Posted inଜାତୀୟ

ବଳାତ୍କାର ହତ୍ୟାଠାରୁ ଜଘନ୍ୟ ଅପରାଧ, ପୋକ୍ସୋ କୋର୍ଟଙ୍କ ରାୟ…

ମୁମ୍ବାଇ, ୧୦।୪ : ମୁମ୍ବାଇରେ ଜଣେ ୧୫ ବର୍ଷ ବୟସ୍କା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ପୋକ୍ସୋ କୋର୍ଟ ଦୋଷୀଙ୍କୁ ଦଶ ବର୍ଷ ଜେଲ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି। ବାଳିକା ଜଣଙ୍କ ମାନସିକ ସ୍ତରରେ ଅସୁସ୍ଥ ଥିଲେ। ଅଭିଯୁକ୍ତ ଅନ୍ୟ ଜଣେ ଯୁବକଙ୍କ ସହ ମିଶି ତାଙ୍କର ବଳାତ୍କାର କରିବାକୁ ଚେଷ୍ଟା କରିଥିଲେ। ଏହି ମାମଲାର ଶୁଣାଣି ସମୟରେ ପୋକ୍ସୋ କୋର୍ଟ କହିଛନ୍ତି ଯେ ହତ୍ୟା ଅପେକ୍ଷା ବଳାତ୍କାର ଏକ ଜଘନ୍ୟ ଅପରାଧ । ଏହା ପୀଡିତାଙ୍କ ଆତ୍ମାରେ ଗଭୀର ଆଘାତ ଦେଇଥାଏ।

ଏହି ମାମଲାରେ ପୀଡ଼ିତା କୋର୍ଟରେ ହାଜର ହୋଇ ଅଭିଯୁକ୍ତଙ୍କ ବିରୋଧରେ ବିବୃତ୍ତି ଦେଇଥିଲେ। ସ୍ବତନ୍ତ୍ର ବିଚାରପତି ଏଚ.ସି ସିନ୍ଦେ କହିଛନ୍ତି ଯେ ପୀଡିତାଙ୍କ ବକ୍ତବ୍ୟ ଗ୍ରହଣଯୋଗ୍ୟ। ପୀଡିତାଙ୍କୁ ବଳାତ୍କାର କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ତାଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ଏହି ମାମଲାରେ ପୀଡିତା ଜଣକ ଅଭିଯୁକ୍ତକୁ ଚିହ୍ନଟ କରିଥିଲେ।

୨୦୧୫ ସେପ୍ଟେମ୍ବର ୪ ମା’ ପୀଡ଼ିତାଙ୍କ ଆଚରଣରେ ଏକ ପରିବର୍ତ୍ତନ ଦେଖିଥିଲେ। ପଚରା ଉଚରା ପରେ ପୀଡ଼ିତା ସମସ୍ତ କଥା ଖୋଲି କହିଥିଲେ। ସେ ମା’ଙ୍କୁ କହିଥିଲେ ଯେ ଅଭିଯୁକ୍ତ ତାଙ୍କୁ ୧୦ ଟଙ୍କା ଦେଇ ଏକ ନିର୍ଜନ ସ୍ଥାନକୁ ନେଇ ବଳାତ୍କାର କରିବାର ଉଦ୍ୟମ କରିଥିଲେ। ପରେ ମା‘ ଏନେଇ ପୋଲିସ ଥାନାରେ ଏକ ମାମଲା ରୁଜୁ କରିଥିଲେ। ଅଭିଯୁକ୍ତଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରିବାକୁ କୋର୍ଟ ମନା କରି ଦେଇଛନ୍ତି।
କୋର୍ଟ ଏଭଳି ଅପରାଧ ସଭ୍ୟ ସମାଜ ଉପରେ ଖରାପ ପ୍ରଭାବ ପକାଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୈନିକ ସଂକ୍ରମଣ ୧୧ ହଜାର ତଳେ…

ନୂଆଦିଲ୍ଲୀ, ୨୭।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି।...

ବିହାରରେ ସ୍ଥାପନ କରାଯିବ ଜେଟଲୀଙ୍କ ପ୍ରତିମୂର୍ତ୍ତି: ନୀତୀଶ

ପାଟନା,୩୧।୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟଲୀଙ୍କ ପ୍ରତିମୂର୍ତ୍ତି ବିହାରରେ ସ୍ଥାପନ କରାଯିବ ବୋଲି ଶନିବାର ସୂଚନା ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସେ...

୨୮୦ କୋଟି ଟଙ୍କାର ହେରୋଇନ୍‌ ଜବତ

ଗାନ୍ଧିନଗର,୨୫।୪: ଆରବ ସାଗରରୁ ପାକିସ୍ତାନୀ ଡଙ୍ଗାକୁ ଧରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଗୁଜରାଟ ଏଟିଏସକୁ ଗୁଳି ଚଳାଇବାକୁ ପଡିଛି। ପାକ ଡଙ୍ଗାରେ ଥିବା...

ମଝି ରାସ୍ତାରେ କାର୍‌ରେ ନିଆଁ ଲଗାଇ ଫାଇରିଙ୍ଗ୍‌ କଲେ ଯୁବକ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ମଥୁରା,୨୬।୯: ଉତ୍ତରପ୍ରଦେଶ ମଥୁରାରେ ଜଣେ ଯୁବକ ମଝିରାସ୍ତାରେ ନିଜ କାର୍‌କୁ ନିଆଁ ଲଗାଇ ଜଳାଇ ଦେଇଛନ୍ତି। ଏହା ସହିତ ସେ ଫାଇରିଙ୍ଗ୍‌ ମଧ୍ୟ କରିଛନ୍ତି। ଯୁବକ...

କାମ୍‌ରୁଜ୍ଜନ ସରକାରଙ୍କୁ ଫାଶୀଦଣ୍ଡ

କୋଲକାତା,୭।୭: ସିରିୟଲ କିଲର ଭାବେ ଜଣାଶୁଣା ପଶ୍ଚିମବଙ୍ଗର କାମ୍‌ରୁଜ୍ଜନ ସରକାରଙ୍କୁ ସୋମବାର ଫାଶୀ ଦଣ୍ଡାଦେଶ ଶୁଣାଯାଇଛି। ୯ ମହିଳାଙ୍କୁ ହତ୍ୟା କରିବା ଓ ସେମାନଙ୍କ ୨...

କରୋନା ଯୋଦ୍ଧାଙ୍କୁ ପ୍ରଶଂସା କଲେ ସଂକ୍ରମିତ ମୁଖ୍ୟମନ୍ତ୍ରୀ

ଇନ୍ଦୋର,୨୬।୭: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୋଟିଏ ଦିନ ପୂର୍ବରୁ କରୋନାରେ ସଂକ୍ରମିତ ହୋଇଥିବା ଖବର ଆସିଥିବା ବେଳେ ଏବେ ତାଙ୍କର ଚିକିତ୍ସା...

ମହାକାଶରେ ଭାରତର ସ୍ଥିତି ସୁଦୃଢ଼ ହେବା ଜରୁରୀ…

ନୂଆଦିଲ୍ଲୀ, ୧୫।୬ : ମହାକାଶରେ ଉପଲବ୍ଧ ଉତ୍ସଗୁଡିକର ବ୍ୟବହାର ଉପରେ ଏୟାର ଚିଫ ମାର୍ଶଲ ଭି.ଆର ଚୌଧରୀ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ମହାକାଶରେ...

ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,୧୪।୬: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଓଡ଼ିଶା ଭବନରେ ସାକ୍ଷାତ୍‌ କରିଛନ୍ତି। ଏହି ଅବସରରେ ଓଡ଼ିଶାରେ ଷ୍ଟିଲ ସେକ୍ଟର, ପେଟ୍ରୋକେମିକାଲ୍ସକୁ...

Advertisement
Archives

Model This Week