୮ ମାସ ହେଲା ରାଶନ କାର୍ଡଧାରୀଙ୍କୁ ଗହମ ମିଳୁନି

କେନ୍ଦ୍ରାପଡ଼ା, ୧୮ା୭(ଜଗନ୍ନାଥ ଧଳ): ଦେଶରେ କେହି ଯେପରି ଭୋକିଲା ନ ରହନ୍ତୁ ସେଥିପାଇଁ ଖାଦ୍ୟ ସୁରକ୍ଷା ଯୋଜନା କରାଯାଇ ସମସ୍ତ ଗରିବ ପରିବାରକୁ ଏଥିରେ ସାମିଲ କରାଯାଇଛି। ସେଥିପାଇଁ ପ୍ରତି ରାଶନ କାର୍ଡଧାରୀଙ୍କୁ ସରକାର ମାସିକିଆ ଚାଉଳ ସହ ଗହମ ପ୍ରଦାନ କରୁଥିଲେ। ହେଲେ ୮ ମାସ ହେଲା ଗହମ ଯୋଗାଣକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। କାର୍ଡଧାରୀଙ୍କୁ କେବଳ ଚାଉଳ ଧରାଇ ଦିଆଯାଉଥିବାରୁ ଏ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପରିବା ରେଟ ଆକାଶଛୁଅଁା, ଦୁଇଓଳି ଭାତ କଲେ ଦୈନନ୍ଦିନ ଚଳଣିରେ ଅସୁବିଧା ହେଉଛି। ଏ ନେଇ ଗହମ ଆଣୁଥିବା ହିତାଧିକାରୀମାନେ ଏକ ପ୍ରକାର ହତାଶ ହୋଇପଡ଼ିଛନ୍ତି। ସେମାନଙ୍କ ପରିବାର ରୁଟି ଉପରେ ନିର୍ଭରଶୀଳ ଥିବାବେଳେ ସରକାର ଗହମ ଯୋଗାଣ ବନ୍ଦ କରି ଦେଇଥିବାରୁ ସମ୍ପୃକ୍ତ ହିତାଧିକାରୀମାନେ ଅସହାୟ ହୋଇପଡ଼ିଛନ୍ତି। ଖୋଲା ବଜାରରୁ ଅଧିକ ଦର ଦେଇ ଗହମ କିମ୍ବା ଅଟା କିଣିବା ସେମାନଙ୍କ ପକ୍ଷେ ସମ୍ଭବ ହେଉ ନ ଥିବାରୁ ବାଧ୍ୟ ହୋଇ ୩ ବେଳା ଭାତ ଖାଉଥିବା କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଅନେକ ହିତାଧିକାରୀ ପ୍ରକାଶ କରିଛନ୍ତି। ଏପରି କି ପରିବାରରେ ଥିବା ମଧୁମେହ ରୋଗୀଙ୍କୁ ମଧ୍ୟ ଭାତ ଖାଇବାକୁ ପଡ଼ୁଥିବା ହିତାଧିକାରୀମାନେ କ୍ଷୋଭର ସହ କହିଛନ୍ତି।
ପଟ୍ଟାମୁଣ୍ଡାଇ ବ୍ଲକରେ ୩୧,୫୮୧ ରାଶନକାର୍ଡଧାରୀ ରହିଛନ୍ତି। ଅନ୍ତ୍ୟୋଦୟ ଯୋଜନାରେ ୩,୦୨୭ ହିତାଧିକାରୀ ଥିବାବେଳେ ରାଜ୍ୟ ସରକାରଙ୍କ ନିଜସ୍ବ ଯୋଜନାରେ ୩,୮୬୯ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଛନ୍ତି। ପୂର୍ବରୁ ପ୍ରତି ମାସରେ ବ୍ଲକରେ ମୋଟ ୨,୪୮,୮୬୮ କିଲୋ ଚାଉଳ, ୪୫,୨୯୬ କିଲୋ ଗହମ ପ୍ରଦାନ କରାଯାଉଥିଲା। ସେହିପରି ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିରେ ୭,୧୪୫ ରାଶନ, ୪୧୨ ଅନ୍ତ୍ୟୋଦୟ, ୮୩୫ ଜଣ ରାଜ୍ୟ ଯୋଜନାରେ ସାମିଲ ହୋଇଛନ୍ତି। ପ୍ରତି ମାସରେ ୫୨,୧୩୨ କେଜି ଚାଉଳ ଓ ୯,୧୨୩ କେଜି ଗହମ ପ୍ରଦାନ କରାଯାଉଥିଲା। ହେଲେ ୨୦୨୨ ଡିସେମ୍ବରରୁ ଗହମ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏବେ ହିତାଧିକାରୀଙ୍କୁ କେବଳ ଚାଉଳ ଯୋଗାଣ ହେଉଛି। ସରକାରଙ୍କ ଏପରି ପଦକ୍ଷେପକୁ ଗହମ ନେଉଥିବା ରାଶନକାର୍ଡଧାରୀମାନେ ନାପସନ୍ଦ କରିଛନ୍ତି। ଏହି ସରକାରୀ ଗହମ ଯୋଗୁ ବହୁ ବୃଦ୍ଧାବୃଦ୍ଧ, ଶିଶୁ ଉପକୃତ ହେଉଥିଲେ। ମଧୁମେହ ରୋଗୀ ରୁଟି ଖାଇ ପାରୁଥିଲେ। କିନ୍ତୁ ସରକାର ଗହମ ଯୋଗାଣ ବନ୍ଦ ରଖିଥିବାରୁ ଏବେ ସେମାନଙ୍କୁ ଭାତ ଖାଇବାକୁ ପଡ଼ୁଛି। କାରଣ ଖୋଲା ବଜାରରେ ଗହମ କିଲୋ ୪୦ ରୁ ୫୦ ଟଙ୍କା ଓ ଅଟା ୪୫ ରୁ ୬୦ ଟଙ୍କାରେ ବିକ୍ରି ହେଉଥିବାରୁ ଗରିବ ଲୋକେ ତାହା କିଣିପାରୁ ନାହାନ୍ତି। ବର୍ଷାଦିନ ଥିବାରୁ ଏପରି ରୋଗୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଉପୁଯିବାର ସମ୍ଭାବନା ଥିବାରୁ ସରକାର ଯଥାଶୀଘ୍ର ରାଶନକାର୍ଡ ମାଧ୍ୟମରେ ପୁଣି ଗହମ ଯୋଗାଇ ଦେବାକୁ ହିତାଧିକାରୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କୁ ପଚାରିବାରେ ରାଜ୍ୟ ସାରା ଏପରି ଅବସ୍ଥା ହୋଇଛି। ସରକାର ଆଲର୍ଟମେଣ୍ଟ ଦେଲେ ଆମେ ହିତାଧିକାରୀଙ୍କୁ ଗହମ ଯୋଗାଇ ଦେବୁ। ରାଶନକାର୍ଡଧାରୀ ପ୍ରଭାକର ସେଠୀ କୁହନ୍ତି, ସରକାର ରାଶନକାର୍ଡଧାରୀଙ୍କ ପାଇଁ କେବଳ ଚାଉଳ ଯୋଗାଇ ଦେଉଥିବା ଡିଲରମାନେ କହୁଛନ୍ତି। ତେଣୁ ଗହମ ପରିବର୍ତ୍ତେ କେବଳ ଚାଉଳ ମିଳୁଥିବାରୁ ଦୈନନ୍ଦିନ ଚଳଣିରେ ଅସୁବିଧା ହେଉଛି। ପରିବା ରେଟ୍‌ ଆକାଶ ଛୁଆଁ ଭାତ ପାଇଁ ତରକାରି ଆବଶ୍ୟକ, ୨ ବେଳା ଭାତ କଲେ ଚଳଣିରେ ଅସୁବିଧା ହେଉଛି। ରୁଟି ହେଲେ ଘରେ ପାଳିତ ଗାଈ କ୍ଷୀର ପକାଇ ଚଳିଯାଉ। ମାତ୍ର ଏବେ ଦୁଇ ଓଳା ଭାତ କଲେ ପରିବା କିଣିବା ପାଇଁ ସକ୍ଷମ ହୋଇପାରୁନୁ। ପୂର୍ବଭଳି ଗହମ ଯୋଗାଇ ଦିଆଗଲେ ଭଲ ହୁଅନ୍ତା। ରାଶନକାର୍ଡଧାରୀ ବାବୁରାମ ମଳିକ କୁହନ୍ତି, ଖାଦ୍ୟ ସୁରକ୍ଷା ଯୋଜନାରେ ଗହମ ଆଉ ଦିଆଯାଉ ନ ଥିବାରୁ ବୟସ୍କ ବ୍ୟକ୍ତି ଓ ମଧୁମେହ ରୋଗୀଙ୍କ ପାଇଁ ସମସ୍ୟା ଦେଖାଦେଲାଣି। ଖୁଚୁରା ବଜାରରେ ଗହମ ପର୍ଯ୍ୟାପ୍ତ ପରିମାଣରେ ମିଳୁ ନ ଥିଲା ବେଳେ ଦାମ୍‌ ମଧ୍ୟ ଅଧିକ। ସରକାର ଏ ଦିଗରେ ବିଚାର କରନ୍ତୁ ବୋଲି ସେ କହିଛନ୍ତି। ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ କୁହନ୍ତି, ସରକାର ରାଶନକାର୍ଡଧାରୀଙ୍କୁ ଗହମ ଯୋଗାଣ ବନ୍ଦ କରି ଦେଇଥିବାରୁ ଗରିବ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖୋଲା ବଜାରରୁ ଗହମ କିଣି ପରିବାରର ଆବଶ୍ୟକତା ପୂରଣ କରିବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ। ତେଣୁ ପୁନର୍ବାର ଗହମ ଯୋଗାଣ କରାଗଲେ ରାଶନକାର୍ଡଧାରୀମାନେ ଉପକୃତ ହେବେ। ଅନ୍ୟପକ୍ଷରେ ରାଶନକାର୍ଡଧାରୀଙ୍କୁ ଗହମ ମିଳୁଥିବା ବେଳେ କିଛି ଛୋଟ ଶିଳ୍ପ ମଧ୍ୟ ଉପକୃତ ହେଉଥିଲେ। ରାଶନକାର୍ଡଧାରୀଙ୍କ ଗହମ ପେଷି ଭଲ ଦୁଇ ପଇସା ପାଉଥିଲେ। ଏବେ ସେମାନେ ଗହମ ପେଷିବାକୁ ଆଉ ଅଟାକଳକୁ ଆସୁନାହାନ୍ତି। ଏହାର ପ୍ରଭାବ ଅଟାକଳ ଉପରେ ପଡ଼ୁଛି। ଗ୍ରାମାଞ୍ଚଳରେ ଥିବା ଅଟାକଳ ମାଲିକମାନେ କ୍ଷତି ସହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ନିଷ୍ପତ୍ତି: ପୁରୁଷ ଦଳର କୋଚ୍ ହେଲେ ମହିଳା କ୍ରିକେଟର

ନୂଆଦିଲ୍ଲୀ,୧୩।୫: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଇଂଲଣ୍ଡ କ୍ରିକେଟ ବୋର୍ଡ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଇଂଲଣ୍ଡର ପୂର୍ବତନ ମହିଳା ଉଇକେଟକିପର ସାରା ଟେଲରଙ୍କୁ ପୁରୁଷ…

୧୦୮୨୮ ରନ୍, ୩୮୦ ଉଇକେଟ… ସିଜିନ ମଝିରେ ହଠାତ୍ ଅବସର ନେଲେ ଅଭିଜ୍ଞ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୩।୫: ଇଂଲଣ୍ଡ କ୍ରିକେଟରୁ ଏକ ଚକିତ କଲାଭଳି ଖବର ସାମ୍ନାକୁ ଆସିଛି । ଇଂଲଣ୍ଡ ଟିମ୍‌ର ଅଭିଜ୍ଞ ଅଲରାଉଣ୍ଡର ଲିଆମ ଡସନ (Liam Dawson) ହଠାତ ପ୍ରଥମ…

ବଲାଙ୍ଗୀର ତୁଷୁରା ଗ୍ରୀଡରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା…

ବଲାଙ୍ଗୀର,୧୩।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଓପିଡିସିଏଲ ଗ୍ରୀଡ଼ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ରାତିରେ ହଠାତ୍ ଗ୍ରୀଡ଼ ପରିସରରୁ ଭୟଙ୍କର ନିଆଁ ଓ କଳା…

ଖୁବ୍ ଶୀଘ୍ର ଚାଲିବ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌; ରେଳ ମନ୍ତ୍ରଣାଳୟର ମଞ୍ଜୁରୀ, ବଲାଙ୍ଗୀରରେ ଖୁସିର ଲହରୀ

ବଲାଙ୍ଗୀର,୧୩।୫ (ସୁନିଲ କୁମାର ମହାନ୍ତି): ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ରେଳ ମନ୍ତ୍ରଣାଳୟ ପକ୍ଷରୁ ପୁରୀ ଏବଂ କୋରାପୁଟ ମଧ୍ୟରେ ଏକ…

ଧରିତ୍ରୀ ପ୍ରଭାବ: ପହଞ୍ଚିଲେ ଟେକ୍ନିକାଲ ଟିମ୍, ଆରମ୍ଭ ହେଲା ପାନୀୟଜଳ ପ୍ରକଳ୍ପ ମରାମତି

ଭେଡେନ,୧୩।୫(ହୃଷିକେଶ ଖମାରୀ)-ବରଗଡ଼ ଜିଲା ଭେଡେନ ବ୍ଲକ ଦେଶ ଭଟଲି ପଞ୍ଚାୟତ ଅନ୍ତର୍ଗତ ବିଶିପାଲି ଗ୍ରାମ ରାସ୍ତା ଉପରେ ଠିକାଦାର କଲର୍ଭଟ ନିର୍ମାଣ ଆରମ୍ଭ କରିବା ସମୟରେ ଜେସିବିରେ…

ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ବିଜୁ ଛାତ୍ର ଜନତାର ପ୍ରତିବାଦ, ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଚିତ୍ର ଦାହ କଲେ…

ବରଗଡ଼,୧୩।୫(ପ୍ରେମାନନ୍ଦ ଖମାରୀ): ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରତିବାଦ ଓ ବିରୋଧର ସ୍ବର ତେଜି ଉଠିଛି । ବରଗଡ଼ରେ ମଧ୍ୟ ଏହାର…

ଘୋଡ଼ାହାଡ଼ ପାଣି ପଞ୍ଚାୟତ ନିକଟରେ ଦୁର୍ଘଟଣା: ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା, ୨ ଜଣ…

ଦିଗପହଣ୍ଡି,୧୩|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ବୁଧବାର ରାତି ପ୍ରାୟ ସାଢେ…

ଚମକିଲେ ବିକାଶ ଆବାସିକ ବିଦ୍ୟାଳୟ ଛାତ୍ରୀଛାତ୍ର: ବାଣିଜ୍ୟରେ ମୟଙ୍କ,ବିଜ୍ଞାନରେ ଶିଳା ନୟନ ଜିଲା ଟପ୍ପର

ଭବାନୀପାଟଣା,୧୩।୫(ଉତ୍ତମ କୁମାର ଦାଶ)- ସିବିଏସ୍‌ଇ ଦ୍ଵାଦଶ ପରୀକ୍ଷାରେ ଭବାନୀପାଟଣା ସ୍ଥିତ ବିକାଶ ଆବାସିକ ବିଦ୍ୟାଳୟର ଛାତ୍ରୀଛାତ୍ର ଅଭୂତପୂର୍ବ ସଫଳତା ହାସଲ କରି ଜିଲାରେ ଚମକଛନ୍ତି। ବିଜ୍ଞାନ ବିଭାଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri