Posted inଜାତୀୟ

ମହିଳା ନିର୍ଯାତନା ୧୫.୩ ପ୍ରତିଶତ ବୃଦ୍ଧି, ବଳାତ୍କାରରେ ପୁଣି ଶୀର୍ଷରେ ରାଜସ୍ଥାନ…

ନୂଆଦିଲ୍ଲୀ, ୩୦।୮ : ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ପୂର୍ବ ବର୍ଷ ତୁଳନାରେ ୨୦୨୧ ମସିହାରେ ମହିଳା ନିର୍ଯାତନା ୧୫.୩ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୦ ବର୍ଷରେ ୩ ଲକ୍ଷ ୭୧ ହଜାର ୫୦୩ ମାମଲା ପଞ୍ଜିକୃତ ହୋଇଥିଲା। ୨୦୨୧ ମସିହାରେ ଏଥିରେ ବୃଦ୍ଧି ହୋଇ ୪ ଲକ୍ଷ ୨୮ ହଜାର ୨୭୮ ମାମଲା ପଞ୍ଜିକୃତ ହୋଇଛି।
ବଳାତ୍କାର ମାମଲାରେ ରାଜସ୍ଥାନ ପୁଣି ଥରେ ଦେଶରେ ଏକ ନମ୍ବର ସ୍ଥାନରେ ରହିଛି। ୨୦୨୧ ମସିହାରେ, ରାଜସ୍ଥାନରେ ଏତେ ସଂଖ୍ୟକ ବଳାତ୍କାର ମାମଲା ପଞ୍ଜିକୃତ ହୋଇଥିଲା, ଯାହା ଦୁଇଟି ବଡ ରାଜ୍ୟରେ ମଧ୍ୟ ପଞ୍ଜୀକୃତ ହୋଇନଥିଲା। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ପକ୍ଷରୁ ୨୦୨୧ ବର୍ଷ ପାଇଁ ଏହା ପ୍ରକାଶ କରାଯାଇଛି।

ଏନସିଆରବି ରିପୋର୍ଟ ଅନୁଯାୟୀ, ଗତ ୨୦୨୧ରେ ଉତ୍ତରପ୍ରଦେଶରେ ମହିଳାଙ୍କ ବିରୋଧରେ ସର୍ବାଧିକ ଅପରାଧିକ ମାମଲା ୫୬ ହଜାର ୮୩ ରେକର୍ଡ କରାଯାଇଥିଲା। ମହିଳାଙ୍କ ବିରୋଧରେ ୪୦ ହଜାର ୭୩୮ ଅପରାଧ ସହ ରାଜସ୍ଥାନ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ମହାରାଷ୍ଟ୍ରରେ ୩୯ ହଜାର ୫୨୮ମାମଲା ପଞ୍ଜିକୃତ ହୋଇଥିଲା। ଏନସିଆରବି ରିପୋର୍ଟରେ ଦର୍ଶାଯାଇଛି ଯେ ସାରା ଦେଶରେ ମହିଳାଙ୍କ ପ୍ରତି ଅପରାଧ ହାର ଏକ ଲକ୍ଷ ଜନସଂଖ୍ୟାରେ ଘଟୁଥିବା ଘଟଣା ଆଧାରରେ ୨୦୨୦ ରେ ୫୬.୫ ପ୍ରତିଶତରୁ ୨୦୨୧ ମସିହାରେ ୬୪.୫ ପ୍ରତିଶତକୁ ବୃଦ୍ଧି ପାଇଛି।

ରିପୋର୍ଟ ଅନୁଯାୟୀ, ରାଜସ୍ଥାନରେ ୨୦୨୦ ଏବଂ ୨୦୨୧ ମସିହାରେ ଯଥାକ୍ରମେ ୫ ହଜାର ୩୧୦ ଏବଂ ୬ ହଜାର ୩୩୭ ବଳାତ୍କାର ମାମଲା ପଞ୍ଜିକୃତ ହୋଇଥିଲା। ଏହା ପଛକୁ ମଧ୍ୟପ୍ରଦେଶରେ ୨୦୨୦ମସିହାରେ ୨ ହଜାର ୩୩୯ ମାମଲା ଥିଲା, ଯାହା ୨୦୨୧ରେ ୨ ହଜାର ୮୪୭ କୁ ବୃଦ୍ଧି ପାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

ୟୁକ୍ରେନ ଉପରେ ରୁଷିଆର ବଡ଼ ଆକ୍ରମଣ; ୬୦୦ ଡ୍ରୋନ୍ ଏବଂ ୯୦ ମିସାଇଲ୍ ପ୍ରୟୋଗ, ୪ମୃତ

କିଭ,୨୪।୫: ରୁଷିଆ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଆଖପାଖ ଅଞ୍ଚଳ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛି । ୟୁକ୍ରେନୀୟ ବାୟୁସେନା ଅନୁଯାୟୀ, ରୁଷିଆ ମୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri