ଓୟୋ ହୋଟେଲରେ ନାବାଳିକାଙ୍କୁ ଗଣବଳାତ୍କାର

ଭୁବନେଶ୍ୱର,୨।୧୧(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱରରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ନାବାଳିକାଙ୍କୁ ମୃଦୁପାନୀୟରେ ନିଶା ଦେଇ ୪ଜଣ ଯୁବକ ଏକ ଓୟୋ ହୋଟେଲରେ ଗଣବଳାତ୍କାର କରିଛନ୍ତି। ଏଥିସହ ବଳାତ୍କାର ସମୟର ଭିଡିଓ ଭାଇରାଲ କରିବାର ଧମକ ଦେଇ ପୀଡ଼ିତା ଓ ତାଙ୍କ ମା’ଙ୍କଠାରୁ ୬୨ହଜାର ଟଙ୍କା ନେଇଯାଇଛନ୍ତି। ଅକ୍ଟୋବର ୧୬ରେ ଘଟିଥିବା ଏହି ସ୍ପର୍ଶକାତର ଘଟଣାକୁ ନେଇ ଥାନାରେ ଅଭିଯୋଗ ହେବା ପରେ ଘଟଣା ପଦାକୁ ଆସିଛି। ନୟାପଲ୍ଲୀ ଥାନା ପୋଲିସ ପୀଡ଼ିତାଙ୍କୁ ଫସାଇଥିବା ନାବାଳିକାଙ୍କ ସହ ୪ଜଣ ଅଭିଯୁକ୍ତଙ୍କୁ ଧରିଛି। ୪ ଅଭିଯୁକ୍ତ ଯୁବକ ହେଲେ ଭୁବନେଶ୍ୱର ଦାରୁଠେଙ୍ଗର ରାଜା ପଟ୍ଟନାୟକ (୧୯), ନୀଳାଦ୍ରିବିହାରର ଦୀପକ ବେହେରା (୧୯), ଶୈଳଶ୍ରୀ ବିହାରର ପ୍ରକାଶ ବେହେରା (୨୧) ଏବଂ ଓଲ୍ଡଟାଉନ ଅଞ୍ଚଳର ପପୁ ଦ୍ୱିବେଦୀ (୨୩)। ରାଜା ଓ ଦୀପକଙ୍କୁ ଗୁରୁବାର ଏବଂ ପ୍ରକାଶ ଓ ପପୁଙ୍କୁ ଶୁକ୍ରବାର ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେହିପରି ଅଭିଯୁକ୍ତା ନାବାଳିକାଙ୍କୁ ଗୁରୁବାର ଜୁଭେନାଇଲ୍‌ ଜଷ୍ଟିସ ବୋର୍ଡରେ ହାଜର ପରେ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ଏହି ଘଟଣାରେ ଅଧିକ ତଦନ୍ତ କରାଯାଉଥିବା ଡିସିପି ପିନାକ ମିଶ୍ର କହିଛନ୍ତି। ତେବେ ଶୁକ୍ରବାର ପୋଲିସ ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରାଇବା ସହ ବୟାନ ରେକର୍ଡ କରିଛି।
ପୋଲିସ ସୂଚନାନୁସାରେ, ପୀଡ଼ିତା ନାବାଳିକାଙ୍କ ଘର ନୟାଗଡ ଜିଲା ଶରଣକୁଳ ଥାନା ଅଞ୍ଚଳରେ ହୋଇଥିବାବେଳେ ପରିବାର ଲୋକଙ୍କ ସହ ନୟାପଲ୍ଲୀ ଅଞ୍ଚଳର ଏକ ବସ୍ତିରେ ରହୁଛନ୍ତି। ତାଙ୍କୁ ଗଣବଳାତ୍କାର କରିବାକୁ ଘଟଣାର କିଛିଦିନ ପୂର୍ବରୁ ଯୋଜନା ହୋଇଥିଲା। ଅଭିଯୁକ୍ତା ନାବାଳିକା ଜଣକ ତାଙ୍କ ସହ ବନ୍ଧୁତା ସ୍ଥାପନ କରି ଫସାଇଥିଲେ। ସେ ପୀଡ଼ିତାଙ୍କୁ ଚାକିରି ଯୋଗାଇଦେବାକୁ କହି ଅଧିକ ଘନିଷ୍ଠ ହୋଇଥିଲେ ଓ ପରବର୍ତ୍ତୀ ସମୟରେ ଅଭିଯକ୍ତ ରାଜାଙ୍କ ସହ ମିଶାଇଥିଲେ। ଏହାପରେ ପୀଡ଼ିତାଙ୍କୁ ରାଜା ପ୍ରେମଜାଲରେ ଫସାଇ ସମ୍ପର୍କ ନିବିଡ଼ କରିଥିଲେ। ଭୁବନେଶ୍ୱରର ବିଭିନ୍ନ ପାର୍କକୁ ନେଇ ସମୟ ବିତାଇବା ସହ ମିଠା ମିଠା କଥା କହି ସ୍ବପ୍ନ ଦେଖାଇଥିଲେ। ଅକ୍ଟୋବର ୧୬ ପୀଡ଼ିତାଙ୍କୁ ରାଜା ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାରସ୍ଥିତ ବୁଦ୍ଧପାର୍କକୁ ଡାକି ନେଇଥିଲେ। ସେଠାରେ ରାଜା ତାଙ୍କୁ ମୃଦୁପାନୀୟରେ ନିଶା ଦେଇ କିଛି ଦୂରରେ ଥିବା ଏକ ଓୟୋ ହୋଟେଲକୁ ନେଇଯାଇଥିଲେ। ଉକ୍ତ ଓୟୋ ହୋଟେଲକୁ ରାଜା ତାଙ୍କର ଅନ୍ୟ ୩ ସହଯୋଗୀଙ୍କୁ ଡାକିଥିଲେ। ସେହି ରାତିରେ ଉକ୍ତ ହୋଟେଲ ରୁମ୍‌ରେ ରାଜା ଓ ଅନ୍ୟମାନେ ଜଣକ ପରେ ଜଣେ ତାଙ୍କୁ ବଳାତ୍କାର କରି ତାହାର ଭିଡିଓ ଉତ୍ତୋଳନ କରିଥିଲେ। ପରେ ସେମାନେ ସେଠାରେ ପୀଡ଼ିତାଙ୍କୁ ଛାଡ଼ି ଚାଲିଯାଇଥିଲେ। ରାତି ପାହିବା ପରେ ପୀଡିତାଙ୍କ ନିଦ ଭାଙ୍ଗିବା ପରେ ଘରକୁ ଫେରିଆସିଥିଲେ। ଏହାପରେ ରାଜା ଓ ଅନ୍ୟ ଅଭିଯୁକ୍ତମାନେ ପୀଡ଼ିତା ନାବାଳିକାଙ୍କ ବଳାତ୍କାର ବେଳର ଭିଡିଓ ଦେଖାଇ ଭାଇରାଲ ଧମକ ଦେଇ ତାଙ୍କଠାରୁ ୧୨ ହଜାର ଟଙ୍କା ନେଇଯାଇଥିଲେ। ପରେ ଉକ୍ତ ଭିଡିଓକୁ ପୀଡ଼ିତାଙ୍କ ମା’ଙ୍କ ପାଖକୁ ପଠାଇ ସମାନ ଧମକ ଦେଇ ୫୦ ହଜାର ଟଙ୍କା ନେଇଯାଇଥିଲେ। ପରେ ମା’ଙ୍କ ସହାୟତାରେ ପୀଡ଼ିତା ଜଣକ ଅକ୍ଟୋବର ୩୦ରେ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା (ନଂ.୬୪୦/୨୦୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?