Posted inଜାତୀୟ

ଥରେ ନୁହେଁ ୪ ଥର ପ୍ରେମରେ ପଡିଥିଲେ ରତନ ଟାଟା, କିନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଶିଳ୍ପ ଜଗତରେ ରତନ ଟାଟା ଏକ ମାଇଲ ଖୁଣ୍ଟ ସୃଷ୍ଟି କରିଛନ୍ତି। ୮୬ ବୟସରେ ଆମକୁ ଛାଡି ଚାଲିଯାଇଛନ୍ତି ଦେଶର ସବୁଠାରୁ ବଡ଼ ଉଦ୍ୟୋଗପତି ଓ ଦାନବୀର। ଅକ୍ଟୋବର ୯ତାରିଖ ରାତିରେ ସେ ସମସ୍ତଙ୍କୁ ଶୋକ ସମୁଦ୍ରରେ ଭସାଇ ଆରପାରିକୁ ଚାଲି ଯାଇଛନ୍ତି। ତେବେ ବହୁବାର ପ୍ରେମରେ ବିଚ୍ଛେଦ ପରେ ସେ କେବେ ବିବାହ କରି ନାହାନ୍ତି। ଏଥିପାଇଁ ଜୀବନ ଯାକ ସେ ଏକାକୀ ଜୀବନ ବିତାଇ ଦେଇଥିଲେ ହେଁ କେବେ ଭାଙ୍ଗି ପଡି ନାହାନ୍ତି। ରତନ ଟାଟାଙ୍କ ଆନୁମାନିକ ନେଟଓ୍ବର୍ଥ ହେଉଛି ୩୬୦୦ କୋଟି। ଏବେ ତାଙ୍କ ଟାଟାର ବିରାଟ ସାମ୍ରାଜ୍ୟ ଏକାକୀ ପଡି ଯାଇଛି। ଟାଟାଙ୍କର ଉତ୍ତରାଧିକାରୀ କେହି ନ ଥିବାବେଳେ ଏବେ ତାଙ୍କର ବ୍ୟବସାୟକୁ ତାଙ୍କର ସାବତ ଭାଇ ସମ୍ଭାଳିବେ ବୋଲି ଜଣାପଡିଛି।

ନିଜ ପ୍ରଫେସନାଲ ଲାଇଫ୍‌ରେ ଖୁବ ସଫଳତା ପାଇଥିବା ରତନ ଟାଟା କିନ୍ତୁ ନିସଙ୍ଗ ଜୀବନ କାଟିଥିଲେ । ଏତେ ବଡ଼ ବ୍ୟକ୍ତିତ୍ୱ ହୋଇ ବି ସେ ବିବାହ କରି ନ ଥିଲେ । କିନ୍ତୁ ଯୁବାବସ୍ଥାରେ ସେ ୪-୪ ଥର ପ୍ରେମରେ ପଡିଥିଲେ। ହେଲେ ବିବାହ କରିପାରି ନ ଥିଲେ। ଏକଥା ଖୋଦ ରତନ ଟାଟା କହିଛନ୍ତି।

ତାଙ୍କ କହିବାନୁଯାୟୀ, ଆମେରିକାର ଲସ ଏଞ୍ଜଲସରେ ଚାକିରି କରୁଥିବା ବେଳେ ସେ ଜଣେ ଯୁବତୀଙ୍କ ପ୍ରେମରେ ପଡିଥିଲେ। ଏହି କଥା ବିବାହ ପର୍ଯ୍ୟନ୍ତ ପହଞ୍ଚିଥିଲା। ମାତ୍ର ସେତେବେଳେ ଜେଜେମା’ଙ୍କ ଅସୁସ୍ଥତା ହେତୁ ସେ ଭାରତ ଫେରିବାକୁ ବାଧ୍ୟ ହୋଇଥିଲେ। ରତନ ଟାଟାଙ୍କ ବିଶ୍ୱାସ ଥିଲା, ତାଙ୍କ ପଛେ ପଛେ ତାଙ୍କ ପ୍ରେମ ବି ଭାରତ ଆସିବ । ମାତ୍ର ସେପରି କିଛି ହୋଇ ନ ଥିଲା। ୧୯୬୨ ମସିହାରେ ଭାରତ-ଚାଇନା ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ଉକ୍ତ ଯୁବତୀଙ୍କ ମାତାପିତା ଆଉ ତାଙ୍କୁ ଭାରତ ଛାଡି ନ ଥିଲେ। ଫଳରେ ରତନ ଟାଟାଙ୍କ ପ୍ରେମ କାହାଣୀ ଅଧୁରା ରହି ଯାଇଥିଲା।

କେବଳ ସେତିକି ନୁହେଁ, ବି – ଟାଉନ୍‌ରେ ବି ଜଣେ ଅଭିନେତ୍ରୀଙ୍କ ସହ ରତନ ଟାଟାଙ୍କ ନାମ ଯୋଡି ହୋଇଥିଲା। ଏହାକୁ ନେଇ ଖୁବ ଗୁଜବ ହୋଇଥିଲେ ବି ଉଭୟ ଜୀବନସାଥୀ ହୋଇ ପାରି ନ ଥିଲେ। ସେହିପରି ବଲିଉଡ ଅଭିନେତ୍ରୀ ସିମି ଗ୍ରେୱାଲଙ୍କ କଥା ମଧ୍ୟ ଉଠିଥିଲା। ସିମି ଗ୍ରେୱାଲ ୬୦ ଦଶକରେ ବଲିଉଡର ଜଣେ ସଫଳ ଅଭିନେତ୍ରୀ ଥିବା ବେଳେ ଏକ ଶୋ’ ବି ହୋଷ୍ଟ କରିଥିଲେ। ରତନ ଟାଟା ବି ତାଙ୍କ ଶୋ’କୁ ଗେଷ୍ଟ ହୋଇ ଯାଇଥିଲେ। ୨୦୧୧ ମସିହାରେ ଦେଇଥିବା ଏକ ସାକ୍ଷାତକାରରେ ରତନ ଟାଟାଙ୍କୁ ଡେଟ କରିବା କଥା ସ୍ବୀକାର କରିଥିଲେ।
ସିମି କହିଥିଲେ, ରତନ ଟାଟା ଜଣେ ଅସାଧାରଣ ମଣିଷ ଥିଲେ, ତାଙ୍କ ବ୍ୟକ୍ତିତ୍ୱ ଚମତ୍କାର । ତାଙ୍କର ଟଙ୍କା ପ୍ରତି କେବେ ବି ତାଙ୍କ ଲୋଭ କି ଦୁର୍ବଳତା ନ ଥିଲା। ଏହା ମୋତେ ଖୁବ ଆକୃଷ୍ଟ କରିଥିଲା ବୋଲି କହିଥିଲେ ସିମି । ଉଭୟଙ୍କ ରୋମାନ୍ସ ଚାଲିଥିବା ଖବର ଖୁବ ପ୍ରଚାର ହେଉଥିଲେ ବି ଉଭୟ ବିବାହ ଯାଏଁ ପହଞ୍ଚି ପାରି ନ ଥିଲେ। କିନ୍ତୁ ଉଭୟ ଖୁବ ଭଲ ବନ୍ଧୁ ପାଲଟି ଯାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri