ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧରେ ବିରଳ ଧାତୁ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ଶାସନ ଭାର ଗ୍ରହଣ କରିବା ପରେ ଆମେରିକା ଓ ଚାଇନା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଛି। ଏହି ଦୁଇ ଦେଶ ହେଉଛନ୍ତି ପୃଥିବୀର ଦୁଇ ବୃହତ୍‌ ଆର୍ଥିକ ଶକ୍ତିଶାଳୀ ରାଷ୍ଟ୍ର। ଗୋଟିଏ ଦେଶ ଆର୍ଥିକ ଭାବେ ଅନ୍ୟ ଦେଶକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଛି। ଆମେରିକା ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଅଧିକ ଟାରିଫ ବା ଆମଦାନୀ ଶୁଳ୍କ ଲଗାଇଛି। ଏହାର ଜବାବରେ ଚାଇନା ଆମେରିକାରୁ ଆମଦାନୀ ସାମଗ୍ରୀ ଉପରେ ମଧ୍ୟ ଅଧିକ ଶୁଳ୍କ ଘୋଷଣା କରିଛି।
ଏହି ବାଣିଜ୍ୟ ଯୁଦ୍ଧରେ ଚାଇନା ହାତରେ ଅଛି ଗୋଟିଏ ଆମୋଘ ଅସ୍ତ୍ର। ତାହା ହେଉଛି ସାତଟି ବିରଳ ଧାତୁ। ମୌଳିକ ପଦାର୍ଥର ପର୍ଯ୍ୟାୟ ସାରଣୀରେ ସତରଟି ବିରଳ ଧାତୁ ଅଛି। ଏଗୁଡ଼ିକ ବିରଳ କହିବାର ତାତ୍ପର୍ଯ୍ୟ ହେଉଛି ଯେ, ଭୂଗର୍ଭରେ ଏହାର ପରିମାଣ ହେଉଛି ବହୁତ କମ୍‌ ଏବଂ ପୁନଶ୍ଚ ଏହା ନିର୍ଦ୍ଦିଷ୍ଟ କେତେକ ଦେଶରେ ଉଲବ୍‌ଧ ହୋଇଥାଏ। ଅବଶ୍ୟ ସତରଟି ବିରଳ ମୌଳିକ ପଦାର୍ଥ ମଧ୍ୟରୁ କେତୋଟି ବାସ୍ତବରେ ବିରଳ ନୁହେଁ ଏବଂ ଏଗୁଡ଼ିକ ଭୂଗର୍ଭରେ ବହୁଳ ପରିମାଣରେ ଥିବାର ଜଣାଯାଇଛି। ମାତ୍ର ଆବିଷ୍କାର ସମୟରେ ଏଗୁଡ଼ିକ ବିରଳ ଥିବାରୁ ଏଗୁଡ଼ିକର ନାମ ଆଜିପର୍ଯ୍ୟନ୍ତ ସେହିପରି ଅଛି।
ଚାଇନା ଯେଉଁ ସାତଟି ବିରଳ ଓ ମୂଲ୍ୟବାନ ଧାତୁକୁ ବାଣିଜ୍ୟ ଯୁଦ୍ଧରେ ଅସ୍ତ୍ର କରିଛି, ପ୍ରକୃତରେ ସେଗୁଡ଼ିକ ହେଉଛି ବିରଳ। ଏଥିରୁ ଅନେକ ଧାତୁ ମୁଖ୍ୟତଃ ଚାଇନାରେ ଉଲବ୍‌ଧ ଖଣିକୁ ନିଜ ଅକ୍ତିଆରରେ ରଖିଛି। ବର୍ତ୍ତମାନ ଚାଇନା ଏହି ସାତଟି ବିରଳ ଧାତୁକୁ ଆମେରିକାକୁ ରପ୍ତାନି ପାଇଁ ନିଷେଧ କରିଛି। ଏହାର ପ୍ରଭାବ କେବଳ ଆମେରିକାରେ ନୁହେଁ, ବରଂ ସମଗ୍ର ପୃଥିବୀରେ ଅନୁଭୂତ ହେବ। ଏହି ସାତଟି ବିରଳ ଧାତୁ ହେଉଛି ସମରିୟମ୍‌, ଗାଡୋଲିନିୟମ୍‌, ଟର୍ବିୟମ୍‌, ଡାଇସ୍ପ୍ରୋସିୟମ୍‌, ଲୁଟେଟିୟମ୍‌, ସ୍କାଣ୍ଡିୟମ୍‌ ଏବଂ ୟିଟିୟମ୍‌।
ଏହି ଧାତୁଗୁଡ଼ିକ ଜେଟ୍‌ ଇଞ୍ଜିନ, ଲେଜର, କାର୍‌, ହେଡ୍‌ଲାଇଟ୍‌ ଏବଂ କେତେକ ସ୍ପାର୍କ ପ୍ଲଗ ଓ କାପାସିଟର ଉତ୍ପାନରେ ବ୍ୟବହୃତ ହୁଏ। ଏଗୁଡ଼ିକ ମଧ୍ୟ କମ୍ପ୍ୟୁଟର ଚିପ୍‌ ଓ ସ୍କାର୍ଟଫୋନ୍‌ ପାଇଁ ଦରକାର ହେଉଛି। ଏଗୁଡ଼ିକ ଯାନବାହନ, ସେମିକଣ୍ଡକ୍ଟର, ଏରୋସ୍ପେସ୍‌, ରକେଟ, ବିଦ୍ୟୁତ୍‌ ଗାଡ଼ି, କୃତ୍ରିମ ବୁଦ୍ଧିମତ୍ତା ଆଦି ଶିଳ୍ପ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। ଏହି ଧାତୁଗୁଡ଼ିକ ପାଇଁ ଚାଇନା ଉପରେ ଆମେରିକା ବହୁମାତ୍ରାରେ ନିର୍ଭରଶୀଳ। ଏହି ବିରଳ ଧାତୁଗୁଡ଼ିକ ହେଉଛି ଆମେରିକା ପ୍ରତିରକ୍ଷା ଶିଳ୍ପର ମେରୁଦଣ୍ଡ। ଏହା ବ୍ୟତୀତ କାର, ଡ୍ରୋନ, ରୋବୋଟ, କ୍ଷେପଣାସ୍ତ୍ର ଆଦିରେ ବ୍ୟବହୃତ ହେଉଥିବା ଚୁମ୍ବକ ମଧ୍ୟ ଚାଇନାରୁ ଆମେରିକା ଯାଇଥାଏ। ବର୍ତ୍ତମାନ ଚାଇନା ଏହି ଚୁମ୍ବକ ରପ୍ତାନି ଉପରେ ମଧ୍ୟ କଟକଣା କରିଛି। ସୂଚନାଯୋଗ୍ୟ ଯେ, ଏହି ଶକ୍ତିଶାଳୀ ଚୁମ୍ବକଗୁଡ଼ିକ ବିରଳ ଧାତୁରେ ନିର୍ମିତ ହୋଇଥାଏ।
ବିରଳ ଧାତୁ ଗଚ୍ଛିତ ଥିବା ଦେଶଗୁଡ଼ିକ ଯଥା ଚାଇନା, ଭିଏଟ୍‌ନାମ, ବ୍ରାଜିଲ ଓ ରୁଷିଆ ପରେ ରହିଛି ଭାରତ । ଚାଇନାରେ ପୃଥିବୀର ମୋଟ ବିରଳ ଧାତୁର ୪୪ ପ୍ରତିଶତ ଥିବାବେଳେ ଭିଏଟ୍‌ନାମ, ବ୍ରାଜିଲ, ରୁଷିଆ ଓ ଭାରତରେ ଏହା ଯଥାକ୍ରମେ ହେଉଛି ୨୨, ୨୧, ୧୯ ଓ ୬.୯ ପ୍ରତିଶତ। ଏହା ବ୍ୟତୀତ ଅଷ୍ଟ୍ରେଲିଆରେ ୪.୨ ପ୍ରତିଶତ, ଆମେରିକାରେ ୨.୩ ପ୍ରତିଶତ ଏବଂ ଗ୍ରୀନଲାଣ୍ଡରେ ୧.୫ ପ୍ରତିଶତ ବିରଳ ଧାତୁ ଗଚ୍ଛିତ ଅଛି। ଆମେରିକାରେ କେବଳ ଗୋଟିଏ ବିରଳ ଧାତୁ ଖଣି ଅଛି ଏବଂ ଏହାର ଅବଶିଷ୍ଟ ଆବଶ୍ୟକତା ଚାଇନାରୁ ପୂରଣ ହୋଇଥାଏ। ଖଣିଜରୁ ଏହି ଧାତୁ ଗୁଡ଼ିକର ବିଶୋଧନ ପ୍ରକ୍ରିୟା ହେଉଛି ଅତି ଜଟିଳ ଓ ବ୍ୟୟବହୁଳ। ପୃଥିବୀରେ ଉତ୍ତୋଳିତ ମୋଟ ବିରଳ ଧାତୁର ୯୦ ପ୍ରତିଶତର ବିଶୋଧନ କ୍ଷମତା ଚାଇନା ନିୟନ୍ତ୍ରଣରେ ଅଛି। ଏପରିକି ଆମେରିକାରେ ଉତ୍ତୋଳିତ ବିରଳ ଧାତୁ ବିଶୋଧନ ପାଇଁ ଏହାକୁ ଚାଇନା ପଠାଯାଉଥିଲା। ଏହା ବ୍ୟତୀତ ମ୍ୟାନମାର ଓ ଲାଓସରେ ମଧ୍ୟ ଏହି ଧାତୁଗୁଡ଼ିକ ଅଳ୍ପ ପରିମାଣରେ ଉତ୍ତୋଳନ କରାଯାଉଛି। ମାତ୍ର ଏହାର ଉତ୍ତୋଳନ ଓ ବିଶୋଧନରେ ଚାଇନା ସଂଶ୍ଳିଷ୍ଟ ଅଛି।
ଆଉ ଦୁଇଟି ଅତି ବିରଳ ଧାତୁ ନିଓଡିମିୟମ ଓ ପ୍ରାସିଓଡିମିୟମ ସ୍ଥାୟୀ ଚୁମ୍ବକ ନିର୍ମାଣ ପାଇଁ ବ୍ୟବହୃତ ହେଉଛି, ଯାହା ମୋଟର ଗାଡ଼ିରେ ବ୍ୟବହୃତ ହୁଏ। ମାତ୍ର ଏହି ଦୁଇ ଧାତୁ ଚାଇନା ନିଷେଧ ତାଲିକାରେ ନାହିଁ।
ଆମେରିକା ଓ ଚାଇନା ମଧ୍ୟରେ ଅନେକ ବର୍ଷରୁ ବିଭିନ୍ନ ସ୍ତରରେ ବାଣିଜ୍ୟ ଯୁଦ୍ଧ ଲାଗି ରହିଛି। ଆମେରିକା ଚାଇନାରୁ ବିରଳ ଧାତୁର ଆମଦାନୀକୁ ୨୦୦୭ ମସିହାରେ ଥିବା ୮୦ ପ୍ରତିଶତ ବର୍ତ୍ତମାନ ୭୦ ପ୍ରତିଶତକୁ ହ୍ରାସ କରିଛି। ମାତ୍ର ଅନ୍ୟ ଦେଶରୁ ଆମଦାନୀ ଧାତୁଗୁଡ଼ିକର ପ୍ରକ୍ରିୟାକରଣ ଓ ବିଶୋଧନରେ ମଧ୍ୟ ଚାଇନା ସଂଶ୍ଳିଷ୍ଟ ଅଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧରେ କେହି ପଛକୁ ହଟିବା ଜଣା ପଡୁନାହିଁ। ଏଣୁ ଆମେରିକା ବିରଳ ଧାତୁ ପାଇଁ ଗ୍ରୀନ୍‌ଲାଣ୍ଡଠାରୁ ଆରମ୍ଭ କରି ୟୁକ୍ରେନ ପର୍ଯ୍ୟନ୍ତ ଚେଷ୍ଟା ଚଳାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଧାତୁର ଗବେଷଣା ଓ ବିକାଶ ପାଇଁ ଆମେରିକା ଭାରତ ସହିତ ମଧ୍ୟ ଯୋଗାଯୋଗ କରିଛି।
ବର୍ତ୍ତମାନ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଚାଇନା ଆମେରିକାକୁ ଅନ୍ୟ ତିନୋଟି ବିରଳ ଧାତୁର ରପ୍ତାନି ଉପରେ ନିଷେଧ ଘୋଷଣା କରିଛି। ସେଗୁଡ଼ିକ ହେଉଛି ଗାଲିୟମ, ଜର୍ମାନିୟମ ଏବଂ ଏଣ୍ଟିମନ। ଏଗୁଡ଼ିକ ପ୍ରତିରକ୍ଷା ଶିଳ୍ପରେ ବ୍ୟବହୃତ ହୋଇଥାଏ। ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ ଯୋଗୁ ବିରଳ ଧାତୁ ଗୁଡ଼ିକର ଆମଦାନୀ କଟକଣାର ପ୍ରଭାବ ସମଗ୍ର ପୃଥିବୀରେ ପଡ଼ିଲେ ଅନେକ ଶିଳ୍ପ ବନ୍ଦ ହୋଇଯିବ ଏବଂ ଅନେକ ଲୋକ ବେରୋଜଗାର ହୋଇଯିବାର ଆଶଙ୍କା ମଧ୍ୟ ଅଛି।

ଇଂ. ମାୟାଧର ସ୍ବାଇଁ
ଲକ୍ଷ୍ମୀବିହାର, ଫେଜ୧, ଭୁବନେଶ୍ୱର,
ମୋ:୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍‌ଘାଟନ କରି ବିଧାୟକ କହିଲେ…

ଭଞ୍ଜନଗର,୧୩ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜିଲୁଣ୍ଡିପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ…

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

ଆଜି ସୂର୍ଯ୍ୟଙ୍କ ନକ୍ଷତ୍ର ଗୋଚରରେ ୫ ରାଶିଙ୍କୁ ଅପାର ଲାଭ; ଅଚାନକ ମିଳିବ ଟଙ୍କା, ଗାଡ଼-ଘର କିଣିବେ…

ସୂର୍ଯ୍ୟ ଉତ୍ତରାଫାଲ୍ଗୁନୀ ନକ୍ଷତ୍ରରେ ୨୭ ସେପ୍ଟେମ୍ୱର ପର୍ଯ୍ୟନ୍ତ ରହିବେ। ଏହା ପରେ ହସ୍ତା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହଙ୍କର ଏହି ନକ୍ଷତ୍ର ଚଳନ ଯୋଗୁଁ ଅନେକ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?