କୋର୍ଟରୁ ଇମ୍ରାନଙ୍କୁ ଆଶ୍ୱସ୍ତି: ହଟିଲା ଲାଇଭ ଟେଲିକାଷ୍ଟ ପ୍ରତିବନ୍ଧକ

ଇସ୍‌ଲାମାବାଦ,୩୦।୮: ଇସ୍‌ଲାମାବାଦ ହାଇକୋର୍ଟରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଆଶ୍ୱସ୍ତି ମିଳିଛି। ଇମ୍ରାନ ଖାନଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହାଇକୋର୍ଟ ହଟାଇ ଦେଇଛନ୍ତି। ଏହି ପ୍ରତିବନ୍ଧକ ପିଟିଆଇ ମୁଖ୍ୟ ଇମ୍ରାନ ଖାଁଙ୍କ ଲାଇଭ ଟେଲିକାଷ୍ଟ ଉପରେ ଲଗାଯାଇଥିଲା। ଇମ୍ରାନଙ୍କ ରାଲିରେ ଦିଆଯାଇଥିବା ଭାଷଣ ପରେ ପାକିସ୍ତାନ ଇଲେକ୍ଟ୍ରୋନିକ ମିଡିଆ ରେଗୁଲାର ଅଥରିଟି ଦ୍ୱାରା ଏହା ଲାଗୁ କରାଯାଇଥିଲା। ଏହି ଭାଷଣକୁ ନେଇ ଇମ୍ରାନଙ୍କ ଉପରେ ଅଭିଯୋଗ ହୋଇଛି ଯେ, ଜନସଭାରେ ଅନେକ ସରକାରୀ ଅଧିକାରୀଙ୍କୁ ଏବଂ ମହିଳା ବିଚାରପତିଙ୍କୁ ସେ ଖୁଲମଖୁଲା ଧମକ ଦେଇଥିଲେ। ତେବେ ସୋମବାର ଇସ୍‌ଲାମାବାଦ ହାଇକୋର୍ଟରେ ଶୁଣାଣି ସମୟରେ ପ୍ରଧାନ ବିଚାରପତି ମହିଳା ବିଚାରପତିଙ୍କୁ ଧମକ ଦେବା ମାମଲାରେ ଇମ୍ରାନଙ୍କ ପକ୍ଷଙ୍କୁ ତାଗିଦ କରିଛନ୍ତି। ବିଚାରପତିମାନଙ୍କୁ କ’ଣ ଏଭଳି ଧମକ ଦିଆଯିବା ଉଚିତ୍‌ କି ବୋଲି ପ୍ରଧାନ ବିଚାରପତି ଇମ୍ରାନ ଖାଁଙ୍କ ଓକିଲଙ୍କୁ ପଶ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଚଳଚଞ୍ଚଳ: ସଭାପତି ପଦ ପାଇଁ ୪ ପ୍ରାର୍ଥୀ, ଏବିଭିପିର ପ୍ରଚାର ଜୋରଦାର

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ…

ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ସ୍ଥାନାନ୍ତରକୁ ନେଇ ସ୍ପଷ୍ଟ କଲା ବିସିସିଆଇ, ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ଆସନ୍ତା ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜର ଓପନିଂ ମ୍ୟାଚ୍‌ ଦିଲ୍ଲୀରୁ ଅହମଦାବାଦ ସ୍ଥାନାନ୍ତର ହେବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ଏହା ସଠିକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?