ପୁରୀ,୧୦ା୫(ଅଜିତ୍ ମହାନ୍ତି):ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ରତ୍ନଭଣ୍ଡାର କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରତ୍ନଭଣ୍ଡାରରେ ଥିବା ରତ୍ନଗୁଡ଼ିକ କିଭଳି ଗଣତି, ମଣତି ବ୍ୟବସ୍ଥା ହୋଇପାରିବ, ସେନେଇ ଆଲୋଚନା କରାଯାଇଛି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ, ଉଚ୍ଚସ୍ତରୀୟ କମିଟି ଓ ପରିଚାଳନା କମିଟିର ସଦସ୍ୟ ଉପସ୍ଥିତ ଥିଲେ। ସେହିପରି ଭର୍ଚୁଆଲ ଯୋଗେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ର ଓଡ଼ିିଶା ମୁଖ୍ୟ ଡି.ବି. ଗଡ଼ନାୟକ ଏବଂ ଉଚ୍ଚସ୍ତରୀୟ କମିଟିର ସଦସ୍ୟ ଡ. ରମାକାନ୍ତ ପଣ୍ଡା ଯୋଡ଼ି ହୋଇ ଆଲୋଚନାରେ ଭାଗ ନେଇଥିଲେ। ପ୍ରାୟ ଦେଢ଼ ଘଣ୍ଟା ଧରି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ କମ୍ କିମ୍ବା ବନ୍ଦ ଥିବାବେଳେ ତଥା ରଥଯାତ୍ରା ସମୟରେ ରତ୍ନଗଣତି ପ୍ରକ୍ରିୟା ସହଜ ହେବା ନେଇ ବୈଠକରେ ଆଲୋଚନା କରାଯାଇଛି। ବୈଠକ ପରେ ଜଷ୍ଟିସ୍ ପଶାୟତ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ରତ୍ନଭଣ୍ଡାର ଖୋଲିବା ସହ ରତ୍ନଅଳଙ୍କାରଗୁଡ଼ିକୁ ଗଣତିମଣତି ବେଳେ କ’ଣ ସବୁ ସମସ୍ୟା ଆଗକୁ ଆସିବ ଏବଂ କିଭଳି ଭାବେ ଏହାର ସମାଧାନ କରାଯାଇପାରିବ ସେନେଇ ଆଲୋଚନା କରାଯାଇଛି। ତେବେ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ କମ୍ କିମ୍ବା ବନ୍ଦ ଥିବା ସମୟରେ ତଥା ରଥଯାତ୍ରା ସମୟରେ ହିଁ ରତ୍ନଭଣ୍ଡାର ଖୋଲାଯାଇ ଗଣତି, ମଣତି ହୋଇପାରିବ। ଏହା ଏତେ ସହଜ ନୁହେଁ, କାରଣ ୧୯୭୮ ମସିହା ପରେ ଏହା ପ୍ରଥମ ଥର ପାଇଁ ଖୋଲାଯାଇ ଗଣନ୍ତି ମଣତି କରାଯିବ। ତେଣୁ କାର୍ଯ୍ୟ ସମୟରେ ପ୍ରାକ୍ଟିକାଲ ଭାବେ କ’ଣ ସବୁ ସମସ୍ୟା ଆସିପାରେ ସେ ନେଇ ଆଲୋଚନା କରାଯାଇଛି। ଆଗକୁ ମଧ୍ୟ ଏନେଇ ଆହୁରି ଆଲୋଚନା କରାଯିବ ଓ ନିଷ୍ପତ୍ତି ନିଆଯିବ। ଅପରପକ୍ଷରେ ୧୯୭୮ ମସିହା ବେଳର ଏବଂ ବର୍ତ୍ତମାନ ସମୟର ବୈଷୟିକ ଜ୍ଞାନକୌଶଳ ଭିତରେ ବହୁତ ଫରକ ରହିଛି। ବର୍ତ୍ତମାନ ସମୟର ବୈଷୟିକ ଜ୍ଞାନକୌଶଳ ଉପଯୋଗ କରାଯାଇ ରତ୍ନଭଣ୍ଡାର ଅଳଙ୍କାରର ଗଣତି, ମଣତି କିଭଳି କରାଯାଇପାରିବ ସେନେଇ ବୈଠକରେ ଆଲୋଚନା ହୋଇଛି। ପୂର୍ବରୁ ବ୍ରିଟିଶ୍ ସମୟରେ ୧୯୨୬ ମସିହା ଓ ପରେ ଶେଷଥର ପାଇଁ ୧୯୭୮ ମସିହାରେ ରତ୍ନଭଣ୍ଡାରର ଯାଞ୍ଚ ହୋଇଥିଲା। ୧୯୭୮ ମସିହାର ରିପୋର୍ଟ ତାଙ୍କର ହସ୍ତଗତ ହୋଇଛି। ତେବେ ମହାପ୍ରଭୁ ସମସ୍ତ କାର୍ଯ୍ୟ କରାଇଥାନ୍ତି। ତେଣୁ ତାଙ୍କ ରତ୍ନଭଣ୍ଡାର ଯାଞ୍ଚ ଓ ଗଣତିି ମଣତି ମହାପ୍ରଭୁ କରାଇବେ ବୋଲି ଜଷ୍ଟିସ୍ ପଶାୟତ କହିଛନ୍ତି। ବୈଠକ ପୂର୍ବରୁ ଜଷ୍ଟିସ ପଶାୟତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ଇଚ୍ଛାରେ ହିଁ ସବୁ କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
Posted inHome, Home Left, ଆମ ଜିଲା ଖବର, ପୁରୀ View All
ଦିନିକିଆ ବିଶ୍ୱକପ୍ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍
ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…
ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ
ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍ରରେ ସର୍ଟସର୍କିଟ…
ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ
ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…
ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…
ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…
ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ
ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…
ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ
ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…
ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ
ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…
ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ
କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

