ଭୁବନେଶ୍ୱରରେ ଦ୍ରୁତ ଗୋଷ୍ଠୀ ସଂକ୍ରମଣ

ଭୁବନେଶ୍ୱର, ୧୩।୫(ବ୍ୟୁରୋ):ରାଜ୍ୟରେ କରୋନା ନିୟନ୍ତ୍ରଣାଧୀନ କୁହାଯାଉଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ସ୍ଥିତି ଦିନକୁ ଦିନ ଭୟଙ୍କର ହେବାକୁ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟୁଥିବାରୁ ଚିନ୍ତା ବଢ଼ିଛି। କିଛିଦିନ ହେବ ହଜାରେ ଉପରେ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ଏବେ ସହରରେ ୧୨ ଶହ ପାର୍‌ କରିଛି ଦୈନିକ ସଂକ୍ରମଣ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚିହ୍ନଟଙ୍କ ମଧ୍ୟରୁ ୮୫ ପ୍ରତିଶତରୁ ଅଧିକ ହେଉଛନ୍ତି ସ୍ଥାନୀୟ ଆକ୍ରାନ୍ତ। ଗତ ୨୪ ଘଣ୍ଟାରେ ୧,୨୯୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେବଳ ୧,୧୩୧ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ଏପରି ବୃଦ୍ଧି ରାଜଧାନୀରେ ଦ୍ରୁତଗତିରେ ଗୋଷ୍ଠୀ ସଂକ୍ରମଣ ହେଉଥିବା ଆଶଙ୍କା କରାଯାଉଛି। ଫଳରେ ଗୋଟିଏ ଗୋଟିଏ ଅଞ୍ଚଳରୁ ପୁଳାପୁଳା ପଜିଟିଭ୍‌ ବାହାରୁଛନ୍ତି। ନୂଆ ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରେ ନୟାପଲ୍ଲୀରୁ ୬୨, ପଟିଆରୁ ୫୭, ବଡ଼ଗଡ଼ରୁ ୪୬, ଝାରପଡ଼ାରୁ ୩୩, ଚନ୍ଦ୍ରଶେଖରପୁରରୁ ୩୪, ଖଣ୍ଡଗିରିରୁ ୪୪, ପୁରୁଣା ଭୁବନେଶ୍ୱରରୁ ୪୨, ଲକ୍ଷ୍ମୀସାଗରରୁ ୩୬, ବରମୁଣ୍ଡାରୁ ୩୪, ରସୁଲଗଡ଼ରୁ ୩୬, ମଞ୍ଚେଶ୍ୱର ୩୨, ସୁନ୍ଦରପଦାରୁ ୩୧, ଡୁମୁଡୁମାରୁ ୨୮, ଜୟଦେବ ବିହାରରୁ ୨୫, କଳ୍ପନା ୨୪, ୟୁନିଟ୍‌-୬ରୁ ୨୨, ଭରତପୁରରୁ ୧୯, ଶୈଳଶ୍ରୀ ବିହାରରୁ ୨୨, ଚକେଇସିଆଣୀରୁ ୧୯, ୟୁନିଟ୍‌-୩ରୁ ୧୮, ପୋଖରୀପୁଟରୁ ୧୫, ୟୁନିଟ୍‌-୨ରୁ ୧୨, ଟଙ୍କପାଣି ରୋଡ୍‌ରୁ ୧୮, ୟୁନିଟ୍‌-୯ରୁ ୧୮ଜଣ ରହିଛନ୍ତି। ଫଳରେ ଭୁବନେଶ୍ୱରରେ ଏବେ ମୋଟ ସଂକ୍ରମିତ ସଂଖ୍ୟା ୫୭,୦୬୬ରେ ପହଞ୍ଚତ୍ଛି। ବର୍ତ୍ତମାନ ୧୧,୧୭୮ ସକ୍ରିୟ ରୋଗୀ ରହିଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।
ବେପରୁଆ ମନୋଭାବ ଓ କାର୍ଯ୍ୟଧାରା ଯୋଗୁ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ କଟକଣାରୁ ସୁଫଳ ମିଳୁନି। ଅମାନିଆମାନେ କରୋନା ନିୟମକୁ ଠିକ୍‌ରେ ଅନୁପାଳନ କରୁ ନ ଥିବାରୁ ସହରରେ ସ୍ଥିତି ଜଟିଳ ହେଉଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଡ଼ରେ ଥରୁଛି ତେଲକୋଇ

ତେଲକୋଇ, ୨୨।୧୨ ଡି.ଏନ.ଏ.): କେନ୍ଦୁଝର ଜିଲା ତେଲକୋଇ ପାହାଡି ଅଞ୍ଚଳରେ ଶୀତର ଲହରି ଜାରି ରହିଥିବାରୁ କେହି ଘରୁ ବାହାରି ପାରୁନାହାନ୍ତି। ଏପରିକି ଜଙ୍ଗଲ ଅଞ୍ଚଳରେ...

ଅନ୍ତର୍ଜାତୀୟ ମାତୃଭାଷା ଦିବସ: ସବୁ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଅନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ  ଶୁଭେଚ୍ଛା ଜଣାଇଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ଅନ୍ତର୍ଜାତୀୟ ମାତୃଭାଷା ଦିବସର...

ହକି ବିଶ୍ୱକପ୍‌ ଖର୍ଚ୍ଚର ପ୍ରାଥମିକ ହିସାବ: ୮୨.୫ କୋଟିରୁ ୫୯ କୋଟିର ହିସାବ ଆସିଛି

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ଓଡ଼ିଶାରେ ଗତବର୍ଷ ହୋଇଥିବା ହକି ବିଶ୍ୱକପ୍‌ ପାଇଁ ରାଜ୍ୟ ସରକାର ୮୨.୫ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ଏଥିମଧ୍ୟରୁ ୫୯.୫୯ କୋଟି ଟଙ୍କାର ହିସାବ...

ବଦଳିଲେ ୩ ଜିଲା ଯୋଜନା କମିଟି ଅଧ୍ୟକ୍ଷ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ) : ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ କଳାହାଣ୍ଡି ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି। ପୂର୍ବରୁ...

ବନ୍ୟା କ୍ଷୟକ୍ଷତି ବୁଲି ଦେଖିଲେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୧୬ା୯(ବ୍ୟୁରୋ)-ଓଡ଼ିଶାର ବନ୍ୟା କ୍ଷୟକ୍ଷତି ଆକଳନ କରିବାକୁ ବୁଧବାର ୭ ଜଣିଆ କେନ୍ଦ୍ରୀୟ ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଛନ୍ତି। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଯୁଗ୍ମ ସଚିବ(ବାମପନ୍ଥୀ ଉଗ୍ରବାଦ...

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ବୋମାମାଡ଼

ପୁରୀ ଅଫିସ,୧୫।୬: ପୁରୀ ଜିଲା ବାସେଳି ସାହି ଥାନା ଅଧୀନ ପଣାପିଆ ଲେନ୍‌ରେ ଶନିବାର ଅପରାହ୍ନରେ ଜଣେ ଯୁବକଙ୍କୁ ବୋମାମାଡ଼ ହୋଇଛି। ସେ ହେଲେ ଶିବରାମ...

ରଥଯାତ୍ରା ନେଇ ପୁରୀ ଶଟ୍‌ଡାଉନ୍‌ : ସୋମବାର ରାତି ୯ରୁ ବୁଧବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ରହିବ ବଳବତ୍ତର

ପୁରୀ ଅଫିସ,୨୨।୬: ରଥଯାତ୍ରା ନେଇ ପୁରୀ ଜିଲାକୁ ‌ ଶଟ୍‌ଡାଉନ୍ ଘୋଷଣା କରାଯାଇଛି। ସୋମବାର ରାତି ୯ରୁ ବୁଧବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଶଟ୍‌ଡାଉନ୍‌ ଘୋଷଣା...

ଅବହେଳିତ ଅବସ୍ଥାରେ ଦଧିବାମନ

ଖୋର୍ଦ୍ଧା ଅଫିସ,୫।୧୨: ଖୋର୍ଦ୍ଧା ସନ୍ନିକଟ ମୁସଲମାନ ଅଧ୍ୟୁଷିତ କେରଙ୍ଗ ପଞ୍ଚାୟତର ଦିବ୍ୟସିଂହଦେବପୁର ଗ୍ରାମରେ ରହିଛି ଦଧିବାମନ ମନ୍ଦିର। ତତ୍କାଳୀନ ଖୋର୍ଦ୍ଧା ରାଜା ଦିବ୍ୟସିଂହ ଦେବଙ୍କ ନାମରେ...

Advertisement
Archives

Model This Week