Posted inଜାତୀୟ

ପୀଡ଼ିତାଙ୍କୁ ବିବାହ କଲେ ମଧ୍ୟ ବଳାତ୍କାର ଅପରାଧକୁ କ୍ଷମା କରାଯାଇ ପାରିବ ନାହିଁ, ହାଇକୋର୍ଟଙ୍କ ରାୟ…

ନୂଆଦିଲ୍ଲୀ, ୧୧।୧ : ବଳାତ୍କାର ଅଭିଯୋଗରେ ଜଣେ ସରକାରୀ କର୍ମଚାରୀଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫଆଇଆର୍‌କୁ ଖାରଜ କରିବାକୁ ଦିଲ୍ଲୀ ହାଇକୋର୍ଟ ମନା କରି ଦେଇଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ହୋଇଥିବା ଆପୋଷ ବୁଝାମଣା ଏବଂ ବିବାହ ଚୁକ୍ତିନାମା ଆଧାରରେ ଏଭଳି ଏଫଆଇଆର୍‌ ରଦ୍ଦ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

ଏହା ଦ୍ୱାରା ଅପରାଧ ଶେଷ ହୋଇ ଯାଉନାହିଁ ବୋଲି ବିଚାରପତି ରଜନୀଶ ଭଟ୍ଟନାଗରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ରାୟ ପ୍ରଦାନ କରିଛନ୍ତି। ବଳାତ୍କାର ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ନୁହେଁ ବରଂ ସମାଜ ବିରୁଦ୍ଧରେ ଏକ ଅପରାଧ ବୋଲି ଖଣ୍ଡପୀଠ କହିଛନ୍ତି।

ଅଭିଯୁକ୍ତ ଜଣେ ସରକାରୀ କର୍ମଚାରୀ। କଷ୍ଟମ୍ସ ଏବଂ ସିଜିଏସଟି ବିଭାଗର ଅଧୀକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି। ସେ ଗେଜେଟେଡ ପୋଷ୍ଟରେ ନିଯୁକ୍ତ ଅଛନ୍ତି। ଜଣେ ସରକାରୀ କର୍ମଚାରୀ ହୋଇଥିବାରୁ ତାଙ୍କ ବ୍ୟକ୍ତିଗତ ଜୀବନରେ ନୈତିକତା ଏବଂ ଉପଯୁକ୍ତ ଗାରିମା ବଜାୟ ରଖିବେ ଏବଂ ତାଙ୍କ କୁକର୍ମ ଦ୍ୱାରା ନିଜ ସରକାରୀ ସେବାକୁ ବଦନାମ କରିବେ ନାହିଁ ବୋଲି ତାଙ୍କଠୁ ଆଶା କରାଯାଏ ବୋଲି ଖଣ୍ଡପୀଠ କହିଛନ୍ତି।

ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୬,୩୨୩ ଏବଂ ୫୦୬ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ଏଫଆଇଆରକୁ ଖାରଜ କରିବାକୁ ଅଭିଯୁକ୍ତ କୋର୍ଟରେ ଏକ ନିବେଦନ କରିଛନ୍ତି। ଅଭିଯୋଗକାରୀ ମହିଳା ପୋଲିସକୁ କହିଥିଲେ ଯେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ତାଙ୍କର ଝଗଡା ହୋଇଥିଲା ଏବଂ ସେ ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ପରେ, ସେ ଅଭିଯୁକ୍ତଙ୍କ ଦ୍ୱାରା କରାଯାଇଥିବା ଯୌନ ଉତ୍ପୀଡ଼ନ ବିଷୟରେ ମଧ୍ୟ ପ୍ରକାଶ କରିଥିଲେ। ଏଥିସହ ଅଭିଯୋଗକାରୀ ମହିଳା କହିଥିଲେ ଯେ ସେ ଜୀବନ ସାଥି ଡଟ କମ ମାଧ୍ୟମରେ ଅଭିଯୁକ୍ତଙ୍କ ସହ ତାଙ୍କର ଯୋଗାଯୋଗ ହୋଇଥିଲା। ଅଭିଯୁକ୍ତ ମହିଳାଙ୍କୁ ମୋବାଇଲ ନମ୍ବର ମାଗିଥିଲେ। ଅଭିଯୁକ୍ତ ତାଙ୍କୁ କହିଥିଲେ ଯେ ତାଙ୍କର ବୟସ ପ୍ରାୟ ୩୨ ବର୍ଷ । ସେ ଅବିବାହିତ ଏବଂ କଷ୍ଟମ୍ସର ଜଣେ ଅଧିକାରୀ। ତେବେ ତାଙ୍କର ପ୍ରଥମ ପ୍ରେମ ବିବାହ ବିଷୟରେ ସେ ତଥ୍ୟ ଲୁଚାଇ ରଖିଥିଲେ। ତାଙ୍କର ପ୍ରଥମ ପତ୍ନୀ ଆତ୍ମହତ୍ୟା କରିଛନ୍ତି ଯେଉଁଥିପାଇଁ କୋର୍ଟରେ ମାମଲା ଚାଲିଛି ତାହା ମଧ୍ୟ ସେ ପ୍ରକାଶ କରି ନ ଥିଲେ।

ପୋଲିସ ଷ୍ଟେସନରେ ଅଭିଯୋଗ ପରେ ଅଭିଯୁକ୍ତ ତାଙ୍କୁ ବିବାହ କରିବେ ବୋଲି ପ୍ରତିଶୃତି ଦେଇଥିଲେ ଏବଂ ଏହା ପରେ ମହିଳା ଜଣକ ତାଙ୍କ ଅଭିଯୋଗ ପ୍ରତ୍ୟାହାର କରି ନେଇଥିଲେ।

ଖଣ୍ଡପୀଠ ଏହା ମଧ୍ୟ ବିଚାର ପରିସରଭୁକ୍ତ କରିଛନ୍ତି ଯେ ଉଭୟ ପକ୍ଷ ଏହି ମାମଲାରେ ଏକ ବନ୍ଧୁତ୍ୱପୂର୍ଣ୍ଣ ସମାଧାନରେ ପହଞ୍ଚିିଛନ୍ତି। ଅଭିଯୁକ୍ତ ଏବଂ ଅଭିଯୋଗକାରୀଙ୍କୁ ପରସ୍ପରକୁ ବିବାହ କରିଛନ୍ତି। ଖଣ୍ଡପୀଠ ଦର୍ଶାଇଛନ୍ତି ଯେ କେବଳ ପାରସ୍ପରିକ ସମାଧାନ ଆଧାରରେ ଏହା କୁହାଯାଇପାରିବ ନାହିଁ ଯେ ଅଭିଯୋଗ ସାମାନ୍ୟ ହୋଇଛି କିମ୍ବା ହ୍ରାସ ପାଇଛି କିମ୍ବା ଅଭିଯୋଗକାରୀଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ଗୁରୁତ୍ୱ ହରାଇଛି।

ସିଆର୍‌ପିସି ଧାରା ୪୮୨ ଅନ୍ତର୍ଗତ ଖଣ୍ଡପୀଠ ଦର୍ଶାଇଛନ୍ତି ଯେ, ବଳାତ୍କାର ଅପରାଧକୁ କ୍ଷମା କରାଯାଇ ପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ପାଇଁ ପୁଣି ଏକ ପ୍ରାର୍ଥୀ ତାଲିକା ଘୋଷଣା କଲା ଭାଜପା: ଜାଣନ୍ତୁ କାହାକୁ ମିଳିଲା କେଉଁ ଆସନ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ପାଇଁ ଭାଜପାର ଆଉ ଏକ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ମହାରାଷ୍ଟ୍ରର ଗୋଟିଏ ଲୋକ ସଭା ଆସନ ପାଇଁ...

ମୋଦି-ଯୋଗୀଙ୍କୁ ଯିଏ ନିଜର ଭାବେ ନାହିଁ ସେ ନିଜ ପିତାଙ୍କୁ ମଧ୍ୟ ଆପଣାଇପାରିବ ନାହିଁ :ଭାଜପା ଏମ୍‌ପି ମନ୍ତବ୍ୟକୁ ନେଇ ଉଠିଲା ବିବାଦ

ଲକ୍ଷ୍ନୌ,୧୮।୪: ପଶ୍ଚିମ ୟୁପିରେ କ୍ଷତ୍ରିୟ ସମାଜର ଅସନ୍ତୋଷ ଭାରତୀୟ ଜନତା ପାର୍ଟିର ସମସ୍ୟାକୁ ବଢାଇ ଦେଇଛି। ଏହି ସମୟରେ ୟୁପିର ଗୌତମ ବୁଦ୍ଧ ନଗର ଲୋକ...

ପିଲାଙ୍କୁ ଦେଉଛନ୍ତି କି ସେରେଲାକ? ସାମ୍ନାକୁ ଆସିଲା ଚାଞ୍ଜଲ୍ୟକର ତଥ୍ୟ

ନୂଆଦିଲ୍ଲୀ,୧୮।୪: ଭାରତରେ ନେସଲେର ଦୁଇଟି ସର୍ବାଧିକ ବିକ୍ରି ହେଉଥିବା ବେବିଫୁଡ୍‌ ବ୍ରାଣ୍ଡରେ ବହୁ ପରିମାଣର ଚିନି ଥିବା ଦେଖିବାକୁ ମିଳିଛି। ସୁଇଜରଲାଣ୍ଡ କମ୍ପାନୀଗୁଡିକ ଉପରେ ନଜର...

ରାଜ୍ୟର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ନାମାଙ୍କନ ଦାଖଲ

ନୂଆଦିଲ୍ଲୀ /ଭୁବନେଶ୍ୱର,୧୮।୪:ଦେଶର ଚତୁର୍ଥ ଏବଂ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

‘ଆଚରଣ ବିଧି ଉଲଂଘନ କରନ୍ତୁ ନାହିଁ’, ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ନିର୍ବାଚନ ଆୟୋଗ ଦେଲେ ପରାମର୍ଶ

ନୂଆଦିଲ୍ଲୀ,୧୭।୪: ମତଦାନ ଦିନ କୁଚ ବିହାର ଗସ୍ତ ବାତିଲ କରିବାକୁ ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି ଆନନ୍ଦ ବୋଷଙ୍କୁ ପରାମର୍ଶ ଦେଇଛନ୍ତି ନିର୍ବାଚନ ଆୟୋଗ। ଏହି ନିର୍ବାଚନ...

ନାମାଙ୍କନ ଦାଖଲ କରି ଓହରିଲେ ଗୁଲାମ ନବୀ ଆଜାଦ, ଲଢିବେ ନାହିଁ ଲୋକ ସଭା ନିର୍ବାଚନ

ନୂଆଦିଲ୍ଲୀ, ୧୭।୪: ଡେମକ୍ରାଟିକ୍ ପ୍ରୋଗ୍ରେସିଭ ଆଜାଦ ପାର୍ଟି (DPAP) ମୁଖ୍ୟ ଗୁଲାମ ନବୀ ଆଜାଦ ୨୦୨୪ ନିର୍ବାଚନରେ ନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବ ପୂର୍ବତନ...

ପ୍ରଥମ ପଯର୍‌ୟାୟ ମତଦାନ ପାଇଁ ପ୍ରଚାର ଶେଷ, ବହୁ ଭେଟେରାନଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୭।୪: ଆଉ ଦିନକ ପରେ ଆରମ୍ଭ ହେବାକୁ ଯାଉଛି ଲୋକ ସଭା ନିର୍ବାଚନ। ପ୍ରଥମ ପର୍ଯ୍ୟାୟ ଭୋଟ ଏପ୍ରିଲ ୧୯ରେ ହେବାକୁ ଯାଉଛି। ଏଥିପାଇଁ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri