ଭାବରେ ଭିଜିଲେ ଭକ୍ତ

ଜଗତସିଂହପୁର ଅଫିସ, ୨ା୭: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନେଇ ସାରା ଜଗତ୍‌ସିଂହପୁର ଜିଲାରେ ଶୁକ୍ରବାର ଭାବାବେଗ ପରିବେଶ ସୃଷ୍ଟି ହୋଇଥିଲା। ଏହି ଯାତ୍ରା ସମୟରେ ଅନେକ ସ୍ଥାନରେ ଜଗନ୍ନାଥ ପ୍ରେମୀମାନେ ଭାବ ବିହ୍ବଳିତ ହୋଇ ପଡ଼ିିଥିଲେ। ଏହି ଅବସରରେ ସିଦ୍ଧଳସ୍ଥିତ ବଳଦେବଜୀଉ ମନ୍ଦିର ପରିଚାଳନା କମିଟି ଆନୁକୂଲ୍ୟରେ ରଥଯାତ୍ରା ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା। ପ୍ରାତଃ ସମୟରୁ ମଙ୍ଗଳ ଆଳତି, ସ୍ନାନାଦି ନିତ୍ୟକ୍ରିୟା, ମଙ୍ଗଳାର୍ପଣ, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା, ପାକଶାଳା ପୂଜା, ବୈଷ୍ଣବାଗ୍ନି ସଂସ୍କାର, ଷୋଡ଼ଶ ଉପଚାର ଆଦି ପୂଜା ରୀତି ନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା। ମଧ୍ୟାହ୍ନରେ ଧୂପ ଓ ଏହା ପରେ ରଥ ପ୍ରତିଷ୍ଠା ପତାକା ଲାଗି କରାଯାଇଥିଲା। ଅପରାହ୍ନରେ ପ୍ରଭୁଙ୍କ ରଥାରୋହଣ ଏବଂ ପହଣ୍ଡିବିଜେ ଅନୁଷ୍ଠିତ ହୋଇଥିଲା । ଏଥର ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ ଠାକୁର ରାଜା ଭାବେ ରଥ ମାର୍ଜନା ଓ ଛେରା ପହଁରା କରିଥିଲେ। ଏହାପରେ ଆରତି ଦର୍ଶନ, ସର୍ବସାଧାରଣ ଭୋଗ ଲାଗି ଓ ରଥଚାଳନା କରାଯାଇଥିଲା। ସହସ୍ରାଧିକ ଭକ୍ତଙ୍କ ସମାଗମ ଭିତରେ ରଥ ଗଡି ଶେଷରେ ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚତ୍ଥିଲା । ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ତରଫରୁ ସୁରକ୍ଷା ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଥିଲ। ସେହିପରି ଜଗତ୍‌ସିଂହପୁର ବ୍ଲକ ଅନ୍ତର୍ଗତ ଖଇରଙ୍ଗ ଗ୍ରାମରେ ପ୍ରଫୁଲ ପାଠାଗାର ଓ ଖଇରଙ୍ଗ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ଖଇରଙ୍ଗ ଗ୍ରାମସ୍ଥିତ ଭାଗବତ ଟୁଙ୍ଗୀରୁ ଚତୁର୍ଦ୍ଧାମୁରତିଙ୍କୁ ପହଣ୍ଡି ପରେ ଠାକୁର ରାଜା ଡ. ମନୋରଞ୍ଜନ ନନ୍ଦ ଛେରାପହଁରା କରିଥିଲେ। ପରେ ରଥ ଟଣା ହୋଇ ପ୍ରଫୁଲ ପାଠାଗାର ନିକଟରେ ପହଞ୍ଚତ୍ଥିଲା। ଏହି ସମୟରେ ଝାଞ୍ଜ, ଗିନି ଓ ମୃଦଙ୍ଗ ଆଦି ବାଦ୍ୟରୋଳ ସମଗ୍ର ଅଞ୍ଚଳରେ ନିଆରା ପରିବେଶ ସୃଷ୍ଟି କରିଥିଲା । ପୂଜକ ଭାବେ ରବି ପତି ଓ ମନୋରଞ୍ଜନ ଦାଶ ପୂଜାର୍ଚ୍ଚନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପାଠାଗାର ସଭାପତି ରବୀନ୍ଦ୍ରନାଥ ତ୍ରିପାଠୀ, ସୋସାଇଟି ଫର ରୁରାଲ ଡେଭଲପମେଣ୍ଟର ସଭାପତି ବଂଶୀଧର ଆଚାର୍ଯ୍ୟ, ପାଠାଗାର ସମ୍ପାଦକ ସୁରେନ୍ଦ୍ର କୁମାର ରାୟ, ଉପଦେଷ୍ଟା ବିଜୟ କୁମାର ପତି, ମୁଖ୍ୟ ପୃଷ୍ଠପୋଷକ ପ୍ରସନ୍ନ କୁମାର ଦାଶ, ନିରଞ୍ଜନ ଦାଶ, ପ୍ରଶାନ୍ତ କୁମାର ଦାଶ, ହିମାଂଶୁ ଦାଶ, ପ୍ରମୋଦ ଦାଶ, ସମୀର ଦାଶ, ଶକ୍ତିଧର ମିଶ୍ର, ଶରତ କୁମାର ଦାଶ ପ୍ରମୁଖ ସହାୟତା କରିଥିଲେ । ଏହାଛଡା ଜଗତ୍‌ସିଂହପୁର ସହରର ପାଣିଶାଳିଆ, ବାରଙ୍ଗ ଏବଂ ପୋକପୁର ଆଦି ଏକାଧିକ ସ୍ଥାନରେ ରଥଯାତ୍ରା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

କୋଟିଆ ଜଙ୍ଗଲରେ ଆନ୍ଧ୍ର ପୋଲିସର ଅଚାନକ ଚଢ଼ାଉ: ବିପୁଳ ରନ୍ଧା ମଦ ଓ ଗୁଡ଼ ଜବତ ପରେ ନଷ୍ଟ, ଖସିଗଲେ…

ପଟ୍ଟାଙ୍ଗି,୧୦ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ବିବାଦୀୟ କୋଟିଆ ପଞ୍ଚାୟତର ଜଙ୍ଗଲରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି।…

ବୋଲେରୋରେ ଚାଲାଣ ହେଉଥିଲା କଫ୍‌ ସିରପ୍‌: ବରଗଡ଼ରେ ପୋଲିସର ଚଢ଼ାଉ, ୧୨୦୦ ବୋତଲ ସହ ଧରାପଡ଼ିଲେ…

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସକୁ କଫ୍‌ ସିରପ୍‌ ଚୋରା କାରବାର ବିରୋଧରେ ଶନିବାର ସକାଳେ ଏକ ବଡ଼ ସଫଳତା ମିଳିଛି। ବେଆଇନ କଫ୍‌ ସିରପ୍‌…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?