ଭାବରେ ଭିଜିଲେ ଭକ୍ତ

ଜଗତସିଂହପୁର ଅଫିସ, ୨ା୭: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନେଇ ସାରା ଜଗତ୍‌ସିଂହପୁର ଜିଲାରେ ଶୁକ୍ରବାର ଭାବାବେଗ ପରିବେଶ ସୃଷ୍ଟି ହୋଇଥିଲା। ଏହି ଯାତ୍ରା ସମୟରେ ଅନେକ ସ୍ଥାନରେ ଜଗନ୍ନାଥ ପ୍ରେମୀମାନେ ଭାବ ବିହ୍ବଳିତ ହୋଇ ପଡ଼ିିଥିଲେ। ଏହି ଅବସରରେ ସିଦ୍ଧଳସ୍ଥିତ ବଳଦେବଜୀଉ ମନ୍ଦିର ପରିଚାଳନା କମିଟି ଆନୁକୂଲ୍ୟରେ ରଥଯାତ୍ରା ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା। ପ୍ରାତଃ ସମୟରୁ ମଙ୍ଗଳ ଆଳତି, ସ୍ନାନାଦି ନିତ୍ୟକ୍ରିୟା, ମଙ୍ଗଳାର୍ପଣ, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା, ପାକଶାଳା ପୂଜା, ବୈଷ୍ଣବାଗ୍ନି ସଂସ୍କାର, ଷୋଡ଼ଶ ଉପଚାର ଆଦି ପୂଜା ରୀତି ନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା। ମଧ୍ୟାହ୍ନରେ ଧୂପ ଓ ଏହା ପରେ ରଥ ପ୍ରତିଷ୍ଠା ପତାକା ଲାଗି କରାଯାଇଥିଲା। ଅପରାହ୍ନରେ ପ୍ରଭୁଙ୍କ ରଥାରୋହଣ ଏବଂ ପହଣ୍ଡିବିଜେ ଅନୁଷ୍ଠିତ ହୋଇଥିଲା । ଏଥର ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ ଠାକୁର ରାଜା ଭାବେ ରଥ ମାର୍ଜନା ଓ ଛେରା ପହଁରା କରିଥିଲେ। ଏହାପରେ ଆରତି ଦର୍ଶନ, ସର୍ବସାଧାରଣ ଭୋଗ ଲାଗି ଓ ରଥଚାଳନା କରାଯାଇଥିଲା। ସହସ୍ରାଧିକ ଭକ୍ତଙ୍କ ସମାଗମ ଭିତରେ ରଥ ଗଡି ଶେଷରେ ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚତ୍ଥିଲା । ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ତରଫରୁ ସୁରକ୍ଷା ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଥିଲ। ସେହିପରି ଜଗତ୍‌ସିଂହପୁର ବ୍ଲକ ଅନ୍ତର୍ଗତ ଖଇରଙ୍ଗ ଗ୍ରାମରେ ପ୍ରଫୁଲ ପାଠାଗାର ଓ ଖଇରଙ୍ଗ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ଖଇରଙ୍ଗ ଗ୍ରାମସ୍ଥିତ ଭାଗବତ ଟୁଙ୍ଗୀରୁ ଚତୁର୍ଦ୍ଧାମୁରତିଙ୍କୁ ପହଣ୍ଡି ପରେ ଠାକୁର ରାଜା ଡ. ମନୋରଞ୍ଜନ ନନ୍ଦ ଛେରାପହଁରା କରିଥିଲେ। ପରେ ରଥ ଟଣା ହୋଇ ପ୍ରଫୁଲ ପାଠାଗାର ନିକଟରେ ପହଞ୍ଚତ୍ଥିଲା। ଏହି ସମୟରେ ଝାଞ୍ଜ, ଗିନି ଓ ମୃଦଙ୍ଗ ଆଦି ବାଦ୍ୟରୋଳ ସମଗ୍ର ଅଞ୍ଚଳରେ ନିଆରା ପରିବେଶ ସୃଷ୍ଟି କରିଥିଲା । ପୂଜକ ଭାବେ ରବି ପତି ଓ ମନୋରଞ୍ଜନ ଦାଶ ପୂଜାର୍ଚ୍ଚନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପାଠାଗାର ସଭାପତି ରବୀନ୍ଦ୍ରନାଥ ତ୍ରିପାଠୀ, ସୋସାଇଟି ଫର ରୁରାଲ ଡେଭଲପମେଣ୍ଟର ସଭାପତି ବଂଶୀଧର ଆଚାର୍ଯ୍ୟ, ପାଠାଗାର ସମ୍ପାଦକ ସୁରେନ୍ଦ୍ର କୁମାର ରାୟ, ଉପଦେଷ୍ଟା ବିଜୟ କୁମାର ପତି, ମୁଖ୍ୟ ପୃଷ୍ଠପୋଷକ ପ୍ରସନ୍ନ କୁମାର ଦାଶ, ନିରଞ୍ଜନ ଦାଶ, ପ୍ରଶାନ୍ତ କୁମାର ଦାଶ, ହିମାଂଶୁ ଦାଶ, ପ୍ରମୋଦ ଦାଶ, ସମୀର ଦାଶ, ଶକ୍ତିଧର ମିଶ୍ର, ଶରତ କୁମାର ଦାଶ ପ୍ରମୁଖ ସହାୟତା କରିଥିଲେ । ଏହାଛଡା ଜଗତ୍‌ସିଂହପୁର ସହରର ପାଣିଶାଳିଆ, ବାରଙ୍ଗ ଏବଂ ପୋକପୁର ଆଦି ଏକାଧିକ ସ୍ଥାନରେ ରଥଯାତ୍ରା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri