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ଇଚ୍ଛାରେ ହିଁ ସବୁ କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା, ଉତ୍ତେଜନା

ତିହିଡ଼ି,୨୦।୫(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଜଣ ବାଇକ୍‌ ଆରୋହୀଙ୍କ ମଧ୍ୟରେ ଧକ୍କା ହେବା...

ଅପରାହ୍ନ ୫ଟା ସୁଦ୍ଧା ବରଗଡ଼ ଜିଲାରୁ ଆସିଲା ମତଦାନ ହାର

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ଏବେବି ମତଦାତାଙ୍କ...

ଜୀବନ ହାରିଦେଲେ ମହିଳା: କାରଣ ଖୋଜୁଛି ପୋଲିସ

ଗଞ୍ଜାମ,୨୦ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧୀନ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମର ଜଣେ ମହିଳା ସୋମବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପିଙ୍କି ବେହେରା (୨୮)।...

ଟ୍ରକ ଧକ୍କାରେ ଶଳା, ଭିଣୋଇ ମୃତ

ଛତ୍ରପୁର,୨୦।୫(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥରେ ଏକ ଦୁଃଖଦ ଘଟଣା ସୋମବାର ଦେଖିବାକୁ ମିଳିଛି।...

ମୋଦିଙ୍କ ଭକ୍ତ ହେଉଛନ୍ତି ଜଗନ୍ନାଥ, କହୁ କହୁ ଏମିତି କହିଦେଲେ ସମ୍ବିତ ପାତ୍ର: ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁରୀରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି। ମୋଦିଙ୍କ ସହ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,...

ମର୍ମନ୍ତୁଦ ଦୁର୍ଘଟଣା: ମା’, ବାପାଙ୍କ ସହ ୨ ସନ୍ତାନ ମୃତ

ଢେଙ୍କାନାଳ,୨୦।୫: ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଅଧୀନ ପିଙ୍ଗୁଆ ନିକଟରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କ ମୃତ୍ୟୁ...

ସୁନ୍ଦରଗଡ ଜିଲାରେ ମଧ୍ୟାହ୍ନ ୧ଟା ସୁଦ୍ଧା ୩୬.୩୨%ମତଦାନ

ସୁନ୍ଦରଗଡ,୨୦।୫(ଜୟ ନାରାୟଣ ମେଣ୍ଡୁଳି)ସାଧାରଣ ନିର୍ବାଚନ-୨୦୨୪ ପାଇଁ ଓଡ଼ିଶାରେ ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସୋମବାର ସୁନ୍ଦରଗଡ ଜିଲାରେ ଶାନ୍ତି ଶ୍ରୁଙ୍ଖଳାର ସହ ଆରମ୍ଭ ହୋଇଛି।...

ସରସରା ହତ୍ୟାକାଣ୍ଡ ନିର୍ବାଚନୀ ହିଂସା ନୁହେଁ: ସ୍ପଷ୍ଟ କଲେ ଜିଲାପାଳ, ଆଇଜି

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସୋମବାର ସାଧାରଣ ନିର୍ବାଚନ ନେଇ ମତଦାନ ପ୍ରକ୍ରିୟା ଚାଲିଛି। ତେବେ ଗୋଟିଏ ଗ୍ରାମର ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ ଚାଲିଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri