ବି.ଏଡ୍‌. ନାମଲେଖା ସ୍ଥଗିତ: ପ୍ରବେଶିକା ପରୀକ୍ଷାରେ ଅନିୟମିତତା ଅଭିଯୋଗ

ଭୁବନେଶ୍ୱର,୨ପ୮ା୬(ସୁଚିସ୍ମିତା ସାହୁ):ଦୁଇବର୍ଷିଆ ବି.ଏଡ୍‌(କଳା ଓ ବିଜ୍ଞାନ), ବିଏଚ୍‌.ଏଡ୍‌ ଓ ଏମ୍‌.ଏଡ୍‌ରେ ନାମଲେଖାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଏଥିଲାଗି ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ଓ ନାମଲେଖ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ନାମଲେଖା ପାଇଁ ଅଫ୍‌ଲାଇନ୍‌ରେ ହୋଇଥିବା ପ୍ରବେଶିକା ପରୀକ୍ଷାରେ ବ୍ୟାପକ ଅନିୟମିତତା କରାଯାଇଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ ଆଣିଛନ୍ତି। ପ୍ରଶ୍ନପତ୍ର ଅନୁଯାୟୀ ଅଧିକ ମାର୍କ ପାଇବାକୁ ଆଶାବାଦୀ ଥିବାବେଳେ ସ୍କୋର୍‌ କାର୍ଡରେ କିନ୍ତୁ କମ୍‌ ମାର୍କ ରହିଛି। ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସ୍‌ଏସ୍‌ବି) ପକ୍ଷରୁ ମେଧା ତାଲିକା ପ୍ରକାଶ କରା ନ ଯାଇ ସିଧାସଳଖ ସ୍କୋର କାର୍ଡ ପ୍ରକାଶ କରାଯାଇଥିବାରୁ ଉଚ୍ଚଶିକ୍ଷା ବିଭାଗର ଅଭିଯୋଗ ଶୁଣାଣିରେ ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ। ଏହାକୁ ବିଭାଗ ଗୁରୁତ୍ୱର ସହ ନେଇ ଅଭିଯୋଗର ସତ୍ୟତା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଯାଞ୍ଚ ପରେ ୮ଜଣ ପରୀକ୍ଷାର୍ଥୀଙ୍କ କୋଡିଂରେ ଭୁଲ୍‌ ହୋଇଥିବା ନେଇ ଏସ୍‌ଏସ୍‌ବି ପକ୍ଷରୁ ବିଭାଗକୁ ଲିଖିତ ଭାବେ ଅବଗତ କରାଯାଇଛି। ଏହାପରେ ଉଚ୍ଚଶିକ୍ଷା ବିଭାଗ ବି.ଏଡ୍‌, ଏମ୍‌.ଏଡ୍‌, ବିଏଚ୍‌.ଏଡ୍‌ ନାମଲେଖାକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି। ଏଥିସହ ଏସ୍‌ଏସ୍‌ବି ପକ୍ଷରୁ ପରୀକ୍ଷା ଖାତା ଏବଂ ମାର୍କକୁ ପୁନଃ ଯାଞ୍ଚ ପାଇଁ ଏକ କମିଟି ଗଠନ କରାଯାଇଛି। ଘଟଣାର ସମସ୍ତ ତଦନ୍ତ ଶେଷ ହେବା ପରେ ପୁନଃ ନାମଲେଖା ପାଇଁ ତାଲିକା ପ୍ରକାଶ କରାଯିବ। ଏ ସମ୍ପର୍କରେ ସାମ୍‌ସ ପୋଟାଲରେ ନାମଲେଖା ତାରିଖ ପ୍ରକାଶ ପାଇବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026 ମଧ୍ୟରେ ବଡ଼ ଘୋଷଣା କରିପାରେ CSK

ନୂଆଦିଲ୍ଲୀ,୨୮।୪: ଚେନ୍ନାଇ ସୁପର କିଙ୍ଗ୍ସ ବିଜୟ ଧାରାକୁ ଫେରିଥିଲା, କିନ୍ତୁ ଦଳ ପୂର୍ବ ମ୍ୟାଚରେ ପରାଜୟ ବରଣ କରିଥିଲା। CSK ପାଇଁ, ଏଠାରୁ ପରବର୍ତ୍ତୀ ପ୍ରତ୍ୟେକ ମ୍ୟାଚ…

‘ଅନ୍ୟ କାହାକୁ ଅନୁମତି ଦିଆଯିବା ଉଚିତ ନୁହେଁ…’ ଲମ୍ବା IPL ମ୍ୟାଚକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ,୨୮।୪: ପୂର୍ବତନ ଭାରତୀୟ କିମ୍ବଦନ୍ତୀ ଖେଳାଳି ସୁନୀଲ ଗାଭାସ୍କର IPL 2026 ସିଜିନରେ ମ୍ୟାଚର ଅବଧି ବୃଦ୍ଧି ସମ୍ପର୍କରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି…

ଭାଜପାରେ ଯୋଗ ଦେବା ପରେ ବଡ଼ ବୟାନ ଦେଲେ ସ୍ବାତୀ

ନୂଆଦିଲ୍ଲୀ,୨୮।୪: ଆମ ଆଦମୀ ପାର୍ଟି ଛାଡିବା ପରେ ସ୍ବାତୀ ମାଲିୱାଲ ମଙ୍ଗଳବାର (୨୮ ଏପ୍ରିଲ) ଭାଜପାରେ ଯୋଗ ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଟିଏମସି ଏମପି ସୟାନୀ ଘୋଷଙ୍କ ଦରମା କେତେ? ବଙ୍ଗ ନିର୍ବାଚନରେ ହେଉଛନ୍ତି ଭାଇରାଲ

କୋଲକାତା,୨୮।୪: ପଶ୍ଚିମବଙ୍ଗ ନିର୍ବାଚନର ହାଇ-ଭୋଲଟେଜ ରାଜନୈତିକ ମାହୋଲ ମଧ୍ୟରେ, ସୟାନୀ ଘୋଷ; ମମତା ବାନାର୍ଜୀଙ୍କ ପରେ ଏମିତି ନେତ୍ରୀ ଭାବରେ ଉଭା ହୋଇଛନ୍ତି ଯିଏ ଭାଇରାଲ ହେଉଛନ୍ତି।…

ଓକିଲ ସଙ୍ଘର ପାଣ୍ଠିକୁ ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତି ଦେଲେ ବିଧାୟକ, କହିଲେ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ଏତିକି ଲକ୍ଷ ଟଙ୍କା…

ଭଞ୍ଜନଗର,୨୮।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ପକ୍ଷରୁ ମଙ୍ଗଳବାର ଆଇନଜୀବୀ ଦିବସ ଏବଂ ମଧୁବାବୁ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ଓଡ଼ିଶା ହାଇକୋର୍ଟର ବିଚାରପତି ମୁରାହରି…

ନିର୍ବାଚନ ବେଳେ କିଏ କାଢ଼ିଥିଲେ ବିଜୁଙ୍କ ଫୋଟ: କହୁକହୁ କହିଦେଲ…

ଭୁବନେଶ୍ୱର,୨୮।୪: ବର୍ଷିଲେ ବରିଷ୍ଠ ବିଜେଡି ବିଧାୟକ ବଦ୍ରି ପାତ୍ର। ସେ କହିଛନ୍ତି, ବିଜୁ ବାବୁଙ୍କ ନାଁକୁ ବୁଡ଼ାଇକି ଦଳ ରଖିଲେ ଆମେ ରହିପାରିବୁନି। ନିର୍ବାଚନ ବେଳେ ବିଜୁ…

ପୁଣି ଥରେ ଫୁନସୁକ ୱାଙ୍ଗଡୁ ଭୂମିକାରେ ଅଭିନୟ କରିବେ କି ଆମିର? ‘୩ ଇଡିଅଟ୍ସ’ର ସିକ୍ୱେଲ ଉପରେ ଚାଲିଛି କାମ

ମୁମ୍ବାଇ: ଆମିର ଖାନଙ୍କ ପୁଅ ଜୁନୈଦ ଖାନଙ୍କର ‘ଏକ ଦିନ’ ନାମକ ଏକ ଫିଲ୍ମ ଖୁବ ଶୀଘ୍ର ରିଲିଜ ହେଉଛି। ଏହି ଫିଲ୍ମଟି ଆମିର ଖାନ ପ୍ରଡକ୍ସନ…

ଟଙ୍କା ପାଇବା ପାଇଁ ଶଶ୍ମାନରୁ ଭଉଣୀଙ୍କ କଙ୍କାଳ ଖୋଳି ନେଇଥିଲେ ବ୍ୟାଙ୍କ, ଘଟଣା ପରେ ତତ୍ପରତା ଦେଖାଇଲା ପ୍ରଶାସନ, ଜିତୁଙ୍କ ଘରେ ପହଞ୍ଚି…

ପାଟଣା,୨୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଡିଆନାଳି ଗ୍ରାମରେ ଭଉଣୀ କାଲାରା ମୁଣ୍ଡାଙ୍କ ମୃତ୍ୟୁ ପରେ ତାଙ୍କ ଜମା ଖାତାରେ ଥିବା ୧୯ହଜାର ୫ଶହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri