ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ଡିସିପିଙ୍କୁ ରାଜ୍ୟ ମହିଳା କମିଶନଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର,୭ା୯(ବ୍ୟୁରୋ): ଇନ୍‌ଫୋସିଟି ଥାନା ଅଞ୍ଚଳରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲାରେ ରାଜ୍ୟ ମହିଳା କମିଶନ ନିଜଆଡୁ ହସ୍ତକ୍ଷେପ କରିଛନ୍ତି। ମାମଲାର ଗୁରୁତ୍ୱକୁ ଦେଖି କମିଶନ ଅଧ୍ୟକ୍ଷା ମିନତି ବେହେରା ଭୁବନେଶ୍ୱର ଡିସିପି ଡା. ଉମାଶଙ୍କର ଦାଶଙ୍କୁ ରିପୋର୍ଟ ଦଲବ କରିଛନ୍ତି। କ’ଣ ତଦନ୍ତ ହୋଇଛି ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି କି ନାହିଁ ତାହା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରି କି ଡିସିପିଙ୍କୁ ମଧ୍ୟ ମହିଳା କମିଶନ ତାଗିଦ କରିଛନ୍ତି। ମାମଲା ଉପରେ କମିଶନ ନଜର ରଖିଛି ଓ ତଦନ୍ତରେ ଅବହେଳା ଅନୁଭବ ହେଲେ ଡିଜିପିଙ୍କୁ ଅବଗତ କରାଯିବ ବୋଲି ଅଧ୍ୟକ୍ଷା ବେହେରା କହିଛନ୍ତି।
ଅନ୍ୟପକ୍ଷରେ ଏହି ସ୍ପର୍ଶକାତର ମାମଲାରେ ମହିଳା ଥାନା ପୋଲିସର ଭୂମିକା ଏବେ ସନ୍ଦେହ ଘେରକୁ ଆସିଛି। ଅଭିଯୋଗ ପରେ ପୋଲିସ ତୁରନ୍ତ ପଦକ୍ଷେପ ଆରମ୍ଭ ନ କରି ୩ଦିନ ଧରି ଚାପି ରଖିଥିଲା। ଲୁଚାଛପାରେ ମାମଲା ରୁଜୁ କରି ଚୁପ୍‌ ବସିଥିଲା। ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସଂପୃକ୍ତି ରହୁଥିବାରୁ ଥାନାରେ ମାମଲାକୁ ଚପାଇବାକୁ ଉଦ୍ୟମ ହୋଇଥିଲା। ହେଲେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମହିଳା ଥାନା ପୋଲିସର ସବୁ ଯୋଜନା ଫସର ଫାଟିଥିଲା। ଶେଷରେ ଡିସିପି ଖବରଦାତା ସମ୍ମିଳନୀ ଡାକି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ହେଲେ ଏବେ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଚ ହେବ ନାବାଳିକାଙ୍କ ମେଡିକାଲ ରିପୋର୍ଟ। କାରଣ ୩ମାସ ତଳେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିଲେ ତାହା ମେଡିକାଲ ରିପୋର୍ଟରେ ଆସିବ ନାହିଁ। ତେଣୁ କିଭଳି ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ନେଇ ପୋଲିସ କୋର୍ଟରେ ପ୍ରମାଣ କରିବ ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଛି। ଅନ୍ୟପକ୍ଷରେ ଏଯାଏ ପୋଲିସ ଅଭିଯୁକ୍ତଙ୍କ ଧରୁ ନ ଥିବାରୁ ନାନା ସନ୍ଦେହ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ପୀଡିତା ନାବାଳିକା ଜଣକ ଇନ୍‌ଫୋସିଟି ଥାନା ଅଞ୍ଚଳରେ ପରିବାର ସହ ରହୁଥିବାବେଳେ ନିକଟ ଇଲିଶ ମିଡିୟମ ସ୍କୁଲ୍‌ରେ ପଢ଼ନ୍ତି। ଲକ୍‌ଡାଉନ୍‌ ସମୟରେ ଘରର ସଦସ୍ୟମାନେ ଅନୁପସ୍ଥିତ ଥିବାବେଳେ ୨ଜଣ ପୋଲିସ ଓ ୨ଜଣ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଜବରଦସ୍ତ ଘରେ ପଶି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ବଳାତ୍କାର କରିଥିଲେ। ଭୟରେ ପୀଡ଼ିତା ଜଣକ କାହାକୁ ଜଣାଇ ନ ଥିଲେ। ବାରମ୍ବାର ବଳାତ୍କାର କରାଯିବାରୁ ଶେଷରେ ସେ ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ମହିଳା ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri