ତୋରଣ, ରାବଣ ଦରବାର ଏଥର ଆକର୍ଷଣ

ଅମରପାଲି,୧ା୧୦(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପକଣ୍ଠ ରଥପୁରରେ ହେଉଥିବା ଦୁର୍ଗାପୂଜା ଚଳିତବର୍ଷ ଦ୍ବିତୀୟ ବର୍ଷରେ ପଦାର୍ପଣ କରିଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି। ପୂଜା ପାଇଁ ପ୍ରାୟ ୨୦ରୁ ୨୫ ଲକ୍ଷ ଟଙ୍କାର ବଜେଟ କରାଯାଇଛି। ୧ତାରିଖରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୭ ତାରିଖରେ ସମ୍ପୂର୍ଣ୍ଣ ହେବ। ଚଳିତବର୍ଷ ସୁଉଚ୍ଚ ମେଢ ସାଙ୍ଗକୁ ଆକର୍ଷଣୀୟ ତୋରଣ ଏବଂ ରଙ୍ଗବେରଙ୍ଗର ଚିକ ମିକ ଆଲୋକରେ ସମଗ୍ର ଅଞ୍ଚଳ ସୁସଜ୍ଜିତ କରାଯାଉଛି। ଏହାସହିତ ମୀନାବଜାର ,ପ୍ରତ୍ୟହ ଆଧ୍ୟାତ୍ମିକ ଓ ଆଧୁନିକ ସାଂସ୍କୃତିକ କାର୍ଯ୍ୟକ୍ରମ,ସନ୍ଧ୍ୟାରେ ରାବଣ ଦରବାର ଓ ମେଲୋଡି କାର୍ଯ୍ୟକ୍ରମ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ। ସବୁ ବର୍ଗର ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ସର୍ବୋପରି ପୂଜାକୁ ଧୂମଧାମରେ ପାଳନ ଓ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ପୂଜା କମିଟିର ପ୍ରାୟ ୧୨୦ରୁ ଊର୍ଦ୍ଧ୍ୱ ସଦସ୍ୟ ଲାଗି ପଡିଛନ୍ତି। ଶନିବାର କଳସ ଯାତ୍ରା ହେବ। ଆସନ୍ତା ୨ତାରିଖ ରବିବାର ଦିନ ମୃଣ୍ମୟୀ ଦେବୀଙ୍କ ସପ୍ତମୀ ପୂଜା ,୩ ତାରିଖ ସୋମବାର ମହାଷ୍ଟମୀ ପୂଜା,୪ତାରିଖ ମହାନବମୀ ପୂଜା,୫ ତାରିଖ ବୁଧବାର ବିଜୟା ଦଶମୀ ପୂଜା ହେବାକୁ ସ୍ଥିର ହୋଇଛି। ପୂଜାର ସୁପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଛି। ସର୍ବସମ୍ମତିକ୍ରମେ ସ୍ବାଧୀନ ଖଟୁଆଙ୍କୁ ମୁଖ୍ୟ ଉପଦେଷ୍ଟା, ରାଜୀବ ଖେତି ଙ୍କୁ କାର୍ଯ୍ୟକାରୀ ସଭାପତି,ମଳୟ କୁମାର ଅମାତଙ୍କୁ ସମ୍ପାଦକ ଓ ପ୍ରଫୁଲ୍ଲ ଗାଇଗରିଆ ଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ପ୍ରତ୍ୟହ ସକାଳୁ ପୂଜାର୍ଚ୍ଚନା ସହିତ ହୋମଯଜ୍ଞ,ପୁଷ୍ପାଞ୍ଜଳି ଦିଆଯିବ। ସନ୍ଧ୍ୟା ବେଳେ ସନ୍ଧ୍ୟା ଆଳତି ସହିତ ସାଧାରଣ ଦର୍ଶନର ବ୍ୟବସ୍ଥା ରହିବ। ଶ୍ରଦ୍ଧାଳୁ ଯେପରି ଶାନ୍ତିଶୃଙ୍ଖଳାରେ ଦର୍ଶନ କରିବେ ସେନେଇ ପୋଲିସ ଓ କମିଟିର ସଦସ୍ୟ ସଜାଗ ରହିବେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଶନିବାର ଦିନ ଭକ୍ତି ଆରଧନା ଗୃପ ଦ୍ବାରା ଭଜନ ସମାରୋହ ଏବଂ ରାବଣ ଦରବାରର ଶୁଭାରମ୍ଭ ହେବ।ଏଥିରେ ଦେବେନ୍ଦ୍ର କନ୍ଧେର ରାବଣ ଭୂମିକାରେ ମୁକ୍ତାକାଶ ରଙ୍ଗମଞ୍ଚରେ ଅଭିନୟ କରିବେ। ୫ ତାରିଖ ବୁଧବାର ପର୍ଯ୍ୟନ୍ତ ପ୍ରତ୍ୟହ ସନ୍ଧ୍ୟାରେ ରାବଣ ଦରବାର ହେବ। ରବିବାର ଦିନ ଡଭଲା(ବିନିକା)ର ବନ୍ଦିତା ନାୟକଙ୍କ ଦ୍ବାରା ସୁନ୍ଦରାକାଣ୍ଡ ପାରାୟଣ ହେବ। ଏହାସହିତ ସନ୍ଧ୍ୟାରେ ଯୁଗିପାଲି ଓ ପଣ୍ଡକିଟାଲ ମଧ୍ୟରେ ସଂକୀର୍ତ୍ତନ ବୈଠକୀ ପରିବେଷଣ ହେବ। ସୋମବାର ଶାନ୍ତନୁ ସାହୁ ଓ ସାଥୀଙ୍କ ହରିଓଁ ମେଲୋଡି ଦ୍ବାରା ସମ୍ବଲପୁରୀ ଆର୍କେଷ୍ଟା, ମଙ୍ଗଳବାର ରୁକୁ ସୁନା ସାଥୀଙ୍କ ଦ୍ବାରା ସମ୍ବଲପୁରୀ ମେଲୋଡି, ୫ତାରିଖ ବୁଧୁବାର କୃଷ୍ଣଗୁରୁ ଓ ରାବଣପୋଡି କାର୍ଯ୍ୟକ୍ରମ ହେବ। ୬ ତାରିଖ ଗୁରୁବାର ବୀରମହାରାଜପୁର ସୁର ମେଲୋଡି ଦ୍ବାରା ଅର୍କେଷ୍ଟା ହେବ। ୭ତାରିଖରେ ଭସାଣି ହେବ। ଏଥିରେ ଦୁଲଦୁଲି ,ଡିଜେ ସହିତ ପାରମ୍ପରିକ ନୃତ୍ୟ ଦଳ ସାମିଲ ହେବେ।

ଏଠାକାର ପୂଜା ଖୁବ କମ୍‌ ଦିନରେ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିଛି। ଏଥର କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିବା ଓ ସଫଳ କରିବା ପାଇଁ ସମସ୍ତ ସଦସ୍ୟ, କର୍ମକର୍ତ୍ତା ଓ ଗ୍ରାମବାସୀ ଖୁବ ପରିଶ୍ରମ କରୁଛନ୍ତି।
ସ୍ବାଧୀନ ଖଟୁଆ, ମୁଖ୍ୟ ଉପଦେଷ୍ଟ, ପୂଜା କମିଟି

ଚଳିତବର୍ଷ ଉଭୟ ଦିନ ବେଳା ଓ ସନ୍ଧ୍ୟାରେ ଭିନ୍ନ ଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପାରାୟଣ, ଭଜନ କାର୍ଯ୍ୟକ୍ରମ,ମୁକ୍ତାକାଶ ରଙ୍ଗମଞ୍ଚରେ ରାବଣ ଦରବାର ଓ ରାବଣ ପୋଡି, ମେଲୋଡି, କୃଷ୍ଣଗୁରୁ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ରାଜୀବ ଖେତି, କାର୍ଯ୍ୟକାରୀ ସଭାପତି, ପୂଜା କମିଟି

ଚଳିତବର୍ଷ ପୂଜା ଦ୍ବିତୀୟ ବର୍ଷରେ ପହଞ୍ଚିଛି।ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ପ୍ରକାର କାର୍ଯ୍ୟକ୍ରମ କରାଯାଉଛି।ସାଜସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରାୟ ୨୦ରୁ ୨୫ ଲକ୍ଷ ଟଙ୍କାର ବଜେଟ କରାଯାଇଛି।
ପ୍ରଫୁଲ୍ଲ ଗାଇଗରିଆ, କୋଷାଧ୍ୟକ୍ଷ,ପୂଜା କମିଟି

ସନ୍ଧ୍ୟାଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶା କରାଯାଉଛି। ଏଣୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଓ ପୂଜା କମିଟିର ସଦସ୍ୟ ସଜାଗ ରହିବେ ।
ମଳୟ କୁମାର ଅମାତ, ସମ୍ପାଦକ,ପୂଜାକମିଟି


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

ଟୁକୁନୀଙ୍କ ମନ୍ତବ୍ୟକୁ ନେଇ ପଦ୍ମପୁରରେ ଝଡ଼

ପଦ୍ମପୁର, ୨୮ା୪(ପ୍ରଦୀପ୍ତ ଦାଶ)ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ପ୍ରାର୍ଥତ୍ନୀ...

ବରୀରେ ପ୍ରାର୍ଥୀ ଘୋଷଣା କରିପାରୁନି ଭାଜପା

ବରୀ,୨୮ା୪(ମହେନ୍ଦ୍ର ସ୍ବାଇଁ)ଯାଜପୁର ଜିଲାର ବରୀ ନିର୍ବାଚନମଣ୍ଡଳୀରେ ଭାଜପା ଏଯାଏ ପ୍ରାର୍ଥୀ ଦେଇପାରିନାହିଁ। ଏଠାରେ ବିଜେଡି ବିଶ୍ୱରଞ୍ଜନ ମଲ୍ଲିକ ଓ କଂଗ୍ରେସ ଆରତୀ ଦେଓଙ୍କୁ ପ୍ରାର୍ଥୀ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri