Posted inଖେଳ

ଏହି ବୋଲରଙ୍କ ସାମ୍ନାରେ ବିବଶ ହୋଇଯାଉଛନ୍ତି କୋହଲି; ଆଉଟ୍‌ ହେବା ପରେ ସାମ୍ନାକୁ ଆସିଲା….

ନୂଆଦିଲ୍ଲୀ,୨୭।୩: ଭାରତୀୟ ଟିମ୍‌ର ଅଧିନାୟକ ବିରାଟ କୋହଲି ଏଭଳି ଜଣେ ଷ୍ଟାର ବ୍ୟାଟ୍ସମ୍ୟାନ୍‌, ଯାହାଙ୍କୁ ସାମ୍ନା କରିବାକୁ ବୋଲରମାନେ ଦ୍ୱିଧା ପ୍ରକାଶ କରିଥାନ୍ତି। ଘରୋଇ ହେଉ ଅଥବା ବିଦେଶ ମଇଦାନରେ ଏହି ବ୍ୟlଟ୍ସମ୍ୟାନ୍‌ ନିଜର ଦମ୍‌ ଦେଖାଇବାର କ୍ଷମତା ରଖିଛନ୍ତି। ହେଲେ କିଛି ବୋଲର କୋହଲିଙ୍କୁ କିଭଳି ଆଉଟ୍‌ କରିବେ ତାହା ଜାଣି ସାରିଛନ୍ତି। ପୁଣେରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ଆଦିଲ ରସିଦ ବିରାଟଙ୍କ ଉଇକେଟ ନେବା ପରେ ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି।

ବିରାଟ ଦ୍ୱିତୀୟ ଦିନିକିଆରେ ୭୯ ବଳ୍‌ରୁ ୩ ଚୌକା ଏବଂ ୧ ଛକା ସହ ୬୬ରନ୍‌ର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ହେଲେ ରସିଦଙ୍କ ବଲ୍‌ରେ ଉଇକେଟକିପର ଜୋଶ ବଟଲରଙ୍କୁ କ୍ୟାଚ୍‌ ଦେଇଥିଲେ। ଦୀର୍ଘ ସମୟ ଧରି କୋହଲି ଶତକ ମାରିବାରୁ ବଞ୍ଚିତ ହେଉଥିବାରୁ ଏଥର ସୁଯୋଗ ହାତଛଡ଼ା କରିବାକୁ ଚାହୁଁ ନ ଥିଲେ। ବେଶ ସଂଯମତାର ସହ ଖେଳୁଥିଲେ ହେଁ ବିଦେଶୀ ସ୍ପିନର ରସିଦ ମ୍ୟାଚ୍‌ର ୩୨ ଓଭରର ଶେଷ ବଲ୍‌ରେ ଉଇକେଟ ନେଇଥିଲେ। ବିରାଟ ପଏଣ୍ଟ ଦିଗରେ ଏକ ଶଟ୍‌ ଖେଳିବାକୁ ଚାହୁଁଥିଲେ। କିନ୍ତୁ ରସିଦ ତାଙ୍କୁ ନିଜ ଜାଲରେ ଫସାଇ ଭାରତକୁ ଝଟକା ଦେଇଥିଲେ। ପୂର୍ବରୁ କୋହଲି ୩୫ରନ୍‌ରେ ଖେଳୁଥିବା ବେଳେ ରସିଦଙ୍କ ଅନ୍ୟ ଏକ ବଲ୍‌ରେ କ୍ୟାଚ୍‌ ଦେଇଥିଲେ। ହେଲେ ବଟଲରଙ୍କ ଯୋଗୁ ସେ ଜୀବନଦାନ ପାଇଥିଲେ।

କୋହଲି ଲଗାତାର ଭାବେ ରସିଦଙ୍କ ବଲ୍‌ର ଶିକାର ହେଉଥିବା ନଜର ଆସୁଛି। ଅନ୍ତର୍ଜାତୀୟ କ୍ରିକେଟରେ ଏପରି ୯ମ ଥର ପାଇଁ ହୋଇଛି। କୋହଲିଙ୍କୁ ଅଧିକାଂଶ ଥର ଆଉଟ୍‌ କରିବା ମାମଲାରେ ରସିଦ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଏହି ମାମଲାରେ ଶୀର୍ଷରେ ରହିଛନ୍ତି ନ୍ୟୁଜିଲାଣ୍ଡର ଟିମ୍‌ ସାଉଥୀ। ସେ ୧୦ ଥର ବିରାଟଙ୍କ ଉଇକେଟ ନେଲେଣି। ସେହିଭଳି ଜେମ୍ସ ଆଣ୍ଡରସନ ୮ ଥର ବିରାଟଙ୍କ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?